ସିଧା ଗାର

ଦ୍ୱିତୀ ଚନ୍ଦ୍ର ସାହୁ

ମଝି ମଝିରେ ଥିବା ବିଲୁ ବିବାହ ହେବାର ପାଞ୍ଚ ବର୍ଷ ପରେ ଆଉ ଜଣେ ସ୍ତ୍ରୀକୁ ନେଇ ଆସିଲା। ବିଲୁର ସ୍ତ୍ରୀ ପ୍ରଥମେ ରାଗିଲା। ବିଲୁ ତାକୁ ବୁଝେଇଲା। କିନ୍ତୁ ତା’ର ସ୍ତ୍ରୀ ମାଗତି ବୁଝିଲା ନାହିଁ। ଗାଁରେ ସଭା ବସିଲା। ମୁଖିଆ ସିଧା ପଚାରିଲେ ବିଲୁକୁ – ”ତୁଇ ଦି’ଟା ଯାକ ସ୍ତ୍ରୀକୁ ରଖିବୁ କିରେ ?“‘ସିଟା ପାଇଁ ତ ଆଣିଛ। ଛାଡ଼ିବି କି । ଦି’ ଜଣ ଯାକୁ ପୁଷିବି’ ବୋଲି କହିଲା ବିଲୁ। ଏଥର ମାଗତିକୁ ପଚାରିଲା ମୁଖିଆ – ‘ତର କିସ ହେଲାରେ। ତତେ ମିଶା ତ ରଖିବି କଉଛି । କିସ ବଲୁଛୁ କହ ?’ମାଗତି ବୋଇଲା – ”ନାଇ ମୁଇ ତା’ର ପାଖେ ଗୁଟେ ଘରେ ରହିବିନି। ମର କିଛି କଇବାର ନାଇଁ। ମୋତେ ଅଲଗା ଘର କରୁ। ମୁଇ ଓ ମୋର ପିଲା ମିଶି ରହିବୁ। ତା’ର ଇଚ୍ଛା ସେ କାହା ପାଖରେ ରହିବ ରହୁ।“
ବିଲୁ କଥା ଛଡ଼େଇ କହିଲା -”ହଉ! ମୁଇ ଆଉ ଗୁଟେ ଘର କରିଦେବ। ସେ ସେଠି ରହିବ। ତା’ର କିଛି ବି ଅସୁବିଧା ହେବନି। ମୁଇ ତା’ର କଥା ବୁଝିବି। ତାକୁ ବି ପୁଷିବି।“
ବାସ୍‌ ଫଇସଲା ସରିଗଲା। କଥା କଥାରେ ତୁଟିଗଲା ଏତେ ବଡ଼ ବିବାଦ। କାହାର କିଛି ପ୍ରତିବାଦ ନାହିଁ। ସମସ୍ତେ ସମ୍ମତ। ଲୋଡ଼ା ପଡ଼ିଲାନି କୋର୍ଟ କଚେରି। ହେଲେ ଏଠି ଖବର କାଗଜରେ ନିତି କେତେ କେତେ ଖବର। ପରକୀୟା ପ୍ରୀତିକୁ ନେଇ ସନ୍ଦେହୀ ସ୍ତ୍ରୀର ସ୍ବାମୀକୁ ହତ୍ୟା। ମାରପିଟ ଓ ହତ୍ୟା। ଥାନା, କୋର୍ଟ କଚେରି, ଛାଡ଼ପତ୍ର। ଚଳିବା ପାଇଁ ମାସିକ ପାଉଣା ଦାବି। କେତେ କେତେ ଘଟଣା ଘଟିଯାଉଛି। ଜନଜାତି ସଂସ୍କୃତିରେ ଏକାଧିକ ସ୍ତ୍ରୀଙ୍କୁ ନେଇ ବିବାଦ ଦେଖାଦିଏନି। କାରଣ ଆଦିବାସୀ ମହିଳାମାନେ ନିତି କଠିନ ପରିଶ୍ରମ କରନ୍ତି। ସେମାନେ ଉନ୍ମୁଖୀ। ବିକାଶର ସଂଗୀ। ନିର୍ଭରଶୀଳ ନୁହନ୍ତି ବରଂ ଆତ୍ମ ନିର୍ଭରଶୀଳ। ସ୍ବାମୀ କି ପୁଅଝିଅର ହାତଟେକା ଦିଆ ଅର୍ଥକୁ ଚାହିଁ ବଞ୍ଚନ୍ତିନି। କେବେ ବି ତାଙ୍କର କାହା ଉପରେ ଅଭିଯୋଗ ନ ଥାଏ। ଆଦିବାସୀ ସମାଜରେ ମହିଳାମାନଙ୍କ ଗୁରୁତ୍ୱ ଢେର୍‌ ବେଶି। ବାହାଘରବେଳେ କନ୍ୟା ପିତାକୁ ଝୋଲା ଆକାରରେ ଟଙ୍କା, ଚାଉଳ, ମଦ ଦେଇ କନ୍ୟାକୁ ବର ନେଇଥାଏ। ନଚେତ୍‌ ବରଘରକୁ କନ୍ୟା ମିଳିବା ସମ୍ଭବ ନୁହେଁ। ଏସବୁ ନ ଥିଲେ ଝିଙ୍କି ନେଇଯିବା କଥା। ସେଥିରେ ବି ବରଘରକୁ ପଛରେ ଝୋଲା ଦେବାକୁ ହୁଏ। ସେଥିପାଇଁ ଝିଅଟିଏ ଜନ୍ମ ହେଲେ ବେଶି ଖୁସିହୁଏ ଆଦିବାସୀ ଦମ୍ପତି। ଅଥଚ ଶିକ୍ଷିତ ସମାଜ ଜନ୍ମ ହେବା ପୂର୍ବରୁ ତାକୁ ମାରିଦିଏ। ମନେ ହୁଏ ପ୍ରତିଟି ଆଦିବାସୀ ମହିଳା ସ୍ବୟଂ ମହିଳା ସଶକ୍ତୀକରଣ ମୂର୍ତ୍ତିମନ୍ତ ପ୍ରତୀକ। ପାଠ ନ ପଢ଼ି ଅଶିକ୍ଷିତ ହୋଇପାରନ୍ତି କିନ୍ତୁ ଦୁର୍ବଳମନା ନୁହନ୍ତିି। ଜୀବନ ସହିତ ଯୁଝିବା ଶିଖିଛନ୍ତି। ନିଜ ପରିବାରକୁ ଲଢ଼ି ଲଢ଼ି ଗଢ଼ିବା କଥା ଜାଣନ୍ତି। ଲାଗେ ଆଦିବାସୀ ମହିଳାଙ୍କ ଜୀବନ ସିଧା ଗାରଟେ ପରି। ସରଳ ଓ ସୁସ୍ପଷ୍ଟ। ସବୁକିଛି ଖୋଲାମେଲା; ଯେଉଁଠି ଛଳନା, କପଟ, ଶଠତା, ଅତ୍ୟାଚାର, ବ୍ୟଭିଚାର, ବଳାତ୍କାରର ସ୍ଥାନ ନାହିଁ। ଯଦି ଅଛି ତ ଅତୁଟ ବିଶ୍ୱାସ, ବେଧଡ଼କ ପ୍ରେମ, ନିଷ୍କପଟ ସ୍ନେହ, ଉଦାର ହୃଦୟ, ନିର୍ମଳ ମନ। ଯେଉଁଥିରେ ରହିଛି ଅନ୍ୟକୁ ପ୍ରାଣ ଭରି ଭଲ ପାଇବା, ସାଧ୍ୟମତେ ସହାୟତା କରିବା, ମନ୍ତ୍ରମୁଗ୍ଧଭାବେ ଆପ୍ୟାୟିତ କରିବା। ଜନଜାତି ମହିଳାମାନେ ବେଶ ପାରଙ୍ଗମ। ମାନସିକ, ଶାରୀରିକ ଓ ଆବେଗିକ ଭାବେ ବେଶ୍‌ ଶକ୍ତ। ଡଙ୍ଗରରେ ଖଟି ପରିବାରକୁ ପୋଷିଥାନ୍ତି। ପୁରୁଷ ପ୍ରାୟତଃ କର୍ମବିମୁଖ। ଜନଜାତି ସ୍ତ୍ରୀ କର୍ମତପତ୍ର। ଘରେ ଓ ବାହାରେ ଏକାକାର। ଜନଜାତି ସଂସ୍କୃତିକୁ ଢେର ଦିନ ଦେଖିବା ପରେ ସଭ୍ୟ ସମାଜ ପ୍ରତି ଧୀରେ ଧୀରେ ଭିନ୍ନ ଭାବ ଜାଗ୍ରତ ହେଉଛି। କ’ଣ ରହିଛି ଏଠାରେ? କ’ଣ ଦେଖାଇବାକୁ ଚାହାନ୍ତି ସଭ୍ୟ ସମାଜ? କୋଉଥିରେ ସଭ୍ୟ? ହଁ, ଅନ୍ୟକୁ ଭୁଲାଇ, ଫସାଇ ବେଶ୍‌ ଅର୍ଥ ରୋଜଗାର କରିପାରୁଥିବେ। ଭଲ ପୋଷାକ ପିନ୍ଧୁଥିବେ। ଭଲ ଖାଦ୍ୟ ଖାଉଥିବେ। ଆଉ ବଡ଼ ବଡ଼ ଘରେ ରହୁଥିବେ। ଗାଡ଼ି ମୋଟର ଚଢ଼ି ଦେଖାଇ ହେଉଥିବେ। ହେଲେ ମନ ଭିତରେ କୁଢ଼ କୁଢ଼ ଆବର୍ଜନା! ଆମରି ଘରେ ସ୍ତ୍ରୀ ଓ ପୁରୁଷ ଭିତରେ ଗଭୀର ତାରତମ୍ୟ। ପୁରୁଷପ୍ରଧାନ ସମାଜରେ ସ୍ତ୍ରୀ ପ୍ରତି ପୁରୁଷର ଭିନ୍ନ ଆଭିମୁଖ୍ୟ। ସନ୍ଦେହ, ହୀନମନ୍ୟତା, ନିମ୍ନ ଚିନ୍ତନ ଭିତରେ ଘରେ ଥିବା ମହିଳାଙ୍କ ଦକ୍ଷତା, ପ୍ରତିଭା ଓ ଉପସ୍ଥିତିର ଗୁରୁତ୍ୱକୁ ଆକଳନ କରିବାକୁ ପ୍ରାୟତଃ ଚେଷ୍ଟା କରୁନାହୁଁ। ରୋଷେଇଶାଳର କାରିଗର ଭାବେ ଦେଖୁ। ଜନ୍ମ ହେବା ଠାରୁ ମରିବା ପର୍ଯ୍ୟନ୍ତ କେତେ କେତେ ଯାତନା, ଲାଞ୍ଛନା ଓ ହଜାରେ ପ୍ରତିବନ୍ଧକ ଭିତରେ ଜୀବନକୁ ଜିଇବାକୁ ପଡ଼େ ତାକୁ। ଏଥିରେ ଯଦିବା କେତେକାଂଶରେ ମାନସିକ ପରିବର୍ତ୍ତନ ଆସିଛି ତଥାପି ପୁରୁଷପଣିଆକୁ ସହଜରେ କୋଉଠି ଛାଡ଼ିପାରୁଛୁ ?
ଶିକ୍ଷିତ ସଭ୍ୟ ହେବା ଭିତରେ ଯେମିତି ସବୁ ଶିଷ୍ଟାଚାର, ମାନବିକତା ଭୁଲି ଦେଉଛି ତଥାକଥିତ ସମାଜ। ପ୍ରତିଦ୍ୱନ୍ଦ୍ୱିତା, ପରଶ୍ରୀକାତରତା, ପକ୍ଷ ଛେଦନ, ବିଶ୍ୱାସଘାତର ବଳୟ ଭିତରେ ଉବୁଟୁବୁ ସମସ୍ତେ। ସେଠି ନିଜ ଘର ଭିତରେ ଥିବା ସ୍ତ୍ରୀ ଓ ଝିଅର ପାରଦର୍ଶିତାକୁ ଅଣଦେଖା। ବରଂ ବଢୁଛି ଅତ୍ୟାଚାର ଓ ହିଂସା। ବାସ୍ତବରେ ସହରର ଘୋ ଘାଠାରୁ ବହୁ ଦୂରରେ ପାହାଡ଼ ପର୍ବତ ଘେରା ପ୍ରାକୃତିକ ସବୁଜିମ। ଭିତରେ ଲାଗେ ନିହାତି ଭଲ ମଣିଷଙ୍କ ଆବାସ। ଅନ୍ତତଃ ମନ ଭରି ଜିଇ ପାରୁଛନ୍ତି ସେମାନେ। ପରସ୍ପରକୁ ବୁଝିପାରୁଛନ୍ତି ସହଜରେ। ଏଠି ମଣିଷ ସୁଖ ପଛରେ ଗୋଡ଼େଇ ଗୋଡ଼େଇ ବି ସୁଖ ପାଏନି। ଧନ, ପ୍ରାଚୁର୍ଯ୍ୟ ଭିତରେ ବୁଡ଼ି ସୁଖ ନାମ୍ନୀ ପକ୍ଷୀଟିକୁ କିଣି ପଞ୍ଜୁରୀ ଭିତରେ ରଖିବାକୁ ଚେଷ୍ଟା କରି ସୁଖ ଓ ଶାନ୍ତି ବାଟବଣା। ସମ୍ଭବତଃ ବାହାର ଦୁନିଆ ଭିତରେ ମସଗୁଲ ମଣିଷ ନିଜ ପୃଥିବୀକୁ କେବେ ଗଭୀର ଅନ୍ତର୍ଦୃଷ୍ଟିରେ ଦେଖିବାକୁ ଇଚ୍ଛା କରିନି। ପରିବାରର ମହତ୍ତ୍ୱକୁ ହୁଏତ ବୁଝିପାରୁନି। ବୈଷମତାକୁ ବିଷମ ମଣିଛି। ଝଡ଼ଝଞ୍ଜାର ଜୀବନ ଭିତରେ ସହନଶୀଳତା, ବୁଝାମଣା ଓ ଆନ୍ତରିକତା ଏକମାତ୍ର ମହୌଷଧି। ଜଣେ ନିଆଁକୁ ଆଉ ଜଣେ ପାଣି ହେଲେ ଯାଇ ପରିବାରର ଭିତରେ ସୃଷ୍ଟି ହେଉଥିବା ଅପ୍ରତ୍ୟାଶିତ ବିଦ୍ରୋହର ଅଗ୍ନି ନିର୍ବାପିତ ହୋଇପାରିବ। ଏବେ ବି ଲିଙ୍ଗଗତ ବୈଷମ୍ୟକୁ ନେଇ ବଞ୍ଚୁଥିବା ସମାଜର ଦୃଷ୍ଟି ଭଙ୍ଗୀରେ ପରିବର୍ତ୍ତନ ଜରୁରୀ। କାରଣ ଏବେ ସବୁ ପାରଦର୍ଶିତାର ମାପକାଠିରେ ପୁରୁଷଠାରୁ ଆଗରେ ନାରୀ।
ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡ଼ା
ମୋ-୯୪୩୭୯୦୯୬୭୧


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri