କଡ଼ା ପଦକ୍ଷେପ

Dillip Cherian

କାର୍ଯ୍ୟକ୍ଷେତ୍ରରେ ଭଲ ପ୍ରଦର୍ଶନ କରୁ ନ ଥିବା ବାବୁମାନଙ୍କ ପାଇଁ ଖୁବ୍‌ ଶୀଘ୍ର ସିକିମରେ ଏକ ଅଲଗା ବିଭାଗ ରହିିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ଗୋଲେ ଘୋଷଣା କରିଛନ୍ତି। ଗ୍ୟାଙ୍ଗ୍‌ଟକରେ ଏଣ୍ଟରପ୍ରିନ୍ୟୁୟରମାନଙ୍କୁ ଏକ ସଭାରେ ସମ୍ବୋଧନ କରିବା ଅବସରରେ ସେ ଏହା କହିଛନ୍ତି। ଏହା ଏପ୍ରିଲ୍‌ଫୁଲ୍‌ ଡେ’ ଜୋକ୍‌ ନ ଥିଲା। କେତେଜଣ ଅତି ବରିଷ୍ଠ ବାବୁମାନଙ୍କ ସମ୍ମୁଖରେ କୁହାଯାଇଥିବା ଏହି କଥାର ମହତ୍ତ୍ୱ ରହିଛି। କିନ୍ତୁ କେତେଜଣ ପର୍ଯ୍ୟବେକ୍ଷକ କହନ୍ତି ଯେ, ଅମଲାତାନ୍ତ୍ରିକ ଉଦାସୀନତାକୁ ନେଇ ଗୋଲେ କ୍ଷୋଭ ପ୍ରକାଶ କରିବା ସହ ଏମିତି କହିଛନ୍ତି। ସରକାରୀ ଅଫିସ୍‌କୁ ବିଳମ୍ବରେ ଆସୁଥିତ୍ବା ଅଧିକାରୀମାନଙ୍କ ବିରୋଧରେ ଗତବର୍ଷ ବ୍ୟାପକ ପଦକ୍ଷେପ ନିଆଯାଇଥିଲା ଏବଂ ଏଭଳି ବାବୁମାନଙ୍କୁ ତୀବ୍ର ଭର୍ତ୍ସନା କରାଯାଇଥିଲା। କିନ୍ତୁ ଏହି ପଦକ୍ଷେପ ମାସେ ଭିତରେ ଧୀରେ ଧୀରେ ଶେଷ ହୋଇଯାଇଥିଲା ଏବଂ ବାବୁମାନେ ପୁଣି ସେମାନଙ୍କ ପୁରୁଣା ଧାରାକୁ ଫେରି ଆସିଥିଲେ। ତେବେ ନିଜ ବ୍ୟବହାର ପରିବର୍ତ୍ତନ କରୁ ନ ଥିବା ଜିଦିଆ ବାବୁମାନଙ୍କୁ ଶୃଙ୍ଖଳିତ କରିବା ଲାଗି ଏଥର ଗୋଲେ ଏକ ଯୋଜନା ନିଶ୍ଚିତ କରିଛନ୍ତି। ଗୃହ ବିଭାଗ ଅଧୀନରେ ସରକାର ଏକ ‘ସହଯୋଗ ବିଭାଗ’ ଖୋଲି ତାହାକୁ ଶୀଘ୍ର କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। କାମରେ ଢ଼ିଲା କରୁଥିବା ସବୁ ଇଞ୍ଜିନିୟର, ଆକାଉଣ୍ଟସ୍‌ ଅଫିସର ଏବଂ ଅତିରିକ୍ତ ସଚିବ ସ୍ତରୀୟ ଅଧିକାରୀମାନଙ୍କୁ ସେଠାକୁ ବଦଳି କରାଯିବ କିମ୍ବା ସେମାନଙ୍କୁ ସବୁ କାର୍ଯ୍ୟକଳାପରୁ ଏକ ପ୍ରକାର ସାମାଜିକ ବାସନ୍ଦ କରାଯିବ। ଏଭଳି ବାବୁମାନଙ୍କୁ ସରକାରୀ ଗାଡ଼ି ଓ ସେମାନେ ପାଉଥିବା ସୁବିଧା ସୁଯୋଗ ଦିଆଯିବ ନାହିଁ। ସେମାନେ କେବଳ ଦରମା ପାଇବେ। ଦକ୍ଷ ଓ କାମିକା ବାବୁମାନଙ୍କ ଠାରୁ ଏମାନଙ୍କୁ ଅଲଗା କରିବା ସରକାରଙ୍କ ଲକ୍ଷ୍ୟ। କିନ୍ତୁ ଆଶା କରାଯାଉଛିି ଯେ, ଶାସନରେ ଉନ୍ନତି ଆଣିବା ନାମରେ ନିଆଯାଉଥିବା ପଦକ୍ଷେପରେ ସଚ୍ଚୋଟ କର୍ମଚାରୀମାନେ ଯେଭଳି ଶିକାର ନ ହୁଅନ୍ତି ତାହା ନିଶ୍ଚିତ କରିବାକୁ ହେବ ।
ବାବୁଙ୍କ ବିତର୍କ
ନିକଟରେ ସିଭିଲ ସର୍ଭିସ ସ୍ଥିତିକୁ ନେଇ ଦୁଇ ବାବୁଙ୍କ ମଧ୍ୟରେ ହୋଇଥିବା ଆଲୋଚନା ବାବୁ ପରିସରରେ ଧ୍ୟାନ ଆକର୍ଷଣ କରିଥିଲା। କେତେଜଣ ଏହା ଉପରେ ଅସନ୍ତୋଷ ପ୍ରକାଶ କରିଥିବାବେଳେ ଆଉ କେତେକେ ଚିନ୍ତା ପ୍ରକଟ କରିଥିବା ଜଣାପଡ଼ିଛି। ପ୍ରଥମେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ)ର ପୂର୍ବତନ ଗଭର୍ନର ତଥା ପୂର୍ବତନ ଅର୍ଥ ସଚିବ ଡି. ସୁବାରାଓ ଦୁଃଖପ୍ରକାଶ କରି କହିଥିଲେ ଯେ, ଆଇଏଏସ୍‌ ସମ୍ଭ୍ରାନ୍ତବାଦକୁ ପରିବର୍ତ୍ତନ ହୋଇଯାଇଛି । ବାସ୍ତବତାଠାରୁ ଦୂରେଇ ଯାଇଥିବା ଏବଂ ସତ୍ୟକୁ ସାମ୍‌ନା କରିବାର ସାହସ ଓ ଦୃଢ ବିଶ୍ୱାସ ହରାଇଥିବା ବାବୁମାନେ ନିଜ ସ୍ବାର୍ଥ କଥା ଉପରେ ଅଧିକ ଚିନ୍ତା କରୁଛନ୍ତି ବୋଲି ସେ କହିଥିତ୍ଲେ। ତେବେ ସେବାକୁ ଦୁର୍ବଳ କରିବା ଏବଂ ତା’ଠାରୁ ନିଜକୁ ଦୂରେଇ ନେବା କେତେଜଣ ବାବୁଙ୍କ ପାଇଁ ଏକ ଧାରା ପାଲଟିଯାଇଛି ବୋଲି ସାଧାରଣରେ ସନ୍ଦେହ ରହିଛି। ହେଲେ ସୁବାରାଓ ସବୁବେଳେ ତାଙ୍କ ଶାନ୍ତ ଦୃଷ୍ଟିକୋଣ ପାଇଁ ବେଶ ଜଣାଶୁଣା ଏବଂ ସେ ଯାହା କହିଛନ୍ତି ତାହାକୁ ଅଣଦେଖା କରାଯାଇପାରିବ ନାହିଁ। କିନ୍ତୁ କେନ୍ଦ୍ର ଲୋକସେବା ଆୟୋଗ( ୟୁପିଏସ୍‌ସି)ର ପୂର୍ବତନ ଅଧ୍ୟକ୍ଷ ଓ ହିଷ୍ଟ୍ରି ଅଫ୍‌ ଦି ଆଇଏଏସ୍‌ର ଲେଖକ ଦୀପିକ ଗୁପ୍ତା ସୁବାରାଓ ଉଠାଇଥିତ୍ବା ବିଷୟକୁ ପ୍ରତିବାଦ କରିବାକୁ ଏକ ଜବାବୀ ଉତ୍ତର ଲେଖିଲେ। ନିଃସନ୍ଦେହ ଯେ, ଆଇଏଏସ୍‌ର ଏବକାର ସଙ୍କଟକୁ ନେଇ ଉଭୟ ଦୃଷ୍ଟିକୋଣ ଭଲ ଓ ସେମାନେ ଉପସ୍ଥାପନ କରିଥିବା ବିଚାରର ଗୁରୁତ୍ୱ ରହିଛି। ବହୁ ସମୟରେ ପ୍ରଶାସନର ମୌଳିକ ପ୍ରସଙ୍ଗକୁ ନେଇ ଦୁଇ ବରିଷ୍ଠ ବାବୁଙ୍କ ମଧ୍ୟରେ ଏଭଳି ଯୁକ୍ତିତର୍କ ହେବା ଦେଖାଯାଏ ନାହିଁ। କେତେଜଣ ପର୍ଯ୍ୟବେକ୍ଷକ ଅନୁଭବ କରନ୍ତି ଯେ, ବିିଶେଷ କରି ଏବକାର ବ୍ୟବସ୍ଥାରେ ଏକ ବଡ଼ ଧରଣର ପରିବତ୍ତର୍ର୍ନ କଥା ସରକାର ଚିନ୍ତା କରୁଥିତ୍ବା ବେଳେ ଏହି ବିତର୍କ ଆରମ୍ଭ କରାଯାଇଥିବା ଅନୁମାନ କରାଯାଉଛି। ତେବେ ଆଗାମୀ ଦିନରେ ସର୍ଭିସକୁ ନେଇ ଲୋକମାନଙ୍କ ମନରେ ଥିତ୍ବା ସନ୍ଦେହ ଦୂର ହେବ ବୋଲି ଆଶା କରାଯାଉଛି।
ନେତାଗିରିର ଇସାରା
ହରିୟାଣା ଆଇଏଏସ୍‌ ଅଧିକାରୀ ଏବଂ ହ୍ବିସଲ୍‌ବ୍ଲୋୟର ଅଶୋକ ଖେମ୍‌କା ନିକଟରେ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ପାଇଥିବା ବିଶେଷସୂତ୍ରରୁ ଜଣାପଡ଼ିଛି। ଏହାଦ୍ୱାରା ସେ ରାଜନୀତିରେ କିଛି ନୂଆ କରିପାରନ୍ତି ବୋଲି କୁହାଯାଉଛି। ଗୁରୁଗାଁଓରେ ରବର୍ଟ ଭଦ୍ରାଙ୍କ ବେଆଇନ କିଣାବିକାକୁ ରଦ୍ଦ କରିବାରେ ହ୍ବିସଲବ୍ଲୋୟର ଖେମ୍‌କା ବେଶ୍‌ ଜଣାଶୁଣା। ସେ ବିଭିନ୍ନ ବିଭାଗରେ ରହିଥିବା ସମୟରେ ସେଠାରେ ଦୁର୍ନୀତିକୁ ସାମ୍‌ନାକୁ ଆଣିବା ପରେ ରାଜ୍ୟରେ ବିଭିନ୍ନ ସରକାର ତାଙ୍କୁ ୨୯ ବର୍ଷରେ ୫୪ ଥର ବଦଳି କରିଛନ୍ତି। ଏପରି କି ସଦା ସ୍ବଚ୍ଛ ରହିଥିବା ଏହି ଅଧିକାରୀଙ୍କ ଉତ୍‌ଥାନ ପତନ କ୍ୟାରିୟରର ସବିଶେଷ କାହାଣୀର ଜୀବନୀକୁ ନେଇ ବହି କରାଗଲେ ତାହା ସବୁଠୁ ଅଧିତ୍କ ବିକ୍ରି ହେବ। ଏହା ସମ୍ପୂର୍ଣ୍ଣ ନିଆରା, ଅନୁକରଣୀୟ କିମ୍ବା ଚେତାବନୀ ଦେବାଭଳି କାହାଣୀ ହୋଇପାରିବ। ତେବେ କେତେକ ପର୍ଯ୍ୟବେକ୍ଷକ କହୁଛନ୍ତି ଯେ, ଖେମ୍‌କା କ’ଣ ଅନ୍ୟ ପକ୍ଷକୁ ଅର୍ଥାତ୍‌ ରାଜନୀତି ଆଡ଼କୁ ଢଳିବେ ବୋଲି ଯାହା ଶୁଣିବାକୁ ମିଳୁଛି ତାହା କ’ଣ ସମ୍ଭବ ହେବ?
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?