ସମାଜବାଦୀ ଆନ୍ଦୋଳନର ଅନ୍ୟତମ ପୁରୋଧା

ତୁଷାରକାନ୍ତ

ଗାନ୍ଧିଜୀଙ୍କର ଯଥାର୍ଥ ଅନୁଗାମୀ, ସ୍ବାଧୀନତା ସଂଗ୍ରାମୀ, ଗଡ଼ଜାତ ଆନ୍ଦୋଳନର ଅନ୍ୟତମ କାଣ୍ଡାରି, ସମାଜବାଦୀ ଆନ୍ଦୋଳନର ଅନ୍ୟତମ ପୁରୋଧା ଗୌରାଙ୍ଗ ଚରଣ ଦାସଙ୍କର ଆଜି ୫୦ତମ ପୁଣ୍ୟତିଥି। (ଜନ୍ମ-୨୭.୦୧.୧୮୯୯, ମୃତ୍ୟୁ-୧୯.୦୨.୧୯୭୨)। ଏସବୁ ଛଡ଼ା ସେ ମଧ୍ୟ ଓଡ଼ିଶାରେ ପ୍ରଥମଥର ପାଇଁ ୧୯୪୬ ମସିହାରେ ତାଙ୍କ ନିଜ ଗ୍ରାମ ତଥା ଅଧୁନା ଜଗତ୍‌ସିଂହପୁର ଜିଲା ଅନ୍ତର୍ଗତ ତତ୍କାଳୀନ ଅପନ୍ତରା ଗ୍ରାମ ବାଗଲପୁରର ଶ୍ରୀ ଦଧିବାମନଜୀଉ ମନ୍ଦିରରେ ଦଳିତମାନଙ୍କର ପ୍ରବେଶ କରାଇଥିଲେ। ମାଳତୀ ଚୌଧୁରୀଙ୍କ ଠାରୁ ଏ ଖବର ପାଇ ମହାମତ୍ା ଗାନ୍ଧୀ ‘ହରିଜନ ପତ୍ରିକା’ରେ ଲେଖିଥିଲେ ‘ମୁଁ ଏପରି କାର୍ଯ୍ୟକ୍ରମକୁ ସ୍ବାଗତ କରୁଛି ଓ ସମୟ ମିଳିଲେ ସେହି ଗ୍ରାମକୁ ଯିବି।’ ଅବଶ୍ୟ ହତ୍ୟାର ଶିକାର ହେବାରୁ ସେ ଆସିପାରି ନ ଥିଲେ। ଦାସଙ୍କ ଆହ୍ବାନରେ ସେହି ଗ୍ରାମର ଆଉ ୧୬ଜଣ ଯୁବକ ଓ ଜଣେ ମହିଳା ସ୍ବାଧୀନତା ଆନ୍ଦୋଳନରେ ଯୋଗଦେଇଥିଲେ (ସମୁଦାୟ ୧୮ଜଣ)।
୧୯୪୬ ମସିହା ଗ୍ରୀଷ୍ମଋତୁର କୌଣସି ଏକ ତାରିଖରେ ଓଡ଼ିଶାର ସଂଖ୍ୟାଧିକ କଂଗ୍ରେସ ନେତାଙ୍କ ଉପସ୍ଥିତିରେ ‘ମନ୍ଦିରରେ ଦଳିତଙ୍କ ପ୍ରବେଶ’ ଉପରେ ବିଶିଷ୍ଟ ଦାର୍ଶନିକ, ସ୍ବାଧୀନତା ସଂଗ୍ରାମୀ ତଥା ଲେଖକ ଓ ସେହି ଗ୍ରାମରେ ଜନ୍ମିତ ଚିତ୍ତରଞ୍ଜନ ଦାସ, ତାଙ୍କର ୧୯.୦୨.୨୦୦୪ରେ ଗୌରାଙ୍ଗ ଚରଣ ଦାସଙ୍କ ପୁଣ୍ୟତିଥିରେ, ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ‘ଗୌରୀଭାଇ’ (ଗୌରାଙ୍ଗ ଚରଣ ଦାସଙ୍କୁ ସମସ୍ତେ ଗୌରୀଭାଇ ବୋଲି ଡାକୁଥିଲେ) ଶୀର୍ଷକ ଏକ ଲେଖା ଲେଖିଥିଲେ। ସେହି ଲେଖାଟି ଏହିପରି। ‘୧୯୪୬ ମସିହାର ସେହି ଖରାଦିନର ମାସଟି ଭାରି ମନେପଡୁଛି। ସେହି ମାସରେ ଦିନେ ଓଡ଼ିଶାର କେତେ ନା କେତେ ବରିଷ୍ଠ ନେତା ବାଗଲପୁର ଗାଁରେ ଆସି ସମବେତ ହୋଇଥିଲେ। ସେତେବେଳେ ନେତା କହିଲେ, ମନ୍ତ୍ରୀମାନଙ୍କୁ ମୋଟେ ବୁଝାଉ ନ ଥିଲା। ସେମାନେ ସମସ୍ତେ ସେତେବେଳର ସ୍ବାଧୀନତା ସଂଗ୍ରାମରେ ସଂଗ୍ରାମୀ ଥିଲେ, ଅଗ୍ରଣୀ ଥିଲେ। ଅର୍ଥାତ୍‌, ସେମାନେ ଆଗେ ଆଗେ ଯାଉଥିଲେ। ଆମେ ସମସ୍ତେ ସେମାନଙ୍କ ସାଙ୍ଗରେ ଯାଉଥିଲୁ। ଆଗରେ ରହିଥିବା ଲକ୍ଷ୍ୟଟି ସତେ ଅବା କ୍ରମେ ପାଖେଇ ଆସୁଥିଲା। ଏ ଦେଶରୁ ବିଦେଶୀ ରାଜତ୍ୱ ହଟିବ ଏବଂ ଭାରତବର୍ଷ ନୂତନ ଧାରାରେ ଗଢାହେବ। ଏକ ନୂଆ ବ୍ୟବସ୍ଥା, ନୂଆ ଶାସନ, ନୂଆ ବୁଝାମଣା, ଯେଉଁଥିରେ କି ଆମେ ସମସ୍ତେ ରହିଥିବା ଅର୍ଥାତ୍‌ ସଭିଏ ଆପଣାକୁ ଏହି ଦେଶକୁ ଆମ ସମସ୍ତଙ୍କର ଘର ବୋଲି ଅନୁଭବ କରୁଥିବା।
ସେଦିନ ଦଧିବାମନ ଠାକୁରଙ୍କ ମନ୍ଦିରକୁ ସମସ୍ତେ ଯାଇ ପାରିଲେ। ଗାଁଟା ସତେ ଅବା ଗୋଟାଏ ଏକାବେଳକେ ଅଲଗା ଆମତ୍ୀୟତାରେ ଉଦ୍‌ଭାସିତ ହୋଇ ରହିଥିଲା। ସାରା ଓଡ଼ିଶାରେ ଏଇଟି ସର୍ବପ୍ରଥମ ଘଟଣା ବୋଲି ଆଗନ୍ତୁକ ଅତିଥିମାନେ ମତ ଦେଲେ। ଆମେ ଯେଉଁମାନେ ପୂରା ଗୋଟାଏ ମାସ ଏଥିଲାଗି କ୍ଷେତ୍ର ପ୍ରସ୍ତୁତ କରିଥିଲୁ, ସେମାନେ କେତେ ଖୁସି ହୋଇ ଯାଇଥିଲେ। ବାହାରେ ଖୁସି, ଭିତରେ ଖୁସି। କୋଉ ଖୁସିଟା ଆଗ, କୋଉଟା ପଛ, ସେକଥାଟିକୁ ହିସାବ କରି ମୋଟେ କୁହାଯାଇ ପାରିବ ନାହିଁ।
ତା’ପରେ ଇତି ମଧ୍ୟରେ ୫୮ ବର୍ଷ ବିତିଗଲାଣି ( ଚିତ୍ତରଞ୍ଜନ ଦାସଙ୍କ ଦ୍ୱାରା ଲିଖିତ ୨୦୦୪ ଯାଏ)। ବର୍ତ୍ତମାନ ଏହି ଗାଁରେ ହାତ ପାହାନ୍ତାରେ କଲେଜ ହେଲାଣି। ସେ କାଳର କାଦୁଅମୟ ରାସ୍ତାଗୁଡ଼ାକ ପକ୍କା ହୋଇଗଲାଣି। କେତେ ଘରେ ବିଜୁଳି ଆଲୁଅ, ଦୂରଦର୍ଶନ, ଟେଲିଭିଜନ। ଘରେ ଘରେ ଶିକ୍ଷିତ ପୁଅ ଓ ଝିଅ ଉଭୟ। କିନ୍ତୁ କ’ଣ ପାଇଁ ମଝିରେ କ’ଣ ଘଟିଲା ଏବଂ କ୍ରମେ ଠାକୁରଙ୍କର ଥାନଟା ସେହି ଆଗ ପରି ଥୋକେ ମଣିଷଙ୍କ ସକାଶେ ନିଷିଦ୍ଧ ହୋଇ ରହିଲା। ଉତ୍ସବର ସେହି ଦିନଟି ତୁଚ୍ଛା ଗୋଟିଏ ଦିନ ପାଇଁ ଆସି ପାସୋର ହୋଇ ରହିଗଲା। ଭାରତବର୍ଷ ସ୍ବାଧୀନ ହେଲା, ଦେଶର ଆଇନ ଅନୁସାରେ ଆଉ ଛୁଆଁ ଅଛୁଆଁ ଭେଦ ରହିଲା ନାହିଁ। ତଥାପି ଆମ ମନ୍ଦିରର ଠାକୁରେ ଆମ ଗାଁର ପ୍ରାୟ ଅଧେ ସରିକି ମଣିଷଙ୍କ ନିମନ୍ତେ ମନା ହୋଇ ରହିଗଲେ କେମିତି କେଜାଣି? ଏକଥା ପୁନର୍ବାର ଆଲୋଚିତ ହେଉ। ତୋଡ଼ ଦେଖାଇ ନୁହେଁ, ପରସ୍ପରର ପାଖରେ ବସି, ପରସ୍ପରକୁ ଲୋଡ଼ି ଏବଂ ଯେଉଁମାନେ ସ୍କୁଲ୍‌ ଓ କଲେଜରେ ପଢୁଛନ୍ତି, ସେମାନେ ପ୍ରଥମେ ଏହି ଆଲୋଚନା ଲାଗି ଆଗଭର ହୁଅନ୍ତୁ।
ଗୌରୀଭାଇ ଯେଉଁ ଗାନ୍ଧିଜୀଙ୍କର ନେତୃତ୍ୱ ଦ୍ୱାରା ପରିଚାଳିତ ହୋଇ ଦେଶର ସଂଗ୍ରାମରେ ସେତେବେଳେ ନିଜକୁ ସମ୍ମିଳିତ କରିଥିଲେ ଏବଂ ଗାଁର ଆମ ସମସ୍ତଙ୍କୁ ଉଦ୍‌ବୁଦ୍ଧ କରୁଥିଲେ, ସେହି ଗାନ୍ଧୀ କେତେ ଦୃଢ଼ ହୋଇ ବାରମ୍ବାର କହି ଯାଇଛନ୍ତି ଯେ ”ବିଦେଶୀ ଶାସନକୁ ହଟାଇବା ସିନା ଆମର ପ୍ରଥମ କାମ, ମାତ୍ର ସେହି ଶାସନ ହଟିଯିବା ପରେ ସମାଜର ପରିବର୍ତ୍ତନ ହେଉଛି ତା’ର ପରବର୍ତ୍ତୀ ଦ୍ୱିତୀୟ ସଂଗ୍ରାମ।“ ସେହି ବାର୍ତ୍ତାଟି ସହରମାନଙ୍କରେ ବହିରେ ଲେଖା ହୋଇ ରହିଥିବ ନା ଆମ ଗାଁମାନଙ୍କରୁ ହିଁ ଆଗ ସେଥିଲାଗି ଅସଲ ଉଦ୍‌ବେଳନ ଆରମ୍ଭ ହେବ?
ଚିତ୍ତରଞ୍ଜନ ଦାସ ତାଙ୍କ ଲେଖା ଶେଷରେ ଯେଉଁ ପ୍ରଶ୍ନଟି ପଚାରିଥିଲେ ତାହାର ଉତ୍ତର ମିଳୁନାହିଁ ବା ମିଳିବାର ନାହିଁ। ଗୌରାଙ୍ଗ ଚରଣ ଦାସଙ୍କ ବର୍ଗଟି ସେମାନଙ୍କର ଦାୟିତ୍ୱ ତୁଲାଇ ସାରିଛନ୍ତି। ତାଙ୍କର ଆଜିର ପୁଣ୍ୟତିଥିରେ ତାଙ୍କୁ ତଥା ତାଙ୍କ ଜରିଆରେ ସବୁ ଦିବଂଗତ ସଂଗ୍ରାମୀଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି।
ମୋ :୮୮୯୫୮୫୭୩୧୮


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri