ପେଟର ନିଆଁ

ନୂଆଦିଲ୍ଲୀସ୍ଥିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ) ପୁଣି ଖବରର ଶିରୋନାମା ପାଲଟିଛି। ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ହିଂସା ଯୋଗୁ କ୍ୟାମ୍ପସରେ ଉତ୍ତେଜନା ଦେଖାଦେଇଛି। ମିଳିଥିବା ଖବରରୁ ଜଣାପଡ଼ିଛି ଯେ, ୧୦ ଏପ୍ରିଲ ଶ୍ରୀରାମ ନବମୀ ଥିବାରୁ କାବେରୀ ହଷ୍ଟେଲରେ ଆମିଷ ଖାଇବାକୁ ନେଇ ଗଣ୍ଡଗୋଳ ହୋଇଛି। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଛାତ୍ରମାନେ ହଷ୍ଟେଲରେ ରାମନବମୀ ଉପଲକ୍ଷେ ପୂଜା କରୁଥିବା ବେଳେ ବାମପନ୍ଥୀ ଛାତ୍ରଗୋଷ୍ଠୀ ଏଥିରେ ବାଧା ସୃଷ୍ଟି କରିଥିଲେ। ଅନ୍ୟପକ୍ଷରେ ବାମପନ୍ଥୀ ଛାତ୍ରମାନେ ଅଭିଯୋଗ କରିଛନ୍ତି, ଆମିଷ ଖାଉଥିବା ବେଳେ ଏବିଭିପି ପକ୍ଷରୁ ସେମାନଙ୍କୁ ରୋକାଯାଇଥିଲା। ଦୁଇ ଗୋଷ୍ଠୀ ମଧ୍ୟରେ କେଉଁଥିପାଇଁ ହିଂସା ଘଟିଲା ତାହା ଏଠାରେ ବସି କହିବା ସମ୍ଭବ ନୁହେଁ। କିନ୍ତୁ ଏହା ସତ୍ୟ ଯେ ଅସହିଷ୍ଣୁତା ସକ୍ରିୟ ରାଜନୀତିରୁ ଗଡ଼ି ଆସି କ୍ୟାମ୍ପସ ପରିବେଶକୁ ନଷ୍ଟ କରିଦେଉଛି। ତେବେ ମନେରଖିବାକୁ ହେବ ଯେ, ଦିଲ୍ଲୀ ଓ ଜେଏନ୍‌ୟୁ ଉଭୟ ବିଶ୍ୱବିଦ୍ୟାଳୟରେ ବାମପନ୍ଥୀ ଓ ଏବିଭିପିର ଝଗଡ଼ା ବହୁ ଦଶନ୍ଧିରୁ ଚାଲିଆସିଛି। ଜେଏନ୍‌ୟୁରେ ବିଶେଷକରି ବାମପନ୍ଥୀମାନଙ୍କର ଉପସ୍ଥିତି ଅଧିକ ରହିଥାଏ, କାରଣ ସେହିଠାରେ ବେଶି ସଂଖ୍ୟକ ପିଲା ପାଠୁଆ ଏବଂ ନିମ୍ନ ମଧ୍ୟବିତ୍ତ ପରିବାରରୁ ଆସିଥାଆନ୍ତି।
କିଛିବର୍ଷ ପୂର୍ବେ ଗୋମାଂସ ଓ ଆମିଷ ଭୋଜନକୁ ବିରୋଧ କରି ଦକ୍ଷିଣପନ୍ଥୀମାନେ ଦେଶର ବିଭିନ୍ନ ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିଲେ। ଉତ୍ତରପ୍ରଦେଶ ଦାଦ୍ରୀର ମହମ୍ମଦ ଅଖଲାକଙ୍କ ହତ୍ୟା ୨୦୧୫ରେ ଦେଶ ଓ ବିଦେଶରେ ଚହଳ ସୃଷ୍ଟି କରିଥିଲା। ବିବିଧତାରେ ପରିପୂର୍ଣ୍ଣ ଭାରତବର୍ଷରେ ବିଭିନ୍ନ ଜାତି ଓ ସମ୍ପ୍ରଦାୟର ବ୍ୟକ୍ତି ନିଜସ୍ବ ସଂସ୍କୃତି, ପର୍ବ, ଚାଲିଚଳଣ, ଖାଦ୍ୟ, ପୋଷାକ ଆଦିକୁ ନେଇ ଚାଲିଥାଆନ୍ତି। ଏକ ଧର୍ମନିରପେକ୍ଷ ରାଷ୍ଟ୍ରରେ କେହି କାହାରି ଉପରେ ଚାପ ପକାଇବା ଉଚିତ ନୁହେଁ ବୋଲି ସମ୍ବିଧାନରେ ଉଲ୍ଲେଖ ରହିଛି। ହେଲେ ଦେଖାଯାଉଛି ଯେଉଁ ଅଞ୍ଚଳରେ ଯିଏ ସଂଖ୍ୟାଗରିଷ୍ଠ ଅଛନ୍ତି, ସେମାନେ ସଂଖ୍ୟାଲଘୁଙ୍କ ଉପରେ ନିଜ ଧର୍ମ ଓ ବିଶ୍ୱାସକୁ ଥୋପି ଦେବାକୁ ଚାହୁଁଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସମ୍ବିଧାନ ଏକ ଜୀବିତ ସତ୍ତା ନୁହେଁ। ସେଥିରେ ଉଲ୍ଲେଖ ଥିବା ପ୍ରତ୍ୟେକଟି ଚିନ୍ତାଧାରାକୁ କାର୍ଯ୍ୟକାରୀ କରାଇବାକୁ ହେଲେ ଉଭୟ ଜନସାଧାରଣ ଓ ସରକାରଙ୍କ ସକ୍ରିୟ ସହଯୋଗ ସବୁବେଳେ ଲୋଡ଼ା।
ଜେଏନ୍‌ୟୁ କଥା ଦେଖିଲେ ଦକ୍ଷିଣପନ୍ଥୀମାନେ ଅଭିଯୋଗ ଆଣିଛନ୍ତି ଯେ, ବାମପନ୍ଥୀ ଚିନ୍ତାଧାରାରେ ବିଶ୍ୱାସ କରୁଥିବା ଛାତ୍ରମାନେ ସେମାନଙ୍କୁ ଶ୍ରୀରାମ ନବମୀ ପୂଜା ପାଳନ କରିବାରେ ବ୍ୟାହତ ସୃଷ୍ଟି କରିଥିଲେ। ଖବରରୁ ଯାହା ଜଣାପଡ଼ିଛି ଏବିଭିପି ଛାତ୍ରମାନେ ଯେଉଁ ଜାଗାରେ ପୂଜାର ଆୟୋଜନ କରିଥିଲେ, ବାମପନ୍ଥୀ ଛାତ୍ରମାନେ ସେହି ଜାଗାରେ ଆମିଷ ଖାଉ ନ ଥିଲେ। କାହାଣୀଟି ସମ୍ପୂର୍ଣ୍ଣ ଭିନ୍ନ ଓ ହସ୍ୟାସ୍ପଦ। ମିଳିଥିବା ଖବର ଅନୁଯାୟୀ, ପ୍ରତ୍ୟେକ ରବିବାରରେ ଜେଏନ୍‌ୟୁର ସବୁ ହଷ୍ଟେଲରେ ରହୁଥିବା ପିଲା ଆମିଷ ଓ ନିରାମିଷ ଖାଦ୍ୟ ବାଛିପାରିବେ। ଏବର୍ଷ ରାମନବମୀ ପଡ଼ିଲା ରବିବାର। ଏବିଭିପିର ବାହୁବଳ ପ୍ରଦର୍ଶନ ମାଧ୍ୟମରେ ଗତାନୁଗତିକ ଖାଦ୍ୟ ଯୋଗାଣକୁ ବଦଳାଇବାର ଚେଷ୍ଟା କରାଯାଇଥିଲା। ପ୍ରଥମେ ମାଂସ ଯୋଗାଉଥିବା କଣ୍ଟ୍ରାକ୍ଟର ଉପରେ ଆକ୍ରମଣ କରାଯାଇ ତାଙ୍କୁ ରୋକିବାର ଉଦ୍ୟମ ହୋଇଥିଲା। ତାହା ବିଫଳ ହେବା ପରେ ମେସ୍‌ କର୍ମଚାରୀମାନଙ୍କ ଉପରେ ଆକ୍ରମଣ ହେଲା ଏବଂ ପରେ ଖାଇବା ଘରେ ବସିଥିବା ଛାତ୍ରଙ୍କ ଉପରେ ମାଡ଼ ଆରମ୍ଭ ହୋଇଗଲା। ଏଥିରୁ ବୁଝିବାକୁ ହେବ ଯେ, ଗୋଟିଏ ଗୋଷ୍ଠୀ ଜୋରଜବରଦସ୍ତ ନିଜର ଇଚ୍ଛାକୁ ଅନ୍ୟମାନଙ୍କ ଉପରେ ଲଦିବାର ପ୍ରୟାସ ହୋଇଥିଲା, ଯାହାକି କୌଣସି ଧାର୍ମିକ ଚିନ୍ତା କିମ୍ବା ଶ୍ରୀରାମଙ୍କ ପାଇଁ ଭକ୍ତି ଯୋଗୁ ହୋଇ ନ ଥିଲା।
ଆଜିର ଭାରତରେ ଧର୍ମ ପ୍ରସଙ୍ଗକୁ ଏଡ଼ାଇବା ସମ୍ଭବପର ହେଉନାହିଁ। ଅନ୍ୟପଟେ ଏହି ସମୟରେ ଏହିଭଳି ସମସ୍ୟା ସୃଷ୍ଟି କରାଇବା ପଛରେ ଲୁକ୍କାୟିତ ଉଦ୍ଦେଶ୍ୟ ମଧ୍ୟ ଥାଇପାରେ। ଅହେତୁକ ଦରଦାମ ବୃଦ୍ଧି, ନିଯୁକ୍ତି ସୁଯୋଗର ଘୋର ଅଭାବ ସହିତ ଅର୍ଥନୈତିକ ଦୁରବସ୍ଥା ଭାରତକୁ ଆଣ୍ଠେଇ ଦେଲାଣି। ଲୋକଙ୍କ ଦୃଷ୍ଟିକୁ ଅନ୍ୟତ୍ର ନେବାକୁ ହେଲେ ଧର୍ମ ଉପରେ ସଙ୍କଟ କିମ୍ବା ଜୋରଜବରଦସ୍ତ ହିନ୍ଦୀ ଭାଷା ବ୍ୟବହାର ଭଳି ଅପ୍ରାସଙ୍ଗିକ ବିଷୟକୁ ଯେତେ ଅଧିକ ପ୍ରଚାର କରିହେବ, ସେତେ ବେଶି ଲୋକ ପେଟର ନିଆଁକୁ ଭୁଲିଯାଇ ଧର୍ମ ପଛରେ ଗୋଡ଼ାଇବେ। ଏହି ଆଶା ଅଧିକ ଶକ୍ତିଶାଳୀ ହୋଇପାରେ। ନଚେତ୍‌ ପେଟର ନିଆଁ ଭାରତୀୟଙ୍କୁ ସଦ୍‌ବୁଦ୍ଧି ଦେଇପାରେ।

ଏଥିରୁ ବୁଝିବାକୁ ହେବ ଯେ, ଗୋଟିଏ ଗୋଷ୍ଠୀ ଜୋରଜବରଦସ୍ତ ନିଜର ଇଚ୍ଛାକୁ ଅନ୍ୟମାନଙ୍କ ଉପରେ ଲଦିବାର ପ୍ରୟାସ ହୋଇଥିଲା, ଯାହାକି କୌଣସି ଧାର୍ମିକ ଚିନ୍ତା କିମ୍ବା ଶ୍ରୀରାମଙ୍କ ପାଇଁ ଭକ୍ତି ଯୋଗୁ ହୋଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri