ବାମପନ୍ଥୀ ମାଓବାଦୀ କାର୍ଯ୍ୟକଳାପ ରୋକିବାକୁ ରଣନୀତି

ଭୁବନେଶ୍ୱର,୨୧।୧(ବ୍ୟୁରୋ):ରାଜ୍ୟରେ ବାମପନ୍ଥୀ ମାଓବାଦୀଙ୍କ କାର୍ଯ୍ୟକଳାପକୁ ରୋକିବାକୁ ଆରମ୍ଭ ହୋଇଛି ନୂଆ ରଣନୀତି। ଏନେଇ ବିଏସ୍‌ଏଫ୍‌ ମହାନିର୍ଦ୍ଦେଶକ ରାକେଶ ଆସ୍ଥାନା ବୁଧବାର ଓଡ଼ିଶା ଗସ୍ତରେ ଆସି ପୋଲିସ ଡିଜି ଅଭୟଙ୍କ ସହ ଆଲୋଚନା କରିଛନ୍ତି। ଭୁବନେଶ୍ୱରସ୍ଥିତ ଡିଜିପି କ୍ୟାମ୍ପ୍‌ରେ ଅନୁଷ୍ଠିତ ବୈଠକରେ ଏହା ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା। ଆଗାମୀ ରଣନୀତିକୁ ସଫଳ କରିବା ପାଉଁ ଦୃଢ଼ ସଂକଳ୍ପ ନେବାକୁ ବିଏସ୍‌ଏଫ୍‌ ଡିଜି ଆସ୍ଥାନା ଆହ୍ବାନ ଦେଇଛନ୍ତି।
ଡିଜିିପି ଅଭୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଓଡିଶା ପୋଲିସର ବରିଷ୍ଠ ଅଧିକାରୀ, ଇଣ୍ଟେଲିଜେନ୍ସି ବିଏସ୍‌ଏଫ୍‌ର ଅଧିକାରୀମାନେ ରାଜ୍ୟକୁ ମାଓବାଦୀମୁକ୍ତ କରିବା ନେଇ ଦୃଢ ସଂକଳ୍ପ ନେଇଥିଲେ। ଆସ୍ଥାନା ବାମପନ୍ଥୀ ଆତଙ୍କବାଦ ବା ମାଓବାଦୀ କାର୍ଯ୍ୟକଳାପ ଉପରେ ସମ୍ପୂର୍ଣ୍ଣ ରୋକ୍‌ ଦେବାନେଇ ପରବର୍ତ୍ତୀ କାର୍ଯ୍ୟପନ୍ଥା ଉପରେ ଡିଜିପି ଓ ଉପସ୍ଥିତ ବରିଷ୍ଠ ଅଧିକାରୀଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ରାଜ୍ୟ ପୋଲିସ ଓ ବିଏସ୍‌ଏଫ୍‌ ଅଧିକାରୀମାନେ ରାଜ୍ୟରେ ବର୍ତ୍ତମାନର ବାମପନ୍ଥୀ ମାଓବାଦୀଙ୍କ ଉପସ୍ଥିତି ଓ ପରିସ୍ଥିତି ସମ୍ବନ୍ଧୀୟ ପ୍ରସଙ୍ଗ ସଂକ୍ରାନ୍ତରେ ସୂଚନା ଦେଇଥିଲେ। ବିଶେଷକରି ଲାଲ୍‌ଗଡ଼ରେ ନିୟୋଜିତ ବିଏସ୍‌ଏଫ୍‌ କମ୍ପାନୀଗୁଡିକ କିପରି ବିପଦକୁ ମୁକାବିଲା କରିବା ଦିଗରେ ସଫଳ ରଣନୀତିକୁ କାର୍ଯ୍ୟକ୍ଷମ କରାଯାଇପାରିବ ତାହା ଉପରେ ଆଲୋଚନାରେ ଫୋକସ୍‌ ରହିଥିଲା। ମାଓବାଦୀଙ୍କ ଉପସ୍ଥିତି ଓ ବେଶ୍‌ ପ୍ରଭାବ ରହିଥିବା ଅଞ୍ଚଳରେ ବିଏସ୍‌ଏଫ ଯବାନଙ୍କ ପୁନଃ ମୁତୟନକୁ ଗୁରୁତ୍ୱ ଦିଆଯାଇଛି। ଏଥିସହ ରାଜ୍ୟ ପୋଲିସ ଓ ବିଏସ୍‌ଏଫ୍‌ ମଧ୍ୟରେ ଉଚିତ ସମନ୍ବୟରେ ଲାଲ୍‌ଗଡ଼କୁ ମାଓବାଦୀମୁକ୍ତ କରିବାର ଗୁରୁଦାୟିତ୍ୱକୁ ଠିକ ଭାବେ ତୁଲାଇବାକୁ ଅଧିକାରୀମାନେ ଦୃଢ ସଂକଳ୍ପ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛେଳି ଖାଇବାକୁ ଆସିଥିବା ୧୪ ଫୁଟର ଅହିରାଜ ଉଦ୍ଧାର, ଜଙ୍ଗଲରେ ଛାଡ଼ିଲା ବନବିଭାଗ

ପାଟଣା,୨୨ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ଡୁମୁରିଆ ପଞ୍ଚାୟତ ତଣ୍ଡ ଗ୍ରାମ ମଝିସାହିର ପ୍ରଭାକର ବେହେରାଙ୍କ ଘରୁ ୧୪ ଫୁଟ ଲମ୍ବର ଏକ ଅହିରାଜକୁ...

ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର ହେଲେ ନବରଙ୍ଗପୁର ଆର୍‌ଟିଓ: ୨୧ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହିବେ

ଜୟପୁର/ନବରଙ୍ଗପୁର,୯ା୩(ଡି.ଏନ.ଏ./ବି.ପ୍ର.)-ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ନବରଙ୍ଗପୁର ଆର୍‌ଟିଓ ଗଣେଶ୍ୱର କହଁରଙ୍କୁ ସୋମବାର କୋରାପୁଟ ଜିଲା ଜୟପୁର ସ୍ବତନ୍ତ୍ର ଭିଜିଲାନ୍ସ...

ରୋଜ୍‌ଭ୍ୟାଲି ଚିଟ୍‌ଫଣ୍ଡ ମାମଲା: ହାଇକୋର୍ଟରେ ସିବିଆଇର ଚାର୍ଜଶିଟ୍‌ ଦାଖଲ

କଟକ ଅଫିସ, ୨୨ା୮: ରୋଜଭ୍ୟାଲି ଚିଟ୍‌ଫଣ୍ଡ ମାମଲାର ଶୁଣାଣି ବୁଧବାର ହାଇକୋର୍ଟରେ ହୋଇଥିଲା। ଏଥିରେ ସିବିଆଇ ଚାର୍ଜଶିଟ୍‌ ଦାଖଲ କରିଛି। ତେବେ ତଦନ୍ତରୁ କ’ଣ ମିଳିଛି...

ଶିକ୍ଷକ କରୋନା ଚିହ୍ନଟ ପରେ ହାଇସ୍କୁଲରେ ପଡ଼ିଲା ତାଲା

ଭବାନୀପାଟଣା,୨୫।୩: ଭବାନୀପାଟଣା ଟାଉନ୍‌ ହାଇସ୍କୁଲର ଜଣେ ଶିକ୍ଷକ କୋଭିଡ୍‌ ଚିହ୍ନଟ ହୋଇଛନ୍ତି। ଏନେଇ ପ୍ରଶାସନ ପକ୍ଷରୁ ସ୍କୁଲର ସମସ୍ତ ଶିକ୍ଷକ ଓ କର୍ମଚାରୀଙ୍କୁ ହୋମ୍‌ ଆଇସୋଲେଶନ୍‌ରେ...

ଶ୍ରୀମନ୍ଦିର ପାଇଁ ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ

ପୁରୀ ଅଫିସ,୧୯।୪: ଶ୍ରୀମନ୍ଦିରର ବହୁ ସେବାୟତ ଓ କର୍ମଚାରୀ କରୋନାରେ ଆକ୍ରାନ୍ତ ହେବାପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦର୍ଶନ ଉପରେ କଟକଣା ଲଗାଯାଇଛି। ଏଥିସହ ନୂଆ...

ଡିସେମ୍ବର ୧୫ ସୁଦ୍ଧା ନିର୍ବାଚନ ସାରି ଫଳ ଘୋଷଣା କର

କଟକ ଅଫିସ,୨୦।୧୦: କରୋନା ଯୋଗୁ ଗତ ୭ ମାସ ହେବ ହାଇକୋର୍ଟ ବାର୍‌ ଆସୋସିଏଶନ୍‌ ସମେତ ରାଜ୍ୟର ସମସ୍ତ ଓକିଲ ସଂଘ ନିର୍ବାଚନ ବନ୍ଦ ରହିଥିଲା।...

୭,୫୦୦ କର୍ମଚାରୀଙ୍କୁ ଛଟେଇ କରିଛି ଟାଟା ପାଓ୍ବାର: କଂଗ୍ରେସ

ଭୁବନେଶ୍ୱର, ୩ା୭(ବ୍ୟୁରୋ): ଲୋକେ ମହମାରୀ କରୋନା ସହ ସଂଘର୍ଷ କରୁଥିବା ବେଳେ ୭,୫୦୦ ବିଦ୍ୟୁତ୍‌ କର୍ମଚାରୀଙ୍କୁ ଟାଟା ପାୱାର ଛଟେଇ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି...

ବୁଲାଗୋରୁଙ୍କ କବ୍‌ଜାରେ କଟକ-ଚାନ୍ଦବାଲି ରାସ୍ତା

ଆଳି,୧୨ା୫(ଡି.ଏନ.ଏ.): କଟକ-ଚାନ୍ଦବାଲି ରାସ୍ତାର ବିଭିନ୍ନ ଛକ ଏବେ ବୁଲାଗୋରୁଙ୍କ କବ୍‌ଜାରେ। ଏହି ଛକ ସ୍ଥାନଗୁଡିକରେ ମାଳମାଳ ବୁଲାଗୋରୁଙ୍କ ଅବାଧ ଚଳପ୍ରଚଳ ଯୋଗୁ ଗାଡି ଚାଳକମାନେ ଅସୁବିଧାର...

Advertisement
Archives

Model This Week