ସିଧା ଗାର

ଦ୍ୱିତୀ ଚନ୍ଦ୍ର ସାହୁ

ମଝି ମଝିରେ ଥିବା ବିଲୁ ବିବାହ ହେବାର ପାଞ୍ଚ ବର୍ଷ ପରେ ଆଉ ଜଣେ ସ୍ତ୍ରୀକୁ ନେଇ ଆସିଲା। ବିଲୁର ସ୍ତ୍ରୀ ପ୍ରଥମେ ରାଗିଲା। ବିଲୁ ତାକୁ ବୁଝେଇଲା। କିନ୍ତୁ ତା’ର ସ୍ତ୍ରୀ ମାଗତି ବୁଝିଲା ନାହିଁ। ଗାଁରେ ସଭା ବସିଲା। ମୁଖିଆ ସିଧା ପଚାରିଲେ ବିଲୁକୁ – ”ତୁଇ ଦି’ଟା ଯାକ ସ୍ତ୍ରୀକୁ ରଖିବୁ କିରେ ?“‘ସିଟା ପାଇଁ ତ ଆଣିଛ। ଛାଡ଼ିବି କି । ଦି’ ଜଣ ଯାକୁ ପୁଷିବି’ ବୋଲି କହିଲା ବିଲୁ। ଏଥର ମାଗତିକୁ ପଚାରିଲା ମୁଖିଆ – ‘ତର କିସ ହେଲାରେ। ତତେ ମିଶା ତ ରଖିବି କଉଛି । କିସ ବଲୁଛୁ କହ ?’ମାଗତି ବୋଇଲା – ”ନାଇ ମୁଇ ତା’ର ପାଖେ ଗୁଟେ ଘରେ ରହିବିନି। ମର କିଛି କଇବାର ନାଇଁ। ମୋତେ ଅଲଗା ଘର କରୁ। ମୁଇ ଓ ମୋର ପିଲା ମିଶି ରହିବୁ। ତା’ର ଇଚ୍ଛା ସେ କାହା ପାଖରେ ରହିବ ରହୁ।“
ବିଲୁ କଥା ଛଡ଼େଇ କହିଲା -”ହଉ! ମୁଇ ଆଉ ଗୁଟେ ଘର କରିଦେବ। ସେ ସେଠି ରହିବ। ତା’ର କିଛି ବି ଅସୁବିଧା ହେବନି। ମୁଇ ତା’ର କଥା ବୁଝିବି। ତାକୁ ବି ପୁଷିବି।“
ବାସ୍‌ ଫଇସଲା ସରିଗଲା। କଥା କଥାରେ ତୁଟିଗଲା ଏତେ ବଡ଼ ବିବାଦ। କାହାର କିଛି ପ୍ରତିବାଦ ନାହିଁ। ସମସ୍ତେ ସମ୍ମତ। ଲୋଡ଼ା ପଡ଼ିଲାନି କୋର୍ଟ କଚେରି। ହେଲେ ଏଠି ଖବର କାଗଜରେ ନିତି କେତେ କେତେ ଖବର। ପରକୀୟା ପ୍ରୀତିକୁ ନେଇ ସନ୍ଦେହୀ ସ୍ତ୍ରୀର ସ୍ବାମୀକୁ ହତ୍ୟା। ମାରପିଟ ଓ ହତ୍ୟା। ଥାନା, କୋର୍ଟ କଚେରି, ଛାଡ଼ପତ୍ର। ଚଳିବା ପାଇଁ ମାସିକ ପାଉଣା ଦାବି। କେତେ କେତେ ଘଟଣା ଘଟିଯାଉଛି। ଜନଜାତି ସଂସ୍କୃତିରେ ଏକାଧିକ ସ୍ତ୍ରୀଙ୍କୁ ନେଇ ବିବାଦ ଦେଖାଦିଏନି। କାରଣ ଆଦିବାସୀ ମହିଳାମାନେ ନିତି କଠିନ ପରିଶ୍ରମ କରନ୍ତି। ସେମାନେ ଉନ୍ମୁଖୀ। ବିକାଶର ସଂଗୀ। ନିର୍ଭରଶୀଳ ନୁହନ୍ତି ବରଂ ଆତ୍ମ ନିର୍ଭରଶୀଳ। ସ୍ବାମୀ କି ପୁଅଝିଅର ହାତଟେକା ଦିଆ ଅର୍ଥକୁ ଚାହିଁ ବଞ୍ଚନ୍ତିନି। କେବେ ବି ତାଙ୍କର କାହା ଉପରେ ଅଭିଯୋଗ ନ ଥାଏ। ଆଦିବାସୀ ସମାଜରେ ମହିଳାମାନଙ୍କ ଗୁରୁତ୍ୱ ଢେର୍‌ ବେଶି। ବାହାଘରବେଳେ କନ୍ୟା ପିତାକୁ ଝୋଲା ଆକାରରେ ଟଙ୍କା, ଚାଉଳ, ମଦ ଦେଇ କନ୍ୟାକୁ ବର ନେଇଥାଏ। ନଚେତ୍‌ ବରଘରକୁ କନ୍ୟା ମିଳିବା ସମ୍ଭବ ନୁହେଁ। ଏସବୁ ନ ଥିଲେ ଝିଙ୍କି ନେଇଯିବା କଥା। ସେଥିରେ ବି ବରଘରକୁ ପଛରେ ଝୋଲା ଦେବାକୁ ହୁଏ। ସେଥିପାଇଁ ଝିଅଟିଏ ଜନ୍ମ ହେଲେ ବେଶି ଖୁସିହୁଏ ଆଦିବାସୀ ଦମ୍ପତି। ଅଥଚ ଶିକ୍ଷିତ ସମାଜ ଜନ୍ମ ହେବା ପୂର୍ବରୁ ତାକୁ ମାରିଦିଏ। ମନେ ହୁଏ ପ୍ରତିଟି ଆଦିବାସୀ ମହିଳା ସ୍ବୟଂ ମହିଳା ସଶକ୍ତୀକରଣ ମୂର୍ତ୍ତିମନ୍ତ ପ୍ରତୀକ। ପାଠ ନ ପଢ଼ି ଅଶିକ୍ଷିତ ହୋଇପାରନ୍ତି କିନ୍ତୁ ଦୁର୍ବଳମନା ନୁହନ୍ତିି। ଜୀବନ ସହିତ ଯୁଝିବା ଶିଖିଛନ୍ତି। ନିଜ ପରିବାରକୁ ଲଢ଼ି ଲଢ଼ି ଗଢ଼ିବା କଥା ଜାଣନ୍ତି। ଲାଗେ ଆଦିବାସୀ ମହିଳାଙ୍କ ଜୀବନ ସିଧା ଗାରଟେ ପରି। ସରଳ ଓ ସୁସ୍ପଷ୍ଟ। ସବୁକିଛି ଖୋଲାମେଲା; ଯେଉଁଠି ଛଳନା, କପଟ, ଶଠତା, ଅତ୍ୟାଚାର, ବ୍ୟଭିଚାର, ବଳାତ୍କାରର ସ୍ଥାନ ନାହିଁ। ଯଦି ଅଛି ତ ଅତୁଟ ବିଶ୍ୱାସ, ବେଧଡ଼କ ପ୍ରେମ, ନିଷ୍କପଟ ସ୍ନେହ, ଉଦାର ହୃଦୟ, ନିର୍ମଳ ମନ। ଯେଉଁଥିରେ ରହିଛି ଅନ୍ୟକୁ ପ୍ରାଣ ଭରି ଭଲ ପାଇବା, ସାଧ୍ୟମତେ ସହାୟତା କରିବା, ମନ୍ତ୍ରମୁଗ୍ଧଭାବେ ଆପ୍ୟାୟିତ କରିବା। ଜନଜାତି ମହିଳାମାନେ ବେଶ ପାରଙ୍ଗମ। ମାନସିକ, ଶାରୀରିକ ଓ ଆବେଗିକ ଭାବେ ବେଶ୍‌ ଶକ୍ତ। ଡଙ୍ଗରରେ ଖଟି ପରିବାରକୁ ପୋଷିଥାନ୍ତି। ପୁରୁଷ ପ୍ରାୟତଃ କର୍ମବିମୁଖ। ଜନଜାତି ସ୍ତ୍ରୀ କର୍ମତପତ୍ର। ଘରେ ଓ ବାହାରେ ଏକାକାର। ଜନଜାତି ସଂସ୍କୃତିକୁ ଢେର ଦିନ ଦେଖିବା ପରେ ସଭ୍ୟ ସମାଜ ପ୍ରତି ଧୀରେ ଧୀରେ ଭିନ୍ନ ଭାବ ଜାଗ୍ରତ ହେଉଛି। କ’ଣ ରହିଛି ଏଠାରେ? କ’ଣ ଦେଖାଇବାକୁ ଚାହାନ୍ତି ସଭ୍ୟ ସମାଜ? କୋଉଥିରେ ସଭ୍ୟ? ହଁ, ଅନ୍ୟକୁ ଭୁଲାଇ, ଫସାଇ ବେଶ୍‌ ଅର୍ଥ ରୋଜଗାର କରିପାରୁଥିବେ। ଭଲ ପୋଷାକ ପିନ୍ଧୁଥିବେ। ଭଲ ଖାଦ୍ୟ ଖାଉଥିବେ। ଆଉ ବଡ଼ ବଡ଼ ଘରେ ରହୁଥିବେ। ଗାଡ଼ି ମୋଟର ଚଢ଼ି ଦେଖାଇ ହେଉଥିବେ। ହେଲେ ମନ ଭିତରେ କୁଢ଼ କୁଢ଼ ଆବର୍ଜନା! ଆମରି ଘରେ ସ୍ତ୍ରୀ ଓ ପୁରୁଷ ଭିତରେ ଗଭୀର ତାରତମ୍ୟ। ପୁରୁଷପ୍ରଧାନ ସମାଜରେ ସ୍ତ୍ରୀ ପ୍ରତି ପୁରୁଷର ଭିନ୍ନ ଆଭିମୁଖ୍ୟ। ସନ୍ଦେହ, ହୀନମନ୍ୟତା, ନିମ୍ନ ଚିନ୍ତନ ଭିତରେ ଘରେ ଥିବା ମହିଳାଙ୍କ ଦକ୍ଷତା, ପ୍ରତିଭା ଓ ଉପସ୍ଥିତିର ଗୁରୁତ୍ୱକୁ ଆକଳନ କରିବାକୁ ପ୍ରାୟତଃ ଚେଷ୍ଟା କରୁନାହୁଁ। ରୋଷେଇଶାଳର କାରିଗର ଭାବେ ଦେଖୁ। ଜନ୍ମ ହେବା ଠାରୁ ମରିବା ପର୍ଯ୍ୟନ୍ତ କେତେ କେତେ ଯାତନା, ଲାଞ୍ଛନା ଓ ହଜାରେ ପ୍ରତିବନ୍ଧକ ଭିତରେ ଜୀବନକୁ ଜିଇବାକୁ ପଡ଼େ ତାକୁ। ଏଥିରେ ଯଦିବା କେତେକାଂଶରେ ମାନସିକ ପରିବର୍ତ୍ତନ ଆସିଛି ତଥାପି ପୁରୁଷପଣିଆକୁ ସହଜରେ କୋଉଠି ଛାଡ଼ିପାରୁଛୁ ?
ଶିକ୍ଷିତ ସଭ୍ୟ ହେବା ଭିତରେ ଯେମିତି ସବୁ ଶିଷ୍ଟାଚାର, ମାନବିକତା ଭୁଲି ଦେଉଛି ତଥାକଥିତ ସମାଜ। ପ୍ରତିଦ୍ୱନ୍ଦ୍ୱିତା, ପରଶ୍ରୀକାତରତା, ପକ୍ଷ ଛେଦନ, ବିଶ୍ୱାସଘାତର ବଳୟ ଭିତରେ ଉବୁଟୁବୁ ସମସ୍ତେ। ସେଠି ନିଜ ଘର ଭିତରେ ଥିବା ସ୍ତ୍ରୀ ଓ ଝିଅର ପାରଦର୍ଶିତାକୁ ଅଣଦେଖା। ବରଂ ବଢୁଛି ଅତ୍ୟାଚାର ଓ ହିଂସା। ବାସ୍ତବରେ ସହରର ଘୋ ଘାଠାରୁ ବହୁ ଦୂରରେ ପାହାଡ଼ ପର୍ବତ ଘେରା ପ୍ରାକୃତିକ ସବୁଜିମ। ଭିତରେ ଲାଗେ ନିହାତି ଭଲ ମଣିଷଙ୍କ ଆବାସ। ଅନ୍ତତଃ ମନ ଭରି ଜିଇ ପାରୁଛନ୍ତି ସେମାନେ। ପରସ୍ପରକୁ ବୁଝିପାରୁଛନ୍ତି ସହଜରେ। ଏଠି ମଣିଷ ସୁଖ ପଛରେ ଗୋଡ଼େଇ ଗୋଡ଼େଇ ବି ସୁଖ ପାଏନି। ଧନ, ପ୍ରାଚୁର୍ଯ୍ୟ ଭିତରେ ବୁଡ଼ି ସୁଖ ନାମ୍ନୀ ପକ୍ଷୀଟିକୁ କିଣି ପଞ୍ଜୁରୀ ଭିତରେ ରଖିବାକୁ ଚେଷ୍ଟା କରି ସୁଖ ଓ ଶାନ୍ତି ବାଟବଣା। ସମ୍ଭବତଃ ବାହାର ଦୁନିଆ ଭିତରେ ମସଗୁଲ ମଣିଷ ନିଜ ପୃଥିବୀକୁ କେବେ ଗଭୀର ଅନ୍ତର୍ଦୃଷ୍ଟିରେ ଦେଖିବାକୁ ଇଚ୍ଛା କରିନି। ପରିବାରର ମହତ୍ତ୍ୱକୁ ହୁଏତ ବୁଝିପାରୁନି। ବୈଷମତାକୁ ବିଷମ ମଣିଛି। ଝଡ଼ଝଞ୍ଜାର ଜୀବନ ଭିତରେ ସହନଶୀଳତା, ବୁଝାମଣା ଓ ଆନ୍ତରିକତା ଏକମାତ୍ର ମହୌଷଧି। ଜଣେ ନିଆଁକୁ ଆଉ ଜଣେ ପାଣି ହେଲେ ଯାଇ ପରିବାରର ଭିତରେ ସୃଷ୍ଟି ହେଉଥିବା ଅପ୍ରତ୍ୟାଶିତ ବିଦ୍ରୋହର ଅଗ୍ନି ନିର୍ବାପିତ ହୋଇପାରିବ। ଏବେ ବି ଲିଙ୍ଗଗତ ବୈଷମ୍ୟକୁ ନେଇ ବଞ୍ଚୁଥିବା ସମାଜର ଦୃଷ୍ଟି ଭଙ୍ଗୀରେ ପରିବର୍ତ୍ତନ ଜରୁରୀ। କାରଣ ଏବେ ସବୁ ପାରଦର୍ଶିତାର ମାପକାଠିରେ ପୁରୁଷଠାରୁ ଆଗରେ ନାରୀ।
ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡ଼ା
ମୋ-୯୪୩୭୯୦୯୬୭୧


Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri