ଶିଶୁଙ୍କୁ କାମରେ ଲଗାଇଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଅନୁଗୋଳ,୨୩ା୬: ଅନୁଗୋଳ ଜିଲା କାର୍ଯ୍ୟାଳୟ ଠାରେ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜିଲାସ୍ତରୀୟ ଶିଶୁ ଏବଂ କିଶୋର ଶ୍ରମିକ ଆଇନ ୧୯୯୮ ଅଧୀନରେ ଏକ ସମନ୍ବୟ ବୈଠକ ହୋଇଥିଲା। ଶିଶୁ୍‌ମାନଙ୍କୁ ଶ୍ରମିକ ଭାବରେ କାର୍ଯ୍ୟରେ ଲଗାଇଥିବା ମାଲିକମାନଙ୍କ ବିରୋଧରେ କିପରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ସହିତ ଶିଶୁଙ୍କୁ ଉଦ୍ଧାର କରି ଉପଯୁକ୍ତ ଥଇଥାନର ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା। ଯେଉଁ ମାଲିକମାନେ ପୁନର୍ବାର ଆଇନର ଉଲ୍ଲଂଘନ କରୁଥିବା ନଜରରେ ଆସିବ, ତାଙ୍କ ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ସିଲ୍‌ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଶିକ୍ଷା ଅଧିକାରୀ ଆଇନକୁ କଡାକଡ଼ି ଭାବରେ ପାଳନ କରିବା ପାଇଁ ଜିଲା ଶିକ୍ଷା ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ବୈଠକକୁ ଜିଲା ଶ୍ରମ ଅଧିକାରୀ ପ୍ରିୟମ୍ବଦା ସ୍ବାଇଁ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖାଲି ବସ୍ତା ଯୋଗାଣରେ ବ୍ୟାପକ ଦୁର୍ନୀତି: ଅଭିଯୋଗ ଆଣିଲା ରାଜ୍ୟ ମିଲ ମାଲିକ ସଂଘ

କେସିଙ୍ଗା,୧୩।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ରେ ଥିବା ରାଇସ ମିଲ ଗୁଡିକୁ ରାଜ୍ୟ ଯୋଗାଣ ବିଭାଗ ପକ୍ଷରୁ ଯୋଗାଉଥିବା ନୂଆ ଖାଲି ବସ୍ତା ନିମ୍ନମାନର ବୋଲି…

ବିଜୟଙ୍କ ବଡ଼ ବିଜୟ, ବିଧାନସଭାରେ ପାଇଲେ ୧୪୪ ବିଧାୟକଙ୍କ ସମର୍ଥନ

ଚେନ୍ନାଇ,୧୩।୫: ବିଜୟ ଥାଲାପଥୀ ତାମିଲନାଡୁ ବିଧାନସଭାରେ ଅଗ୍ନି ପରୀକ୍ଷା ଫ୍ଲୋର ଟେଷ୍ଟ ସଫଳତାର ସହ ପାସ କରିଛନ୍ତି। ବିଜୟ ସରକାର ଫ୍ଲୋର ଟେଷ୍ଟରେ 144 ବିଧାୟକଙ୍କ ସମର୍ଥନ…

ଭିଣୋଇଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଗିରଫ ହେଲେ ଶଳା

ମହାକାଳପଡ଼ା, ୧୩ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ଖରିନାସି ଗ୍ରାମର ମନୋରଞ୍ଜନ ଗିରିଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରିବା…

ସୁନା ଉପରେ ଆମଦାନୀ ଶୁଳ୍କ ବଢାଇଲେ ସରକାର, ଏବେ କ’ଣ ପେଟ୍ରୋଲ-ଡିଜେଲର ବି ବଢିବ ଦାମ୍‌? ଜାଣନ୍ତୁ ତାଜା ଅପଡେଟ

ନୂଆଦିଲ୍ଲୀ,୧୩।୫: ପଶ୍ଚିମ ଏସିଆରେ ଚାଲିଥିବା ସଙ୍କଟ ମଧ୍ୟରେ ଏବଂ ବ୍ୟାପକ କଟକଣା ଅଭିଯାନର ଅଂଶ ସୱରୂପ ଆଗାମୀ ବର୍ଷ ପାଇଁ ଅଣ-ଅତ୍ୟାବଶ୍ୟକୀୟ ସୁନା କ୍ରୟ କରିବାରୁ ନିବୃତ୍ତ…

ଲୋକଙ୍କୁ ଅପିଲ୍‌ ପରେ ନିଜେ ବଡ଼ ନିଷ୍ପତ୍ତି ନେଲେ ପ୍ରଧାନମନ୍ତ୍ରୀ ମୋଦି: ହ୍ରାସ କଲେ…

ନୂଆଦିଲ୍ଲୀ,୧୩।୫:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଦକ୍ଷେପ ଅନୁଯାୟୀ, ତାଙ୍କ ସରକାରୀ କାରଗେଡ ଗାଡ଼ି ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି। ପଶ୍ଚିମ ଏସିଆର ସଙ୍କଟକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦି…

ଠାକୁରାଣୀ ଯାତ୍ରାରେ ଅଘଟଣ:ବିଦ୍ୟୁତ ଆଘାତରେ ଚାଲିଗଲା ଜଣଙ୍କ ଜୀବନ

ଦିଗପହଣ୍ଡି,୧୩।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ଗ୍ରାମରେ ମା’ ସୁବର୍ଣ୍ଣରେଖା ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ମହୋତ୍ସବ ଉଦଯାପନୀ ଦିବସ ମଙ୍ଗଳବାର ବିଳମ୍ବିତ ରାତି…

ଛତିଶଗଡ଼ରୁ ଓଡିଶାକୁ ଧାନ ଚାଲାଣ: ୨ ଧାନ ବୋଝେଇ ଟ୍ରକ ଅଟକ ରଖିଲେ ଉପଜିଲାପାଳ

ପଦ୍ମପୁର,୧୩।୫(ପ୍ରଦୀପ୍ତ ଦାଶ):ବର୍ତ୍ତମାନ ପଦ୍ମପୁର ଉପଖଣ୍ଡରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେଲାଣି। ଏହାକୁ ଦୃଷ୍ଟିରେ ରଖି କିଛି ଅସାଧୁ ବ୍ୟବସାୟୀ ଛତିଶଗଡ଼ରୁ ପଦ୍ମପୁର ଅଞ୍ଚଳକୁ ଚୋର…

ହାଇଜମ୍ପ ମାରିଲା ସୁନା ଦର: ଏକାଥରକେ ହଜାର ହଜାର ଟଙ୍କା ବଢ଼ିଲା, ଜାଣନ୍ତୁ କେତେ ହେଲା

ନୂଆଦିଲ୍ଲୀ,୧୩।୫: ଆମଦାନୀ ଶୁଳ୍କ ବୃଦ୍ଧି ପରେ ଦେଶରେ ହାଇଜମ୍ପ ମାରିଛି ସୁନା ଦର। ୨୪ କ୍ୟାରେଟ ସୁନାଦର ଏକାଥରକେ ୧୩,୯୧୦ ଟଙ୍କା ବୃଦ୍ଧି ପାଇଛି। ୨୪ କ୍ୟାରେଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri