ତଥାପି ଅପେକ୍ଷାରେ ଚିତ୍ରଶିଳ୍ପୀ ନାରାୟଣ

ବନ୍ତ,୧୯।୨: ଦେଖିବା ମାତ୍ରେ ପେନ୍‌ସିଲ୍‌, କଲମ ମାଧ୍ୟମରେ ଅବିକଳ ଛବି ଆଙ୍କି ଦିଅନ୍ତି। ୭୭ ବର୍ଷ ବୟସରେ ବି ସେ ତାଙ୍କର ଏହି କଳାକୁ ଜାରି ରଖିଛନ୍ତି। ନିଜର କଳା ନୈପୁଣ୍ୟ ଓ କାର୍ଯ୍ୟ କରିବାର ନିଶାକୁ ଛାଡ଼ିପାରି ନାହାନ୍ତି। ଏହାବ୍ୟତୀତ ପୁରପଲ୍ଲୀର ବିକାଶ ପାଇଁ କଳା, ସାହିତ୍ୟ, ସଂସ୍କୃତି ଓ ନାଟକ ମାଧ୍ୟମରେ ଆହ୍ବାନ ଦେଇଆସିଛନ୍ତି। ଯୁବପିଢ଼ିଙ୍କ ପାଇଁ ପ୍ରେରଣା ସାଜିଛନ୍ତି ଭଦ୍ରକ ଜିଲା ବନ୍ତ ବ୍ଲକ ଅଧୀନ ସେଣ୍ଢତୀରା ପଞ୍ଚାୟତ ମହାନ୍ତିଆ ଗ୍ରାମର ଚିତ୍ରଶିଳ୍ପୀ ନାରାୟଣ ଚନ୍ଦ୍ର ସେନାପତି।
ସେ କହନ୍ତି, ଚାଟଶାଳିରୁ ପାଠପଢ଼ା ଆରମ୍ଭ କରି ସେଣ୍ଢତୀରାସ୍ଥିତ ଜନାର୍ଦ୍ଦନ ଉଚ୍ଚ ବିଦ୍ୟାପୀଠରେ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଛନ୍ତି। ପ୍ରାଥମିକ ଶିକ୍ଷା ସମୟରୁ ଚିତ୍ରକଳା, ହସ୍ତଶିଳ୍ପ, କୁଟୀର ଶିଳ୍ପ ପ୍ରତି ତାଙ୍କର ଆଗ୍ରହ ସୃଷ୍ଟି ହୋଇଥିଲା। ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଶିଶୁ ପାଲାକାର ଭାବେ ସୁନାମ ଅର୍ଜନ କରିଥିଲେ। ସଙ୍ଗୀତ, ନାଟକରେ ଶିଶୁ ଅଭିନେତା ଓ ଏକକ ଅଭିନୟ କରି ଦର୍ଶକଙ୍କ ମନ ଜିଣି ପାରିଥିଲେ। ଆର୍ଟ ଓ ଡ୍ରାମା ପାଇଁ ୨୦୧୭ରେ ଗଣଶିକ୍ଷା ବିଭାଗର ଭଦ୍ରକ ସ୍ଥିତ ରାଇମ୍ସ ପବ୍ଲିକ ସ୍କୁଲ ମାଧ୍ୟମରେ ତାଙ୍କୁ ସମ୍ମାନିତ କରାଯାଇଥିଲା। ଓଡ଼ିଆ ଭାଷା ସାହିତ୍ୟର ବିଭିନ୍ନ ବିଭାଗରେ ଶିଶୁ କବିତା, ପ୍ରବନ୍ଧ, ଏକାଙ୍କିକା ରଚନା ସହିତ ଅଭିନୟ କରି ପ୍ରଶଂସା ସାଉଣ୍ଟିଛନ୍ତି। ବନ୍ତ ସ୍ଥିତ ଓଡ଼ିଶା ଅପେରା ଜରିଆରେ ରାଜ୍ୟ ଓ ରାଜ୍ୟ ବାହାରେ ଯାତ୍ରା ଜଗତକୁ ଆଧୁନିକୀକରଣ କରାଇ ସଫଳତା ଅର୍ଜନ କରିଛନ୍ତି। ଡାକ ବିଭାଗର ଚାକିରି ଛାଡ଼ି ୬୫ ବର୍ଷ ଧରି ସମାଜସେବା, କୃଷିର ଉନ୍ନତି, କ୍ରୀଡ଼ାର ବିକାଶ, ନାଟକ, ସାହିତ୍ୟ, ସଂସ୍କୃତି କ୍ଷେତ୍ରରେ କାର୍ଯ୍ୟ କରି ଆସୁଛନ୍ତି। ଏହାବାଦ୍‌ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଚାରଣ ଶିଳ୍ପୀ ଭାବେ ଝୋଟି, ମୁରୁଜ କଳାର ପ୍ରସାର ଲାଗି ମଧ୍ୟ କାର୍ଯ୍ୟ କରିଆସୁଛନ୍ତି। ସ୍ତ୍ରୀ, ୩ ପୁଅ, ଜଣେ ବୋହୂ ଓ ନାତିଙ୍କୁ ନେଇ ତାଙ୍କର ପରିବାର। ଜମିବାଡ଼ି କହିଲେ ସେଭଳି କିଛି ନାହିଁ। ସ୍ବଳ୍ପ ଜମିରେ ଚାଷ ଉପରେ ପରିବାର ନିର୍ଭରଶୀଳ। ରାଜ୍ୟ ସରକାର ତାଙ୍କୁ କେନ୍ଦ୍ର ସରକାରଙ୍କ ବର୍ଦ୍ଧିତ କଳାକାର ଭତ୍ତା ପ୍ରଦାନ କଲେ ପରିଣତ ବୟସରେ ନିଜର ଗୁଜୁରାଣ ମେଣ୍ଟାଇ ପାରନ୍ତେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ ଲାଲ ହେଲା ଭେନେଜୁଏଲାର ଆକାଶ, Video ଦେଖି ଚମକି ପଡ଼ିଲେ ଭୂକମ୍ପରୁ ଉଠିଥିବା ଲୋକେ

କାରାକାସ୍‌,୨।୭: ଭେନେଜୁଏଲାର ରାଜଧାନୀ କାରାକାସରେ ସମ୍ପ୍ରତି ଦେଖାଯାଇଥିବା ଏକ ଦୃଶ୍ୟ ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ଭୂମିକମ୍ପର ଧ୍ୱଂସଲୀଳାରେ ପୂର୍ବରୁ ସ୍ତବ୍ଧ ଥିବା ସହର ଉପରର ସମଗ୍ର ଆକାଶ…

ନିର୍ବାଚନ ଲଢ଼ିବେ ପ୍ରଶାନ୍ତ କିଶୋର? ଉପନିର୍ବାଚନ ଘୋଷଣା ପରେ ଜୋର ଧରିଛି ଚର୍ଚ୍ଚା

ପାଟନା,୨।୭: ବିହାରର ବାଙ୍କିପୁର ବିଧାନସଭା ଆସନ ପାଇଁ ଉପନିର୍ବାଚନ ଘୋଷଣା କରାଯାଇଛି। ଏହି ଆସନ ପାଇଁ ଭୋଟ ଜୁଲାଇ ୩୦ ରେ ହେବ ଏବଂ ଭୋଟ ଗଣତି…

ଦୁଇଟି ଦେଶ ଦେଇ ଗତି କରିବ ଆୟାତୋଲ୍ଲା ଅଲି ଖାମେନେଇଙ୍କ ଅନ୍ତିମ ଶୋଭାଯାତ୍ରା; ତାଙ୍କୁ କେଉଁଠାରେ କବର ଦିଆଯିବ ଜାଣନ୍ତୁ

ତେହରାନ,୨।୭: ଇରାନର ଦିବଂଗତ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ପାଇଁ ରାଜ୍ୟସ୍ତରୀୟ ଅନ୍ତିମ ସଂସ୍କାର ଜୁଲାଇ ୪ ରେ ଆରମ୍ଭ ହେବ ଏବଂ ତାଙ୍କୁ ୯…

ପ୍ୟାଣ୍ଟ କାଢି…ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବିସ୍ଫୋରକ ମନ୍ତବ୍ୟ ଦେଲେ ରବି ଶାସ୍ତ୍ରୀ

ନୂଆଦିଲ୍ଲୀ,୨।୭: ପୂର୍ବତନ ଭାରତୀୟ କ୍ରିକେଟର ରବି ଶାସ୍ତ୍ରୀ ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏକ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି। ୧୫ ବର୍ଷୀୟ ବ୍ୟାଟସମ୍ୟାନ ବୈଭବଙ୍କୁ ଆୟରଲାଣ୍ଡ ଗସ୍ତରେ ଡେବ୍ୟୁ…

ଆନ୍ଦୋଳନରେ ଡାକ୍ତର, ହଇରାଣ ହେଉଛନ୍ତି ଗରିବ ରୋଗୀ

ପଦ୍ମପୁର,୨ା୭(ପ୍ରଦୀପ୍ତ ଦାଶ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…

‘ଅଦୃଶ୍ୟ ସହ ବିପଜ୍ଜନକ’: ଆଇନଗତ ପ୍ରକ୍ରିୟାରେ କୃତ୍ରିମ ବୁଦ୍ଧିମତ୍ତା(AI)ର ବ୍ୟବହାର ବିରୁଦ୍ଧରେ ଚେତାବନୀ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨।୭: ନ୍ୟାୟିକ ପ୍ରକ୍ରିୟାରେ କୃତ୍ରିମ ବୁଦ୍ଧିମତ୍ତା (AI) ବ୍ୟବହାର ସମ୍ପର୍କରେ ସୁପ୍ରିମକୋର୍ଟ ଗମ୍ଭୀର ଚିନ୍ତା ପ୍ରକାଶ କରିଛନ୍ତି। ନ୍ୟାୟାଳୟ ଜାତୀୟ କମ୍ପାନୀ ଆଇନ ଟ୍ରିବ୍ୟୁନାଲ (NCLT) ଏବଂ…

ନିଶାସକ୍ତ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କଲା ପ୍ରଶାସନ, ସ୍କୁଲ ନଯାଇ ମଦ ପିଇ କରୁଥିଲେ…

ଚାନ୍ଦବାଲି,୨।୭(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ରାମପୁର ବୀଣାପାଣି ନୋଡାଲ UPME ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀନାଥ ଦାସ ନିଲମ୍ବିତ । ବିଇଓ ଗୁରୁବାର ଦିନ…

ରାସ୍ତା ଉପରେ ଜମୁଛି ନର୍ଦ୍ଦମା ପାଣି, ସ୍ଥାୟୀ ସମାଧାନ ଦାବିରେ ଜିଲାପାଳଙ୍କୁ ଭେଟି…

ଅମରପାଲି,୨ା୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ଗ୍ରାମ ଦେଇ ଯାଇଥିବା ପୂର୍ତ୍ତ ବିଭାଗର ମୁଖ୍ୟ ରାସ୍ତା ଏବେ ସ୍ଥାନୀୟ ଲୋକଙ୍କ ପାଇଁ ଦୁର୍ଦ୍ଦଶାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri