Posted inଜାତୀୟ

ପୋଷ୍ଟିଂ ଅର୍ଡର ନ ଆସୁଣୁ ଜଏନିଂ

ଭୁବନେଶ୍ୱର,୪।୨(ବ୍ୟୁରୋ):ପୋଲିସ ବିଭାଗରେ ଏବେ ଅଜବ ଘଟଣା ନଜରକୁ ଆସିଛି। ଆଇନକାନୁନ, ନୀତିନିୟମ ପାଳନ ପାଇଁ କାର୍ଯ୍ୟ କରୁଥିବା ଏହି ବିଭାଗରେ ବଡ଼ ବ୍ୟତିକ୍ରମ ଘଟିଛି। ପଦୋନ୍ନତି ପାଇଥିବା କେତେଜଣ ବାବୁ ଗାଦି ଲୋଭରେ ନୀତିନିୟମକୁ ଜଳାଞ୍ଜଳି ଦେଇ ପୋଷ୍ଟିଂ ଅର୍ଡର ନ ଆସୁଣୁ ଚୌକି ଦଖଲ କରିଛନ୍ତି। ସେମାନଙ୍କ ମନରେ ଦାମୀ ଚୌକି ଖସି ଯିବାର ଭୟ ବି ଘାରିଛି। ଏବେ ବି ଡେପୁଟେଶନରେ ଥିବା କିମ୍ବା ଅନ୍ୟ କୌଣସି କାରଣରୁ ଆଉକେତେଜଣ ଅଫିସର ପଦୋନ୍ନତି ପାଇନାହାନ୍ତି। ସେମାନେ କାଳେ କୋର୍ଟଙ୍କ ଆଶ୍ରୟ ନେଇ ପଦୋନ୍ନତି ଓ ନୂଆ ପୋଷ୍ଟିଂ ଉପରେ ଅଙ୍କୁଶ ଲଗାଇଦେବେ, ସେପରି ଆଶଙ୍କା କରି ଏମାନେ ଆଗୁଆ ଜଏନ୍‌ କରିଛନ୍ତି। ପୋଲିସବାବୁଙ୍କ ଏପରି ଆଧିପତ୍ୟକୁ ନେଇ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ଚର୍ଚ୍ଚା ଜୋର୍‌ ଧରିଛି। ସେମାନେ ଖୋଲାଖୋଲି ମୁହଁ ନ ଖୋଲୁଥିଲେ ମଧ୍ୟ ଉଚ୍ଚ ଅଧିକାରୀଙ୍କ ନିକଟରେ କଥା ପହଞ୍ଚତ୍ଥିବା ସୂଚନା ମିଳିଛି।
ନିକଟରେ ଓଡ଼ିଶା ପୋଲିସରେ ଏକ ବଡ଼ଧରଣର ପଦୋନ୍ନତି କରାଯାଇଥିଲା। ଏକକାଳୀନ ୩୦୧ ଇନ୍ସପେକ୍ଟରଙ୍କୁ ଡିଏସ୍‌ପି ପାହ୍ୟାକୁ ପଦୋନ୍ନତି ମିଳିଥିବା ନେଇ ଗତ ୩୦ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଯାଏ ଏମାନଙ୍କ ନୂଆ ପୋଷ୍ଟିଂ ସଂକ୍ରାନ୍ତରେ କୌଣସି ବିଜ୍ଞପ୍ତି ପ୍ରକାଶ ପାଇନି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା, ପୋଷ୍ଟିଂ ଆସିବା ପୂର୍ବରୁ ଡିଏସ୍‌ପି ଇନ୍‌ଚାର୍ଜ ଥିବା କେତେଜଣ ଅଧିକାରୀ ନୂଆ ପଦରେ ଜଏନ୍‌ କରିସାରିଲେଣି। ଏଠାରେ ପ୍ରଶ୍ନ ଉଠୁଛି, ଅର୍ଡର ନ ଆସିବା ପୂର୍ବରୁ ସେମାନେ ନିଜ ପୋଷ୍ଟିଂ ସମ୍ପର୍କରେ କିପରି ଜାଣିଲେ? ନା ଚୌକି ଆଉ କିଏ ନେଇଯିବ ଭାବି ଏପରି ଆଗୁଆ ଜଏନ୍‌ କରିଛନ୍ତି। କୋରାପୁଟ, ମାଲକାନଗିରି ଆଦି ମାଓବାଦୀ ପ୍ରଭାବିତ ଅଞ୍ଚଳକୁ ଠେଲି ହୋଇଯିବାର ଭୟ ରଖି କେତେଜଣ ଅଫିସର ନିଜର ଯୋଗଦାନପତ୍ର ଦେଇଛନ୍ତି ବୋଲି କୌତୂହଳରେ ତାଙ୍କ ବନ୍ଧୁମାନେ କହୁଛନ୍ତି। ଏହାକୁ ନେଇ ଅନ୍ୟ ଅଧିକାରୀଙ୍କ ମଧ୍ୟରେ ନାନା ଗୁଞ୍ଜରଣ ଚାଲିଥିବାବେଳେ ଆଉ କେହି ଉପର ମହଲରୁ ଆଗୁଆ ଜଏନିଂ ପାଇଁ ଇଙ୍ଗିତ ଆସିଥିବା ଆଲୋଚନା କରୁଛନ୍ତି। ପଦୋନ୍ନତି ବିଜ୍ଞପ୍ତି ଗୃହ ବିଭାଗ ପ୍ରକାଶ କରିଥାଏ, କିନ୍ତୁ ପୋଷ୍ଟିଂ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ହିଁ କରିଥାନ୍ତି। ତେବେ ଏମିତି କେଉଁ ସ୍ଥିତି ସୃଷ୍ଟି ହେଲା ଯେ, ଜଏନିଂ ପାଇଁ ଅଫିସରମାନେ ଡିଜିପିଙ୍କ ଅର୍ଡରକୁ ଅପେକ୍ଷା କଲେ ନାହିଁ। ନିର୍ଦ୍ଦେଶ ପୂର୍ବରୁ କେଉଁ ବରିଷ୍ଠ ଅଧିକାରୀମାନେ ଏମାନଙ୍କୁ ଜଏନିଂ ପାଇଁ ସାହସ ଦେଲେ ବା ସ୍ବୀକୃତି ପ୍ରଦାନ କଲେ, ତାହାକୁ ନେଇ ପୋଲିସ ବିଭାଗରେ ଚର୍ଚ୍ଚା ଜୋର୍‌ ଧରିଛି। ଏହି ଘଟଣାକୁ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀମାନେ ମଧ୍ୟ ସ୍ବୀକାର କରିଛନ୍ତି। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏପର୍ଯ୍ୟନ୍ତ ସେମିତି କିଛି ଜଏନିଂ ଅର୍ଡର ଆମ ପାଖକୁ ଆସିନାହିଁ। ପୂର୍ବରୁ ଇନ୍‌ଚାର୍ଜରେ ଥିବା କେତେଜଣ ଅଫିସର ଜଏନିଂ ନେଇଛନ୍ତି। ସେମାନେ ପୂର୍ବରୁ ଯେଉଁ ଜାଗାରେ ଥିଲେ ସେହି ଜାଗାରେ ଜଏନ୍‌ କରିଛନ୍ତି। ସେମାନଙ୍କ ପ୍ରମୋଶନ ହୋଇଛି, କିନ୍ତୁ ଟ୍ରାନ୍ସଫର ହୋଇନାହିଁ। ଅର୍ଡର ଆସିଲେ ଅନ୍ୟମାନଙ୍କର ଜଏନିଂ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?