ସ୍ତ୍ରୀ-୨ ପାଇଁ କେତେ ଟଙ୍କା ନେଇଛନ୍ତି ଷ୍ଟାର୍‌କାଷ୍ଟ, ଜାଣନ୍ତୁ…

ମୁମ୍ବାଇ: ଅମର କୌଶିକଙ୍କ ନିର୍ଦ୍ଦେଶିତ ହରର୍‌ କମେଡି ସ୍ତ୍ରୀ-୨ ବଡ଼ ହିଟ ହୋଇଛି। ଏହି ଫିଲ୍ମ ୧୫ ଅଗଷ୍ଟରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରରେ ରାଜକୁମାର ରାଓ, ଶ୍ରଦ୍ଧା କପୁରଙ୍କ ସହ ଅଭିଷେକ ବାନାର୍ଜୀ, ଅପାରଶକ୍ତି ଖୁରାନା ଏବଂ ପଙ୍କଜ ତ୍ରିପାଠୀ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ସ୍ତ୍ରୀ-୨ ବକ୍ସ ଅଫିସରେ ବିପୁଳ ସଂଗ୍ରହ କରୁଛି ଏବଂ ଅନେକ ଚଳଚ୍ଚିତ୍ରର ରେକର୍ଡ ମଧ୍ୟ ଭାଙ୍ଗୁଛି। ତେବେ କଳାକାରମାନେ ଏହି ଫିଲ୍ମ ପାଇଁ କେତେ ଟଙ୍କା ନେଇଛନ୍ତି। ଆସନ୍ତୁ ଜାଣିବା…

 

ଶ୍ରଦ୍ଧା କପୁର:
ଶ୍ରଦ୍ଧା କପୁର ସ୍ତ୍ରୀ-୨ ଏକ ଚମତ୍କାର ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରରେ ଅଭିନେତ୍ରୀ ପ୍ରାୟ ୫ କୋଟି ଚାର୍ଜ କରିଛନ୍ତି। ସେ ଏହି ଫିଲ୍ମରେ ସ୍ତ୍ରୀର ଝିଅ ଭୂମିକାରେ ଅଭିନୟ କରିଛନ୍ତି। ଯାହାର ନିଜର ଶକ୍ତି ଅଛି ।

 

ରାଜକୁମାର ରାଓ:
ରାଜକୁମାର ରାଓ ସ୍ତ୍ରୀ-୨ରେ ପୁଣି ବିକି ହୋଇ ସମସ୍ତଙ୍କ ହୃଦୟକୁ ଛୁଇଁଛନ୍ତି। ଅଭିନେତା ଏହି ଫିଲ୍ମ ପାଇଁ ପ୍ରାୟ ୬ କୋଟି ଟଙ୍କାର ଏକ ବିରାଟ ପ୍ୟାକେଜ ନେଇଛନ୍ତି। ଏହି ଚଳଚ୍ଚିତ୍ରରେ ରାଜକୁମାର ଏକ ଲେଡିଜ ଟ୍ରେଲର ଭୂମିକାରେ ଅଭିନୟ କରିଛନ୍ତି।

 

ବରୁଣ ଧାୱନ:
ସ୍ତ୍ରୀ-୨ ବରୁଣ ଧାୱନ ସାନଦାର୍‌ ଏଣ୍ଟ୍ରି କରିଛନ୍ତି। ସେ ତାଙ୍କ ଚଳଚ୍ଚିତ୍ର ଭେଡିଆ ଅବତାରର ପୁନରାବୃତ୍ତି କରିଛନ୍ତି। ଏହି ଚଳଚ୍ଚିତ୍ରରେ ବରୁଣଙ୍କର ବହୁତ ଛୋଟ ଭୂମିକା ରହିଛି କିନ୍ତୁ ସେ ଏଥିପାଇଁ ବିପୁଳ ପରିମାଣର ଚାର୍ଜ କରିଛନ୍ତି। ସ୍ତ୍ରୀ-୨ ପାଇଁ ବରୁଣ ୨ କୋଟି ଟଙ୍କା ନେଇଛନ୍ତି।

 

ପଙ୍କଜ ତ୍ରିପାଠୀ:
ଅଭିନେତା ପଙ୍କଜ ତ୍ରିପାଠୀ ସ୍ତ୍ରୀ-୨ ଚମତ୍କାର ଅଭିନୟ କରିଛନ୍ତି। ଭେଟେରାନ ଅଭିନେତା ଏହି ଫିଲ୍ମ ପାଇଁ ୩ କୋଟି ଟଙ୍କା ଚାର୍ଜ କରିଛନ୍ତି।

 

ଅଭିଷେକ ବାନାର୍ଜୀ:
ଅଭିଷେକ ବାନାର୍ଜୀ ଏହି ଚଳଚ୍ଚିତ୍ରରେ ଜନାର ଭୂମିକାରେ ଅଭିନୟ କରିଛନ୍ତି। ଏହି ଭୂମିକା ପାଇଁ ଅଭିଷେକ ପ୍ରାୟ ୫୫ ଲକ୍ଷ ଟଙ୍କା ନେଇଛନ୍ତି।

 

ଅପାରଶକ୍ତି ଖୁରାନା :
ଅପାରଶକ୍ତି ଖୁରାନା ଏହି ଚଳଚ୍ଚିତ୍ର ପାଇଁ ୭୦ ଲକ୍ଷ ଟଙ୍କା ଶୁଳ୍କ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘରକୁ ହୋଇଥିଲା ବର୍ଷେ ଟ୍ରାକ୍ଟର ଚକା ତଳେ ଗଲା ଯୁବକଙ୍କ ଜୀବନ: ବାହୁନି ବାହୁନି କାନ୍ଦୁଛି …

ଚାନ୍ଦବାଲି, ୧୬/୦୫ (ଅଶୋକ ପଣ୍ଡା): ସାବିତ୍ରୀ ବ୍ରତ ଦିନ ଟ୍ରାକ୍ଟର ଚକା ତଳେ ଗଲା ଯୁବକଙ୍କ ଜୀବନ ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲା ଚାନ୍ଦବାଲି…

ସାତ୍ତ୍ୱିକ-ଚିରାଗ ଫାଇନାଲରେ

ବ୍ୟାଙ୍କକ୍‌,୧୬ା୫: ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଏବଂ ଚିରାଗ ଶେଟ୍ଟି ଥାଇଲାଣ୍ଡ ଓପନ ସୁପର ୫୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ପୁରୁଷ ଡବଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୯ ଓ ୨୦୨୪ରେ…

କ୍ରିକେଟ ଖେଳୁଥିବା ବେଳେ ଯୁବକଙ୍କ ଉପରେ ହେଲା ବଜ୍ରପାତ: ଟଳିପଡ଼ିଲେ…

ମୋହନା,୧୬।୫(ମନ୍ମଥ ମିଶ୍ର ):  ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ବାଘମାରି ପଞ୍ଚାୟତ ଶୁଲୁବା ଗାଁ ରେ ଅଘଟଣ ଘଟିଛି।  ଗାଁ ନିକଟସ୍ଥ ଏକ ପଡିଆରେ ବୟନ୍ତ…

ସନ୍ତରଣରେ ପ୍ରତିଭା ଦେଖାଇଲେ ଛାତ୍ରୀଛାତ୍ର

ରାଉରକେଲା,୧୫।୫(ବିପ୍ଳବ ରଞ୍ଜନ ଦାଶ): ନବଗଠିତ ଜିଲା ସୁଇମିଂ ଆସୋସିଏଶନ ପକ୍ଷରୁ ବିର୍ସାମୁଣ୍ଡା ଆଥଲେଟିକ ସୁଇମିଂ ପୁଲ୍‌ରେ ଜିଲାସ୍ତରୀୟ ସନ୍ତରଣ ପ୍ରତିଯୋଗିତା ସଫଳତାର ସହ ଆୟୋଜିତ ହୋଇଯାଇଛି। ବିଭିନ୍ନ…

୩୩ କେଭି ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଦିବ୍ୟାଙ୍ଗ ମହିଳା ଗୁରୁତର

ନନ୍ଦପୁର,୧୬ା୫(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ମାଳିବେଲଗାଁ ପଞ୍ଚାୟତ ଖୁଜେଲ ଗ୍ରାମର ଚାଷଜମି ଦେଇ ଯାଇଥିବା ୩୩ କେଭି ବିଦ୍ୟୁତ୍‌ ଲାଇନର ଖୁଣ୍ଟ ଓ ତାର…

ଧରମ ଝିଅକୁ ୫ମାସର ଗର୍ଭବତୀ କରି ୨୦ବର୍ଷ ଜେଲ ଗଲେ ଦିବ୍ୟାଙ୍ଗ ବାପା।

କଳିଙ୍ଗନଗର, ୧୬।୫ (ଶୁଭାଶିଷ ରାଉତ): ଯାଜପୁର ଜିଲା ଧର୍ମଶାଳା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଦଣ୍ଡାଦେଶ ହୋଇଛି।…

ଗୃହ ବିଭାଗ ନିଜ ପାଖରେ ରଖିଲେ ବିଜୟ

ଚେନ୍ନାଇ,୧୬।୫: ତାମିଲନାଡୁର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ସୁପାରିଶ ଉପରେ କାର୍ଯ୍ୟ କରି ରାଜ୍ୟପାଳ ବିଶ୍ୱନାଥ ଆର୍ଲେକର ରାଜ୍ୟର ନୂତନ କ୍ୟାବିନେଟକୁ ବିଭାଗ ଆବଣ୍ଟନ କରିଛନ୍ତି।…

ଶକ୍ତି ସଙ୍କଟକୁ ନେଇ ବଡ଼ ଚେତାବନୀ ଦେଲେ ମୋଦି

ଆମଷ୍ଟରଡମ,୧୬।୫: ନେଦରଲ୍ୟାଣ୍ଡସର ହେଗରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱକୁ ଶକ୍ତି ସଙ୍କଟ ବିଷୟରେ ସତର୍କ କରାଇ ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଥିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri