ତଥାପି ଅପେକ୍ଷାରେ ଚିତ୍ରଶିଳ୍ପୀ ନାରାୟଣ

ବନ୍ତ,୧୯।୨: ଦେଖିବା ମାତ୍ରେ ପେନ୍‌ସିଲ୍‌, କଲମ ମାଧ୍ୟମରେ ଅବିକଳ ଛବି ଆଙ୍କି ଦିଅନ୍ତି। ୭୭ ବର୍ଷ ବୟସରେ ବି ସେ ତାଙ୍କର ଏହି କଳାକୁ ଜାରି ରଖିଛନ୍ତି। ନିଜର କଳା ନୈପୁଣ୍ୟ ଓ କାର୍ଯ୍ୟ କରିବାର ନିଶାକୁ ଛାଡ଼ିପାରି ନାହାନ୍ତି। ଏହାବ୍ୟତୀତ ପୁରପଲ୍ଲୀର ବିକାଶ ପାଇଁ କଳା, ସାହିତ୍ୟ, ସଂସ୍କୃତି ଓ ନାଟକ ମାଧ୍ୟମରେ ଆହ୍ବାନ ଦେଇଆସିଛନ୍ତି। ଯୁବପିଢ଼ିଙ୍କ ପାଇଁ ପ୍ରେରଣା ସାଜିଛନ୍ତି ଭଦ୍ରକ ଜିଲା ବନ୍ତ ବ୍ଲକ ଅଧୀନ ସେଣ୍ଢତୀରା ପଞ୍ଚାୟତ ମହାନ୍ତିଆ ଗ୍ରାମର ଚିତ୍ରଶିଳ୍ପୀ ନାରାୟଣ ଚନ୍ଦ୍ର ସେନାପତି।
ସେ କହନ୍ତି, ଚାଟଶାଳିରୁ ପାଠପଢ଼ା ଆରମ୍ଭ କରି ସେଣ୍ଢତୀରାସ୍ଥିତ ଜନାର୍ଦ୍ଦନ ଉଚ୍ଚ ବିଦ୍ୟାପୀଠରେ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଛନ୍ତି। ପ୍ରାଥମିକ ଶିକ୍ଷା ସମୟରୁ ଚିତ୍ରକଳା, ହସ୍ତଶିଳ୍ପ, କୁଟୀର ଶିଳ୍ପ ପ୍ରତି ତାଙ୍କର ଆଗ୍ରହ ସୃଷ୍ଟି ହୋଇଥିଲା। ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଶିଶୁ ପାଲାକାର ଭାବେ ସୁନାମ ଅର୍ଜନ କରିଥିଲେ। ସଙ୍ଗୀତ, ନାଟକରେ ଶିଶୁ ଅଭିନେତା ଓ ଏକକ ଅଭିନୟ କରି ଦର୍ଶକଙ୍କ ମନ ଜିଣି ପାରିଥିଲେ। ଆର୍ଟ ଓ ଡ୍ରାମା ପାଇଁ ୨୦୧୭ରେ ଗଣଶିକ୍ଷା ବିଭାଗର ଭଦ୍ରକ ସ୍ଥିତ ରାଇମ୍ସ ପବ୍ଲିକ ସ୍କୁଲ ମାଧ୍ୟମରେ ତାଙ୍କୁ ସମ୍ମାନିତ କରାଯାଇଥିଲା। ଓଡ଼ିଆ ଭାଷା ସାହିତ୍ୟର ବିଭିନ୍ନ ବିଭାଗରେ ଶିଶୁ କବିତା, ପ୍ରବନ୍ଧ, ଏକାଙ୍କିକା ରଚନା ସହିତ ଅଭିନୟ କରି ପ୍ରଶଂସା ସାଉଣ୍ଟିଛନ୍ତି। ବନ୍ତ ସ୍ଥିତ ଓଡ଼ିଶା ଅପେରା ଜରିଆରେ ରାଜ୍ୟ ଓ ରାଜ୍ୟ ବାହାରେ ଯାତ୍ରା ଜଗତକୁ ଆଧୁନିକୀକରଣ କରାଇ ସଫଳତା ଅର୍ଜନ କରିଛନ୍ତି। ଡାକ ବିଭାଗର ଚାକିରି ଛାଡ଼ି ୬୫ ବର୍ଷ ଧରି ସମାଜସେବା, କୃଷିର ଉନ୍ନତି, କ୍ରୀଡ଼ାର ବିକାଶ, ନାଟକ, ସାହିତ୍ୟ, ସଂସ୍କୃତି କ୍ଷେତ୍ରରେ କାର୍ଯ୍ୟ କରି ଆସୁଛନ୍ତି। ଏହାବାଦ୍‌ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଚାରଣ ଶିଳ୍ପୀ ଭାବେ ଝୋଟି, ମୁରୁଜ କଳାର ପ୍ରସାର ଲାଗି ମଧ୍ୟ କାର୍ଯ୍ୟ କରିଆସୁଛନ୍ତି। ସ୍ତ୍ରୀ, ୩ ପୁଅ, ଜଣେ ବୋହୂ ଓ ନାତିଙ୍କୁ ନେଇ ତାଙ୍କର ପରିବାର। ଜମିବାଡ଼ି କହିଲେ ସେଭଳି କିଛି ନାହିଁ। ସ୍ବଳ୍ପ ଜମିରେ ଚାଷ ଉପରେ ପରିବାର ନିର୍ଭରଶୀଳ। ରାଜ୍ୟ ସରକାର ତାଙ୍କୁ କେନ୍ଦ୍ର ସରକାରଙ୍କ ବର୍ଦ୍ଧିତ କଳାକାର ଭତ୍ତା ପ୍ରଦାନ କଲେ ପରିଣତ ବୟସରେ ନିଜର ଗୁଜୁରାଣ ମେଣ୍ଟାଇ ପାରନ୍ତେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri