ପେଟର ନିଆଁ

ନୂଆଦିଲ୍ଲୀସ୍ଥିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ) ପୁଣି ଖବରର ଶିରୋନାମା ପାଲଟିଛି। ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ହିଂସା ଯୋଗୁ କ୍ୟାମ୍ପସରେ ଉତ୍ତେଜନା ଦେଖାଦେଇଛି। ମିଳିଥିବା ଖବରରୁ ଜଣାପଡ଼ିଛି ଯେ, ୧୦ ଏପ୍ରିଲ ଶ୍ରୀରାମ ନବମୀ ଥିବାରୁ କାବେରୀ ହଷ୍ଟେଲରେ ଆମିଷ ଖାଇବାକୁ ନେଇ ଗଣ୍ଡଗୋଳ ହୋଇଛି। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଛାତ୍ରମାନେ ହଷ୍ଟେଲରେ ରାମନବମୀ ଉପଲକ୍ଷେ ପୂଜା କରୁଥିବା ବେଳେ ବାମପନ୍ଥୀ ଛାତ୍ରଗୋଷ୍ଠୀ ଏଥିରେ ବାଧା ସୃଷ୍ଟି କରିଥିଲେ। ଅନ୍ୟପକ୍ଷରେ ବାମପନ୍ଥୀ ଛାତ୍ରମାନେ ଅଭିଯୋଗ କରିଛନ୍ତି, ଆମିଷ ଖାଉଥିବା ବେଳେ ଏବିଭିପି ପକ୍ଷରୁ ସେମାନଙ୍କୁ ରୋକାଯାଇଥିଲା। ଦୁଇ ଗୋଷ୍ଠୀ ମଧ୍ୟରେ କେଉଁଥିପାଇଁ ହିଂସା ଘଟିଲା ତାହା ଏଠାରେ ବସି କହିବା ସମ୍ଭବ ନୁହେଁ। କିନ୍ତୁ ଏହା ସତ୍ୟ ଯେ ଅସହିଷ୍ଣୁତା ସକ୍ରିୟ ରାଜନୀତିରୁ ଗଡ଼ି ଆସି କ୍ୟାମ୍ପସ ପରିବେଶକୁ ନଷ୍ଟ କରିଦେଉଛି। ତେବେ ମନେରଖିବାକୁ ହେବ ଯେ, ଦିଲ୍ଲୀ ଓ ଜେଏନ୍‌ୟୁ ଉଭୟ ବିଶ୍ୱବିଦ୍ୟାଳୟରେ ବାମପନ୍ଥୀ ଓ ଏବିଭିପିର ଝଗଡ଼ା ବହୁ ଦଶନ୍ଧିରୁ ଚାଲିଆସିଛି। ଜେଏନ୍‌ୟୁରେ ବିଶେଷକରି ବାମପନ୍ଥୀମାନଙ୍କର ଉପସ୍ଥିତି ଅଧିକ ରହିଥାଏ, କାରଣ ସେହିଠାରେ ବେଶି ସଂଖ୍ୟକ ପିଲା ପାଠୁଆ ଏବଂ ନିମ୍ନ ମଧ୍ୟବିତ୍ତ ପରିବାରରୁ ଆସିଥାଆନ୍ତି।
କିଛିବର୍ଷ ପୂର୍ବେ ଗୋମାଂସ ଓ ଆମିଷ ଭୋଜନକୁ ବିରୋଧ କରି ଦକ୍ଷିଣପନ୍ଥୀମାନେ ଦେଶର ବିଭିନ୍ନ ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିଲେ। ଉତ୍ତରପ୍ରଦେଶ ଦାଦ୍ରୀର ମହମ୍ମଦ ଅଖଲାକଙ୍କ ହତ୍ୟା ୨୦୧୫ରେ ଦେଶ ଓ ବିଦେଶରେ ଚହଳ ସୃଷ୍ଟି କରିଥିଲା। ବିବିଧତାରେ ପରିପୂର୍ଣ୍ଣ ଭାରତବର୍ଷରେ ବିଭିନ୍ନ ଜାତି ଓ ସମ୍ପ୍ରଦାୟର ବ୍ୟକ୍ତି ନିଜସ୍ବ ସଂସ୍କୃତି, ପର୍ବ, ଚାଲିଚଳଣ, ଖାଦ୍ୟ, ପୋଷାକ ଆଦିକୁ ନେଇ ଚାଲିଥାଆନ୍ତି। ଏକ ଧର୍ମନିରପେକ୍ଷ ରାଷ୍ଟ୍ରରେ କେହି କାହାରି ଉପରେ ଚାପ ପକାଇବା ଉଚିତ ନୁହେଁ ବୋଲି ସମ୍ବିଧାନରେ ଉଲ୍ଲେଖ ରହିଛି। ହେଲେ ଦେଖାଯାଉଛି ଯେଉଁ ଅଞ୍ଚଳରେ ଯିଏ ସଂଖ୍ୟାଗରିଷ୍ଠ ଅଛନ୍ତି, ସେମାନେ ସଂଖ୍ୟାଲଘୁଙ୍କ ଉପରେ ନିଜ ଧର୍ମ ଓ ବିଶ୍ୱାସକୁ ଥୋପି ଦେବାକୁ ଚାହୁଁଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସମ୍ବିଧାନ ଏକ ଜୀବିତ ସତ୍ତା ନୁହେଁ। ସେଥିରେ ଉଲ୍ଲେଖ ଥିବା ପ୍ରତ୍ୟେକଟି ଚିନ୍ତାଧାରାକୁ କାର୍ଯ୍ୟକାରୀ କରାଇବାକୁ ହେଲେ ଉଭୟ ଜନସାଧାରଣ ଓ ସରକାରଙ୍କ ସକ୍ରିୟ ସହଯୋଗ ସବୁବେଳେ ଲୋଡ଼ା।
ଜେଏନ୍‌ୟୁ କଥା ଦେଖିଲେ ଦକ୍ଷିଣପନ୍ଥୀମାନେ ଅଭିଯୋଗ ଆଣିଛନ୍ତି ଯେ, ବାମପନ୍ଥୀ ଚିନ୍ତାଧାରାରେ ବିଶ୍ୱାସ କରୁଥିବା ଛାତ୍ରମାନେ ସେମାନଙ୍କୁ ଶ୍ରୀରାମ ନବମୀ ପୂଜା ପାଳନ କରିବାରେ ବ୍ୟାହତ ସୃଷ୍ଟି କରିଥିଲେ। ଖବରରୁ ଯାହା ଜଣାପଡ଼ିଛି ଏବିଭିପି ଛାତ୍ରମାନେ ଯେଉଁ ଜାଗାରେ ପୂଜାର ଆୟୋଜନ କରିଥିଲେ, ବାମପନ୍ଥୀ ଛାତ୍ରମାନେ ସେହି ଜାଗାରେ ଆମିଷ ଖାଉ ନ ଥିଲେ। କାହାଣୀଟି ସମ୍ପୂର୍ଣ୍ଣ ଭିନ୍ନ ଓ ହସ୍ୟାସ୍ପଦ। ମିଳିଥିବା ଖବର ଅନୁଯାୟୀ, ପ୍ରତ୍ୟେକ ରବିବାରରେ ଜେଏନ୍‌ୟୁର ସବୁ ହଷ୍ଟେଲରେ ରହୁଥିବା ପିଲା ଆମିଷ ଓ ନିରାମିଷ ଖାଦ୍ୟ ବାଛିପାରିବେ। ଏବର୍ଷ ରାମନବମୀ ପଡ଼ିଲା ରବିବାର। ଏବିଭିପିର ବାହୁବଳ ପ୍ରଦର୍ଶନ ମାଧ୍ୟମରେ ଗତାନୁଗତିକ ଖାଦ୍ୟ ଯୋଗାଣକୁ ବଦଳାଇବାର ଚେଷ୍ଟା କରାଯାଇଥିଲା। ପ୍ରଥମେ ମାଂସ ଯୋଗାଉଥିବା କଣ୍ଟ୍ରାକ୍ଟର ଉପରେ ଆକ୍ରମଣ କରାଯାଇ ତାଙ୍କୁ ରୋକିବାର ଉଦ୍ୟମ ହୋଇଥିଲା। ତାହା ବିଫଳ ହେବା ପରେ ମେସ୍‌ କର୍ମଚାରୀମାନଙ୍କ ଉପରେ ଆକ୍ରମଣ ହେଲା ଏବଂ ପରେ ଖାଇବା ଘରେ ବସିଥିବା ଛାତ୍ରଙ୍କ ଉପରେ ମାଡ଼ ଆରମ୍ଭ ହୋଇଗଲା। ଏଥିରୁ ବୁଝିବାକୁ ହେବ ଯେ, ଗୋଟିଏ ଗୋଷ୍ଠୀ ଜୋରଜବରଦସ୍ତ ନିଜର ଇଚ୍ଛାକୁ ଅନ୍ୟମାନଙ୍କ ଉପରେ ଲଦିବାର ପ୍ରୟାସ ହୋଇଥିଲା, ଯାହାକି କୌଣସି ଧାର୍ମିକ ଚିନ୍ତା କିମ୍ବା ଶ୍ରୀରାମଙ୍କ ପାଇଁ ଭକ୍ତି ଯୋଗୁ ହୋଇ ନ ଥିଲା।
ଆଜିର ଭାରତରେ ଧର୍ମ ପ୍ରସଙ୍ଗକୁ ଏଡ଼ାଇବା ସମ୍ଭବପର ହେଉନାହିଁ। ଅନ୍ୟପଟେ ଏହି ସମୟରେ ଏହିଭଳି ସମସ୍ୟା ସୃଷ୍ଟି କରାଇବା ପଛରେ ଲୁକ୍କାୟିତ ଉଦ୍ଦେଶ୍ୟ ମଧ୍ୟ ଥାଇପାରେ। ଅହେତୁକ ଦରଦାମ ବୃଦ୍ଧି, ନିଯୁକ୍ତି ସୁଯୋଗର ଘୋର ଅଭାବ ସହିତ ଅର୍ଥନୈତିକ ଦୁରବସ୍ଥା ଭାରତକୁ ଆଣ୍ଠେଇ ଦେଲାଣି। ଲୋକଙ୍କ ଦୃଷ୍ଟିକୁ ଅନ୍ୟତ୍ର ନେବାକୁ ହେଲେ ଧର୍ମ ଉପରେ ସଙ୍କଟ କିମ୍ବା ଜୋରଜବରଦସ୍ତ ହିନ୍ଦୀ ଭାଷା ବ୍ୟବହାର ଭଳି ଅପ୍ରାସଙ୍ଗିକ ବିଷୟକୁ ଯେତେ ଅଧିକ ପ୍ରଚାର କରିହେବ, ସେତେ ବେଶି ଲୋକ ପେଟର ନିଆଁକୁ ଭୁଲିଯାଇ ଧର୍ମ ପଛରେ ଗୋଡ଼ାଇବେ। ଏହି ଆଶା ଅଧିକ ଶକ୍ତିଶାଳୀ ହୋଇପାରେ। ନଚେତ୍‌ ପେଟର ନିଆଁ ଭାରତୀୟଙ୍କୁ ସଦ୍‌ବୁଦ୍ଧି ଦେଇପାରେ।

ଏଥିରୁ ବୁଝିବାକୁ ହେବ ଯେ, ଗୋଟିଏ ଗୋଷ୍ଠୀ ଜୋରଜବରଦସ୍ତ ନିଜର ଇଚ୍ଛାକୁ ଅନ୍ୟମାନଙ୍କ ଉପରେ ଲଦିବାର ପ୍ରୟାସ ହୋଇଥିଲା, ଯାହାକି କୌଣସି ଧାର୍ମିକ ଚିନ୍ତା କିମ୍ବା ଶ୍ରୀରାମଙ୍କ ପାଇଁ ଭକ୍ତି ଯୋଗୁ ହୋଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri