୬୪୦ ହେକ୍ଟର ଜମିରେ ୨ ଲକ୍ଷ ୭୫ ହଜାର ଗଛ ଲଗାଇବାକୁ ନିଆଯିବ ପଦକ୍ଷେପ

ଦାରିଙ୍ଗବାଡି,୭।୧୧ (ଅରୁଣ ସାହୁ )-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦନେକବାଡି ପଞ୍ଚାୟତ କାର୍ଯ୍ୟାଳୟ ପରିସର ମଧ୍ୟରେ ଗୁରୁବାର କାର୍ବନ କ୍ରେଡିଟ ପ୍ରୋଜେକ୍ଟର ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ବେଚ୍ଛାସେବୀ ଅନୁଷ୍ଠାନର ଥିମେଟିକ ମ୍ୟାନେଜର ଅନୁରାଗ ଶର୍ମାଙ୍କ ଅଧ୍ୟକ୍ଷତା କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅକ୍ଷୟ ପରିଛା ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏଫସିଏଫ ଇଣ୍ଡିଆର ଟେକ୍ନିକାଲ ଆସୋସିଏଟ ସଚିନ ରୋହିଲା ସ୍ଥାନୀୟ ଅଞ୍ଚଳର ହିତାଧିକାରୀଙ୍କୁ ସଶକ୍ତ କରିବା ପାଇଁ ପରାମର୍ଶ ଦେଇଥିଲେ। ସେ ପ୍ରଥମେ କାର୍ଯ୍ୟକ୍ରମର ଲକ୍ଷ ଓ ଉଦ୍ଦେଶ୍ୟ ସମ୍ପର୍କରେ ଉପସ୍ଥିତ ଲୋକଙ୍କୁ ଜଣାଇଥିଲେ। ବିଶ୍ୱରେ ଜଳବାୟୁର ପରିବର୍ତ୍ତନ ଯୋଗୁ ହେଉଥିବା ସମସ୍ୟା ବିଶେଷ କରି ବର୍ଷାର ଅନିୟମିତତା ଗ୍ରୀଷ୍ମଋତୁରେ ଅତ୍ୟଧିକ ଗରମ ଗୁଳୁଗୁଳି ହେବା ଶୀତ ବିଳମ୍ବରେ ଆସିବା ଓ ଶୀଘ୍ର ଶୀତ ଉଭାନ ହୋଇଯିବା ଭଳି ପରିସ୍ଥିତି ଉପୁଜୁଛି। ଏବେ ଏଭଳି ଜଳବାୟୁ ପରିବର୍ତ୍ତନ ଯୋଗୁ ହେଉଥିବା ସମସ୍ୟାରୁ ବଞ୍ଚିବା ପାଇଁ ପାଇଁ ଜଙ୍ଗଲ ସୃଷ୍ଟି କରିବା ସହ ଜଳ ସଂରକ୍ଷଣ କରିବା ଜରୁରୀ। ତେଣୁ ଅଞ୍ଚଳରେ ଏବେ ବଡ଼ ବଡ଼ କୋଠା ନିର୍ମାଣ ହେଉଛି ଜଙ୍ଗଲ ନଷ୍ଟ କାରଣ। ସେହିପରି ସିମେଣ୍ଟ ସମେତ ଗାଡି ସଂଖ୍ୟା ବୃଦ୍ଧି, ପ୍ଲାଷ୍ଟିକ, ପଲିଥିନ ବ୍ୟବହାର ବୃଦ୍ଧି ଯୋଗୁ ଅଙ୍ଗାରକାମ୍ଳ ଗ୍ୟାସ ବୃଦ୍ଧି ହେଉଛି ତେଣୁ ଗଛ ଲଗାଇବା ଜରୁରୀ।

ଯେତେ ଖାଲି ପଡିଥିବା ଜମିରେ ଗଛ ଲଗାଇବାକୁ ପରାମର୍ଶ ଦିଆଯାଇଥିଲା ଜିଲାରେ ଅତିକମରେ ୨ ଲକ୍ଷ ୭୫ ଗଛ ଲଗାଇବାକୁ ପରାମର୍ଶ ଦିଆଯାଇଥିଲା। ଆମ୍ବ, ଲିଚୁ, ଲେମ୍ବୁ, ପଣସ, ତେନ୍ତୁଳି,ଡାଳିମ୍ବ ଭଳି ଗଛ ଲଗାଇବା ସହ ଜଙ୍ଗଲ ସୃଷ୍ଟି କରିବା ଦ୍ୱାରା ଫଳ ଲୋକ ମାନେ ଖାଇବା ସହ ବିକ୍ରୀ କରି ରୋଜଗାରକ୍ଷମ ହୋଇପାରିବେ ବୋଲି କୁହାଯାଇଥିଲା ଏବେ ଏହି ପ୍ରକଳ୍ପ ରାଜ୍ୟର ୫ ଟି ଜିଲ୍ଲା ତଥା କନ୍ଧମାଳ, ଗଜପତି, ନୟାଗଡ଼, ଗଞ୍ଜାମ ଏବଂ କଳାହାଣ୍ଡି ରେ ମୋଟ ୩ ହଜାର ୫ ସହ ୬୧ ହେକ୍ଟର ଜମି ରେ ଏହି ପ୍ରକଳ୍ପ କରାଯାଉଥିବା ବେଳେ କେବଳ କନ୍ଧମାଳ ଜିଲ୍ଲାରେ ୬୪୦ ହେକ୍ଟର ଜମିରେ ଏହି କାର୍ବନ କ୍ରେଡିଟ ପ୍ରକଳ୍ପ କରାଯିବ ଏଥିପାଇଁ ହିତାଧିକାରୀଙ୍କୁ ୩୦ ବର୍ଷ ପର୍ଯ୍ୟନ୍ତ ସହଯୋଗ କରାଯିବା ସହ ତଦାରଖ କରାଯିବ। ବୃକ୍ଷ ବଞ୍ଚିବା ପାଇଁ ଆବଶ୍ୟକ ସାର ପ୍ରଦାନ କରାଯାଇଛି। ଚାଷ ଜମରେ ଖାଲି ଥିବା ସ୍ଥାନରେ ହିଁ ଏହି ଗଛ ଲଗାଯିବ ଚାଷକୁ କୌଣସି ପ୍ରକାରେ ବନ୍ଦ କରିବାକୁ ଦିଆଯିବନି ବୋଲି ପରାମର୍ଶ ଦିଆଯାଇଛି।

ଅନ୍ୟମାନଙ୍କ ମଧ୍ୟରେ ଗ୍ରାମବିକାଶର ପ୍ରକଳ୍ପ ପରିଚାଳକ ସଚିନ ମାଥିୟୁ, କାର୍ଯ୍ୟକ୍ରମ ପରିଚାଳକ ବେଷ୍ଟିନ ଯତୀନ, ଦାନେକବାଡି ସରପଞ୍ଚ ନଞ୍ଜୟ ପ୍ରଧାନ, ସୁହମ ସଲିଲ ପ୍ରମୁଖ ମଞ୍ଚାସିନ ଥିଲେ। ସେହିପରି କାର୍ଯ୍ୟକ୍ରମକୁ ଥିମେଟିକ ସଂଯୋଜକ ଚନ୍ଦ୍ରସିଂ ମାଝୀ, ବସନ୍ତ ନାୟକ ଙ୍କ ସମେତ ଅନ୍ତରଙ୍ଗ ଯୁବ ମହାସଙ୍ଘର ସଭାପତି ଦିଲୀପ କୁମାର ସାହୁ, ପ୍ରଭାଞ୍ଜନ ପ୍ରଧାନ, ଝୁମିତା ପ୍ରଧାନ, ସୁନିତା ପ୍ରଧାନ, ଶୁଭଲତା ପ୍ରଧାନ ଓ ଗ୍ରାମବିକାଶ ର କର୍ମକର୍ତ୍ତା ପରିଚାଳନା କରିଥିଲେ। ଅଞ୍ଚଳର ଶତାଧିକ ମହିଳା ସ୍ବୟଂ ସହାୟକ ଗୋଷ୍ଠିର ସଦସ୍ୟ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଆସନ୍ତା ଶୁକ୍ରବାର ଏବଂ ଶନିବାର ଏହି କାର୍ଯ୍ୟକ୍ରମ ସିଆଙ୍ଗବାଲି ଓ ଗଞ୍ଜାମ ଜିଲା ଗୋଚ୍ଛାରେ କରାଯିବ ବୋଲି ଗ୍ରାମବିକାଶ ଅନୁଷ୍ଠାନ ପକ୍ଷରୁ କୁହାଯାଇଛ।


Enter your email to get our daily news in your inbox.

All Right Reserved By Dharitri.Com

ପଡ଼ୋଶୀ ଦେଶରେ ପେଟ୍ରୋଲ-ଡିଜେଲ ଶସ୍ତା! LPG ସିଲିଣ୍ଡର ଦାମ ୧୦୦ ଟଙ୍କା କମିଲା…

ନୂଆଦିଲ୍ଲୀ, ୨ା୭: ଜୁଲାଇ ପହିଲାରେ ଭାରତରେ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇଥିବା ବେଳେ, ପଡ଼ୋଶୀ ଦେଶ ନେପାଳର ଲୋକମାନଙ୍କୁ ମଧ୍ୟ ଏକ ବଡ଼ ଆଶ୍ୱସ୍ତି…

ପାଠ୍ୟ ପୁସ୍ତକରେ ତ୍ରୁଟି, ତେଜୁଛି ଆନ୍ଦୋଳନ

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ନୂତନଭାବେ ପ୍ରକାଶ ପାଇଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ପାଠ୍ୟ ପୁସ୍ତକରେ ରହିଥିବା ଅନେକ ତ୍ରୁଟିକୁ ନେଇ ରାଜ୍ୟରେ ଅସନ୍ତୋଷ ଥମିବାର ନାଁ ନେଉ…

ହ୍ୱାଟ୍ସଆପ୍‌ର ନୂଆ ‘ୟୁଜରନେମ୍‌’ ଫିଚର ଉପରେ କେନ୍ଦ୍ରର ରୋକ

ନୂଆଦିଲ୍ଲୀ, ୨ା୭ (ପି.ଟି.): ହ୍ୱାଟ୍ସଆପ୍‌ ଚିଫ୍‌ କମ୍ପ୍ଲାଏନ୍ସ ଅଫିସରଙ୍କୁ ପଠାଯାଇଥିବା ସରକାରୀ ନୋଟିସରେ ସ୍ପଷ୍ଟ କୁହାଯାଇଛି ଯେ, ଏକ ପ୍ରମୁଖ ସାମାଜିକ ଗଣମାଧ୍ୟମ ସଂସ୍ଥା ଭାବେ ମେଟା…

୨ଦିନରେ ଧାନ ଉଠିବା ନେଇ ଆଶଙ୍କାରେ ଚାଷୀ: ମଣ୍ଡିରେ ଗଜା ହେଲାଣି ଧାନ

ନୂଆପଡ଼ା,୨ା୭ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ରବି ମଣ୍ଡି ଧାନ ଉଠାଣ ଅବଧି ଜୁନ ୩୦ ରହିଥିଲା। ଜିଲାର ବିଭିନ୍ନ ମଣ୍ଡିରେ ପଡି ରହିଥିବା ଧାନକୁ ଦେଖି ରାଜ୍ୟ…

ପ୍ରମାଣପତ୍ର ପାଇଁ ଆସି ଦିବ୍ୟାଙ୍ଗ ହଟହଟା: ନିରାଶରେ ଘରକୁ ଫେରୁଛନ୍ତି

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ପ୍ରମାଣପତ୍ର ପାଇଁ ଦିବ୍ୟାଙ୍ଗମାନେ ହଟହଟା ହେବା ସାଧାରଣରେ ପରିଣତ ହୋଇଛି। କେତେବେଳେ ପ୍ରମାଣପତ୍ର ଇସ୍ୟୁ କରିବାକୁ ଡାକ୍ତର ନାହାନ୍ତି ତ ଆଉକେବେ ନିର୍ଦ୍ଧାରିତ…

ଅଗଷ୍ଟ ୩୦ରେ ଏନ୍‌ଇଇଟି-ପିଜି ପରୀକ୍ଷା

ନୂଆଦିଲ୍ଲୀ,୨ା୭: ନ୍ୟାଶନାଲ ବୋର୍ଡ ଅଫ୍‌ ଏକ୍ଜାମିନେଶନ୍ସ ଇନ୍‌ ମେଡିକାଲ ସାଇନ୍ସ (ଏନ୍‌ବିଇଏମ୍‌ଏସ୍‌) ନୂଆଦିଲ୍ଲୀ ଚଳିତବର୍ଷର ଏନ୍‌ଇଇଟି-ପିଜି ପରୀକ୍ଷା ପାଇଁ ବୁଧବାର ଆବେଦନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି…

ବିନା ବିଦ୍ୟୁତ୍‌ରେ ସମୁଦ୍ର ପାଣି ହେବ ପିଇବାଯୋଗ୍ୟ

ବେଜିଂ, ୨ା୭: ଚାଇନାର ଗବେଷକମାନେ ଏକ ଅଭିନବ ସୌରଶକ୍ତିଚାଳିତ ଜଳ ବିଶୋଧନ ପ୍ରଯୁକ୍ତି ପ୍ରସ୍ତୁତ କରିଛନ୍ତି, ଯାହା ସମୁଦ୍ରର ଲୁଣି ପାଣିକୁ ଅତି ସହଜରେ ପିଇବା ଯୋଗ୍ୟ…

୩ ପରେ ୪ର୍ଥ

ଭୁବନେଶ୍ୱର,୨।୭(ସୁନିତ୍‌ ମିଶ୍ର): ଭାଜପାର ରାଜ୍ୟ ସଭା ସଦସ୍ୟ ସୁଜିତ୍‌ କୁମାର ଗତ ୨୫ ତାରିଖରେ ଚୌଦ୍ୱାର ଥାନାରେ ଜେଲ ଡିଜିଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri