ପଦବୀ ପୂରଣ ପଦକ୍ଷେପ

Dillip Cherian

ନିକଟରେ ପଦୋନ୍ନତି ଓ କ୍ୟାରିୟର ଭବିଷ୍ୟତକୁ ନେଇ ସେଣ୍ଟ୍ରାଲ ସେକ୍ରେଟାରିଏଟ୍‌ ସର୍ଭିସ (ସିଏସ୍‌ଏସ୍‌) ଅଧିକାରୀମାନେ କରିଥିବା ଆନ୍ଦୋଳନ କେନ୍ଦ୍ର ସରକାରଙ୍କୁ ପଦକ୍ଷେପ ନେବାକୁ ପ୍ରେରିତ କରିଛି। ଏହି ପଦକ୍ଷେପ କଥା ଶୀର୍ଷ ସ୍ତରରୁ ହିଁ ଉଠିଛି। ସମ୍ଭବତଃ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର କେନ୍ଦ୍ର ସଚିବମାନଙ୍କ ସହ ଆଲୋଚନା ସମୟରେ ଏହା ଆରମ୍ଭ ହୋଇଛି। ଉକ୍ତ ଆଲୋଚନାରେ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗଗୁଡ଼ିକରେ ବୃଦ୍ଧି ପାଉଥିବା ଖାଲି ପଦବୀ ସଂଖ୍ୟାକୁ ନେଇ ପ୍ରଧାନମନ୍ତ୍ରୀ ମଧ୍ୟ ଚିନ୍ତାପ୍ରକଟ କରିଥିଲେ। ଜଣାପଡ଼ିଛି ଯେ, କ୍ୟାବିନେଟ୍‌ ସଚିବ ରାଜୀବ ଗୌବା ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗର ମୁଖ୍ୟଙ୍କୁ ଏ ସମ୍ପର୍କରେ ଚିଠି ପଠାଇଛନ୍ତି। ନିର୍ଦ୍ଧାରିତ ପଦବୀଗୁଡ଼ିକ ମଧ୍ୟରୁ ଖାଲି ରହିଥିବା ପଦବୀସବୁକୁ ପୂରଣ କରିବା ପାଇଁ ସେଥିରେ ସେ ନିେର୍ଦ୍ଦେଶ ଦେଇଛନ୍ତି। ଏବେ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗଗୁଡ଼ିକରେ ଅନେକ ଶହ ପଦବୀ ଖାଲିପଡ଼ିଛି, ଯାହା ସରକାରଙ୍କ କାର୍ଯ୍ୟଦକ୍ଷତାରେ ବାଧା ସୃଷ୍ଟିକରୁଛି। ବିଶେଷକରି ସିଏସ୍‌ଏସ୍‌ ଅଧିକାରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଅଧିକାଂଶ ପଦବୀ ଖାଲି ରହିଛି। ଏହି ସବୁପଦବୀରେ ନିଯୁକ୍ତି ନ ହେବା ଯୋଗୁ ଏବେ କାର୍ଯ୍ୟରତ ସିଏସ୍‌ଏସ୍‌ ଅଧିକାରୀମାନଙ୍କୁ ଦୁଇଗୁଣ କାମ କରିବାକୁ ପଡୁଛି । କିଛି ସପ୍ତାହ ପୂର୍ବରୁ ସିଏସ୍‌ଏସ୍‌ ଅଧିକାରୀମାନଙ୍କ ପ୍ରତିନିଧିମାନେ ପର୍ସୋନେଲ ଏବଂ ପିଏମ୍‌ଓ ରାଷ୍ଟ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂଙ୍କୁ ସାକ୍ଷାତ କରି ଏ ବିଷୟରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ। ତେବେ ଏ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଜଡ଼ିତ ହେଉଥିବାରୁ, ଜଣାପଡ଼ୁଛି ଯେ,ସରକାରରେ ଖାଲି ରହିଥିବା ପଦବୀଗୁଡ଼ିକୁ ପୂରଣ କରିବା ଜରୁରୀ ହୋଇପଡ଼ିଛି ଏବଂ ଏହି ବାବୁମାନଙ୍କ ପଦୋନ୍ନତି ପ୍ରସଙ୍ଗରେ ସରକାର ଏକ ସୁଚିନ୍ତିତ ଦୃଷ୍ଟିକୋଣ ଆପଣାଉଛନ୍ତି।
ନିଯୁକ୍ତି ଆଶଙ୍କା
କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି)ର ଅଧ୍ୟକ୍ଷ ଭାବେ ମନୋଜ ସୋନିଙ୍କ ନିଯୁକ୍ତିକୁ ନେଇ ସିଭିଲ ସର୍ଭାଣ୍ଟ, ପବ୍ଲିକ କମେଣ୍ଟେଟର ଏବଂ ଜନସାଧାରଣଙ୍କ ମଧ୍ୟରେ ମତପାର୍ଥକ୍ୟ ଦେଖାଦେଇଛି। ଏଥିରେ ସୋନିଙ୍କ ପାଇଁ କିଛି ସମସ୍ୟା ନାହିଁ। କାରଣ ସୋନି ୟୁପିଏସ୍‌ସିରେ ନୂଆ ନୁହନ୍ତି। ୨୦୧୭ରୁ ସେ ସେଥିରେ ସଦସ୍ୟ ରହିଛନ୍ତି ଏବଂ ଆମେ ଜାଣିବାରେ ତାଙ୍କ ନିଯୁକ୍ତିରେ କୌଣସି ନିୟମ ଭଙ୍ଗ କରାଯାଇନାହିଁ। ତଥାପି ଅସନ୍ତୋଷର ସ୍ବର ଉଠୁଛି। ଭଦୋଦରା ଏମ୍‌ଏସ୍‌ ୟୁନିଭର୍ସିଟିର ପୂର୍ବତନ କୁଳପତି ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପୂର୍ବତନ ସ୍ପିଚ୍‌ରାଇଟର୍‌ ସୋନି ସିଭିଲ ସର୍ଭିସ ସିଷ୍ଟମ ପ୍ରତି ବିପଦ ସୃଷ୍ଟି କରିବେ ବୋଲି ଯେଉଁମାନଙ୍କର ଆଶଙ୍କା ସୃଷ୍ଟି ହୋଇଛି ସେମାନେ ଏଭଳି ସ୍ବର ଉଠାଉଛନ୍ତି। ସର୍ବ ଭାରତୀୟ ସେବାର ଅଧିକାରୀମାନଙ୍କ ଚୟନ ପାଇଁ ତାଙ୍କୁ ଦାୟୀ କରିବାକୁ ତାଙ୍କ ଗୈରିକ ପୃଷ୍ଠଭୂମିକୁ ଦର୍ଶାଉଛନ୍ତି ଏବଂ ଏହା ସମସ୍ୟା ସୃଷ୍ଟି କରିବାର ସମ୍ଭାବନା ରହିଛି ବୋଲି ସେମାନେ ଯୁକ୍ତି ବାଢୁଛନ୍ତି। ଉଦାରବାଦୀମାନେ ବି ଚିନ୍ତାପ୍ରକଟ କରିପାରନ୍ତି, କିନ୍ତୁ କେନ୍ଦ୍ର ପାଇଁ ସୋନି ଯାହା ଚାହିଁବେ ତାହା କରିପାରିବେ। ମୋଦିଙ୍କ ଭଳି ଏକ ସାଧାରଣ ପରିବାରରୁ ଆସିଥିବା, ଅତି ପ୍ରଭାବଶାଳୀ ସ୍ବାମୀନାରାୟଣ ସମ୍ପ୍ରଦାୟ ସହ ସମ୍ପର୍କଥିବା ଜଣେ ଆମତ୍ଘୋଷିତ ବିଦ୍ୱାନ ସନ୍ନ୍ୟାସୀ ସୋନି ଗୁଜରାଟରେ ମୋଦି ମୁଖ୍ୟମନ୍ତ୍ରୀ ଥିଲାବେଳେ ତାଙ୍କର ଜଣେ ଦୃଢ ସମର୍ଥକ ଥିଲେ। କିନ୍ତୁ ସମ୍ଭବତଃ, ସବୁଠୁ ବଡ ଭୟ ଉପରେ ସ୍ବର ଉଠିନାହିଁ। ପୂର୍ବତନ ୟୁପିଏସ୍‌ସି ଅଧ୍ୟକ୍ଷମାନେ ପ୍ରତିଷ୍ଠିତ ଶିକ୍ଷାବିତ୍‌ ଥିଲେ ଓ ସେମାନଙ୍କର ଉକତ୍ୃଷ୍ଟ ରେକର୍ଡ ଥିଲା ଏବଂ ଉଲ୍ଲେଖନୀୟ ଯେ, ଆଇଏଏସ୍‌ ବାବୁମାନେ ହିଁ ପଦବୀରେ ରହୁଥିଲେ। ନିଯୁକ୍ତି ଧାରାର ଏହି ଶେଷ ଭାଗରେ ଅନେକେ ନାରାଜ ହେବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି। ସିଭିଲ୍‌ ସର୍ଭିସ ପ୍ରତି ବିପଦ ରହିଛି ବୋଲି ଯେଉଁମାନେ ଭବିଷ୍ୟବାଣୀ କରୁଛନ୍ତି ସୋନି ତାହାକୁ ନିରର୍ଥକ ବୋଲି ପ୍ରମାଣ କରିବେ କି ନାହିଁ ତାହା ଦେଖିବାକୁ ବାକି ରହିଲା।
ୟୁଟି ବାବୁଙ୍କ ଅଦଳବଦଳ
ନିକଟରେ ୟୁନିୟନ୍‌ ଟେରିଟୋରି (ୟୁଟି) କ୍ୟାଡର୍‌ର ଏକ ଅଦଳବଦଳରେ ପୂର୍ବତନ ନୂଆଦିଲ୍ଲୀ ମ୍ୟୁନିସିପାଲ କାଉନ୍‌ସିଲ(ଏନ୍‌ଡିଏମ୍‌ସି)ର ଚେୟାର୍‌ମ୍ୟାନ ନରେଶ କୁମାରଙ୍କୁ ଦିଲ୍ଲୀର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ କରାଯାଇଛି। ୧୯୮୭ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ କୁମାରଙ୍କୁ ତାଙ୍କ ବ୍ୟାଚ୍‌ମେଟ ବିଜୟ କୁମାର ଦେବଙ୍କ ସ୍ଥାନରେ ଅବସ୍ଥାପିତ କରାଯାଇଛି। ଦେବ ଏବେ ଦିଲ୍ଲୀର ମୁଖ୍ୟ ନିର୍ବାଚନ କମିଶନର ରହିଛନ୍ତି। ତେବେ ଦିଲ୍ଲୀର ତିନି ମ୍ୟୁନିସିପାଲ କର୍ପୋରେଶନର ମିଶ୍ରଣ କାର୍ଯ୍ୟ ଜାରି ରହିଛି ଓ ଏହି ପରିପ୍ରେକ୍ଷୀରେ କୁମାରଙ୍କ ନିଯୁକ୍ତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଘଟଣା ଉପରେ ନଜର ରଖିଥିବା ବାବୁମାନେ ବିଚାର କରୁଛନ୍ତି। ଏକ ଏକୀକୃତ ମ୍ୟୁନିସିପାଲ କର୍ପୋରେଶନରେ ଏହାର ସ୍ପେଶିଆଲ ଅଫିସରଙ୍କର ମୁଖ୍ୟ ସଚିବଙ୍କ ତୁଳନାରେ ବହୁ ଅଧିକ କ୍ଷମତା ଓ ସୁବିଧା ସୁଯୋଗ ରହିବ! ମହାରାଷ୍ଟ୍ରରେ ଏଭଳି ହୋଇଛି, ଯେଉଁଠି ମୁମ୍ବାଇ ମ୍ୟୁନିସିପାଲ କମିଶନର ରାଜ୍ୟରେ ସବୁଠୁ ବରିଷ୍ଠ ଅମଲାତନ୍ତ୍ରୀଙ୍କ ତୁଳନାରେ ଅଧିକ କ୍ଷମତା ଉପଭୋଗ କରନ୍ତି। ଅନ୍ୟପକ୍ଷରେ ଏନ୍‌ଡିଏମ୍‌ସିର ଏବକାର ଚେୟାରମ୍ୟାନଙ୍କୁ ଅରୁଣାଚଳ ପ୍ରଦେଶର ମୁଖ୍ୟ ସଚିବ ଭାବେ ଅବସ୍ଥାପିତ କରାଯାଇଛି, ଯାହାକୁ ଏକ ପଦାବନତି ବୋଲି ଅନେକେ ବିଚାର କରୁଛନ୍ତି। କିନ୍ତୁ ଧର୍ମେନ୍ଦ୍ର ଅବସର ପୂର୍ବରୁ ଏକ ମୁଖ୍ୟ ପଦବୀରେ ରହିବାର ସୁଯୋଗ ପାଇଛନ୍ତି ବୋଲି କୁହାଯାଉଛି। ସତ୍ୟ ଗୋପାଲଙ୍କ ସ୍ଥାନରେ ଧର୍ମେନ୍ଦ୍ରଙ୍କୁ ଅବସ୍ଥାପିତ କରାଯାଇଛି। ତେବେ ଅରୁଣାଚଳ ପ୍ରଦେଶର ଏହି ପୂର୍ବତନ ମୁଖ୍ୟ ସଚିବ ଏନ୍‌ଡିଏମ୍‌ସି ଚେୟାରମ୍ୟାନ ଭାବେ ଦିଲ୍ଲୀ ଫେରିବେ ନା ଅନ୍ୟ କୌଣସି ମୁଖ୍ୟ ପଦବୀ ପାଇବେ, ତାକୁ ନେଇ ବର୍ତ୍ତମାନ ପ୍ରଶ୍ନ ଉଠିଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri