Posted inଜାତୀୟ

ପୋଷ୍ଟିଂ ଅର୍ଡର ନ ଆସୁଣୁ ଜଏନିଂ

ଭୁବନେଶ୍ୱର,୪।୨(ବ୍ୟୁରୋ):ପୋଲିସ ବିଭାଗରେ ଏବେ ଅଜବ ଘଟଣା ନଜରକୁ ଆସିଛି। ଆଇନକାନୁନ, ନୀତିନିୟମ ପାଳନ ପାଇଁ କାର୍ଯ୍ୟ କରୁଥିବା ଏହି ବିଭାଗରେ ବଡ଼ ବ୍ୟତିକ୍ରମ ଘଟିଛି। ପଦୋନ୍ନତି ପାଇଥିବା କେତେଜଣ ବାବୁ ଗାଦି ଲୋଭରେ ନୀତିନିୟମକୁ ଜଳାଞ୍ଜଳି ଦେଇ ପୋଷ୍ଟିଂ ଅର୍ଡର ନ ଆସୁଣୁ ଚୌକି ଦଖଲ କରିଛନ୍ତି। ସେମାନଙ୍କ ମନରେ ଦାମୀ ଚୌକି ଖସି ଯିବାର ଭୟ ବି ଘାରିଛି। ଏବେ ବି ଡେପୁଟେଶନରେ ଥିବା କିମ୍ବା ଅନ୍ୟ କୌଣସି କାରଣରୁ ଆଉକେତେଜଣ ଅଫିସର ପଦୋନ୍ନତି ପାଇନାହାନ୍ତି। ସେମାନେ କାଳେ କୋର୍ଟଙ୍କ ଆଶ୍ରୟ ନେଇ ପଦୋନ୍ନତି ଓ ନୂଆ ପୋଷ୍ଟିଂ ଉପରେ ଅଙ୍କୁଶ ଲଗାଇଦେବେ, ସେପରି ଆଶଙ୍କା କରି ଏମାନେ ଆଗୁଆ ଜଏନ୍‌ କରିଛନ୍ତି। ପୋଲିସବାବୁଙ୍କ ଏପରି ଆଧିପତ୍ୟକୁ ନେଇ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ଚର୍ଚ୍ଚା ଜୋର୍‌ ଧରିଛି। ସେମାନେ ଖୋଲାଖୋଲି ମୁହଁ ନ ଖୋଲୁଥିଲେ ମଧ୍ୟ ଉଚ୍ଚ ଅଧିକାରୀଙ୍କ ନିକଟରେ କଥା ପହଞ୍ଚତ୍ଥିବା ସୂଚନା ମିଳିଛି।
ନିକଟରେ ଓଡ଼ିଶା ପୋଲିସରେ ଏକ ବଡ଼ଧରଣର ପଦୋନ୍ନତି କରାଯାଇଥିଲା। ଏକକାଳୀନ ୩୦୧ ଇନ୍ସପେକ୍ଟରଙ୍କୁ ଡିଏସ୍‌ପି ପାହ୍ୟାକୁ ପଦୋନ୍ନତି ମିଳିଥିବା ନେଇ ଗତ ୩୦ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଯାଏ ଏମାନଙ୍କ ନୂଆ ପୋଷ୍ଟିଂ ସଂକ୍ରାନ୍ତରେ କୌଣସି ବିଜ୍ଞପ୍ତି ପ୍ରକାଶ ପାଇନି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା, ପୋଷ୍ଟିଂ ଆସିବା ପୂର୍ବରୁ ଡିଏସ୍‌ପି ଇନ୍‌ଚାର୍ଜ ଥିବା କେତେଜଣ ଅଧିକାରୀ ନୂଆ ପଦରେ ଜଏନ୍‌ କରିସାରିଲେଣି। ଏଠାରେ ପ୍ରଶ୍ନ ଉଠୁଛି, ଅର୍ଡର ନ ଆସିବା ପୂର୍ବରୁ ସେମାନେ ନିଜ ପୋଷ୍ଟିଂ ସମ୍ପର୍କରେ କିପରି ଜାଣିଲେ? ନା ଚୌକି ଆଉ କିଏ ନେଇଯିବ ଭାବି ଏପରି ଆଗୁଆ ଜଏନ୍‌ କରିଛନ୍ତି। କୋରାପୁଟ, ମାଲକାନଗିରି ଆଦି ମାଓବାଦୀ ପ୍ରଭାବିତ ଅଞ୍ଚଳକୁ ଠେଲି ହୋଇଯିବାର ଭୟ ରଖି କେତେଜଣ ଅଫିସର ନିଜର ଯୋଗଦାନପତ୍ର ଦେଇଛନ୍ତି ବୋଲି କୌତୂହଳରେ ତାଙ୍କ ବନ୍ଧୁମାନେ କହୁଛନ୍ତି। ଏହାକୁ ନେଇ ଅନ୍ୟ ଅଧିକାରୀଙ୍କ ମଧ୍ୟରେ ନାନା ଗୁଞ୍ଜରଣ ଚାଲିଥିବାବେଳେ ଆଉ କେହି ଉପର ମହଲରୁ ଆଗୁଆ ଜଏନିଂ ପାଇଁ ଇଙ୍ଗିତ ଆସିଥିବା ଆଲୋଚନା କରୁଛନ୍ତି। ପଦୋନ୍ନତି ବିଜ୍ଞପ୍ତି ଗୃହ ବିଭାଗ ପ୍ରକାଶ କରିଥାଏ, କିନ୍ତୁ ପୋଷ୍ଟିଂ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ହିଁ କରିଥାନ୍ତି। ତେବେ ଏମିତି କେଉଁ ସ୍ଥିତି ସୃଷ୍ଟି ହେଲା ଯେ, ଜଏନିଂ ପାଇଁ ଅଫିସରମାନେ ଡିଜିପିଙ୍କ ଅର୍ଡରକୁ ଅପେକ୍ଷା କଲେ ନାହିଁ। ନିର୍ଦ୍ଦେଶ ପୂର୍ବରୁ କେଉଁ ବରିଷ୍ଠ ଅଧିକାରୀମାନେ ଏମାନଙ୍କୁ ଜଏନିଂ ପାଇଁ ସାହସ ଦେଲେ ବା ସ୍ବୀକୃତି ପ୍ରଦାନ କଲେ, ତାହାକୁ ନେଇ ପୋଲିସ ବିଭାଗରେ ଚର୍ଚ୍ଚା ଜୋର୍‌ ଧରିଛି। ଏହି ଘଟଣାକୁ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀମାନେ ମଧ୍ୟ ସ୍ବୀକାର କରିଛନ୍ତି। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏପର୍ଯ୍ୟନ୍ତ ସେମିତି କିଛି ଜଏନିଂ ଅର୍ଡର ଆମ ପାଖକୁ ଆସିନାହିଁ। ପୂର୍ବରୁ ଇନ୍‌ଚାର୍ଜରେ ଥିବା କେତେଜଣ ଅଫିସର ଜଏନିଂ ନେଇଛନ୍ତି। ସେମାନେ ପୂର୍ବରୁ ଯେଉଁ ଜାଗାରେ ଥିଲେ ସେହି ଜାଗାରେ ଜଏନ୍‌ କରିଛନ୍ତି। ସେମାନଙ୍କ ପ୍ରମୋଶନ ହୋଇଛି, କିନ୍ତୁ ଟ୍ରାନ୍ସଫର ହୋଇନାହିଁ। ଅର୍ଡର ଆସିଲେ ଅନ୍ୟମାନଙ୍କର ଜଏନିଂ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri