Posted inଫୁରସତ

ଅଜବ ହେଲ୍‌ମେଟ୍‌

ଗାଡ଼ି ଚଲାଇବା ବେଳେ ସୁରକ୍ଷା ପାଇଁ ହେଲ୍‌ମେଟ୍‌ ବ୍ୟବହାର କରାଯାଏ। ଯେଉଁଥିପାଇଁ ମାର୍କେଟ୍‌ରେ ବିଭିନ୍ନ କମ୍ପାନିର ଭଳିକି ଭଳି ଡିଜାଇନ୍‌ ଏବଂ କଲରର ହେଲମେଟ୍‌ ଉପଲବ୍ଧ। ହେଲେ କେତେକ ଯୁବପିଢ଼ି ସୁରକ୍ଷା ସହିତ ଫ୍ୟାଶନେବଲ୍‌ ଲୁକ୍‌ ପାଇଁ ଏମିତି କିଛି ଅଜବ ଡିଜାଇନ୍‌ର ହେଲ୍‌ମେଟ୍‌ ବ୍ୟବହାର କରୁଛନ୍ତି, ଯାହାକୁ ଦେଖିଲେ ଯେକେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ଜାଣିବା ସେଭଳି କେତେକ ଅଜବ
ହେଲ୍‌ମେଟ୍‌ ସମ୍ପର୍କରେ…

ହେୟାର୍‌ ହେଲ୍‌ମେଟ୍‌: ଏହି ହେଲ୍‌ମେଟ୍‌ ଦେଖିବାକୁ ଖୁବ୍‌ ଆକର୍ଷଣୀୟ। ଏହାକୁ ପିନ୍ଧିବା ପରେ ଜଣେ ହେଲ୍‌ମେଟ୍‌ ଲଗାଇଛି କି ନାହିଁ ଜାଣିବା ମୁସ୍କିଲ୍‌। କାରଣ ଏଥିରେ ହେଲମେଟ୍‌ ଉପରେ ଏଭଳି ଭାବେ ଚୁଟି ଲଗାଯାଇଛି, ଯାହାକୁ ଦେଖିଲେ ସତ ଭଳି ମନେହେବ। ଫ୍ୟାଶନ୍‌ ସହିତ ସୁରକ୍ଷା ମିଳୁଥିବାରୁ ଯୁବପିଢ଼ି ବିଶେଷ କରି ଯୁବତୀମାନେ ଏଭଳି ହେଲମେଟ୍‌ ପ୍ରତି ଆଗ୍ରହୀ ହେଉଥିବା ଦେଖିବାକୁ ମିଳୁଛି।
ଏଲ୍‌ଇଡି ହର୍ନ ହେଲ୍‌ମେଟ୍‌: ଭିଡ଼ରେ ସବୁଠୁ ଭିନ୍ନ ଦେଖାଯିବାକୁ ଚାହୁଁଥିବା ଯୁବପିଢ଼ିଙ୍କ ପାଇଁ ଏହି ହେଲ୍‌ମେଟ୍‌ ବେଷ୍ଟ ଅପ୍ସନ। କାରଣ ଏହି ହେଲ୍‌ମେଟ୍‌କୁ ମେଟାଲିକ୍‌ ଡିଜାଇନ୍‌ କରାଯାଇଥିବା ବେଳେ ଏଥିରେ ଦୁଇଟି ସିଙ୍ଘ ରହିଛି, ଯେଉଁଥିରେ ଏଲ୍‌ଇଡି ଲାଇଟ୍‌ ଫିଟ୍‌ କରାଯାଇଥିବାରୁ ରାତିରେ ଏହା ଜଳିଥାଏ। ଟିଭି ପରଦାରେ ଦେଖିଥିବା କାଳ୍ପନିକ ଅସୁର ଚରିତ୍ରମାନଙ୍କ ସିଙ୍ଘ ପରି ଡିଜାଇନ୍‌ କରାଯାଇଥିବା ଏହି ହେଲ୍‌ମେଟ୍‌ ନା କେବଳ ସୁରକ୍ଷା ଦେଇଥାଏ ବରଂ ଡିଫରେଣ୍ଟ ଓ ଫନି ଲୁକ୍‌ ବି ଦେଇଥାଏ।
ବାର୍ଡ ଏବଂ ଆନିମଲ୍‌ ଫେସ୍‌ ହେଲ୍‌ମେଟ୍‌: ବର୍ତ୍ତମାନ ଆଙ୍ଗ୍ରି ବାର୍ଡ, ଟର୍କି, ଇଗଲ ଭଳି ବିଭିନ୍ନ ବାର୍ଡ ହେଉ କିମ୍ବା ବନ୍ନି ବା ର଼୍ୟାବିଟ୍‌, ଟାଇଗର୍‌, ଡାଇନୋସର, ଫ୍ରଗ୍‌ ଭଳି ଅନେକ ଆନିମଲ୍‌ଙ୍କ ଫେସ୍‌ ଆକୃତିର ହେଲ୍‌ମେଟ୍‌ର ଡିମାଣ୍ଡ ବଢୁଥିବାର ଦେଖିବାକୁ ମିଳୁଛି। ହେଲ୍‌ମେଟ୍‌ ଉପରେ ବିଭିନ୍ନ ବାର୍ଡ, ଆନିମଲ୍‌ ଫେସ୍‌ର ସଫ୍ଟଟଏ ଡିଜାଇନ୍‌ କରାଯାଉଛି, ଯାହାକି ଦେଖିବାକୁ ବେଶ୍‌ ଫନି ଏବଂ ଅନ୍ୟମାନଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ। ତେଣୁ ଯୁବବର୍ଗଙ୍କ ମଧ୍ୟରେ ଏଭଳି ହେଲ୍‌ମେଟ୍‌ର ଡିମାଣ୍ଡ ବଢୁଥିବାର ଦେଖିବାକୁ ମିଳୁଛି।

 


Enter your email to get our daily news in your inbox.

All Right Reserved By Dharitri.Com

ବସୁଧା ଯୋଜନା: ଲୋକଙ୍କୁ ମିଳୁନାହିଁ ପାଣି

କର୍ଲାମୁଣ୍ଡା,୯ା୫(ପ୍ରଦୀପ କୁମାର ସାହୁ): ସରକାର ସମସ୍ତଙ୍କୁ ପିଇବାପାଣି ଯୋଗାଇବା ନିମନ୍ତେ ବିଭିନ୍ନ ସ୍ଥାନରେ ବସୁଧା ଯୋଜନାରେ ପାଣି ଟାଙ୍କି ନିର୍ମାଣ ପାଇଁ ଟେଣ୍ଡର ଜରିଆରେ ବ୍ୟବସ୍ଥା କରିଛନ୍ତି।…

ଭୁବନେଶ୍ୱରରେ ମାଡ଼ିଗଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଭୁବନେଶ୍ୱର,୯।୫: ଭୁବନେଶ୍ୱରସ୍ଥିତ ଫାୟାର୍‌ ଷ୍ଟେଶନ ଓଭର୍‌ ବ୍ରିଜ ଉପରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଏକ ଦ୍ରୁତଗାମୀ…

ବାକି ଟଙ୍କା ଆଦାୟ କରିବାକୁ ଯାଇ ଅପହରଣ: କେନ୍ଦୁଝରରୁ କଟକ ନେବା ବେଳେ ଶାଳପଡ଼ା ଠାରେ ଧରିଲା ପୋଲିସ, ୨ ଗିରଫ

ହାଟଡିହୀ/ଛେନାପଦୀ,୯।୫ (ଶୁଭକାନ୍ତ ନାୟକ/ନିରାକାର ପରିଡା): ବାକି ଟଙ୍କା ଆଦାୟ କରିବାକୁ ଯାଇ ଜଣେ ବ୍ୟବସାୟୀ ଅପହରଣର ଶିକାର ହୋଇଛନ୍ତି। କେନ୍ଦୁଝରରୁ ଅପହରଣ କରି କଟକ ଅଭିମୁଖେ ନେଇ…

ଅଗ୍ନି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ: ଏକାଧିକ ଲକ୍ଷ୍ୟଭେଦର ରହିଛି ଦକ୍ଷତା

ବାଲେଶ୍ୱର,୯ା୫(ବାଞ୍ଛାନିଧି ଦେ): ଭାରତର ପ୍ରତିରକ୍ଷା ବିଭାଗ ଦେଶର ସୁରକ୍ଷା ରଣନୈତିକ କ୍ଷମତାରେ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି। ଏହି କ୍ରମରେ ଓଡ଼ିଶା ଉପକୂଳର ଡ.…

ସୁବ୍ରମଣିଙ୍କୁ ନୂତନ CDS ନିଯୁକ୍ତ, ସ୍ବାମୀନାଥନ୍‌ ନୌସେନା ମୁଖ୍ୟ ନିଯୁକ୍ତ

ନୂଆଦିଲ୍ଲୀ,୯।୫: ଭାରତ ସରକାର ସଶସ୍ତ୍ର ବାହିନୀରେ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ଘୋଷଣା କରିଛନ୍ତି। କେନ୍ଦ୍ର ସରକାର ଲେଫ୍ଟନାଣ୍ଟ ଜେନେରାଲ ଏନ.ଏସ. ରାଜା ସୁବ୍ରମଣିଙ୍କୁ ନୂତନ ପ୍ରତିରକ୍ଷା ମୁଖ୍ୟ(CDS) ଭାବେ…

ସଞ୍ଜୀବ ଆରୋରା କିଏ? ଇଡି ହେପାଜତରେ ରିଅଲ ଇଷ୍ଟେଟ ଜଗତର ‘ମୁକୁଟହୀନ ସମ୍ରାଟ’ – ତାଙ୍କ ଗିରଫଦାରୀର କାରଣ ଜାଣନ୍ତୁ

ଚଣ୍ଡିଗଡ଼,୯।୫: ପଞ୍ଜାବର ସ୍ଥାନୀୟ ସରକାର ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ସଞ୍ଜୀବ ଆରୋରାଙ୍କୁ ଗିରଫ କରାଯାଇଛି। ରିପୋର୍ଟ ଅନୁଯାୟୀ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)ର ଏକ ଦଳ ଆରୋରାଙ୍କୁ…

‘ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ କରିବାର ପରମ୍ପରାକୁ ବଜାୟ ରଖିଛି ଭାଜପା’: ସଞ୍ଜୟ ରାଉତଙ୍କ କଡ଼ା ଟାର୍ଗେଟ

ନୂଆଦିଲ୍ଲୀ,୯।୫: ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ଗୋଷ୍ଠୀର ନେତା ଏବଂ ରାଜ୍ୟ ସଭା ଏମପି ସଞ୍ଜୟ ରାଉତ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବରେ ଶୁଭେନ୍ଦୁ ଅଧିକାରୀଙ୍କୁ ଚୟନ କରିବା…

ସ୍ପେନରେ ନିଶା କାରବାରକୁ ଶକ୍ତ ଝଟକା, ୪୧ ଟନ କୋକେନ ଜବତ, ୭୭ ଗିରଫ

ମାଡ୍ରିଡ,୯।୫: ସମୁଦ୍ରରେ ନିଶା କାରବାର ବିରୋଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନରେ, ସ୍ପାନିସ ପୋଲିସ ମୋଟ ୪୧ ଟନ କୋକେନ ଜବତ କରିଛି। କେବଳ ଏହି ଅପରେଶନଗୁଡ଼ିକ ମଧ୍ୟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri