ଅଜବ ଉଦ୍ଭାବନ

ଆବଶ୍ୟକତା ହେଉଛି ଉଦ୍ଭାବନର ଜନନୀ। ସେଇ ଆବଶ୍ୟକତା ପାଇଁ ହିଁ ଆଜିଯାଏ ହୋଇପାରିଛି ଅନେକ ବଡ଼ ବଡ଼ ଉଦ୍ଭାବନ। ତେବେ ବେଳେବେଳେ ଏମିତି କିଛି ବି ଆବିଷ୍କାର ହୋଇଛି ଯାହା ବେଶ୍‌ ଅଜବ ଲାଗିବା ସହ ମଜାଦାର ବି ଲାଗେ।

ଦ ଫ୍ଲାସ୍କ ଟାଈ: ଅଫିସ୍‌୍‌ କାମର ଚାପ ଦିନେ ଦିନେ ଏତେ ଥାଏ ଯେ, ମୁଣ୍ଡ ଗରମ ହେଇଯାଏ। ଚାପ ଭିତରେ ଭାରି ଅଣନିଶ୍ୱାସୀ ଲାଗେ। ତେଣୁ ରିଲାକ୍ସ ହେବା ପାଇଁ ଅନେକେ ଗରମ ଗରମ କଫି ଲୋଡନ୍ତି। ତେବେ ଯଦି ଡବଲ ଡ୍ୟୁଟି କରିବାକୁ ପଡ଼େ କଫି ଆଣି ପିଇବାକୁ ବି ସମୟ ନ ଥାଏ। ଏମିତିରେ ଏହି ଟାଈ ଆପଣଙ୍କର ବହୁତ କାମରେ ଆସିବ। ଏହା କେବଳ ଯେ ପ୍ରଫେଶନାଲ ଲୁକ୍‌ ଦେବ ତାହା ନୁହେଁ ବରଂ ଏହି ଟାଈ ଭିତରେ ଲୁଚି ରହିଛି ଏକ ଫ୍ଲାସ୍କ। ଅର୍ଥାତ୍‌ ଉକ୍ତ ଟାଈରେ ଲୁକ୍କାୟିତଭାବେ ଏକ ଫ୍ଲୁଇଡ ବ୍ଲାଡର୍‌ ଓ ଷ୍ଟ୍ର ଅଛି। ଯାହା ଭିତରେ ଗରମ କଫି, ଚା’ ରଖିହେବ। ଆଉ ଆବଶ୍ୟକ ବେଳେ ଷ୍ଟ୍ର ସାହାଯ୍ୟରେ ସେହି ଫ୍ଲାସ୍କର କଫି ଅବା ଚା’କୁ ପିଇ ହେବ। ଯାହାଦ୍ୱାରା ଅଫିସ୍‌ କାମର ଚାପ କିଛିଟା କମିଯିବ।

ଦ ହୋଭରବ୍ରେଲା: ବର୍ଷାଦିନେ ହାତରେ ଛତା ଧରି ଗଲାବେଳେ ଛତାକୁ ଆୟତ୍ତ କରିବା ଭିତରେ ବର୍ଷାର ମଜାକୁ ଅନୁଭବ କରି ହୁଏନା। ହେଲେ ଏବେ ବର୍ଷାକୁ ଭରପୂର ଏନ୍‌ଜୟ କରିପାରିବେ। କାରଣ ବର୍ଷାରେ ଛତା ନେଇକି ଯାଉଥିଲେ ମଧ୍ୟ ତାକୁ ହାତରେ ଧରିବାକୁ ପଡ଼ିବନି। ଡ୍ରୋନ୍‌ ମାଧ୍ୟମରେ ଛତା ଆପଣଙ୍କ ମୁଣ୍ଡ ଉପରେ ଅହରହ ରହିବ। ଆପଣ ଯେତେ ମୁଣ୍ଡ ଏପଟସେପଟ କଲେ ବି ଡ୍ରୋନ୍‌ ମୁଣ୍ଡର ଗତି ଅନୁସାରେ ଯାଇ ମୁଣ୍ଡ ଉପରେ ହିଁ ରହିବ। ଡ୍ରୋନ୍‌ ଚାଳିତ ଏହି ଛତାକୁ ହୋଭରବ୍ରେଲା କୁହାଯାଉଛି।

କଫି ମଗ୍‌ ଆଇରନ୍‌: କଫି ପିଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି। କାରଣ କପେ କଫି ସବୁ ଥକାପଣକୁ ଦୂର କରି ମନରେ ଫ୍ରେସ୍‌ନେସ୍‌ ଭରିଦିଏ। ତେବେ ଏହି କଫି ମଗ୍‌ ଯଦି ଆଉ କିଛି କାମରେ ଆସେ ତା’ହେଲେ ତ ଖୁସି ଦୁଇଗୁଣା ହୋଇଯିବ। ଆସିଯାଇଛି ସେମିତି ଏକ ମଗ୍‌ ଯାହା ଦୁଇଟି କାମରେ ଆସେ। ଗୋଟିଏ ତ ସେଥିରେ କଫି ପିଇପାରିବେ ଦ୍ୱିତୀୟରେ କଫି ଗରମ ଥିବାବେଳେ ସେଥିରେ କପଡ଼ା ଆଇରନ୍‌ ବି କରିପାରିବେ। ଯଦିଓ ଏହା ପୁରା ସାର୍ଟ ଅବା ଡ୍ରେସ୍‌କୁ ଆଇରନ୍‌ କରିପାରିବନି। ତଥାପି କିଛି ଲୋଚାକୋଚାକୁ ସିଧା କରିପାରିବ।

ହେୟାରି ଲେଗିଂସ୍‌: ଆଜିକାଲି ଯୁବତୀମାନେ ଗୋଡ଼କୁ ଓ୍ବାକ୍ସ କରି ହେୟାର୍‌ ରିମୁଭ୍‌ କରୁଛନ୍ତି। ଯଦ୍ୱାରା କି ଗୋଡ ମସୃଣ ଓ ସଫା ଲାଗିବ। ଏମିତି ସ୍ଥଳରେ ଏଭଳି ବି ଏକ ଲେଗିଂସ୍‌ ଆସିଛି ଯାହାକୁ ପିନ୍ଧିଲେ ଗୋଡରେ ଅନେକ ହେୟାର୍‌ ଥିବା ଭଳି ଲାଗିବ। ଏହା ପିନ୍ଧିବାକୁ କମ୍ଫର୍ଟେବୁଲ। କିନ୍ତୁ ଏହା ଗୋଡକୁ ଏକ ଅଜବ ଲୁକ୍‌ ଦେବ। ଏହାକୁ ଚାଇନାର ଜଣେ ମହିଳା ତିଆରି କରିଛନ୍ତି। ଆଉ ଏହା ପଛର କାରଣ ହେଉଛି, ମନ୍ଦ ଉଦ୍ଦେଶ୍ୟ ରଖୁଥିବା ପୁରୁଷଙ୍କ ଦୃଷ୍ଟି ଆକର୍ଷଣରୁ ନିଜକୁ ବଞ୍ଚାଇବା।

ହେଡ ମାଉଣ୍ଟେଡ ଟିସ୍ୟୁ ରୋଲ୍‌: ଯେଉଁମାନଙ୍କର କ୍ରନିକ୍‌ କୋଲ୍ଡ ଅବା ରାଇନିଟିସ୍‌ ସମସ୍ୟା ଥାଏ। ସେମାନଙ୍କ ପାଇଁ ଏହା ବେଶ୍‌ ଉପକାରୀ ସାବ୍ୟସ୍ତ ହେବ। ଏମାନଙ୍କର ବାରମ୍ବାର ନାକରୁ ସିଙ୍ଗାଣି ବାହାରିବା, ଝିଙ୍କ, କାଶ ହେବାଯୋଗୁ ସବୁ ସମୟରେ ରୁମାଲ ଆବଶ୍ୟକ ପଡ଼େ। ଆଉ ସେହି ରୁମାଲକୁ ସଫା କରିବାକୁ ବି ପଡ଼େ। ହେଲେ ଏହି ଟିସ୍ୟୁ ରୋଲ୍‌ ଯାହାକୁ କି ମୁଣ୍ଡରେ ଫିକ୍ସ କରାଯାଏ ତାହା ଏହି ସମସ୍ୟାକୁ ନିଶ୍ଚିତଭାବେ ଦୂର କରିବ। ଯେତେଥର ସିଙ୍ଗାଣି ବାହାରୁ କି ଛିଙ୍କ ହେଉ ସଙ୍ଗେ ସଙ୍ଗେ ମୁଣ୍ଡ ଉପରେ ଥିବା ଏହି ଟିସ୍ୟୁ ରୋଲ୍‌ରୁ ଟିସ୍ୟୁ ଆଣି ବ୍ୟବହାର କରିହେବ। ଆଉ ବ୍ୟବହାର ପରେ ସେହି ଟିସୁ ପେପର୍‌କୁ ଡଷ୍ଟବିନ୍‌ରେ ଫିଙ୍ଗିଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ହନୁମାନ ପଇସାରୁ ବ୍ୟବସାୟୀଙ୍କୁ ଅପହରଣ: ଆଜି ଅଭିଯୁକ୍ତ-ବ୍ୟବ୍ୟସାୟୀଙ୍କୁ ମୁହାଁମୁହିଁ ଜେରା କରାଯାଇ…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ହନୁମାନ ପଇସା’ରୁ ହୋଇଥିଲା ଅପହରଣ। ୨ କୋଟି ୭୦ ଲକ୍ଷ ଟଙ୍କାର କାରବାର ହେଉଥିଲା। ଉଭୟ ଅପହରଣକାରୀ ଓ ଅପହୃତଙ୍କ ନାଁରେ ମାମଲା…

ଖୁବଶୀଘ୍ର ଭାରତ ଗସ୍ତ କରିପାରନ୍ତି ବାଂଲାଦେଶୀ ପ୍ରଧାନମନ୍ତ୍ରୀ; ଦିଲ୍ଲୀ-ଢାକା ସମ୍ପର୍କ ପାଇଁ ଏହି ଗସ୍ତ କାହିଁକି ଗୁରୁତ୍ୱପୂର୍ଣ୍ଣ ଜାଣନ୍ତୁ

ଢାକା/ନୂଆଦିଲ୍ଲୀ,୧୬।୮: ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନ ଅଗଷ୍ଟ ୨୦ ରୁ ୨୫ ମଧ୍ୟରେ ଭାରତ ଗସ୍ତ କରିପାରନ୍ତି। ‘ଦି ଡେଲି ଷ୍ଟାର’ ସୂତ୍ର ଉଦ୍ଧୃତ କରି ଏହି…

ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର

ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ…

‘ପଣ୍ଡିତ ଉତ୍କଳମଣି ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ହୃଦୟରେ ମଣି ହୋଇ ରହିଛନ୍ତି’

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି…

ସ୍ୱାଧୀନତା ଦିବସ ପରେଡ୍‌ରେ ବାଧକ ସାଜିଲା ଲଘୁଚାପ ବର୍ଷା

ଗୁଣପୁର, ୧୫।୮ (ସୁଜାତା ପାଢ଼ୀ): ଶନିବାର ସ୍ୱାଧୀନତା ଦିବସ ଅବସରରେ ଗୁଣପୁରରେ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରୀଛାତ୍ର ପରେଡ୍‌ରେ ଭାଗ ନେବାକୁ ଉତ୍ସାହର ସହ ଅପେକ୍ଷା…

ବିମାନ ବନ୍ଦରରେ ଯାତ୍ରୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି; ୨ କର୍ମଚାରୀ ଆହତ

ବାରାଣସୀ,୧୬।୮: ରବିବାର (ଅଗଷ୍ଟ ୧୬, ୨୦୨୬) ବାରାଣସୀ ବିମାନବନ୍ଦରରେ ସୁରକ୍ଷା ଯାଞ୍ଚ ସମୟରେ ହଠଶତ ଗୁଳି ଫୁଟିଥିଲା। ଏହି ଘଟଣାରେ ବିମାନବନ୍ଦରରେ ନିୟୋଜିତ ଦୁଇଜଣ AAICLAS ସ୍କ୍ରିନର…

ବ୍ୟବସାୟୀ ଅପହରଣ ଘଟଣାର ପର୍ଦ୍ଦାଫାଶ: ସାମ୍ନାକୁ ଆସିଲା ବଡ଼ କାରଣ: ‘ହନୁମାନ ପଇସା’ କାରବାରରୁ…

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ‘ହନୁମାନ ପଇସା’ କାରବାରକୁ କେନ୍ଦ୍ର କରି ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ଅପହରଣ କରାଯାଇଥିବା ଜଣାପଡ଼ିଛି। ଭୁବନେଶ୍ୱରରୁ…

ହର୍ମୁଜକୁ ନେଇ ଆସିଲା ଭଲ ଖବର: ଇରାନ-ଓମାନ ମଧ୍ୟରେ ଚୁକ୍ତି ଚୂଡ଼ାନ୍ତ

ତେହରାନ,୧୬।୮: ଇରାନ ଏବଂ ଓମାନ ମଧ୍ୟରେ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଚାଲିଥିବା ଚୁକ୍ତିକୁ ନେଇ ସକାରାତ୍ମକ ଖବର ଆସିଛି। ରିପୋର୍ଟଗୁଡ଼ିକ ସୂଚାଇଛି ଯେ ଏହି ରଣନୈତିକ ଜଳପଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri