ପେଟ ପାଇଁ ସବୁ ନାଟ

ଭାରତୀୟ ଜନସଂଖ୍ୟାର ୩ ଭାଗରୁ ୧ ଭାଗ ହେଉଛନ୍ତି ଶିଶୁ। ସେମାନଙ୍କ ମଧ୍ୟରୁ କେତେକେ ଅଭାବ ଅନଟନ, ବିଭିନ୍ନ ପ୍ରକାର ରୋଗ ଏବଂ ଦାରିଦ୍ର୍ୟର ଶିକାରହୋଇ ନିଜର ଶୈଶବକୁ ବିଭିନ୍ନ ବିପର୍ଯ୍ୟୟ ପରିସ୍ଥିତିକୁ ଆଦରି ନେଇଥାନ୍ତିି। ଦାରିଦ୍ର୍ୟର କଷାଘାତ ରେ ପ୍ରପୀଡ଼ିତ ହୋଇ ପେଟ ଚାଖଣ୍ଡକ ପାଇଁ ସେମାନେ ଜୀବନକୁ ପାଣିଛଡ଼ାଇ ଅନେକ ଦୁଃସାହସିକ କାର୍ଯ୍ୟକରି ଦର୍ଶକଙ୍କ ମନୋରଞ୍ଜନକରି ନିଜ ପେଟ ତଥା ପରିବାର ପ୍ରତିପୋଷଣ କରିଥାନ୍ତି। ଏଇ କିଛିଦିନ ତଳେ ଭୁବନେଶ୍ୱର ନାଲ୍‌କୋ ଛକରେ ଦେଖିଲି ୧୦ ରୁ ୧୧ ବର୍ଷର ଝିଅଟିଏ ବାଉଁଶରେ ବନ୍ଧାଯାଇଥିବା ଏକ ଦଉଡ଼ି ଉପରେ ବାଡ଼ିଟିଏ ଧରି ନିଜର ସନ୍ତୁଳନ ରକ୍ଷାକରି ଦୁଃସାହସିକ ବାଉଁଶରାଣୀ ଖେଳ ଦେଖାଇ କିଛି ଅର୍ଥ ରୋଜଗାର କରୁଛି। ମୁଁ ଏହି ଖେଳ ପ୍ରଦର୍ଶନ କରୁଥିବା ନିରୀହ ଝିଅଟିର ବାପାଙ୍କୁ ପଚାରିବାରୁ ସେ ଲୁହ ଛଳ ଛଳ ଆଖିରେ କହିଥିଲେ, ବାବୁ ଆମର ସମ୍ବଳ କିଛି ନାହିଁ ।
ତେଣୁ ପିଲାଟି ଦିନୁ ଆମ ପିଲାମାନଙ୍କୁ ଗୁଜୁରାଣ ମେଣ୍ଟାଇବା ପାଇଁ ବିଭିନ୍ନ ପ୍ରକାର ଖେଳ ଶିଖାଇଥାଉ । ତେବେ ଏ ଦୁଃସାହସିକ ଖେଳ ଜୀବନକୁ ପାଣିଛଡ଼ାଇ ଦର୍ଶକଙ୍କ ମନୋରଞ୍ଜନ କରିବା ପଛର କାରଣ ହେଉଛି ଏ ପେଟ ପାଇଁ ନାଟ। ଡୋମ୍ବାରୀ ତଥା ଅନେକ ଆଦିବାସୀ ସମ୍ପ୍ରଦାୟର ପରିବାର ନିଜର ଏପରି ଦୁଃସାହସିକ ଖେଳ ପ୍ରଦର୍ଶନ କଲାବେଳେ ସମଗ୍ର ସମାଜକୁ ଏକ ବାର୍ତ୍ତ ଦେଇଥାଏ ଯାହା ହେଉଛି ଆଜି ମଧ୍ୟ ଦାରିଦ୍ର୍ୟର କଷାଘାତରେ ଶଢୁଥିବା ଲୋକ ଏବଂ ଧନିକ ମଧ୍ୟରେ ରହିଛି ବିରାଟ ପାର୍ଥକ୍ୟ। ଏହି ପାର୍ଥକ୍ୟର କେବେ ଅବସାନ ଘଟିବ ଏହି ନିରୀହ ଶିଶୁମାନେ ନିଜ ଜୀବନ ସହ ଖେଳିବା ବନ୍ଦକରି ନିଜ ଜୀବନକୁ ବିକଶିତ କରିବେ ତାହା ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟିକରେ। ସରକାର କିନ୍ତୁ ଏହି ସମ୍ପ୍ରଦାୟର ବିକାଶ ପାଇଁ ବାହୁସ୍ଫୋଟ ମାରିଥିବା ବେଳେ ଏହା ପଛରେ ଥିବା ବାସ୍ତବତାକୁ ଏ ପର୍ଯ୍ୟନ୍ତ ଉପଲବ୍ଧି କରି ନ ପାରିବା ପରିତାପର ବିଷୟ।
କେବଳ ଡୋମ୍ବାରୀ ସମାଜର ସେହି ପିଲାମାନେ ନୁହନ୍ତି, ଆମ ଦେଶରେ ୧୬ ବର୍ଷ ବୟସର ପିଲା ୩ ଭାଗରୁ ଭାଗେ ଶିଶୁ ଶ୍ରମରେ ନିୟୋଜିତ ହୋଇ ନିଜର ପରିବାରର ପ୍ରତିପୋଷଣ କରିଥାନ୍ତି। ସାରା ପୃଥିବୀରେ ୧୦ ରୁ ୧୪ ବର୍ଷ ମଧ୍ୟରେ ଅଗଣିତ ବାଳିକା ବାଳକ ଶିଶୁ ଶ୍ରମିକ ଭାବେ କାମ କରିବାର ଦେଖାଯାଏ! ବାଲ୍ୟକାଳକୁ ମଣିଷ ଜୀବନ ଗଠନ ପ୍ରଣାଳୀର ଆଦ୍ୟଭୂମି ବୋଲି କୁହାଯାଏ। କିନ୍ତୁ ଏହି ସମୟରେ ପିଲାଟି ବିଦ୍ୟାଳୟ ଯିବା ପରିବର୍ତ୍ତେ ଜୀବିକାର୍ଜନ କରିବା ପାଇଁ ଶ୍ରମଭୂମିକୁ ଯାଏ ଖଟିବାକୁ। ନିଜ ଜୀବନରେ ଥିବା ଆଖିରେ ଆଖିଏ ସ୍ବପ୍ନ ବାଉଁଶରାଣୀ ଦଉଡ଼ି ଉପରେ ଝୁଲି ରହିଥାଏ। ତେବେ ଏହି ପରିସ୍ଥିତି ପାଇଁ ଦାୟୀ କିଏ? ଉଭୟ ଗ୍ରାମ ଓ ସହରାଞ୍ଚଳରେ ଏ ଦୃଶ୍ୟ ଅତିବ ମର୍ମସ୍ପର୍ଶୀ। ମାତାପିତାଙ୍କ ଦାରିଦ୍ର୍ୟ, ନିରକ୍ଷରତା ଏବଂ ସମାଜର ପଛୁଆ ଜାତି ହିସାବରେ ସେମାନଙ୍କ ପିଲା ଯେକୌଣସିମତେ ଗୋତି ଖଟିବା ସହ ଏପରି ବିପଦପୂର୍ଣ୍ଣ ଖେଳ ଖେଳିବାକୁ ବାଧ୍ୟ ହୋଇଥାନ୍ତି। ପାଠ ପଢ଼ିବା ସମୟରେ ଏହି ସମ୍ପ୍ରଦାୟର ପିଲାମାନଙ୍କୁ ଛୋଟ ବୟସରୁ ଦୁଃସାହସିକ ବାଉଁଶରାଣୀ ଖେଳର ତାଲିମ ଦିଆଯାଇଥାଏ। ସାଇକେଲ ରିମ୍‌ ଭିତରେ ନିଜର ସମଗ୍ର ଶରୀରକୁ ପ୍ରବେଶ କରାଇବା ଆଦିବାସୀ ସମ୍ପ୍ରଦାୟର ପିଲାମାନଙ୍କ ଛଡ଼ା ଅନ୍ୟାନ୍ୟ ସମ୍ପ୍ରଦାୟର ୧୦ରୁ ୧୫ ବର୍ଷର ପିଲାମାନେ ପରଦୁଆରେ ଶ୍ରମକରି ନିଜର ତଥା ପରିବାରର ପ୍ରତିପୋଷଣ କରନ୍ତି।
ଯଦି ଭାରତର ସମ୍ବିଧାନକୁ ଆଖି ପକାଇବା ତେବେ ଦେଖିବାକୁ ପାଇବା ଧାରା ୨୪ରେ ସ୍ପଷ୍ଟ ଉଲ୍ଲିଖିତ ହୋଇଛି ଯେ ୧୪ ବର୍ଷରୁ କମ୍‌ ବୟସର କୌଣସି ପିଲା କୌଣସି କଳକାରଖାନା, ଖଣିଖାଦାନ ବା କୌଣସି ବିପଦସଙ୍କୁଳ ସ୍ଥାନରେ କାମ କରିପାରିବେ ନାହିଁ। କିନ୍ତୁ ଆଇନ ତା’ ବାଟରେ, ଆଜି ମଧ୍ୟ ସ୍ବଳ୍ପ ବୟସର ଶିଶୁ ଶ୍ରମିକମାନେ ବାଣ କାରଖାନା, ହାତବୁଣା ଗାଲିଚା ଶିଳ୍ପ, କାଚ କାରଖାନାରେ ଖଟୁଥିବା ଦେଖାଯାଏ! ଏପରି ହେବାର କାରଣ ଆଇନକୁ କାର୍ଯ୍ୟକାରୀ କରିବା ଦାୟିତ୍ୱରେ ଥିବା ବାବୁମାନଙ୍କ ଉପରେ ପଦକ୍ଷେପ ନିଆଯାଉନାହିଁ। ଗ୍ରାମାଞ୍ଚଳରେ ଶିଶୁଶ୍ରମିକମାନେ କ୍ଷେତ, ବୃକ୍ଷରୋପଣ, ମତ୍ସ୍ୟ ଏବଂ କୁଟୀରଶିଳ୍ପରେ ନିୟୋଜିତ ହେବାର ଦେଖାଯାଏ। ସରକାରୀ ବିଦ୍ୟାଳୟରେ ମାଗଣା ପାଠ ପଢ଼ିବାର ସମସ୍ତ ସୁବିଧା ଏଯୋଗାଇ ଦିଆଯାଉଥିଲେ ସୁଦ୍ଧା ବାଳିକାବାଳକମାନେ ପରିବାରର ଆୟ ବୃଦ୍ଧି ନିମନ୍ତେ ଅର୍ଥ ଲୋଭରେ ପଡ଼ି ପାଠପଢ଼ା ଛାଡ଼ିଦେଇଥାନ୍ତି। ବାଳଶ୍ରମିକ ନିଯୁକ୍ତି ନ ଦେବା ପାଇଁ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବାର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ପାଶ୍ଚାତ୍ୟ ଦେଶଗୁଡ଼ିକରେ ବାଳଶ୍ରମିକ ନିଯୁକ୍ତି ବନ୍ଦ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଗଲାଣି। ଯେଉଁ ଶିଳ୍ପ କାରଖାନାରେ ବାଳଶ୍ରମିକ ଖଟୁଛନ୍ତି , ତା’ର ଉପତ୍ାଦ କ୍ରୟ କରିବାକୁ ଲୋକେ ସଂଘବଦ୍ଧ ହୋଇ ବାରଣ କରୁଛନ୍ତି। ୧୯୯୫ ମସିହାରେ ଭାରତୀୟ ଗାଲିଚା ଉପତ୍ାଦନକାରୀ, ରପ୍ତାନିକାରୀ ଏବଂ ସ୍ବେଚ୍ଛାସେବୀ ସଂଘଗୁଡ଼ିକ ‘ରୁଗ୍‌ମାର୍କ’ ନାମରେ ଏକ ବ୍ରାଣ୍ଡ୍‌ ନାମ ସୃଷ୍ଟି କରିଛନ୍ତିି, ଯାହା ସାର୍ଟିଫିକେଟ ପରି କାମକରେ। ଏହି ନାମର ମୋହର ବସିବା ଦ୍ୱାରା ଜଣାଯାଏ ଉକ୍ତ ଉତ୍ପାଦନକାରୀ ପଦାର୍ଥରେ ବାଳଶ୍ରମିକ ନିଯୁକ୍ତି ହୋଇନାହାନ୍ତି। ଆଜିକାଲି ବୈଷୟିକ ଶିକ୍ଷା ଏକ ବାଧ୍ୟ ପାଠ୍ୟକ୍ରମ ରୂପେ ସରକାରଙ୍କ ଦ୍ୱାରା ପ୍ରଚଳିତ ହୋଇଛି ଯାହା ଶିଶୁ ଶ୍ରମିକଙ୍କ ପେଟ ପାଇଁ ନାଟର ପରିସମାପ୍ତି ଘଟାଇ ଆଶାର କିରଣ ସଞ୍ଚରଣ କରୁଛି। କିନ୍ତୁ ଏହାକୁ ଫଳପ୍ରଦ କରିବା ପାଇଁ ସରକାର ବିହିତ ପଦକ୍ଷେପ ନେଲେ ଉକ୍ତ ସମସ୍ୟାର ସମାଧାନ ହେବ।

ଉମାଶଙ୍କର ପ୍ରସାଦ
ମୋ: ୬୩୭୦୬୭୫୫୬୨


Enter your email to get our daily news in your inbox.

All Right Reserved By Dharitri.Com

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

ଲୁଚାଇବା ଅନାବଶ୍ୟକ

ସୁପ୍ରିମକୋର୍ଟ ୧୩ ମାର୍ଚ୍ଚ ୨୦୨୬ରେ ମହିଳାଙ୍କ ଋତୁସ୍ରାବକାଳୀନ ଛୁଟି ସଂକ୍ରାନ୍ତ ଆବେଦନକୁ ଖାରଜ କରିଦେବା ସହ ଦେଇଥିବା ମତକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ସର୍ବୋଚ୍ଚ ଅଦାଲତ…

ସୁଯୋଗରୁ ଫାଇଦା

ନଭେମ୍ୱର ୪, ୨୦୧୩ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୧୨୦ରୁ ଅଧିକ ଭାରତୀୟ ଦୂତାବାସର ମୁଖ୍ୟମାନଙ୍କ ସହ କଥା ହୋଇ ତାଙ୍କ ବୈଦେଶିକ ନୀତିକୁ ସ୍ପଷ୍ଟ କରୁଥିବା…

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri