Posted inଜାତୀୟ

କରୋନା ସମୟରେ ଜନ୍ମ ହୋଇଥିବା ପିଲାଙ୍କ ନିକଟରେ ଦେଖିବାକୁ ମିଳୁଛି ଅଜବ ଆଚରଣ: ବିଶେଷଜ୍ଞଙ୍କ ରିପୋର୍ଟ

ନୂଆଦିଲ୍ଲୀ,୫।୭: ଦୀର୍ଘ ସମୟ ପରେ ଧୀରେ ଧୀରେ ପିଲାମାନଙ୍କଠାରେ କରୋନା ସମୟର ପାର୍ଶ୍ୱ ପ୍ରତିକ୍ରିୟା ଆରମ୍ଭ ହେବାକୁ ଲାଗିଛି। ମହାମାରୀ ସମୟରେ ଜନ୍ମ ହୋଇଥିବା ପିଲାମାନେ ବର୍ତ୍ତମାନ ବିଦ୍ୟାଳୟରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି କୁହାଯାଉଛି। ଚଳିତ ବର୍ଷ ଛାତ୍ରମାନଙ୍କ ଉପରେ ମହାମାରୀର ଚାପ ଏବଂ ବିଚ୍ଛିନ୍ନତାର ପ୍ରଭାବ ଶିକ୍ଷକମାନେ ସ୍ପଷ୍ଟ ଭାବରେ ଦେଖିଥିଲେ। ସେମାନଙ୍କ ମଧ୍ୟରେ ଅନେକ ଛାତ୍ର ଅଛନ୍ତି ଯେଉଁମାନେ ବହୁତ କଷ୍ଟ ପରେ ବି ସ୍ପଷ୍ଟ ଭାବେ କଥା କହି ପାରୁ ନାହାଁନ୍ତି।
ଅନେକ ଛାତ୍ର ଅଛନ୍ତି ଯେଉଁମାନେ ଶ୍ରେଣୀରେ ଅନେକ ସମୟ ଧରି ଚୁପଚାପ ବସିଥା’ନ୍ତି ଯେପରି ସେମାନେ କିଛି ହରାଇଛନ୍ତି ଏବଂ ଅନେକ ଅଛନ୍ତି ଯେଉଁମାନେ ପେନସିଲ ମଧ୍ୟ ଧରିପାରୁ ନାହାଁନ୍ତି। କେତେଜଣ ଛାତ୍ର ଆକ୍ରମଣାତ୍ମକ ହୋଇପଡିଛନ୍ତି। ସେମାନେ ଚେୟାର ଫୋପାଡିଛନ୍ତି ଏବଂ ଅନାବଶ୍ୟକ ଭାବରେ ପରସ୍ପରକୁ କାମୁଡ଼ୁଛନ୍ତି। ଆମେରିକାର ପୋର୍ଟଲ୍ୟାଣ୍ଡର ଓରେଗନ ହେଲ୍ଥ ଆଣ୍ଡ ସାଇନ୍ସ ୟୁନିଭରସିଟିର ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଜେଇମ ପିଟରସନ କହିଛନ୍ତି ଯେ ମହାମାରୀ ସମୟରେ ଜନ୍ମ ହୋଇଥିବା ପିଲାମାନେ ପୂର୍ବ ବର୍ଷ ତୁଳନାରେ ବିକାଶମୂଳକ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛନ୍ତି। ଏହା ବ୍ୟତୀତ ବିଭିନ୍ନ ବୈଜ୍ଞାନିକ ଅନୁସନ୍ଧାନରୁ ଏହା ମଧ୍ୟ ଜଣାପଡିଛି ଯେ ମହାମାରୀ ଅନେକ ଛୋଟ ପିଲାମାନଙ୍କର ପ୍ରାରମ୍ଭିକ ବିକାଶ ଉପରେ ପ୍ରଭାବ ପକାଇଛି।
ମହାମାରୀ ଆରମ୍ଭ ହେବାପରେ ପିଲାମାନେ ଆନୁଷ୍ଠାନିକ ଭାବେ ବିଦ୍ୟାଳୟରେ ନଥିଲେ ବୋଲି ବିଶେଷଜ୍ଞମାନେ କହିଛନ୍ତି। ସେହି ବୟସର ପିଲାମାନେ ଯେକୌଣସି ପ୍ରକାରେ ଘରେ ଅଧିକ ସମୟ ବିତାଇଛନ୍ତି। ତଥାପି, ଶିଶୁର ପ୍ରାରମ୍ଭିକ ବର୍ଷଗୁଡ଼ିକ ସେମାନଙ୍କର ମସ୍ତିଷ୍କ ବିକାଶ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ମହାମାରୀର ଅନେକ କାରଣ ଛୋଟ ପିଲାମାନଙ୍କୁ ପ୍ରଭାବିତ କରିଛି। ଯେପରିକି ମାତାପିତାଙ୍କ ଚାପ, ଲୋକଙ୍କ ମଧ୍ୟରେ କମ ସମ୍ପର୍କ, ପ୍ରାକ ବିଦ୍ୟାଳୟରେ କମ ଉପସ୍ଥାନ, ପରଦାରେ ଅଧିକ ସମୟ ଏବଂ ଖେଳରେ କମ ସମୟ ଇତ୍ୟାଦି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ କେନ୍ଦ୍ରମନ୍ତ୍ରୀ ଚୌହ୍ବାନ, କାଲି ବାଣ୍ଟିବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା

ଭୁବନେଶ୍ୱର, ୧୩।୧୧(ସୁନିତ୍‌ ମିଶ୍ର): କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ୨ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ବଲାଙ୍ଗୀର ଜିଲାରେ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଚୌହ୍ବାନଙ୍କ ଉପସ୍ଥିତିରେ…

‘ଅକ୍ୱାନ’ ଭୟ: ଓଡ଼ିଶାରେ ୧୮ରୁ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୧୩ା୧୧ (ବନ୍ଦନା ସେଠୀ)- ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ଶନିବାର ସୁଦ୍ଧା ଆହୁରି ସ୍ପଷ୍ଟ ଚିହ୍ନିତ…

ରୋହିତ-ବିରାଟଙ୍କ ପାଖରେ ଶେଷ ସୁଯୋଗ! ବଡ଼ ପ୍ରଦର୍ଶନ ପାଇଁ ଚାପରେ…

ନୂଆଦିଲ୍ଲୀ, ୧୩।୧୧: ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ୍ ଦଳ ପାଇଁ ନଭେମ୍ବର ୧୩ ତାରିଖ ଅତ୍ୟନ୍ତ ନୈରାଶ୍ୟଜନକ ସାବ୍ୟସ୍ତ ହୋଇଛି। ଦିନିକିଆ ସିରିଜରେ ୨-୦ରେ ଆଗୁଆ…

ପ୍ରକାଶ ପାଇଲା ଦଶମ ଶ୍ରେଣୀ ପରୀକ୍ଷା ତାରିଖ: ଏହି ଦିନ ସକାଳ ୯ଟାରୁ ଆରମ୍ଭ ହେବ ପରୀକ୍ଷା, ଜାଣନ୍ତୁ ସମ୍ପୂର୍ଣ୍ଣ…

ଭୁବନେଶ୍ୱର, ୧୩।୧୧: ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚଳିତ ଶିକ୍ଷାବର୍ଷର ଦଶମ ଶ୍ରେଣୀ (ମାଟ୍ରିକ୍) ବୋର୍ଡ ପରୀକ୍ଷା ପାଇଁ ବିସ୍ତୃତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି।…

ମହାକାଳପଡ଼ାରେ କଂଗ୍ରେସର ‘ଭୋଟ ବଞ୍ଚାଅ: ଦେଶ ବଞ୍ଚାଅ’ ଅଭିଯାନ: ଯୋଗଦେଲେ ୨୦୦ରୁ ଊର୍ଦ୍ଧ୍ୱ କର୍ମୀ

ମହାକାଳପଡ଼ା,୧୩।୧୧ (ପ୍ରତାପ ଚନ୍ଦ୍ର ସ୍ୱାଇଁ) ମହାକାଳପଡ଼ା ବ୍ଲକ କଂଗ୍ରେସ ପକ୍ଷରୁ ‘ଭୋଟ ବଞ୍ଚାଅ, ଦେଶ ବଞ୍ଚାଅ’ ଅଭିଯାନ ଆୟୋଜିତ ହୋଇଯାଇଛି। ବ୍ଲକ କଂଗ୍ରେସ ସଭାପତି ଚିତ୍ତରଞ୍ଜନ ତରାଇଙ୍କ…

ହୋଟେଲ ରୁମରେ ଲୁଚି ରହିଛି କି କ୍ୟାମେରା? ଜାଣନ୍ତୁ କିପରି ସ୍ମାର୍ଟଫୋନ୍ ମାଧ୍ୟମରେ ସହଜରେ କରିବେ ଯାଞ୍ଚ

କୌଣସି ହୋଟେଲରେ ରହିବା ସମୟରେ ଆମେ ସାଧାରଣତଃ କୋଠରୀର ପରିଷ୍କାର ପରିଚ୍ଛନ୍ନତା, ବେଡ୍ ଏବଂ ଅନ୍ୟାନ୍ୟ ସୁବିଧା ଉପରେ ଅଧିକ ଧ୍ୟାନ ଦେଇଥାଉ। କିନ୍ତୁ କେବେ ଆପଣ…

ପରକୀୟା ପ୍ରୀତିରୁ ବିଭତ୍ସ ହତ୍ୟାକାଣ୍ଡ: ବୃଦ୍ଧଙ୍କୁ ଠେଙ୍ଗାରେ ପିଟି ପଥରରେ ଛେଚି ହତ୍ୟା, ଅଭିଯୁକ୍ତ ଗିରଫ

ମୋହନା, ୧୩।୧୧ (ମନ୍ମଥ ମିଶ୍ର): ପରକୀୟା ପ୍ରୀତିରୁ ଗଡ଼ିଲା ମୁଣ୍ଡ। ପତ୍ନୀଙ୍କ ସହ ଅନ୍ୟ ଜଣେ ବୃଦ୍ଧଙ୍କ ଅନୈତିକ ସମ୍ପର୍କକୁ ସହ୍ୟ କରିପାରିଲେନି ସ୍ୱାମୀ। ଶେଷରେ ପ୍ରତିଶୋଧ…

ଗଞ୍ଜାମ ଜିଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍: ଶନିବାର-ରବିବାର ବି ଖୋଲା ରହିବ…

ଛତ୍ରପୁର,୧୩ା୧୧(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ପୁନରୁଦ୍ଧାର ଏବଂ ଥଇଥାନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?