ଏସବୁ ରାଶିଙ୍କ ଭାଗ୍ୟ ବଦଳାଇବ ଚନ୍ଦ୍ରଗ୍ରହଣ; କିଏ ହେବେ ମାଲାମାଲ ତ କାହା ଉପରେ ପଡ଼ିବ ଅଶୁଭ ପ୍ରଭାବ; ଜାଣନ୍ତୁ…

ଚଳିତ ବର୍ଷ ଅକ୍ଟୋବର ୨୮ ଅର୍ଥାତ ଶନିବାର ଚନ୍ଦ୍ରଗ୍ରହଣ ଲାଗୁଛି। ରାତି ୧ଟା ୫ ମିନିଟ୍‌ରୁ ଗ୍ରହଣ ଆରମ୍ଭ ହୋଇ ପ୍ରାୟ ୨ଟା ୨୨ରେ ଛାଡ଼ିବ। ଏହି ଗ୍ରହଣ ରାଶିମାନଙ୍କ ଉପରେ ବିଶେଷ ପ୍ରଭାବ ପକାଇବ। ଚନ୍ଦ୍ର ଦ୍ୱାରା ପ୍ରଭାବିତ ଲଗ୍ନ ମେଷ, ବୃଷ, କର୍କଟ, କନ୍ୟା, ତୁଳା, ବିଛା,ମକର ଏବଂ ମୀନ ରାଶି ଉପରେ ଗ୍ରହଣର ଖରାପ ପ୍ରଭାବ ପଡ଼ିବ। ଏଣୁ ଏହି ଲଗ୍ନର ବ୍ୟକ୍ତିବିଶେଷଙ୍କୁ ସାବଧାନ ରହିବା ଉଚିତ। ବିଶେଷକରି ଗାଡ଼ି ଚଳାଇବା ସମୟରେ ଅଥବା କୌଣସି କାର୍ଯ୍ୟ କରିବା ସମୟରେ ସାବଧାନତା ଅବଲମ୍ବନ କରିବା ଉଚିତ। ସେହିଭଳି ଆଉ କିଛି ରାଶି ଲାଗି ଏହି ଗ୍ରହଣ ଶୁଭ ଫଳ ଆଣିପାରେ। ଜାଣନ୍ତୁ…

ମେଷରୁ ମୀନ ଲଗ୍ନ ଯାଏ ସମସ୍ତ ଜାତକ ଉପରେ ପ୍ରଭାବ ପକାଇବ ଚନ୍ଦ୍ର ଗ୍ରହଣ:

ମେଷ: ସ୍ବାସ୍ଥ୍ୟ ଖରାପ। ମାନସିକ ଚିନ୍ତା ବୃଦ୍ଧି। ରୋଜଗାର କମିବା। ଦାମ୍ପତ୍ୟ ଏବଂ ପ୍ରେମ ଜୀବନରେ କଳହ। ମାତାପିତାଙ୍କୁ ଶାରୀରିକ କଷ୍ଟ ହୋଇପାରେ।

ବୃଷ: ଗୃହ ଏବଂ ବାହାନ ଉପରେ ଖର୍ଚ୍ଚ ବୃଦ୍ଧି ଆଶଙ୍କା ଯୋଗୁ ଚିନ୍ତାରେ ରହିପାରନ୍ତି। ଭାଇ, ବନ୍ଧୁ ଆଦିଙ୍କୁ ନେଇ ମନ ଅସ୍ଥିର ରହିବ। ମାନସିକ ଚିନ୍ତା କମ୍‌ ହେବ। ଖର୍ଚ୍ଚ ବଢ଼ିବ। ଦାମ୍ପତ୍ୟ-ପ୍ରେମ ଜୀବନରେ କଳହ ସ୍ଥିତି।

ମିଥୁନ: ବ୍ୟବସାୟରେ ଉନ୍ନତି। ରୋଜଗାର ବଢ଼ିବ। ସନ୍ତାନଙ୍କୁ ନେଇ ଚିନ୍ତାରେ ରହିପାରନ୍ତି। ସମ୍ମାନ ଏବଂ ପ୍ରତିଷ୍ଠା ବଢ଼ିବ। ମନୋବଳ ତଥା ସ୍ବାସ୍ଥ୍ୟରେ ଅବନତୀ ହୋଇପାରେ। ଜୀବନସାଥୀ ଏବଂ ପ୍ରେମ ସମ୍ପର୍କରେ ସୁଧାର ଆସିପାରେ।

କର୍କଟ: ମନ ଅଶାନ୍ତ। ସ୍ବାସ୍ଥ୍ୟଗତ ସମସ୍ୟା। ଅକାରଣ ଚିନ୍ତା ବଢ଼ିବ। ହେଲେ ଧନ, ମାନ-ସମ୍ମାନ ବୃଦ୍ଧି ପାଇବ। ଚାକିରିରେ ଶୁଭଫଳ ମିଳିବ। ଶତ୍ରୁଙ୍କ ଉପରେ ବିଜୟ ଲାଭ କରିବେ। ମାବାପାଙ୍କୁ ନେଇ ଚିନ୍ତାରେ ରହିବେ। ଜୀବନସାଥୀଙ୍କ ସହ ସମ୍ପର୍କ ମଜଭୂତ ହେବ।

ସିଂହ: ସହକର୍ମୀ ନଚେତ ଉଚ୍ଚାଧିକାରୀଙ୍କ ଯୋଗୁ ଚିନ୍ତାରେ ରହିପାରନ୍ତି। ଗୃହ-ବାହାନ ଆଦିରୁ ସୁଖବର ମିଳିବ। ଆୟ ଏବଂ ଲାଭ ବୃଦ୍ଧି। ସ୍ବାସ୍ଥ୍ୟହାନୀ ସମ୍ଭାବନା। ପେଟ ନଚେତ ପାଦରେ ଯନ୍ତ୍ରଣା । ବିବାଦକୁ ଏଡେଇ ଯାଆନ୍ତୁ। ଦାମ୍ପତ୍ୟ ଏବଂ ପ୍ରେମ ସମ୍ପର୍କ ସାମାନ୍ୟ ରହିବ।

କନ୍ୟା: ଧନ ବୃଦ୍ଧି। ଦାମ୍ପତ୍ୟରେ ସୁଖ ଭୋଗ। ପ୍ରେମ ସମ୍ପର୍କରେ ବୃଦ୍ଧି। ଆୟର ସାଧନକୁ ନେଇ ଚିନ୍ତା। ସ୍ବାସ୍ଥ୍ୟ ଭଲ ରହିବ।

ତୁଳା: ଧନ ବୃଦ୍ଧି। ମାନସିକ ଚିନ୍ତା ବୃଦ୍ଧି। ମା’ଙ୍କୁ କଷ୍ଟ ହେବା ସମ୍ଭାବନା। ଦାମ୍ପତ୍ୟରେ କଷ୍ଟ ଭୋଗ। ଗୃହ-ବାହନ ସୁଖ ବୃଦ୍ଧି। ପେଟ-ପାଦରେ ଯନ୍ତ୍ରଣା। ଶତ୍ରୁ ବୃଦ୍ଧି।

ବିଛା: ମନୋବଳ-ସ୍ବାସ୍ଥ୍ୟକୁ ନେଇ ମନ ଅପ୍ରସନ୍ନ ରହିବ। ଧନ ବୃଦ୍ଧି। ଖର୍ଚ୍ଚ ବୃଦ୍ଧି। ଅଚାନକ ଯାତ୍ରାର ଯୋଗ। ବିଦ୍ୟା ଏବଂ ଡିଗ୍ରୀରେ ପ୍ରଗତି। ସନ୍ତାନକୁ ନେଇ ଚିନ୍ତା ସମାପ୍ତ। ଦାମ୍ପତ୍ୟ ସୁଖ ଏବଂ ପ୍ରେମ ସମ୍ପର୍କରେ ଖର୍ଚ୍ଚର ସ୍ଥିତି

ଧନୁ: ଧନ ଏବଂ ଆୟର ସାଧନ ବୃଦ୍ଧି। ଭାଗ୍ୟ ସାଥୀରେ ରହିବ। ପେଟରେ ଯନ୍ତ୍ରଣାକୁ ନେଇ ଚିନ୍ତାରେ ରହିବେ। ଦାମ୍ପତ୍ୟ ଅଥବା ପ୍ରେମ ସମ୍ପର୍କକୁ ନେଇ ଚିନ୍ତାରେ ରହିବେ। ବ୍ୟାପାରରେ ଉନ୍ନତି। ସନ୍ତାନଙ୍କୁ ନେଇ ମନ ଚିନ୍ତିତ ରହିବ।

ମକର:ବ୍ୟକ୍ତିତ୍ୱ, ମନୋବଳ ବୃଦ୍ଧି, ଛାତିରେ ଯନ୍ତ୍ରଣା ବୃଦ୍ଧି, ଜୀବନସାଥୀଙ୍କୁ ନେଇ ମନ ଅପ୍ରସନ୍ନ ରହିବ। ଆୟର ସାଧନ ବଢ଼ିବ। ଅଫିସରେ ଚାପ ବଢ଼ିବା ସମ୍ଭାବନା। ମାବାପାଙ୍କ ସ୍ବାସ୍ଥ୍ୟକୁ ନେଇ ସଜାଗ ରୁହନ୍ତୁ।

କୁମ୍ଭ: ମନୋବଳ ବଢ଼ି। ସ୍ବାସ୍ଥ୍ୟରେ ସୁଧାର। କାର୍ଯ୍ୟରେ ଭାଗ୍ୟ ସାଥୀରେ ରହିବ। ଭାଇ, ବନ୍ଧୁଙ୍କ ଆଡୁ ସୁଖବର ମିଳିପାରେ। ଆୟ ଏବଂ ବ୍ୟବସାୟରେ ବୃଦ୍ଧି। ଗୃହ ଏବଂ ବାହନକୁ ନେଇ ଚିନ୍ତା ଶେଷ ହେବ। ଜୀବନସାଥୀଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତା।

ମୀନ: ପାରିବାରିକ କାର୍ଯ୍ୟରେ ଧନ ଖର୍ଚ୍ଚ ବଢ଼ିବ। ଚିନ୍ତା ବଢ଼ିବ। ସନ୍ତାନକୁ ନେଇ ଚିନ୍ତାରେ ରହିବେ। ମନୋବଳ ଏବଂ ସ୍ବାସ୍ଥ୍ୟ ଖରାପ ରହିବ। ଭାଇ, ଭଉଣୀ ଏବଂ ବନ୍ଧୁଙ୍କଠାରୁ କଷ୍ଟ ପାଇବେ। ଅସମ୍ମାନିତ ହେବେ। ପାଦ, ପେଟ ଏବଂ ପରିସ୍ରାରେ ସମସ୍ୟା ଉପୁଜିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ବିଲକୁ ଯାଇଥିବାବେଳେ ଅତର୍କିତ ଆକ୍ରମଣ କଲା ଭାଲୁ, ୨ ଜଣ…

ନୀଳଗିରି, ୧୩।୮ (ପ୍ରଶାନ୍ତ କୁମାର ବିଶ୍ବାଳ): ଗୁରୁବାର ସକାଳେ ବିଲକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ୨ ଗୁରୁତର ହୋଇଛନ୍ତି। ନୀଳଗିରି ଉପଖଣ୍ଡ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଦ୍ବାରିକା…

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପାଣ୍ଠିରେ ନୀଳଗିରି ମେଡିକାଲର ହେବ ଉନ୍ନତି, ଖର୍ଚ୍ଚ ହେବ ଏତିକି କୋଟି…

ନୀଳଗିରି,୧୩ା୮(ପ୍ରଶାନ୍ତ କୁମାର ବିଶ୍ୱାଳ): କେନ୍ଦ୍ରରେଳ, ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତଥା ରାଜ୍ୟ ସଭା ଏମ୍‌ପି ଅଶ୍ୱିନୀ କୁମାର ବୈଷ୍ଣବ ମନ୍ତ୍ରିମଣ୍ଡଳର ଜଣେ ଦକ୍ଷ ଏବଂ ସଚ୍ଚୋଟ ମନ୍ତ୍ରୀଭାବେ ପ୍ରଧାନମନ୍ତ୍ରୀଙ୍କ…

ଖର୍ଗେଙ୍କ ମଞ୍ଚ ‘ଶୁଦ୍ଧିକରଣ’ ପ୍ରସଙ୍ଗକୁ ନେଇ ସଂସଦରେ ସରଗରମ ରାଜନୀତି, କଡ଼ା ଜବାବ ଦେଲେ ନଡ୍ଡା!

ନୂଆଦିଲ୍ଲୀ,୧୩।୮: ସଂସଦର ମୌସୁମୀ ଅଧିବେଶନର ଶେଷ ଦିନରେ ରାଜ୍ୟ ସଭାରେ ଏକ ବଡ଼ ଏବଂ ଗମ୍ଭୀର ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀ ଦଳ ମଧ୍ୟରେ ତୀବ୍ର…

ବିଡ଼ିଓର ପରିଚୟ କଲେ ଫୋନ୍‌, କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ଲୁଟିନେଲେ ଟଙ୍କା

ଉଦଳା, ୧୩।୮ (ସନ୍ତୋଷ ବାଛିନୀ): ନିଜକୁ ବିଡ଼ିଓର ପରିଚୟ ଦେଲେ ଆଉ କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ପ୍ରିନ୍ସିପାଲଙ୍କ ନିକଟରୁ ଟଙ୍କା ଲୁଟିନେଲେ ସାଇବର…

୧୭ ଅଗଷ୍ଟରେ ମଘା ନକ୍ଷତ୍ରରେ ପ୍ରବେଶ କରିବେ ସୂର୍ଯ୍ୟ, ମେଷ ସମେତ ୩ ରାଶିରେ ଧନବର୍ଷା

୧୭ ଅଗଷ୍ଟ ସକାଳେ ସୂର୍ଯ୍ୟ କେତୁଙ୍କ ଦ୍ୱାରା ଶାସିତ ମଘା ନକ୍ଷତ୍ରରେ ପ୍ରବେଶ କରିବେ। ସୂର୍ଯ୍ୟଙ୍କ ପାଇଁ ନକ୍ଷତ୍ରର ଏହି ପରିବର୍ତ୍ତନ ସକାଳ ୮:୦୩ ରେ ଘଟିବ।…

ତ୍ରିରଙ୍ଗା ଅଭିଯାନରେ ସାମିଲ ହେଲେ ଜିଲାପାଳ, ସ୍ବାଧୀନତା ସଂଗ୍ରାମୀ ତ୍ୟାଗ ଓ ବଳିଦାନକୁ ମନେ ପକାଇ…

ଛତ୍ରପୁର,୧୩ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ସ୍ବାଧୀନତା ଦିବସ ପୂର୍ବରୁ ଦେଶବ୍ୟାପୀ ‘ହର୍‌ଘର ତ୍ରିରଙ୍ଗା’ ଅଭିଯାନକୁ ସଫଳ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ ନିଜ ବାସଭବନରେ…

ଦାରିଙ୍ଗବାଡିରେ ହର୍‌ ଘର୍‌ ତ୍ରିରଙ୍ଗା: ଯୋଗଦେଲେ ଶହ ଶହ ଛାତ୍ରୀଛାତ୍ର

ଦାରିଙ୍ଗବାଡି, ୧୩।୮(ଅରୁଣ ସାହୁ): ଆଉ ମାତ୍ର ଗୋଟିଏ ଦିନ ପରେ ଦେଶ ପାଳିବ ସ୍ବାଧୀନତା ଦିବସ। ଏହି ଅବସରରେ ସାରା ଦେଶ ଉତ୍ସବ ମୁଖର ହୋଇଥିବାବେଳେ ଏଥିରେ…

ଆହୁରି ସକ୍ରିୟ ହେଲା ଲଘୁଚାପ, ଏହି ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କଲା IMD

ଭୁବନେଶ୍ବର,୧୩।୮: ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ ହେଲା ଲଘୁଚାପ । ଏହାର ପ୍ରଭାବରେ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri