ମୁହଁ ବନ୍ଦ ପାଇଁ ପଦକ୍ଷେପ

ନିର୍ବାଚନ ପ୍ରଚାର ସକାଶେ ଅରବିନ୍ଦ କେଜ୍‌ରିିୱାଲଙ୍କୁ କିଛିଦିନ ପାଇଁ ଜେଲରୁ ମୁକ୍ତ କରାଯାଇଛି। ପ୍ରଚାର ପରେ ତାଙ୍କୁ ଜେଲକୁ ଫେରିବାକୁ ପଡ଼ିବ। କେଜ୍‌ରିିୱାଲଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ନାହିଁ। ସେ ଜେଲରେ ରହିବାର କାରଣ ତାଙ୍କ ଜାମିନକୁ ଭାଜପା ବିରୋଧ କରୁଛି। ବିଚାରପତିମାନେ ଅନୁଭବ କଲେ, କେଜ୍‌ରିିୱାଲ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଏବଂ ସେ ମଧ୍ୟ ଏକ ଜାତୀୟ ଦଳର ନେତା। ଏହା ନିଃସନ୍ଦେହ ଯେ, ତାଙ୍କ ବିରୋଧରେ ଗୁରୁତର ଅଭିଯୋଗ ହୋଇଛି, କିନ୍ତୁ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ନାହିଁ। ତାଙ୍କର ପୂର୍ବରୁ କୌଣସି ଆପରାଧିକ ରେକର୍ଡ ନାହିଁ। ସେ ମଧ୍ୟ ସମାଜ ପାଇଁ ବିପଦ ନୁହନ୍ତି। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ୨୦୨୨ରେ ଏହି ମାମଲା ପଞ୍ଜୀକୃତ ହୋଇଥିଲା। କିନ୍ତୁ ଭୋଟ ଗ୍ରହଣ ଆରମ୍ଭର କିଛିଦିନ ପୂର୍ବରୁ କେଜ୍‌ରିୱାଲଙ୍କୁ ଚଳିତ ବର୍ଷ ମାର୍ଚ୍ଚ ୨୧ରେ ଗିରଫ କରାଯାଇଥିଲା। ୧୯ ଏପ୍ରିଲରେ ମତଦାନ ଆରମ୍ଭ ହୋଇଥିଲା। କେଜ୍‌ରିୱାଲ ୧ ମାସରୁ ଅଧିକ ସମୟ ପ୍ରାରମ୍ଭିକ ପ୍ରଚାର ଅଭିଯାନରେ ଭାଗନେଇପାରିଲେ ନାହିଁ। ନିର୍ବାଚନର ତିନିଟି ପର୍ଯ୍ୟାୟ ଶେଷ ହୋଇଯାଇଥିବାବେଳେ ତାଙ୍କୁ ଜେଲରେ ରଖାଯାଇଥିଲା। ତାଙ୍କ ସ୍ତ୍ରୀ ହିଁ ତାଙ୍କ ନାମରେ ପ୍ରଚାର କରିଥିଲେ। ୪ ଜୁନ୍‌ରେ ଫଳାଫଳ ବାହାରିବାବେଳେ ଏପରି ନିର୍ବାଚନକୁ ମୁକ୍ତ ଏବଂ ନିରପେକ୍ଷ ବୋଲି ବିବେଚନା କରାଯିବ କି? ବିରୋଧୀଙ୍କୁ ଜେଲରେ ରଖି ତୁମେ ସ୍ବାଧୀନ ଭାବେ ପ୍ରଚାର କରିବା ଏକ ପ୍ରକାର ନିର୍ବାଚନ, ଯାହା ଏକଚ୍ଛତ୍ରବାଦ ଦେଶଗୁଡ଼ିକରେ ଘଟିଥାଏ। ଝଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ, ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ତଥା ପୂର୍ବରୁ ତେଲଙ୍ଗାନାରେ ସରକାର ଚଳାଇଥିବା ଭାରତ ରାଷ୍ଟ୍ର ସମିତିର କଲଭକୁନ୍ତଳା କବିତା ସମସ୍ତେ ଜେଲରେ ଅଛନ୍ତି ଏବଂ ସେମାନଙ୍କ ମଧ୍ୟରୁ କାହାରିକୁ ଦୋଷୀ ସାବ୍ୟସ୍ତ କରାଯାଇ ନାହିଁ। କୋର୍ଟରେ ଭାଜପାର ଯୁକ୍ତି ହେଉଛି ଅନ୍ୟ ଅଭିଯୁକ୍ତଙ୍କ ତୁଳନାରେ ରାଜନେତାମାନଙ୍କୁ ସ୍ବତନ୍ତ୍ର ବ୍ୟବହାର ପ୍ରଦର୍ଶନ କରିବା ଉଚିତ ନୁହେଁ ଏବଂ ପ୍ରଚାର ପାଇଁ ଜାମିନ ଦିଆଯିବା ଉଚିତ ନୁହେଁ। ଗଣତନ୍ତ୍ର ଗୁରୁତ୍ୱପୂର୍ଣ୍ଣ ନୁହେଁ ବୋଲି ଏହା କ’ଣ ଦର୍ଶାଉ ନାହିଁ। ପୁନଶ୍ଚ, ଆମକୁ ଧ୍ୟାନ ଦେବାକୁ ହେବ ଯେ ଜେଲରେ ଥିବା ଏହି ରାଜନେତାମାନଙ୍କ ମଧ୍ୟରୁ ଜଣେ ହେଲେ କେହି ଦୋଷୀ ନୁହନ୍ତି। ସେମାନେ କେବଳ ଅଭିଯୁକ୍ତ ଓ ଭାଜପା ସେମାନଙ୍କ ବିରୋଧରେ ଅଭିଯୋଗ କରିଛି। କେଜ୍‌ରିିୱାଲଙ୍କ ମାମଲାରେ କୋର୍ଟ ଯାହା ଉଲ୍ଲେଖ କରିଛନ୍ତି ତାହା ମଧ୍ୟ ଅନ୍ୟ ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ। ସେମାନଙ୍କ ବିରୋଧରେ ପୂର୍ବରୁ କୌଣସି ଅଭିଯୋଗ ନାହିଁ। ସେମାନେ ସମାଜ ପାଇଁ ବିପଦ ନୁହନ୍ତି। ସେମାନେ ସମସ୍ତେ ରାଜନୈତିକ ଦଳର ନେତା।
ଜେଲରୁ ମୁକ୍ତହେବା ପରେ କେଜ୍‌ରିିୱାଲଙ୍କୁ ଜୋର୍‌ଦାର ସ୍ବାଗତ କରାଯାଇଥିଲା ଏବଂ ଭାଜପା ଏଥିରେ ଖୁସି ନ ଥିଲା। ସମସ୍ୟା ହେଉଛି ଏହି ଘଟଣାରେ କୋର୍ଟକୁ ବାଧ୍ୟ କରାଯାଉଛି। ଭାଜପା ଏପରି କାର୍ଯ୍ୟରେ ଲିପ୍ତ ରହି ଗଣତନ୍ତ୍ର ଉପରେ ଆକ୍ରମଣ କରୁନାହିଁ ବୋଲି ଯାହା କହୁଛି ତାହା ଗ୍ରହଣୀୟ କି? ଭାରତ ଯେଉଁ ବାଟ ଧରିଛି ସେ ବିଷୟରେ ବାହ୍ୟଜଗତ କ’ଣ ଅନୁଭବ କରୁଛି? ଅନେକ ବର୍ଷ ମଧ୍ୟରେ ଯାହା ସବୁ କୁହାଯାଇଛି ସେ ବିଷୟକୁ ଫେରିବା ଦରକାର। ବିଶ୍ୱର ଅନ୍ୟ ଦେଶଗୁଡ଼ିକ କହନ୍ତି, ଭାରତ କେବଳ ଏକଚ୍ଛତ୍ରବାଦ ଆଡ଼କୁ ଗତି କରୁନାହିଁ, ବରଂ ଏହା ଆଉ ଗଣତନ୍ତ୍ର ହୋଇ ରହିନାହିଁ। ଫ୍ରିଡମ୍‌ ହାଉସ ଅନୁଯାୟୀ, ରାଜନୈତିକ ବିରୋଧୀଙ୍କୁ ଟାର୍ଗେଟ କରିବା ପାଇଁ ଭାଜପା ସରକାରୀ ସଂସ୍ଥାଗୁଡ଼ିକୁ ଅତ୍ୟଧିକ ବ୍ୟବହାର କରୁଛି। ଏହା ସତ୍ୟ। ଫ୍ରିଡମ୍‌ ହାଉସ ଭାରତକୁ ‘ଆଂଶିକ ମୁକ୍ତ’ ମାନ୍ୟତା ଦେଇଛି। ଏହା ମଧ୍ୟ ସତ୍ୟ। ବାସ୍ତବରେ ଏହା ଭାରତର ସ୍ଥିତି ତୁଳନାରେ କେଜ୍‌ରିଓ୍ବାଲଙ୍କ ସ୍ଥିତିରେ ଅତ୍ୟଧିକ ପ୍ରତିଫଳିତ ହେଉଛି। ନାଗରିକ ସ୍ବାଧୀନତା, ସାଂସ୍କୃତିକ ବିବିଧତା, ରାଜନୈତିିକ ସଂସ୍କୃତି ଓ ଭାଗୀଦାରି ଏବଂ ନିର୍ବାଚନ ପ୍ରକ୍ରିୟା ଉପରେ ନିରୀକ୍ଷଣ କରିଥିବା ଇକୋନୋମିଷ୍ଟ ଇଣ୍ଟେଲିଜେନ୍ସ ୟୁନିଟ୍‌ର ଗଣତନ୍ତ୍ର ସୂଚକାଙ୍କରେ ୨୦୧୪ରେ ଭାରତ ୨୭ତମ ସ୍ଥାନରେ ଥିଲା। ୨୦୨୦ରେ ଭାରତକୁ ଏକ ‘ତ୍ରୁଟିପୂର୍ଣ୍ଣ ଗଣତନ୍ତ୍ର’ ଭାବେ ଶ୍ରେଣୀଭୁକ୍ତ କରାଯାଇଥିଲା ଓ ଗତ ବର୍ଷ ଭାରତ ୪୧ତମ ସ୍ଥାନରେ ରହିଥିଲା। ଏହା ଥିଲା ଗଣତାନ୍ତ୍ରିକ ପଶ୍ଚାତଗମନ ଏବଂ ମୋଦିଙ୍କ ସମୟରେ ବୃଦ୍ଧି ପାଇଥିବା ଧର୍ମୀୟ ପ୍ରଭାବର ପରିଣାମ। ୨୦୧୭ରେ ନାଗରିକ ସମାଜ ସଙ୍ଗଠନଗୁଡ଼ିକର ବୈଶ୍ୱିକ ମେଣ୍ଟ ସିଭିକସ୍‌ ଭାରତର ନାଗରିକ କ୍ଷେତ୍ରକୁ ‘ଅବରୋଧିତ’ ଭାବେ ଦର୍ଶାଇଥିଲା ଓ ପରେ ‘ଦମନକାରୀ’କୁ ଖସି ଆସିଛି। ଦମନ ଭଳି ଶବ୍ଦ ଗଣତନ୍ତ୍ରରେ ବ୍ୟବହାର ହୁଏ କି? ନା। ମାର୍ଚ୍ଚ ୨୦୨୨ରେ ସିଭିକସ୍‌ କହିଥିଲା ଯେ, ନାଗରିକ ସ୍ବାଧୀନତାର ଦ୍ରୁତ ଅବନତି ହୋଇଥିବା ଦେଶଗୁଡ଼ିକର ଏକ ତାଲିକାରେ ଭାରତ ଯୋଡ଼ିହୋଇଛି ଏବଂ ସମାଲୋଚକମାନଙ୍କ ମୁହଁ ବନ୍ଦ କରିବା ଲାଗି ମୋଦି କଠୋର ପଦକ୍ଷେପ ଗ୍ରହଣ କରୁଛନ୍ତି। ନିର୍ବାଚନ ସମୟରେ ସମାଲୋଚକମାନଙ୍କୁ ଜେଲରେ ରଖିବା ହେଉଛି ସେମାନଙ୍କୁ ଚୁପ୍‌ କରିବାର ଏକ ଉତ୍ତମ ପଦକ୍ଷେପ। ବିଶେଷକରି କେଜ୍‌ରିୱାଲ ଏବଂ ସଞ୍ଜୟ ସିଂ ଏହାର ଉଦାହରଣ, ଯେଉଁମାନଙ୍କୁ ବିନା ଦୋଷରେ ଇଡି ଦ୍ୱାରା ଜେଲରେ ରଖାଯାଇଥିଲା ଏବଂ ସେମାନେ ଜାମିନରେ ଆସିଛନ୍ତି।
ଶେଷରେ ସୁଇଡେନ ଗୋଥେନ୍‌ବର୍ଗ ବିଶ୍ୱବିଦ୍ୟାଳୟର ଭି-ଡେମ୍‌ ରିପୋର୍ଟ ପ୍ରକାଶ କରିଛି ଯେ, ମୋଦିଙ୍କ ଅଧୀନରେ ଭାରତ ଗଣତନ୍ତ୍ରର ମାନ୍ୟତା ହରାଇଛି ଏବଂ ଗୋଟିଏ ‘ଏକଚ୍ଛତ୍ରବାଦ ନିର୍ବାଚନ’ ଶ୍ରେଣୀରେ ଅନ୍ତର୍ଭୁକ୍ତ ହୋଇ ହଙ୍ଗେରୀ ଏବଂ ତୁର୍କୀ ଭଳି ନିଜକୁ ପ୍ରତିପାଦିତ କରିଛି। ଅଭିବ୍ୟକ୍ତି, ଗଣମାଧ୍ୟମ ଏବଂ ନାଗରିକ ସମାଜର ସ୍ବାଧୀନତାରେ ପାକିସ୍ତାନ ଭଳି ଭାରତ ଏକଚ୍ଛତ୍ରବାଦୀ ହୋଇଛି ଏବଂ ଉଭୟ ବାଂଲାଦେଶ ଓ ନେପାଳ ତୁଳନାରେ ଏହା ଖରାପ। ୨୦୧୪ ପରେ ଯେତେବେଳେ ଏହିସବୁ ରିପୋର୍ଟ ଆସିବାକୁ ଲାଗିଲା ସେତେବେଳେ ସରକାର ତଥା ଏହାର ସମର୍ଥକମାନେ ଉପହାସ କଲେ ଏବଂ ଏହା ପକ୍ଷପାତର ପରିଣାମ ବୋଲି କହିଥିଲେ। ଆଜି ୨୦୨୪ରେ, ଭାଜପା ଏକ ନିର୍ବାଚନ ସମୟରେ ବିରୋଧୀଙ୍କୁ ଜେଲରେ ରଖିଛି। ତଥାପି ବିଶ୍ୱାସ କରାଯାଉଛି କିମ୍ବା ଅନ୍ତତଃ ପକ୍ଷେ ଆମ ମଧ୍ୟରେ ବିଶ୍ୱାସ ଜନ୍ମାଉଛି ଯେ, ଏହା କେବଳ ଗଣତନ୍ତ୍ରର ନିୟମ ପାଳନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗ୍ୟତମ ଗୁରୁ

ଦର୍ଶର ପ୍ରତୀକ ସାଜି ସମାଜକୁ ଅନବରତ ଦିଗ୍‌ଦର୍ଶନ ଦେଇ ଚାଲୁଥିବା ଜଣେ ମହାନ୍‌ ବ୍ୟକ୍ତିତ୍ୱର ଅଧିକାରୀ ହେଉଛନ୍ତି – ଗୁରୁ। ସେ ହିଁ ବାସ୍ତବରେ ଜଣେ ଯୋଗ୍ୟତମ…

ମୋତେ କୃଷକ କୁହନା

ଖରା, ବର୍ଷା, ଶୀତ, କାକରକୁ ତିଳେମାତ୍ର ଖାତିର ନ କରି ଯିଏ ନିଜ ମୁଣ୍ଡଝାଳ ତୁଣ୍ଡରେ ମାରି, ହାଡ଼ଭଙ୍ଗା ପରିଶ୍ରମ କରି ମାଟିରେ ସୁନା ଫଳାଏ ସେ…

ଅଭିବୃଦ୍ଧି ଅଙ୍କ

ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ୨୧ ଏପ୍ରିଲରେ ୩୨ ପଇସା କମି ୯୩.୪୮ ଟଙ୍କାକୁ ଛୁଇଁଛି। ପଶ୍ଚିମ ଏସିଆ ସଙ୍କଟଜନିତ ଆର୍ଥିକ ଅନିଶ୍ଚିତତା ଲାଗି ରହୁଥିବାରୁ…

ଚାଷ ଖୋଜୁଛି ମନ୍ତେଇ କୂଳ

ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ମାନଚିତ୍ରର ଦୃଶ୍ୟପଟକୁ ଆକଳନ କଲେ ଭଦ୍ରକ ଜିଲାକୁ ଏକ ପ୍ରମୁଖ ସ୍ଥାନ ଭାବେ ପରିଗଣିତ କରାଯାଇପାରେ। ସାଳନ୍ଦୀ, ବୈତରଣୀ, ମନ୍ତେଇର ସୁଦୀର୍ଘ…

ବାକ୍‌ ସ୍ବାଧୀନତା ଓ କଟକଣା

ରାଜନୈତିକ କାରଣରୁ ସେନ୍ସର ବା କଟକଣା ପ୍ରସଙ୍ଗ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସେନ୍ସରଶିପ କହିଲେ ସାମାଜିକ ଭାବେ ଆପତ୍ତିଜନକ, ହାନିକାରକ, ସମ୍ବେଦନଶୀଳ, ଭୁଲ୍‌ ପ୍ରମାଣିତ,…

ବାଣ ଫୁଟୁଛି

ବାଣ କଥା ଉଠିଲେ ତାମିଲନାଡୁର ବିରୁଧନଗର ଜିଲାର ଶିବକାଶୀ ସହରାଞ୍ଚଳ ମନେପଡ଼େ। ସାଧାରଣରେ ଭାରତର ୯୦ ପ୍ରତିଶତ ବାଣ ଶିବକାଶୀରେ ତିଆରି ହୋଇଥାଏ। ଅତ୍ୟଧିକ କାରଖାନା ଥିବାରୁ…

ଏଇ ଭାରତରେ

ପିଲାବେଳେ ରାସ୍ତା ଦୁର୍ଘଟଣାର ଶିକାର ହୋଇ ସୂର୍ଯ୍ୟ ଉତ୍କର୍ଷ ଅନେକ ଦିନର ଚିକିତ୍ସା ପରେ ଏକ ନୂଆ ଜୀବନ ପାଇଥିଲେ। ପରେ ସେ ତାଙ୍କ ଜୀବନକୁ ସାମାଜିକ…

କ୍ୟୁବା ଉପରେ ନଜର

ଜର୍ମାନୀର ନାଜି ଶାସକ ଆଡ୍‌ଲଫ୍‌ ହିଟ୍‌ଲର। ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ବିଶ୍ବ ଦେଖିଥିଲା ଏହି ନାଜି ଏକଚ୍ଛତ୍ରବାଦୀଙ୍କ ଶାସନର କ୍ରୂରତା। ହିଟ୍‌ଲରଙ୍କ କୁଖ୍ୟାତି ଇତିହାସରେ ଲିପିବଦ୍ଧ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri