Posted inଖେଳ

ଭାରତ ବିପକ୍ଷ ମ୍ୟାଚ୍‌ରେ ଏହି କାରନାମା ଯୋଗୁ ଇତିହାସ ରଚିଲେ ଷ୍ଟିଭ୍‌ ସ୍ମିଥ୍‌

ନୂଆଦିଲ୍ଲୀ,୨୯।୧୧: ଅଷ୍ଟ୍ରେଲିଆ କ୍ରିକେଟ ଟିମ୍‌ର ବ୍ୟାଟ୍ସମ୍ୟାନ୍‌ ଷ୍ଟିଭ୍‌ ସ୍ମିଥ୍‌ ଟେଷ୍ଟ କ୍ରିକେଟ ଫର୍ମାଟର ଏକ ନଂ ଖେଳାଳି। ହେଲେ ସେ ଦିନିକିଆ କ୍ରିକେଟରେ ମଧ୍ୟ ନିଜର ଜବରଦସ୍ତ ପ୍ରଦର୍ଶନ ଜାରି ରଖିଛନ୍ତି। ଲଗାତାର ଦ୍ୱିତୀୟ ଥର ପାଇଁ ଭାରତ ବିପକ୍ଷ ଦିନିକିଆରେ ଶତକ ହାସଲ କରିଛି। ସ୍ମିଥ୍‌ ୬୪ ବଲ୍‌ରେ ୧୦୪ ରନ୍‌ କରିଛନ୍ତି। ଯେଉଁଥିରୁ ମାତ୍ର ୬୨ ବଲ୍‌ରେ ସେ ଶତକ ମାରିଥିଲେ। ଭାରତ ବିପକ୍ଷ ସିରିଜ୍‌ର ଖେଳାଯାଇଥିବା ଦୁଇଟି ମ୍ୟାଚ୍‌ରେ ୭୦ରୁ କମ୍‌ ବଲ୍‌ରେ ଶତକ ମାରି ସେ ଇତିହାସ ରଚିଛନ୍ତି। ଏପରି କରିବାରେ ସେ ଅଷ୍ଟ୍ରେଲିଆର ପ୍ରଥମ ଏବଂ ଦୁନିଆର ଦ୍ୱିତୀୟ ବ୍ୟାଟ୍ସମ୍ୟାନ୍‌ ପାଲଟିଛନ୍ତି। ତାଙ୍କ ପୂର୍ବରୁ ୨୦୧୮ରେ ଜନି ବେୟରଷ୍ଟୋ ନ୍ୟୁଜିଲାଣ୍ଡ ବିପକ୍ଷରେ ୫୬ ଏବଂ ସ୍କଟ୍‌ଲାଣ୍ଡ ବିପକ୍ଷରେ ମାତ୍ର ୫୪ ବଲ୍‌ରେ ଶତକ କରିଥିଲେ। ଏହାଛଡ଼ା ସ୍ମିଥ୍‌ ଭାରତ ବିପକ୍ଷରେ ଲଗାତାର ତୃତୀୟ ଶତକ କରିଛନ୍ତି। ଏପରି କରିବାରେ ସେ ପ୍ରଥମ ଅଷ୍ଟ୍ରେଲିୟ ଖେଳାଳି ପାଲଟିଛନ୍ତି।
କହିରଖୁଛୁ, ସ୍ମିଥ୍‌ ଆଇପିଏଲ୍‌ରେ ଲୟରେ ନ ଥିlଲେ। ଏଣୁ ତାଙ୍କ ଅଧିନାୟକତ୍ୱରେ ରାଜଧାନୀ ରୟାଲ୍ସ ଟିମ୍‌ ଶେଷ ର଼୍ୟାଙ୍କ ହାସଲ କରିଥିଲା। ହେଲେ ଦିନିକିଆ ସିରିଜ ଆରମ୍ଭର ୩ ଦିନ ପୂର୍ବରୁ ସେ ପୁଣିଥରେ ନିଜର ଲୟକୁ ଫେରିଛନ୍ତି। ଏହା ସେ ନିଜେ କହିଛନ୍ତି। ଫଳରେ ଦୁଇଟି ଯାକ ଦିନିକିଆରେ ସେ ଶତକ କରିବାରେ ସଫଳ ହୋଇଛନ୍ତି। ଏହାକୁ ନେଇ ଆଗାମୀ ଟେଷ୍ଟ ଶୃଙ୍ଖଳାରେ ସେ ଭଲ ପ୍ରଦର୍ଶନ କରିପାରନ୍ତି ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରୋଗୀ ସାଜି ଆସିଲେ, ଡାକ୍ତରଙ୍କ ହାତ-ଗୋଡ଼ ବାନ୍ଧି କଳାକନା ବୁଲାଇଲେ: ଧର୍ମଗଡ଼ରେ ସଶସ୍ତ୍ର ଡକାୟତି

ଧର୍ମଗଡ଼,୧୧।୭(ଘାସିରାମ ଜଗତ): କଳାହାଣ୍ଡି ଜିଲା ଧର୍ମଗଡ଼ ସହରର କେନ୍ଦ୍ରସ୍ଥଳରେ ଏକ ଦୁଃସାହସିକ ସଶସ୍ତ୍ର ଡକାୟତି ଘଟଣା ସାମ୍ନାକୁ ଆସିଛି। ଧର୍ମଗଡ଼ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗ…

ଏଟିଏମ୍‌ କାଉଣ୍ଟରରୁ ଟଙ୍କା ଲୁଟ୍‌ କରୁଥିବା ଗ୍ୟାଙ୍ଗର ୪ ଗିରଫ

କେନ୍ଦୁଝର,୧୧ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଟାଉନ ଥାନା ପୋଲିସ ଶନିବାର ଏଟିଏମ୍‌ କାଉଣ୍ଟରରୁ ଟଙ୍କା ଲୁଟ କରୁଥିବା ୪ ଜଣିଆ ଗ୍ୟାଙ୍ଗଙ୍କୁ ଗିରଫ କରି କୋର୍ଟ…

ଅଣସର ଘରେ ଶ୍ରୀଜୀଉ, ପଟ୍ଟଦିଅଁଙ୍କୁ ପୂଜାର୍ଚ୍ଚନା

କୋରାପୁଟ,୧୧ା୭(ଅମିତାଭ ବେହେରା)-କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ସ୍ନାନ ପୂର୍ଣ୍ଣିମା ପରେ ଶ୍ରୀଜୀଉମାନେ ଅଣସର ଘରେ ବିରାଜମାନ ମନ୍ଦିର ସମ୍ମୁଖରେ ପଟ୍ଟଦିଅଁଙ୍କୁ ନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଉଛି। ଅଣସର ଘରେ…

ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିରରେ ବନମହୋତ୍ସବ ପାଳିତ : “ଗଛ ବଞ୍ଚିଲେ ଆମେ ବଞ୍ଚିବା”

ଗଞ୍ଜାମ, ୧୧।୭ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତସ୍ଥିତ ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିର ପରିସରରେ ଶନିବାର ବନମହୋତ୍ସବ କାର୍ଯ୍ୟକ୍ରମ ଉତ୍ସାହର ସହ ପାଳନ କରାଯାଇଛି।…

ତାର ବାଡ଼ରେ ଫସିଯାଇଥିଲା ଭାଲୁ , ଉଦ୍ଧାର କଲା ବନ ବିଭାଗ

କେସିଙ୍ଗା, ୧୧।୭ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କିନେରକେଲା ଗ୍ରାମରେ ଜଣେ ଚାଷୀଙ୍କ ତାର ବାଡ଼ରେ ଶନିବାର ସକାଳେ ଏକ ଭାଲୁ ଫସିଯାଇଥିବା…

ମଣିଷ ସୁରକ୍ଷାକୁ ଫୁ’: ଗୋଟିଏ କୂଅରେ ଖୋଲାରେ ଲାଗିଛି ୧୩ ପାଣି ପମ୍ପ୍‌, ଆଖି ପିଛୁଳାକେ ଘଟିପାରେ….

ଛତ୍ରପୁର,୧୧ା୭(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାହେବଜେନାପଲ୍ଲୀଠାରେ ଥିବା ଗୋଟିଏ କୂଅରୁ ପାଣି ଟାଣୁଛନ୍ତି ୧୩ଟି ପମ୍ପ। ସବୁଠାରୁ ବିପଦପୂର୍ଣ୍ଣ କଥା ହେଉଛି ସେହି ପମ୍ପଗୁଡ଼ିକ କୂଅର…

ଝାରସୁଗୁଡ଼ାରେ ଭାଜପାର ତୀବ୍ର ଗୋଷ୍ଠୀ କନ୍ଦଳ : ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଅଟକାଇଲେ କର୍ମୀ ମା’ ସମଲେଇ ଦର୍ଶନ ନକରି ଫେରିଲେ…

ଝାରସୁଗୁଡ଼ା, ୧୧।୭ (ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲାରେ ଭାଜପାର ଗୋଷ୍ଠୀ କନ୍ଦଳ ଏବେ ଚରମ ସୀମାରେ ପହଞ୍ଚିଛି। ବିଶେଷକରି ଜିଲାର ଦୁଇ ପ୍ରମୁଖ ନେତା—ରାଜସ୍ୱ ଓ…

ଇରାନ ଯୁଦ୍ଧ ସମୟରେ ଭାରତୀୟ ନୌସେନା କରିଥିଲା ଶକ୍ତି ପ୍ରଦର୍ଶନ; ୧୮ଟି ଜାହାଜକୁ ସୁରକ୍ଷିତ ଭାରତକୁ ନେଇଆସିଥିଲା

ନୂଆଦିଲ୍ଲୀ,୧୧।୭: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରବିବାର (୧୧ ଜୁଲାଇ) କହିଛନ୍ତି ଯେ ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମୟରେ, ଭାରତୀୟ ନୌସେନା ପ୍ରାୟ ୯,୦୦୦ କୋଟି ଟଙ୍କାର ମାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri