Posted inଫୁରସତ

ଜ୍ଞାନଙ୍କ ଚିତ୍ର ଦୁନିଆ

ଶିଳ୍ପୀ କେବଳ ବିଭିନ୍ନ କଳାକୃତି ନିର୍ମାଣ କରେ ତା’ ନୁହେଁ ବରଂ ଏହା ମାଧ୍ୟମରେ ସମାଜକୁ ସଚେତନ କରିଥାଏ। ସେମିତି ଜଣେ ଶିଳ୍ପୀ ଯେ କି ୨୨ ବର୍ଷ ହେବ ବିଭିନ୍ନ ଦେବଦେବୀ ତଥା ଓଡ଼ିଶାର ପାରମ୍ପରିକ ପର୍ବପର୍ବାଣିକୁ ନେଇ ରାଜଧାନୀର ବିଭିନ୍ନ ସ୍ଥାନର କାନ୍ଥବାଡ଼ରେ ସୁନ୍ଦର ଚିତ୍ର ଅଙ୍କନ କରିଛନ୍ତି। ଯେଉଁଥିପାଇଁ ତାଙ୍କୁ ମିଳିଛି ଅନେକ ପୁରସ୍କାର ଓ ସମ୍ମାନ। ସେ ହେଲେ ଶିଳ୍ପୀ ଜ୍ଞାନରଞ୍ଜନ ଓଝା ଓରଫ ସମୀର। ଘର ଜଗତ୍‌ସିଂହପୁର ଜିଲା ତର୍ତ୍ତୋଲ ବ୍ଲକର ଧୂଇଁପୁରରେ। ପିତା ବିଜୟ ଓଝା ମା’ ବାସନ୍ତୀ ଓଝା। ସେ କୁହନ୍ତି, ପିଲାଟିଦିନରୁ ଚିତ୍ରକଳା ପ୍ରତି ପ୍ରବଳ ଦୁର୍ବଳତା ଥିଲା। ଘରେ ମାଣବସା ଗୁରୁବାର ହେଉ କି ପର୍ବପର୍ବାଣି ମୋ ବୋଉ ଯେତେବେଳେ ଝୋଟିଚିତା ପକାଉଥାଏ ସେସବୁ ଦେଖେ, ପୁଣି ଲୁଚିଲୁଚି ସେହି ଚିତାକୁ କାନ୍ଥରେ ଅଙ୍କନ କରିବାକୁ ଚେଷ୍ଟାକରେ। ଗାଁ ସ୍କୁଲରେ ପ୍ରାଥମିକ ପଢା ସାରି ଶ୍ରୀଜଗନ୍ନାଥ ହାଇସ୍କୁଲରେ ୧୦ମ ପାସ୍‌ କରିଥିଲି, ପରେ ରାହାମା କଲେଜରେ ଯୁକ୍ତ୨ ଯାଏ ପଢ଼ିଲି। କିନ୍ତୁ ଗାଁରେ ଯଦି କାହାର ବାହାଘର ହେଉଥିଲା କାନ୍ଥରେ ଶୁଭବିବାହ କୁମ୍ଭ ଓ ଝୋଟି ଗାରେଇବା ପାଇଁ ଯାଉଥିଲି। ମାତ୍ର ଦିନକୁ ଦିନ ଆମ ଘରର ଆର୍ଥତ୍କ ଅବସ୍ଥା ବିଗିଡ଼ି ଯିବାରୁ କିଛି କାମଧନ୍ଦା ଆଶାରେ ଦିନେ ଘରୁ ଲୁଚି ବେଙ୍ଗାଲୁରୁ ପଳାଇଥିଲି। ଟ୍ରେନ୍‌ରେ ଯିବାବେଳେ ଯାତ୍ରୀଙ୍କ ଚିତ୍ର ବି ଆଙ୍କିଥିଲି। ବେଙ୍ଗାଲୁରୁରେ ପହଞ୍ଚି ଏକ ଘରୋଇ କମ୍ପାନୀରେ କିଛିମାସ କାମ କଲି, ତଥାପି ଅଭାବ ଲାଗିରହିଲା। ଏଠାରେ କାମକରୁଥିବା ଅନ୍ୟ କେତେଜଣ ଯୁବକ ମୋତେ କହିଲେ ତମେ ତ ଭଲ ଚିତ୍ର ଆଙ୍କିପାରୁଛ ଏଥିରେ ଭଲ ରୋଜଗାର କରିପାରନ୍ତ! ତା’ପରେ ନିଷ୍ପତ୍ତିନେଲି ଚିତ୍ରକଳାକୁ ରୋଜଗାରର ମାଧ୍ୟମ କରିବି। ୨୦୦୨ରେ ବେଙ୍ଗାଲୁରୁରୁ ଓଡିଶାକୁ ଫେରିଆସିଥିଲି। ଭୁବନେଶ୍ୱରର ଏକ ପାର୍କରେ ବସିଥାଏ। ଜଣେ ଯୁବକ ଦେଖାହେଲେ, ତାଙ୍କୁ କହିଲି ମୋ ପାଇଁ କିଛି ରୋଜଗାର ବ୍ୟବସ୍ଥା ହୋଇପାରିବ। ସେ ମୋତେ ଜଣଙ୍କ ଘରେ ରହିବାକୁ କହିଲେ। ତାଙ୍କ ଘରେ ପ୍ରାୟ ୪ମାସ ଧରି ବିଭିନ୍ନ କାମଦାମ କଲି। ହଇରାଣ ହୋଇ ସେଠାରୁ ଫେରିଆସିଲି। ଭୁବନେଶ୍ୱରରେ ଏକ ଘରଭଡ଼ା ନେଇ ବିଭିନ୍ନ ମାଙ୍ଗଳିକ କାର୍ଯ୍ୟର ଚିତ୍ର ଅଙ୍କନକରି କିଛି ଟଙ୍କା ରୋଜଗାର କଲି। ପାଠ ପଢ଼ିବା ପାଇଁ ପ୍ରାୟ ୩ହଜାର ଟଙ୍କା ସଞ୍ଚୟ କରିଥିଲି। ସେଥିରେ ବି.କେ. ଆର୍ଟ କଲେଜରେ ନାମ ଲେଖାଇଲି। ଇଣ୍ଡିଆନ ପେଣ୍ଟିଂରେ କୋର୍ସ କଲି କିନ୍ତୁ ପ୍ରଥମେ ପଟଚିତ୍ର ତାଲିମପାଇଁ ଚିନ୍ତା କରିଥିଲି ହେଲେ ଝୋଟିଚିତାରେ ଶିକ୍ଷାପାଇଲି। ଏଥିପାଇଁ ପ୍ରାୟ ୪ବର୍ଷ ପାଠପଢି ମାଷ୍ଟର ଡିଗ୍ରୀ ହାସଲ କଲି। ହାୟର ଫାଷ୍ଟକ୍ଲାସ୍‌ରେ ଉତ୍ତୀର୍ଣ୍ଣ ହୋଇଥିବାରୁ ମୋତେ ଷ୍ଟାଇପେଣ୍ଡ ମଧ୍ୟ ମିଳିଲା। ଏହା ପରେ ବିଜୟସାର୍‌ଙ୍କ ଘରେ ରହି ତାଙ୍କଠାରୁ ଚିତ୍ରକଳା ତାଲିମ ପାଇଲି। ଲଳିତକଳା ଏକାଡେମିରେ କିଛି ଚିତ୍ରକରିବାର ସୁଯୋଗ ମିଳିଲା। ଏଥିରେ ମୋତେ ଭଲ ପାରିଶ୍ରମିକ ବି ମିଳିଥିଲା। ପରେ ବଡ଼ମ୍ବା ନରସିଂହପୁର ଟ୍ରିବ୍ରିଜ କାମରେ ସୁନ୍ଦରସୁନ୍ଦର ଝୋଟିଚିତ୍ର ଅଙ୍କନ କରିବା କାମ ପାଇଲି। ଏହା ପରେ ଗଜେନ୍ଦ୍ର ସାର୍‌ଙ୍କ ସହିତ କୋଣାର୍କରେ ମୋତେ ଝୋଟିଚିତା ଚିତ୍ରକରିବାକୁ ପ୍ରଥମେ ସୁଯୋଗ ମିଳିଥିଲା। ଏଠାରେ ପାରମ୍ପରିକ ଝୋଟିଚିତା ଅଙ୍କନ କରିଥିବାରୁ ଝୋଟିଚିତା ଶିଳ୍ପୀଭାବେ ପରିଚିୟ ମିଳିଛି। ଆଉ ସେବେଠାରୁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଚିତ୍ର ଅଙ୍କନ କାମ ମିଳୁଛି । ଏଥିରେ ଭଲ ରୋଜଗାର ବି ହେଉଛି, ସମ୍ମାନ ବି ମିଳୁଛି। ଦିଲ୍ଲୀରେ ରାଜ୍ୟସ୍ତରୀୟ ନିଖିଳ ଉତ୍କଳ ବିଶ୍ୱକର୍ମା ସମିତି ଯାଜପୁର, ଭୁବନେଶ୍ୱରରେ କେତେକ ୟୁଥ୍‌ କ୍ଲବ୍‌ରୁ ପୁରସ୍କାର ମିଳିଛି। ମୋ ସ୍ବପ୍ନ ଏବେ ମତେ ପରିଚୟ ଦେଇଛି। ମୋ ରୋଜଗାରର ମାଦ୍ୟମ ହୋଇଛି। ତାହାହିଁ ମୋ ପାଇଁ ବଡ଼ କଥା। ଜଣେ ଓଡ଼ିଆଘରର ଝୋଟିଚିତା ଶିଳ୍ପୀଭାବେ ବହୁତ ଖୁସିରେ ଅଛି।
-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?