ବିବାଦ ଥମୁନି

Dillip Cherian

ନରେନ୍ଦ୍ର ମୋଦି ସରକାର ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ମଧ୍ୟରେ ଚାଲିଥିବା ବିବାଦ ଶେଷ ହେବା ନାଁ ଧରୁନାହିଁ। ଇତିମଧ୍ୟରେ ଦିଲ୍ଲୀ ମୁଖ୍ୟ ଶାସନ ସଚିବ ନରେଶ କୁମାର ଏକ ନୂଆ ବିବାଦରେ ଛନ୍ଦି ହୋଇପଡ଼ିଛନ୍ତି। ଦ୍ୱାରକା ଏକ୍ସପ୍ରେସ୍‌ ୱେ ପାଇଁ ଦିଆଯାଇଥିବା ବିବାଦୀୟ ଜମିର ମୂଲ୍ୟାୟନ ଏବଂ ତାଙ୍କ ବିବାଦୀୟ ଭୂମିକାକୁ ନେଇ ପ୍ରଶ୍ନ ଉଠିଛି। ସର୍ଭେ ଅନ୍ତର୍ଭୁକ୍ତ ଜମି ଦିଲ୍ଲୀର ୨ଜଣ ବ୍ୟବସାୟୀଙ୍କଠାରୁ ଅଧିଗ୍ରହଣ କରିବାକୁ ସ୍ଥିର ହୋଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ରିୟଲ ଇଷ୍ଟେଟ ପ୍ରମୋଟର ଯିଏ କୁମାରଙ୍କ ପୁଅଙ୍କୁ ନିଯୁକ୍ତି ଦେଇଛନ୍ତି। ସରକାରୀ ଅଧିକାରୀ ହୋଇ ବ୍ୟକ୍ତିଗତ ସ୍ବାର୍ଥ ଚିନ୍ତାର ବିଷୟ ହୋଇଛି। ସୂଚନାନୁସାରେ, ସେହି ସମାନ ଜମି ପାଇଁ ଦକ୍ଷିଣ ପଶ୍ଚିମ ଦିଲ୍ଲୀର ଜିଲା ମାଜିଷ୍ଟ୍ରେଟ ହେମନ୍ତ କୁମାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା କ୍ଷତିପୂରଣ ମାତ୍ରା ଅତ୍ୟଧିକ ବୃଦ୍ଧି ଅର୍ଥାତ୍‌ ୪୧.୫୨ କୋଟିରୁ ୩୫୩ କୋଟି ଟଙ୍କା କରିବାକୁ ନେଇ ବିବାଦ ଉଠିଛି। ମୁଖ୍ୟ ଶାସନ ସଚିବ ତାଙ୍କ ବ୍ୟକ୍ତିଗତ ସ୍ବାର୍ଥକୁ ନେଇ ଦେଖାଯାଇଥିବା ସନ୍ଦେହ ସମ୍ପର୍କରେ ସ୍ପଷ୍ଟ ନ କରିବା ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ(ଏନ୍‌ଏଚ୍‌ଏଆଇ)ର ଚିନ୍ତା ବଢ଼ାଇଦେଇଛି ।
ତେବେ ମୋଦି ସରକାରକୁ ଝଟକା ଦେବା ଲାଗି ଏହିି ଘଟଣା କେଜ୍‌ରିଓ୍ବାଲଙ୍କ ପାଇଁ ସୁଯୋଗ ଆଣିପାରେ। କେଜ୍‌ରିଓ୍ବାଲ ଏହି ମାମଲାକୁ ଭିଜିଲାନ୍ସ ବିଭାଗକୁ ପଠାଇଛନ୍ତି ଏବଂ ମନ୍ତ୍ରୀ ଅତିଶ ମାର୍ଲେନା ତଦନ୍ତ ଆରମ୍ଭ କରିଛନ୍ତି। ଅପରପକ୍ଷେ କୁମାର ଏହି ଅଭିଯୋଗକୁ ଅସ୍ବୀକାର କରିଛନ୍ତି ଏବଂ ତାଙ୍କ ଖ୍ୟାତିକୁ ନଷ୍ଟକରିବା ଲାଗି ଏହା ଏକ ରାଜନୈତିକ ଉଦ୍ୟମ ବୋଲି କହିଛନ୍ତି। ଏହି ସମୟରେ କେତେଜଣ ଅମଲାତନ୍ତ୍ରୀ ଜିଲା ମାଜିଷ୍ଟ୍ରେଟ ହେମନ୍ତ କୁମାରଙ୍କ ବଦଳି ଉପରେ ମୋହର ଲଗାଇବାକୁ ନେଇ କେଜ୍‌ରିଓ୍ବାଙ୍କୁ ମଧ୍ୟ ପ୍ରଶ୍ନ କରିଛନ୍ତି। ଏହିସବୁ ବିବାଦରେ ଦିଲ୍ଲୀର ଅମଲାତନ୍ତ୍ର ୨ଭାଗ ହୋଇଯାଇଛି, ଯାହା ପ୍ରଶାସକଙ୍କ ପାଇଁ ଭଲ ସଙ୍କେତ ନୁହେଁ।
ନିଯୁକ୍ତି କାରଣ ଅସ୍ପଷ୍ଟ
ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପରେ, କ୍ୟାବିନେଟ୍‌ର ନିଯୁକ୍ତି କମିଟି (ଏସିସି) ନିକଟରେ ଆଇଏଏସ୍‌ ଏବଂ ଆଇଆର୍‌ଏସ୍‌ ଅଧିକାରୀଙ୍କ ଏକ ପ୍ରମୁଖ ଅଦଳବଦଳ ପାଇଁ ସହମତି ପ୍ରଦାନ କରିଥିଲା। ଏଥିରେ ଅନେକଙ୍କୁ ଅତିରିକ୍ତ ସଚିବ ପଦବୀକୁ ପଦୋନ୍ନତି ଦିଆଯାଇଛି। ଅତିରିକ୍ତ ସଚିବ ଭାବେ ନିଯୁକ୍ତି ତାଲିକାରେ ବିଭିନ୍ନ କ୍ୟାଡରରୁ ଦକ୍ଷ ବାବୁମାନଙ୍କୁ ନିଆଯାଇଛି ଓ ପ୍ରତ୍ୟେକଙ୍କୁ ବିଭିନ୍ନ ମନ୍ତ୍ରଣାଳୟର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି। ସେମାନଙ୍କ ମଧ୍ୟରେ ଅଛନ୍ତି ଅନୁରାଗ ଅଗ୍ରୱାଲ(ବର୍ତ୍ତମାନ ଅତିରିକ୍ତ ସଚିବ ଏବଂ ବହିର୍ବ୍ୟାପାର ମନ୍ତ୍ରଣାଳୟରେ ଆର୍ଥିକ ପରାମର୍ଶଦାତା ରହିଛନ୍ତି) ଏବଂ ରୁପିନ୍ଦର ବ୍ରାର୍‌ଙ୍କୁ କୋଇଲା ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଦାୟିତ୍ୱ ଦିଆଯାଇଛି। ଏହି ଅଦଳବଦଳ ସ୍ବାସ୍ଥ୍ୟ, ପେଟ୍ରୋଲିୟମ, ବୟନଶିଳ୍ପ ଏବଂ ଗ୍ରାମୀଣ ବିକାଶ ଭଳି କ୍ଷେତ୍ରରେ ହୋଇଛି ଯେଉଁଥିରେ ଦୀପ୍ତି ଗୌର ମୁଖାର୍ଜୀ, ପଲ୍ଲବୀ ଜୈନ ଗୋଭିଲ ଏବଂ କାରୋଲିନ ଖୋଙ୍ଗୱର ଦେଶମୁଖ ପ୍ରମୁଖ ଅଧିକାରୀ ରହିଛନ୍ତି। ଏହା ବ୍ୟତୀତ ଅମିତ କୁମାର ଘୋଷଙ୍କୁ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ବିଭାଗରେ ଅତିରିକ୍ତ ସଚିବ ଭାବରେ ଅବସ୍ଥାପିତ କରାଯାଇଛି। ବିଶେଷକରି ୫ଟି ରାଜ୍ୟରେ ନିର୍ବାଚନ ଚାଲିଥିବାବେଳେ ଏଭଳି ନିଯୁକ୍ତି ପଛର ମୂଳ କାରଣ କ’ଣ ହୋଇପାରେ? ଏହା ବାବୁମାନଙ୍କର ଏକ ନିୟମିତ ଅଦଳବଦଳ ନା ଏଥିରେ କିଛି ରାଜନୈତିକ ଉଦ୍ଦେଶ୍ୟ ରହିଛି ? ଉଲ୍ଲେଖଯୋଗ୍ୟ, ଅଧିକାରୀମାନଙ୍କୁ ସେମାନଙ୍କ ମୂଳ ଅତିରିକ୍ତ ସଚିବ ପଦବୀକୁ ଉନ୍ନୀତ କରାଯାଇଛି, ଯାହା ସେମାନଙ୍କର ସାମର୍ଥ୍ୟର ସ୍ବୀକୃତିକୁ ପ୍ରତିପାଦିତ କରୁଛି। ତେବେ ଏବକାର ନିଯୁକ୍ତି ପ୍ରଚ୍ଛଦରେ ସମ୍ପୂର୍ଣ୍ଣ କାରଣ କ’ଣ ରହିଛି ତାହା ଆଗାମୀ ଦିନ ସ୍ପଷ୍ଟହେବ।
କ୍ୟାଡର୍‌ ଆବଣ୍ଟନ ଦ୍ୱନ୍ଦ୍ୱ
ଆନ୍ଧ୍ରପ୍ରଦେଶର ବିଭାଜନ ଘଟି ୨୦୧୪ରେ ତେଲଙ୍ଗାନା ରାଜ୍ୟ ଗଠନ ହେବାର ପ୍ରାୟ ଏକ ଦଶନ୍ଧି ପରେ ରାଜ୍ୟରେ ବାବୁମାନେ ସେହି ସମୟରେ କ୍ୟାଡର ବଣ୍ଟନକୁ ନେଇ ଯେଭଳି ଲଢ଼େଇ କରୁଥିଲେ ତାହା ଜାରି ରହିଛି। ତେଲଙ୍ଗାନା ହାଇକୋର୍ଟର ଏବକାର ବିଚାର ପ୍ରକ୍ରିୟାରୁ ୬ ଜଣ ଆଇଏଏସ୍‌/ ଆଇପିଏସ୍‌ ଅଧିକାରୀଙ୍କ କ୍ୟାଡର ଆବଣ୍ଟନକୁ ନେଇ ଚାଲିଥିବା ଦ୍ୱନ୍ଦ୍ୱ ସାମ୍ନାକୁ ଆସିିଛି। ତେବେ କେନ୍ଦ୍ର ହାଇକୋର୍ଟରେ ତାହାର ଆଭିମୁଖ୍ୟ ଦୋହରାଇଛି ଯେ ତେଲଙ୍ଗାନାର ପୂର୍ବତନ ମୁଖ୍ୟ ସଚିବ ସୋମେଶ କୁମାରଙ୍କ ମାମଲାର ରାୟ ଏହି ୬ଜଣ ଅଧିକାରୀଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନ ଉପରେ ଲାଗୁହେବ। ପୋଲିସ ମହାନିର୍ଦ୍ଦେଶକ ଅଞ୍ଜାନି କୁମାରଙ୍କ ସମେତ ସମାନ ର଼୍ୟାଙ୍କର ଅଧିକାରୀମାନେ ଏହି ଦାବିକୁ ଦୃଢ଼ ବିରୋଧ କରନ୍ତି । ସେମାନେ ଯୁକ୍ତି ଦର୍ଶାଇଛନ୍ତି, ସେମାନଙ୍କର ମାମଲା ଉଦାହରଣ ଭାବେ ନିଆଯାଇଥିବା ସୋମେଶ କୁମାରଙ୍କ ମାମଲାର ରାୟଠାରୁ ଭିନ୍ନ। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଏବଂ କ୍ୟାଡର ଆବଣ୍ଟନ ପ୍ରକ୍ରିୟା ସମ୍ପର୍କରେ ଅଭିଯୋଗ କରୁଥିବା ୧୩ ଜଣ ଅଧିକାରୀଙ୍କ ବିବାଦକୁ ହାଇକୋର୍ଟ ସମାଧାନ କରୁଥିବାରୁ ଆଇନଗତ ବିବାଦ ଦେଖାଦେଇଛି। କେନ୍ଦ୍ରର ଓକିଲ ମତ ରଖିଛନ୍ତି ଯେ ୬ ଜଣ ଅଧିକାରୀଙ୍କ ମାମଲା ସୋମେଶଙ୍କ ବିଚାର ସହ ସମାନ। ଅନ୍ୟ ୭ ଜଣଙ୍କ ଉପରେ ଅଧିକ ବିଚାରବିମର୍ଶ ଆବଶ୍ୟକ। ଅଧିକାରୀଙ୍କୁ ନେଇ ଏଭଳି ଭିନ୍ନ ଭିନ୍ନ ଦାବି କ୍ୟାଡର ଦ୍ୱନ୍ଦ୍ୱକୁ ପ୍ରକାଶ କରୁଛି ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ରିଲ୍ସ ସାମ୍ରାଜ୍ୟ

ପୁଞ୍ଜିବାଦର ଅନ୍ତିମ ପର୍ଯ୍ୟାୟରେ ରାଷ୍ଟ୍ର ଆଉ ଶାସନ କରେନାହିଁ, ପର୍‌ଫର୍ମ (କାର୍ଯ୍ୟ) କରେ। ପ୍ରଧାନମନ୍ତ୍ରୀଙ୍କଠାରୁ ଗ୍ରାମପଞ୍ଚାୟତ ସଦସ୍ୟ- ସମସ୍ତେ ଯେପରି ଇତିହାସର ଚରିତ୍ର ନୁହନ୍ତିି, ଇନ୍‌ଷ୍ଟାଗ୍ରାମର କଣ୍ଟେଣ୍ଟ…

ଏଭଳି ଭକ୍ତିର କି ଲାଭ

ସୋସିଆଲ ମିଡିଆରେ ଗତ କିଛିଦିନ ତଳେ ଗୋଟେ ଭିଡିଓଟେ ଘୂରି ବୁଲୁଥିଲା। ଉକ୍ତ ଭିଡିଓରେ ଗେରୁଆ ବସ୍ତ୍ର ପରିଧାନ କରିଥିବା କିଛି ବୋଲବମ ଭକ୍ତ ମଦ ବୋତଲ…

ଲାଞ୍ଛନାର ମଞ୍ଚ

ଆନ୍ଥୋନୀ ଫାଉସି ଜଣେ ଇମ୍ୟୁନୋଲୋଜିଷ୍ଟ (ରୋଗପ୍ରତିରୋଧକ ବିଜ୍ଞାନୀ) ଭାବରେ ପ୍ରତିଷ୍ଠା ଲାଭ କରିଛନ୍ତି। କିନ୍ତୁ ଆମେରିକାର ସିନେଟ୍‌ କମିଟି ଅନ୍‌ ହୋମଲ୍ୟାଣ୍ଡ ସିକ୍ୟୁରିଟି ଆଣ୍ଡ୍‌ ଗଭର୍ନମେଣ୍ଟାଲ ଆଫେୟାର୍ସ…

ନୈତିକତାକୁ ନା

ପ୍ରତ୍ୟେକ ମା’ବାପା ନିଜ ପିଲାଙ୍କ ପାଇଁ ପ୍ରାର୍ଥନା ଈଶ୍ୱରଙ୍କୁ କରନ୍ତି । ସେମାନେ ସୁସ୍ଥ ସବଳ ହୁଅନ୍ତୁ। ବୁଦ୍ଧିମାନ୍‌ ହୁଅନ୍ତୁ। ଭଲ ପଢ଼ନ୍ତୁ। ଭଲ ଚାକିରି କରନ୍ତୁ।…

ଜନସଂଖ୍ୟା ଓ ବେକାରି ସମସ୍ୟା

ମାନବ ସମ୍ବଳ ହେଉଛି ପୃଥିବୀର ଏକ ଅନନ୍ୟ ବରଦାନ। ମଣିଷ ନିଜର ବୁଦ୍ଧି ବଳରେ ପୃଥିବୀରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳର ବର୍ତ୍ତମାନ ଅଧିକାରୀ। କିନ୍ତୁ ପ୍ରାକୃତିକ…

ତିନି ଧର୍ମର ଦକ୍ଷିଣାଭିମୁଖୀ ପ୍ରସାର

ସାଧାରଣତଃ ଆର୍ଯ୍ୟମାନଙ୍କ ଭୂମି ବା ‘ଆର୍ଯ୍ୟାବର୍ତ୍ତକୁ ହିମାଳୟ, ଗଙ୍ଗା ଏବଂ ଯମୁନା ପରିବେଷ୍ଟିତ ଏକ ତ୍ରିଭୁଜାକାର ଅଞ୍ଚଳ ଭାବେ ଦେଖାଯାଉଥିଲା। ଅଶୋକଙ୍କ ସମୟରେ ରଚିତ ପ୍ରାଚୀନ ଧର୍ମଶାସ୍ତ୍ରଗୁଡ଼ିକରୁ…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri