ନିୟମଗିରିରେ ବନ୍ଦହେଲା ଷ୍ଟ୍ରବେରି ଚାଷ

ରାୟଗଡ଼ା,୯।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ କୁର୍ଲି ପଞ୍ଚାୟତ ମହକୁମାର ଲାକୁନୁ ଜାକାସିକା ଗତ ବର୍ଷ ପ୍ରଥମ ଥର ପାଇଁ ଷ୍ଟ୍ରବେରି ଚାଷ କରିଥିଲେ। ନିୟମଗିରି ପାହାଡ଼ ଉପରେ ଏହି ଚାଷ କରି ସେ ଲାଭବାନ ମଧ୍ୟ ହୋଇଥିଲେ। ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ଅଧୀନରେ ଥିବା ଓପିଲିପି ସମସ୍ତ ସହାୟତା ଲାକୁନୁଙ୍କୁ ପ୍ରଦାନ କରିଥିଲା। ତେବେ ଓପିଲିପି ବନ୍ଦ ହୋଇଯିବା କାରଣରୁ ଚାଷୀ ଲାକୁନୁ ଆଉ କୌଣସି ସହାୟତା ନ ପାଇ ଚଳିତ ବର୍ଷ ଆଉ ଷ୍ଟ୍ରବେରି ଚାଷ କରିନାହାନ୍ତି।
ଗତବର୍ଷ ଷ୍ଟ୍ରବେରି ଚାଷ ପାଇଁ ଲାକୁନୁଙ୍କ ୩ ଲକ୍ଷ ୫୦ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା। ଚାରା, ସାର, ବୁନ୍ଦା ଜଳସେଚନ ଓ ଶ୍ରମ ବାବଦକୁ ଏହି ଅର୍ଥ ଖର୍ଚ୍ଚ ହୋଇଥିଲା। ଷ୍ଟ୍ରବେରି ଫଳିବା ପରେ ନିୟମଗିରି ବ୍ରାଣ୍ଡ୍‌ ନାମରେ ସେ ବିକ୍ରି କରି ୭ ଲକ୍ଷ ଟଙ୍କା ପାଇଥିଲେ। ସମସ୍ତ ଖର୍ଚ୍ଚ ସହିତ ଜ୍ଞାନ କୌଶଳ ଓପିଲିପି ତରଫରୁ ପ୍ରଦାନ କରାଯାଇଥିଲା। ଏଭଳି କି ଷ୍ଟ୍ରବେରି ଫଳିବା ପରେ ରାୟଗଡ଼ା ସହର ସମେତ ଜେକେପୁର, ଥେରୁବାଲି ଆଦି ଗ୍ରାମରେ ଏହା ବିକ୍ରି କରି ଅର୍ଥ ଉପାର୍ଜନ କରିଥିଲେ। କେବଳ ସେତିକି ନୁହେଁ ଓପିଲିପି ସହାୟତାରେ ଭୁବନେଶ୍ୱରରେ ଅନୁଷ୍ଠିତ ଆଦିବାସୀ ମେଳା ଓ ଅନ୍ୟ ମେଳାରେ ଷ୍ଟ୍ରବେରି ବିକ୍ରି କରିଥିଲେ ଚାଷୀ ଲାକୁନୁ। ହେଲେ ବିଡ଼ମ୍ବନାର ବିଷୟ ମାତ୍ର ୧ବର୍ଷ ଭିତରେ ନିୟମଗିରି ପାହାଡ଼ରେ ଷ୍ଟ୍ରବେରି ଚାଷରେ ଯବନିକା ପଡ଼ିଯାଇଛି। ମୁଖ୍ୟତଃ ଏଥିପାଇଁ ସହାୟତା ପ୍ରଦାନ କରୁଥିବା ସଂସ୍ଥା ଓପିଲିପି ବନ୍ଦ ହୋଇଯିବାରୁ ଆଧୁନିକ ପ୍ରଣାଳୀର ଚାଷ କରୁଥିବା ଆଦିମ ଜନଜାତି ଡଙ୍ଗରିଆକନ୍ଧ ସମ୍ପ୍ରଦାୟର ଲୋକେ ନାନା ସମସ୍ୟା ଭୋଗୁଛନ୍ତି। ଗତ ସେପ୍ଟେମ୍ବରରୁ ଓପିଲିପିର ସମସ୍ତ କାର୍ଯ୍ୟ ବନ୍ଦ ହୋଇଥିବା ବେଳେ ଏପ୍ରିଲରୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶନାମା ଜାରି ହୋଇଥିଲା। ହେଲେ ସରକାର କୌଣସି ବିକଳ୍ପ ବ୍ୟବସ୍ଥା ଗ୍ରହଣ ନ କରି ଓପିଲିପି ବନ୍ଦ କରିଦେବାରୁ ଆଦିମ ଜନଜାତି ଲୋକେ ସମସ୍ୟା ଭୋଗୁଥିବା କହିଛନ୍ତି। ତେଣୁ ସରକାର ଏଥିପ୍ରତି ଦୃଷ୍ଟି ଦେଇ ଓପିଲିପିକୁ ପୁନଃ ଆରମ୍ଭ କଲେ ଡଙ୍ଗରିଆଙ୍କ ବିକାଶରେ ବେଶ୍‌ ସହାୟକ ହେବ ବୋଲି ଅଞ୍ଚଳବାସୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

CBI ତଦନ୍ତ ନେଇ ମୁହଁ ଖୋଲିଲେ ଦୀପାଳି, ମୋହନ ସରକାରଙ୍କୁ କଲେ ପ୍ରଶ୍ନ

ଭୁବନେଶ୍ୱର,୧୫।୧: ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ମୁହଁ ଖୋଲିଛନ୍ତି ଝିଅ ଦୀପାଳି ଦାସ। ଭାଜପା ନେତାମାନେ ବାରମ୍ବାର ଏହି ପ୍ରସଙ୍ଗ ଉଠାଉଥିବାରୁ ଅସନ୍ତୋଷ...

ରାଜାରାଣୀଙ୍କ ଝାମୁ ଯାତ୍ରା ସହ ଶେଷ ହେଲା ଆଦିବାସୀଙ୍କ ପୌଷ ପର୍ବ

ଥୁଆମୂଳ ରାମପୁର,,୧୫।୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଠାରେ ମାଳି ଚଗା ବା ରାଜାରାଣୀ ଝାମୁ ଯାତ୍ରା ସହ ଶେଷ ହେଲା ଆଦିବାସୀଙ୍କ...

ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି (NEP) ୨୦୨୦ ଲାଗୁ ପାଇଁ ବିଜ୍ଞପ୍ତି

ଭୁବନେଶ୍ୱର,୧୫।୧: ଭାରତ ସରକାର ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ଜାତୀୟ ଶିକ୍ଷା ନୀତି ୨୦୨୦ କୁ ରାଜ୍ୟରେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା...

ଶ୍ରୀମନ୍ଦିରରେ ଟଳିପଡ଼ିଲେ ସୁଆର ବଡୁ ସେବାୟତ

ପୁରୀ,୧୫ା୧(ଅଜିତ ମହାନ୍ତି): ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେବା କରିବା ସମୟରେ ଜଣେ ସୁଆରବଡୁ ସେବକଙ୍କ ମୃତ୍ୟୁ ଘଟିଛି। ମୃତ ସେବାୟତ ଜଣଙ୍କ ହେଉଛନ୍ତି ଜଗନ୍ନାଥ ସୁନାଥାଳି। ଶ୍ରୀମନ୍ଦିରରେ...

ଆଲୋକ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ, କେନ୍ଦୁଝରରେ ଥିଲେ…

ଭୁବନେଶ୍ୱର,୧୫।୧: ଓଡ଼ିଶା ସରକାର ବରିଷ୍ଠ ଓଏଏସ୍ ଅଧିକାରୀ ଆଲୋକ କୁମାର ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଯୁଗ୍ମ ସଚିବ ଭାବେ ନିଯୁକ୍ତ କରିଛନ୍ତି। ଏନେଇ...

ଟ୍ରଲରକୁ ଧକ୍କା ଦେଇ ବୁଡ଼ିଲା ବୋଟ୍‌, ୮ ଯାତ୍ରୀଙ୍କୁ ଉଦ୍ଧାର କଲେ ମତ୍ସ୍ୟଜୀବୀ

ଚାନ୍ଦବାଲି,୧୫ା୧(ଅଶୋକ ପଣ୍ଡା): ଭଦ୍ରକ ଜିଲା ଧାମରାଠାରେ ମାଛଧରା ଟ୍ରଲରକୁ ଧକ୍କା ଦେଇ ବୁଧବାର ଏକ ଯାତ୍ରୀବାହୀ ବୋଟ୍‌ ବୁଡ଼ିଯାଇଛି। ଖବରରୁ ପ୍ରକାଶ ଏକ ଯାତ୍ରୀବାହୀ ବୋଟ୍‌...

ଫେରିବ ଶୀତ, ଘନ କୁହୁଡି ପାଇଁ ଏସବୁ ଜିଲାକୁ ୟେଲୋ ୱାର୍ନିଂ ଜାରି

ଭୁବନେଶ୍ୱର,୧୫।୧: ଗତ ଦୁଇ ଦିନ ମଧ୍ୟରେ କିଛି ଆରାମ ପାଇବା ପରେ ଶୀତ ପୁଣି ଓଡିଶା ଫେରିବାର ସମ୍ଭାବନା ରହିଛି। ଆସନ୍ତା ତିନିରୁ ଚାରି ଦିନ...

ବାଲି ବୋଝେଇ ହାଇଓ୍ବା ଧକ୍କାରେ ମୋପେଡ ଚାଳକଙ୍କ ଜୀବନ ଗଲା

ହିଞ୍ଜିଳିକାଟୁ,୧୫ା୧(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଚୈତନ୍ୟପଡ଼ା ନିକଟରେ ଏକ ନଦୀ ବାଲି ବୋଝେଇ ହାଇଓ୍ବା ଧକ୍କାରେ ଜଣେ ମୋପେଡ ଚାଳକଙ୍କ ଜୀବନ ଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri