ପ୍ରକ୍ରିୟାକରଣ ହେବ ଷ୍ଟ୍ରବେରୀ-ହଳଦୀ-କଫି, ରାଜ୍ୟ ମିଶନ ଶକ୍ତି ନିର୍ଦ୍ଦେଶିକା ଦାରିଙ୍ଗବାଡ଼ି ଆସି…

ଦାରିଙ୍ଗବାଡ଼ି,୭ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳକୁ ରବିବାର ରାଜ୍ୟ ମିଶନ ଶକ୍ତି ନିର୍ଦ୍ଦେଶିକା ତଥା ଆଇଏଏସ୍‌ ମନିକା ପ୍ରିୟଦର୍ଶିନୀ ଦାରିଙ୍ଗବାଡ଼ି ଗସ୍ତରେ ଆସିଥିଲେ। ସେ ଶନିବାର ସନ୍ଧ୍ୟାରେ ଦାରିଙ୍ଗବାଡ଼ି ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ପହଞ୍ଚିବା ପରେ ବିଡିଓ ପ୍ରୀତିରଞ୍ଜନ ରଥ ତାଙ୍କୁ ସ୍ବାଗତ କରିଥିଲେ। ରବିବାର ଦାରିଙ୍ଗବାଡ଼ିର କଫି ବଗିଚା ଓ ସେଠାରେ ଥିବା କଫି କାଫେ ସମେତ ହିଲଭିୟୁ ପାର୍କ, ଦଣ୍ଡିମାଠାରେ ଥିବା ମିଶନଶକ୍ତି ମହିଳାଙ୍କ ହଳଦୀ ପ୍ରକ୍ରିୟା କରଣ କେନ୍ଦ୍ର ଓ ସୁଲୁମାହାଠାରେ ରହିଥିବା ମିଶନଶକ୍ତିର ହଳଦୀ ପ୍ରକ୍ରିୟାକରଣ କେନ୍ଦ୍ର ଆଦି ବୁଲି ଦେଖିଥିଲେ।

ପ୍ରକାଶ ଯେ, ମିଶନଶକ୍ତିର ମହିଳାମାନେ ଉକ୍ତ ବ୍ଲକର ଏକାଧିକ ସ୍ଥାନରେ ଷ୍ଟ୍ରବେରୀ ଚାଷ କରୁଛନ୍ତି ଏହା କମ୍‌ ସମୟ ମଧ୍ୟରେ ଚାଷ ଓ ଅମଳ ହେଉଥିବା ବେଳେ ମହିଳାଙ୍କୁ ଲାଭବାନ କରାଉଛି କିନ୍ତୁ ପ୍ରକ୍ରିୟାକରଣ ବ୍ୟବସ୍ଥା ହୋଇଥିଲେ ଷ୍ଟ୍ରବେରୀ ବର୍ଷ ସାରା ରୋଜଗାର ଦେଇପାରିବ ସ୍କ୍ବାସ୍‌ ଏବଂ ଜାମ୍‌ ପ୍ରସ୍ତୁତ କରିବା ପାଇଁ ସରକାରୀ କିମ୍ବା ବେସରକାରୀ ସ୍ତରରେ ପ୍ରକ୍ରିୟାକରଣ ପାଇଁ ବ୍ୟବସ୍ଥା କରାଗଲେ ଆହୁରି ଅଧିକ ଲାଭବାନ ସହ ଷ୍ଟ୍ରବେରୀ ଚାଷ ଆହୁରି ଅଧିକା ଚାଷୀ କରିପାରିବେ ବୋଲି ନିର୍ଦ୍ଦେଶିକା କହିବା ସହ ଏହାକୁ ସେ ପଦକ୍ଷେପ ନେବେ ବୋଲି ବିଡିଓଙ୍କୁ କହିଥିଲେ।

ସେହିପରି ବିଶ୍ୱବିଖ୍ୟାତ କନ୍ଧମାଳ ହଳଦୀର ପ୍ରକ୍ରିୟାକରଣ ସହ ଜିଆଇ ଟ୍ୟାଗ୍‌ ଲେବଲ୍‌, ବ୍ରାଣ୍ଡିଂ ଲେବଲ୍‌ରେ ବିକ୍ରିବଟା ଓ ପ୍ରକ୍ରିୟାକରଣ କରାଯିବାକୁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ସେହିପରି ଜୈବିକ ପଦ୍ଧତିରେ ଚାଷ କରାଯାଇଉଥିବା ତଥା ଦାରିଙ୍ଗବାଡ଼ିକୁ ସ୍ବତନ୍ତ୍ର ପରିଚୟ ଦେଇଥିବା କଫି ଏବେ ଟିଡିସିସି ତୋଳିବା ସହ ତାକୁ କୋରାପୁଟକୁ ପ୍ରକ୍ରିୟକରଣ ପାଇଁ ପଠାଯାଇ କୋରାପୁଟ ବ୍ରାଣ୍ଡିଂରେ ବିକ୍ରି କରାଯାଉଛି। ତେଣୁ ଦାରିଙ୍ଗବାଡ଼ିରେ କଫିର ପ୍ରକ୍ରିୟାକରଣ କରାଯିବାକୁ ରାଜ୍ୟ ସରକାର ପଦକ୍ଷେପ ନେବେ। ଏଥିସହ କଫି ଚାଷକୁ ଆହୁରି ଅଧିକ ଜମିରେ ଚାଷ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟ ମିଶନ ଶକ୍ତିର ନିର୍ଦ୍ଦେଶିକା ମନିକା ପ୍ରିୟଦର୍ଶିନୀ ଦାରିଙ୍ଗବାଡ଼ିରେ ଥିବା ମିଶନଶକ୍ତିର କାଫେରେ ଭୋଜନ କରିଥିଲେ ଓ ମହିଳା ସଦସ୍ୟଙ୍କ ସହ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri