ଏଭଳି ଉପାୟରେ ଟଙ୍କା ରୋଜଗାର କରୁଥିବା ବ୍ୟକ୍ତିଙ୍କୁ ଜୀବନରେ କେବେ ମିଳେନାହିଁ ଶାନ୍ତି: ଜାଣନ୍ତୁ କ’ଣ କୁହନ୍ତି ଚାଣକ୍ୟ

କ୍ୟାରିୟର, ପଦୋନ୍ନତି, ବୈବାହିକ ଜୀବନ, ଅର୍ଥ, ଶିକ୍ଷା ଏବଂ ବ୍ୟବସାୟ ସହ ଜୀବନର ଅନେକ ସମସ୍ୟା ବିଷୟରେ ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତିଶାସ୍ତ୍ରରେ କହିଛନ୍ତି। ତାଙ୍କ ନୀତିକୁ ଜୀବନରେ ଆପଣାଇବା କଷ୍ଟସାଧ୍ୟ। କିନ୍ତୁ ଯେ ତାହା କରିପାରେ ସେହି ବ୍ୟକ୍ତିଙ୍କୁ କେହି ସଫଳତା ପାଇବାରୁ ଅଟକାଇ ପାରିବେ ନାହିଁ। ନୀତି ଶାସ୍ତ୍ରରେ ଚାଣକ୍ୟ କହିଛନ୍ତି, ଯେଉଁ ବ୍ୟକ୍ତି ଟଙ୍କା ରୋଜଗାର କରିବା ପାଇଁ ଭୁଲ ବାଟ ବ୍ୟବହାର କରେ, ସେ ଜୀବନରେ କେବେବି ଶାନ୍ତି ପାଏ ନାହିଁ ।

-ଚାଣକ୍ୟ କୁହନ୍ତି, ଯେଉଁ ବ୍ୟକ୍ତି ଅନ୍ୟାୟ ଭାବରେ ଟଙ୍କା ଜମା କରେ ଏବଂ ସର୍ବଦା ଅହଂକାରରେ ମୁଣ୍ଡ ଟେକି ଚାଲେ, ସେଭଳି ଏପରି ଲୋକଙ୍କଠାରୁ ଦୂରରେ ରୁହନ୍ତୁ। ଏହିପରି ଲୋକମାନେ ମଧ୍ୟ ନିଜ ପାଇଁ ଏକ ବୋଝ, ସେମାନେ କେବେ ଶାନ୍ତି ପାଆନ୍ତି ନାହ।

-ଚାଣକ୍ୟ କହିଛନ୍ତି, ଭୁଲ ବାଟରେ ଟଙ୍କା ରୋଜଗାର କରୁଥିବା ବ୍ୟକ୍ତିଙ୍କଠାରୁ ମଣିଷ ସବୁବେଳେ ଦୂରତା ରଖିବା ଉଚିତ। ଅନେକ ସମୟରେ ଘନିଷ୍ଠ ବ୍ୟକ୍ତିମାନେ ଏହି ପ୍ରକୃତିର ହୋଇଥାନ୍ତି। ଏଣୁ ସେମାନଙ୍କ ପ୍ରକୃତି ଏଭଳି ଜାଣିବା ପରେ ସେମାନଙ୍କଠାରୁ ଦୂରରେ ରହିବା ସମ୍ଭବ ହୋଇ ନ ଥାଏ। ତଥାପି, ଏହିପରି ଲୋକଙ୍କଠାରୁ ଦୂରତା ରଖିବା ଉଚିତ।

-ଟଙ୍କା ଲୋଭରେ ବୁଡ଼ିଥିବା ବ୍ୟକ୍ତି ମନରେ ଅହଙ୍କାର ବାସ କରେ । ଏହିପରି ଲୋକମାନେ ନିଜଠାରୁ ଛୋଟ ଲୋକଙ୍କ ସହ କଥାବାର୍ତ୍ତା କରିବାକୁ ପସନ୍ଦ କରନ୍ତି ନାହିଁ। ଜଣେ ଅହଂକାରୀ ତଥା ଲୋଭୀ ବ୍ୟକ୍ତିକୁ ସମାଜରେ ଅପମାନିତ ହେବାକୁ ପଡିବ। ଏଣୁ ସେଭଳି ଲୋକଙ୍କଠାରୁ ଦୂରତା ରଖିବା ଉଚିତ। କାରଣ ସମୟ ଆସିଲେ ଲୋଭୀ ବ୍ୟକ୍ତି ଯେକୌଣସି ବ୍ୟକ୍ତିଙ୍କୁ ଠକିପାରେ। ଏହିପରି ଲୋକମାନେ ଠିକ୍‌ ଏବଂ ଭୁଲଠାରୁ ବହୁ ଦୂରରେ ବୋଲି ଚାଣକ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୫୦ବର୍ଷ ପରେ ଓଡ଼ିଶାକୁ ଆସୁଛି ମହାବିପଦ! ଡରାଇଲା ବିଶେଷଜ୍ଞଙ୍କ ଆକଳନ

ଭୁବନେଶ୍ୱର,୧୯।୫: ଆସୁଛି ସୁପର୍ ଏଲ-ନିନୋ, ଜୁନରୁ ହେବ ଆକ୍ଟିଭ । ପାଣିପାଗରେ ହୋଇପାରେ ବଡ଼ ଧରଣର ପରିବର୍ତ୍ତନ । ବିଶେଷଜ୍ଞ କହିଲେ ସୁପର ଏଲ-ନିନୋ ପ୍ରଭାବରେ ମୌସୁମି…

ପେଟ୍ରୋଲ-LPG ସଙ୍କଟକୁ ନେଇ ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ; ଆଗକୁ ଆହୁରି ବଢିବ ତେଲଦର!

ନୂଆଦିଲ୍ଲୀ,୧୯।୫: ବିଶ୍ୱ ବର୍ତ୍ତମାନ ଶକ୍ତି ସଙ୍କଟ ସହିତ ଜଡ଼ିତ ହେଉଛି। ଅନେକ ରାଷ୍ଟ୍ର ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର ଅଭାବ ଏବଂ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତିକୁ ନେଇ…

ଓଡ଼ିଶାକୁ ବଡ଼ ବିପଦ, ଏଲନିନୋ ପ୍ରଭାବରେ ମାଡ଼ି ଆସୁଛି ମହା ପ୍ରଳୟ!

ଭୁବନେଶ୍ୱର,୧୯।୫: ପ୍ରଶାନ୍ତ ମହାସାଗରରେ ଜଳସ୍ତର ଉପରି ଭାଗର ତାପମାତ୍ରା ସ୍ବାଭାବିକଠାରୁ ୨ ଡିଗ୍ରୀ ଅଧିକ ରହିଲେ ଏଲ ନିନୋ ଆକ୍ଟିଭ ହୋଇଥାଏ। ଚଳିତବର୍ଷ ଏହି ତାପମାତ୍ରା ୨.୦…

ନିର୍ଣ୍ଣାୟକ ମୋଡ୍‌ରେ ବାଂଲାଦେଶ-ପାକିସ୍ତାନ ଦ୍ୱିତୀୟ ଟେଷ୍ଟ

ଢାକା,୧୯ା୫: ଘରୋଇ ବାଂଲାଦେଶ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ମଙ୍ଗଳବାର ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି। ପ୍ରଥମ ଇନିଂସରେ ବାଂଲାଦେଶ ୨୭୮ ରନ କରିଥିବା…

ଯୌତୁକ  ନିର୍ଯ୍ୟାତନା ସହି ନ ପାରି ବିଷ ପିଇ ଦେଲେ ମହିଳା: ମୃତଦେହ ଜବତ

ଦିଗପହଣ୍ଡି ,୧୯|୫(ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ ୱାର୍ଡ ଆନନ୍ଦ ନଗର ର ବିଶ୍ଵନାଥ ମହାରଣା ଙ୍କ ଝିଅ ଉଷାରାଣୀ ମହାରଣା…

ସାଲିମା ମହିଳା ହକି ଦଳର ଅଧିନାୟିକା

ନୂଆଦିଲ୍ଲୀ,୧୮ା୫:ଆସନ୍ତା ଅଷ୍ଟ୍ରେଲିଆ ଟୁର୍‌ ପାଇଁ ପୁରୁଖା ମିଡ୍‌ଫିଲ୍ଡର ସାଲିମା ଟେଟେ ଭାରତୀୟ ମହିଳା ହକି ଦଳର ଅଧିନାୟିକା ମନୋନୀତ ହୋଇଛନ୍ତି। ଡିଫେଣ୍ଡର ଲାଲ୍‌ଥାଣ୍ଟଲୁଆଙ୍ଗିଙ୍କୁ ପ୍ରଥମ ଥର ଦଳରେ…

ପୁରୁଷୋତ୍ତମପୁର କୋର୍ଟର ୩୪ତମ ପ୍ରତିଷ୍ଠା ଦିବସ: ବାର-ବେଞ୍ଚ ମଧ୍ୟରେ ସମନ୍ୱୟ ରଖି କାର୍ଯ୍ୟ କରିବାକୁ …

ପୁରୁଷୋତ୍ତମପୁର, ୧୯।୫ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର କୋର୍ଟର ୩୪ତମ ପ୍ରତିଷ୍ଠା ଦିବସ ମଙ୍ଗଳବାର ଓକିଲ ସଂଘ ସଭାପତି ପ୍ରକାଶଚନ୍ଦ୍ର ତ୍ରୀପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।…

ସୌମ୍ୟ ହତ୍ୟା ମାମଲା: ଆଉ ୨ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର,୧୯।୫: ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ମଙ୍ଗଳବାର ଆଉ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। କ୍ରାଇମବ୍ରାଞ୍ଚ ଟିମ୍‌ ନୟାଗଡ଼ ରଣପୁର ଅଞ୍ଚଳରେ ଚଢାଉ କରି ଘଟଣାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri