ବିବାଦ ଥମୁନି

Dillip Cherian

ନରେନ୍ଦ୍ର ମୋଦି ସରକାର ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ମଧ୍ୟରେ ଚାଲିଥିବା ବିବାଦ ଶେଷ ହେବା ନାଁ ଧରୁନାହିଁ। ଇତିମଧ୍ୟରେ ଦିଲ୍ଲୀ ମୁଖ୍ୟ ଶାସନ ସଚିବ ନରେଶ କୁମାର ଏକ ନୂଆ ବିବାଦରେ ଛନ୍ଦି ହୋଇପଡ଼ିଛନ୍ତି। ଦ୍ୱାରକା ଏକ୍ସପ୍ରେସ୍‌ ୱେ ପାଇଁ ଦିଆଯାଇଥିବା ବିବାଦୀୟ ଜମିର ମୂଲ୍ୟାୟନ ଏବଂ ତାଙ୍କ ବିବାଦୀୟ ଭୂମିକାକୁ ନେଇ ପ୍ରଶ୍ନ ଉଠିଛି। ସର୍ଭେ ଅନ୍ତର୍ଭୁକ୍ତ ଜମି ଦିଲ୍ଲୀର ୨ଜଣ ବ୍ୟବସାୟୀଙ୍କଠାରୁ ଅଧିଗ୍ରହଣ କରିବାକୁ ସ୍ଥିର ହୋଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ରିୟଲ ଇଷ୍ଟେଟ ପ୍ରମୋଟର ଯିଏ କୁମାରଙ୍କ ପୁଅଙ୍କୁ ନିଯୁକ୍ତି ଦେଇଛନ୍ତି। ସରକାରୀ ଅଧିକାରୀ ହୋଇ ବ୍ୟକ୍ତିଗତ ସ୍ବାର୍ଥ ଚିନ୍ତାର ବିଷୟ ହୋଇଛି। ସୂଚନାନୁସାରେ, ସେହି ସମାନ ଜମି ପାଇଁ ଦକ୍ଷିଣ ପଶ୍ଚିମ ଦିଲ୍ଲୀର ଜିଲା ମାଜିଷ୍ଟ୍ରେଟ ହେମନ୍ତ କୁମାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା କ୍ଷତିପୂରଣ ମାତ୍ରା ଅତ୍ୟଧିକ ବୃଦ୍ଧି ଅର୍ଥାତ୍‌ ୪୧.୫୨ କୋଟିରୁ ୩୫୩ କୋଟି ଟଙ୍କା କରିବାକୁ ନେଇ ବିବାଦ ଉଠିଛି। ମୁଖ୍ୟ ଶାସନ ସଚିବ ତାଙ୍କ ବ୍ୟକ୍ତିଗତ ସ୍ବାର୍ଥକୁ ନେଇ ଦେଖାଯାଇଥିବା ସନ୍ଦେହ ସମ୍ପର୍କରେ ସ୍ପଷ୍ଟ ନ କରିବା ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ(ଏନ୍‌ଏଚ୍‌ଏଆଇ)ର ଚିନ୍ତା ବଢ଼ାଇଦେଇଛି ।
ତେବେ ମୋଦି ସରକାରକୁ ଝଟକା ଦେବା ଲାଗି ଏହିି ଘଟଣା କେଜ୍‌ରିଓ୍ବାଲଙ୍କ ପାଇଁ ସୁଯୋଗ ଆଣିପାରେ। କେଜ୍‌ରିଓ୍ବାଲ ଏହି ମାମଲାକୁ ଭିଜିଲାନ୍ସ ବିଭାଗକୁ ପଠାଇଛନ୍ତି ଏବଂ ମନ୍ତ୍ରୀ ଅତିଶ ମାର୍ଲେନା ତଦନ୍ତ ଆରମ୍ଭ କରିଛନ୍ତି। ଅପରପକ୍ଷେ କୁମାର ଏହି ଅଭିଯୋଗକୁ ଅସ୍ବୀକାର କରିଛନ୍ତି ଏବଂ ତାଙ୍କ ଖ୍ୟାତିକୁ ନଷ୍ଟକରିବା ଲାଗି ଏହା ଏକ ରାଜନୈତିକ ଉଦ୍ୟମ ବୋଲି କହିଛନ୍ତି। ଏହି ସମୟରେ କେତେଜଣ ଅମଲାତନ୍ତ୍ରୀ ଜିଲା ମାଜିଷ୍ଟ୍ରେଟ ହେମନ୍ତ କୁମାରଙ୍କ ବଦଳି ଉପରେ ମୋହର ଲଗାଇବାକୁ ନେଇ କେଜ୍‌ରିଓ୍ବାଙ୍କୁ ମଧ୍ୟ ପ୍ରଶ୍ନ କରିଛନ୍ତି। ଏହିସବୁ ବିବାଦରେ ଦିଲ୍ଲୀର ଅମଲାତନ୍ତ୍ର ୨ଭାଗ ହୋଇଯାଇଛି, ଯାହା ପ୍ରଶାସକଙ୍କ ପାଇଁ ଭଲ ସଙ୍କେତ ନୁହେଁ।
ନିଯୁକ୍ତି କାରଣ ଅସ୍ପଷ୍ଟ
ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପରେ, କ୍ୟାବିନେଟ୍‌ର ନିଯୁକ୍ତି କମିଟି (ଏସିସି) ନିକଟରେ ଆଇଏଏସ୍‌ ଏବଂ ଆଇଆର୍‌ଏସ୍‌ ଅଧିକାରୀଙ୍କ ଏକ ପ୍ରମୁଖ ଅଦଳବଦଳ ପାଇଁ ସହମତି ପ୍ରଦାନ କରିଥିଲା। ଏଥିରେ ଅନେକଙ୍କୁ ଅତିରିକ୍ତ ସଚିବ ପଦବୀକୁ ପଦୋନ୍ନତି ଦିଆଯାଇଛି। ଅତିରିକ୍ତ ସଚିବ ଭାବେ ନିଯୁକ୍ତି ତାଲିକାରେ ବିଭିନ୍ନ କ୍ୟାଡରରୁ ଦକ୍ଷ ବାବୁମାନଙ୍କୁ ନିଆଯାଇଛି ଓ ପ୍ରତ୍ୟେକଙ୍କୁ ବିଭିନ୍ନ ମନ୍ତ୍ରଣାଳୟର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି। ସେମାନଙ୍କ ମଧ୍ୟରେ ଅଛନ୍ତି ଅନୁରାଗ ଅଗ୍ରୱାଲ(ବର୍ତ୍ତମାନ ଅତିରିକ୍ତ ସଚିବ ଏବଂ ବହିର୍ବ୍ୟାପାର ମନ୍ତ୍ରଣାଳୟରେ ଆର୍ଥିକ ପରାମର୍ଶଦାତା ରହିଛନ୍ତି) ଏବଂ ରୁପିନ୍ଦର ବ୍ରାର୍‌ଙ୍କୁ କୋଇଲା ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଦାୟିତ୍ୱ ଦିଆଯାଇଛି। ଏହି ଅଦଳବଦଳ ସ୍ବାସ୍ଥ୍ୟ, ପେଟ୍ରୋଲିୟମ, ବୟନଶିଳ୍ପ ଏବଂ ଗ୍ରାମୀଣ ବିକାଶ ଭଳି କ୍ଷେତ୍ରରେ ହୋଇଛି ଯେଉଁଥିରେ ଦୀପ୍ତି ଗୌର ମୁଖାର୍ଜୀ, ପଲ୍ଲବୀ ଜୈନ ଗୋଭିଲ ଏବଂ କାରୋଲିନ ଖୋଙ୍ଗୱର ଦେଶମୁଖ ପ୍ରମୁଖ ଅଧିକାରୀ ରହିଛନ୍ତି। ଏହା ବ୍ୟତୀତ ଅମିତ କୁମାର ଘୋଷଙ୍କୁ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ବିଭାଗରେ ଅତିରିକ୍ତ ସଚିବ ଭାବରେ ଅବସ୍ଥାପିତ କରାଯାଇଛି। ବିଶେଷକରି ୫ଟି ରାଜ୍ୟରେ ନିର୍ବାଚନ ଚାଲିଥିବାବେଳେ ଏଭଳି ନିଯୁକ୍ତି ପଛର ମୂଳ କାରଣ କ’ଣ ହୋଇପାରେ? ଏହା ବାବୁମାନଙ୍କର ଏକ ନିୟମିତ ଅଦଳବଦଳ ନା ଏଥିରେ କିଛି ରାଜନୈତିକ ଉଦ୍ଦେଶ୍ୟ ରହିଛି ? ଉଲ୍ଲେଖଯୋଗ୍ୟ, ଅଧିକାରୀମାନଙ୍କୁ ସେମାନଙ୍କ ମୂଳ ଅତିରିକ୍ତ ସଚିବ ପଦବୀକୁ ଉନ୍ନୀତ କରାଯାଇଛି, ଯାହା ସେମାନଙ୍କର ସାମର୍ଥ୍ୟର ସ୍ବୀକୃତିକୁ ପ୍ରତିପାଦିତ କରୁଛି। ତେବେ ଏବକାର ନିଯୁକ୍ତି ପ୍ରଚ୍ଛଦରେ ସମ୍ପୂର୍ଣ୍ଣ କାରଣ କ’ଣ ରହିଛି ତାହା ଆଗାମୀ ଦିନ ସ୍ପଷ୍ଟହେବ।
କ୍ୟାଡର୍‌ ଆବଣ୍ଟନ ଦ୍ୱନ୍ଦ୍ୱ
ଆନ୍ଧ୍ରପ୍ରଦେଶର ବିଭାଜନ ଘଟି ୨୦୧୪ରେ ତେଲଙ୍ଗାନା ରାଜ୍ୟ ଗଠନ ହେବାର ପ୍ରାୟ ଏକ ଦଶନ୍ଧି ପରେ ରାଜ୍ୟରେ ବାବୁମାନେ ସେହି ସମୟରେ କ୍ୟାଡର ବଣ୍ଟନକୁ ନେଇ ଯେଭଳି ଲଢ଼େଇ କରୁଥିଲେ ତାହା ଜାରି ରହିଛି। ତେଲଙ୍ଗାନା ହାଇକୋର୍ଟର ଏବକାର ବିଚାର ପ୍ରକ୍ରିୟାରୁ ୬ ଜଣ ଆଇଏଏସ୍‌/ ଆଇପିଏସ୍‌ ଅଧିକାରୀଙ୍କ କ୍ୟାଡର ଆବଣ୍ଟନକୁ ନେଇ ଚାଲିଥିବା ଦ୍ୱନ୍ଦ୍ୱ ସାମ୍ନାକୁ ଆସିିଛି। ତେବେ କେନ୍ଦ୍ର ହାଇକୋର୍ଟରେ ତାହାର ଆଭିମୁଖ୍ୟ ଦୋହରାଇଛି ଯେ ତେଲଙ୍ଗାନାର ପୂର୍ବତନ ମୁଖ୍ୟ ସଚିବ ସୋମେଶ କୁମାରଙ୍କ ମାମଲାର ରାୟ ଏହି ୬ଜଣ ଅଧିକାରୀଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନ ଉପରେ ଲାଗୁହେବ। ପୋଲିସ ମହାନିର୍ଦ୍ଦେଶକ ଅଞ୍ଜାନି କୁମାରଙ୍କ ସମେତ ସମାନ ର଼୍ୟାଙ୍କର ଅଧିକାରୀମାନେ ଏହି ଦାବିକୁ ଦୃଢ଼ ବିରୋଧ କରନ୍ତି । ସେମାନେ ଯୁକ୍ତି ଦର୍ଶାଇଛନ୍ତି, ସେମାନଙ୍କର ମାମଲା ଉଦାହରଣ ଭାବେ ନିଆଯାଇଥିବା ସୋମେଶ କୁମାରଙ୍କ ମାମଲାର ରାୟଠାରୁ ଭିନ୍ନ। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଏବଂ କ୍ୟାଡର ଆବଣ୍ଟନ ପ୍ରକ୍ରିୟା ସମ୍ପର୍କରେ ଅଭିଯୋଗ କରୁଥିବା ୧୩ ଜଣ ଅଧିକାରୀଙ୍କ ବିବାଦକୁ ହାଇକୋର୍ଟ ସମାଧାନ କରୁଥିବାରୁ ଆଇନଗତ ବିବାଦ ଦେଖାଦେଇଛି। କେନ୍ଦ୍ରର ଓକିଲ ମତ ରଖିଛନ୍ତି ଯେ ୬ ଜଣ ଅଧିକାରୀଙ୍କ ମାମଲା ସୋମେଶଙ୍କ ବିଚାର ସହ ସମାନ। ଅନ୍ୟ ୭ ଜଣଙ୍କ ଉପରେ ଅଧିକ ବିଚାରବିମର୍ଶ ଆବଶ୍ୟକ। ଅଧିକାରୀଙ୍କୁ ନେଇ ଏଭଳି ଭିନ୍ନ ଭିନ୍ନ ଦାବି କ୍ୟାଡର ଦ୍ୱନ୍ଦ୍ୱକୁ ପ୍ରକାଶ କରୁଛି ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?