ଯାଜପୁର ସିମେଣ୍ଟ କାରଖାନାରେ ଉତ୍ତେଜନା

କଳିଙ୍ଗନଗର, ୨।୧୦(ଡି.ଏନ.ଏ.): କଳିଙ୍ଗନଗର ଶଳ୍ପାଞ୍ଚଳର ଯାଜପୁର ସିମେଣ୍ଟ (ସାଗର ସିମେଣ୍ଟ୍‌) କାରଖାନାରେ ଶୁକ୍ରବାର ଉତ୍ତେଜନା ପ୍ରକାଶ ପାଇଛି। ୩ ମାସର ବକେୟା ଦରମା ଦାବିରେ ଶ୍ରମିକ ଓ କର୍ମଚାରୀ ସକାଳ ୭ଟାରୁ ଆନ୍ଦୋଳନକୁ ଓହ୍ଲାଇଥିଲେ। ଅପରାହ୍ନ ୪ଟାରେ ପୋଲିସ ପହଞ୍ଚତ୍ କାରଖାନା କର୍ତ୍ତୃପକ୍ଷ ଓ ଠିକାସଂସ୍ଥା କର୍ମଚାରୀଙ୍କ ସହ ଆଲୋଚନା କରିବା ପରେ ଆନ୍ଦୋଳନ ଥମିଥିଲା। ସିମେଣ୍ଟ୍‌ କାରଖାନା କର୍ତ୍ତୃପକ୍ଷ ଠିକାଦାରଙ୍କୁ ବକେୟା ଦରମା ଦେଉ ନ ଥିବାରୁ ଠିକାଦାର ଶ୍ରମିକଙ୍କୁ ପାଉଣା ଦେଉ ନ ଥିବା କହୁଛନ୍ତି। ଅନ୍ୟପକ୍ଷରେ କାରଖାନା କର୍ତ୍ତୃପକ୍ଷ ଠିକାଦାରଙ୍କୁ ଏକମାସର ପ୍ରାପ୍ୟ ଦେଇଥିବା କହିଛନ୍ତି। ଏହାମଧ୍ୟରେ ଶ୍ରମିକମାନେ ଦରମା ନପାଇ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି। ୯ ଘଣ୍ଟା ଧରି ଶ୍ରିମକମାନେ କାରଖାନା ଆଗରେ ବସି ରହିଥିଲେ ମଧ୍ୟ କର୍ତ୍ତୃପକ୍ଷ ସେମାନଙ୍କୁ ଆଲୋଚନା ପାଇଁ ନ ଡାକି ଓଲଟା ପୋଲିସର ଭୟ ଦେଖାଇବାକୁ ପଛାଇନଥିଲେ ବୋଲି ଶ୍ରମିକମାନେ ଅଭିଯୋଗ କରିଛନ୍ତି। ଦୀର୍ଘ ସମୟ ପରେ ହୋଇଥିବା ଆଲୋଚନାରେ କାରଖାନା ମୁଖ୍ୟ ଭେଙ୍କଟ ରେଡ୍ଡି, କଳିଙ୍ଗନଗର ଆଇଆଇସି ସୁଶାନ୍ତ କୁମାର ଦାସ ଓ ଯଖପୁରା ଆଇଆଇସି ଲକ୍ଷ୍ମଣ ଦଣ୍ଡସେନା, ଆରପିଡି କମ୍ପାନୀ ସୁପରଭାଇଜର ଅନନ୍ତ ଦାସ ଓ ଦିବ୍ୟ ଜେନା ପ୍ରମୁଖ ଉପସ୍ଥିତ ଥିଲେ। କାରଖାନା ପକ୍ଷରୁ ରେଡ୍ଡି ସମ୍ପୃକ୍ତ ଠିକାସଂସ୍ଥାକୁ ବକେୟା ଦରମା ପ୍ରଦାନ କରାଯାଇଥିବା କହିଥିଲେ। ତେବେ ବିଲ ପାଇବା ପରେ କାହିଁକି ଠିକାଦାର ଦରମା ଦେଇନାହାନ୍ତି ଶନିବାର ତାଙ୍କୁ ଡକାଇ ଆଲୋଚନା କରିବେ ବୋଲି ରେଡ୍ଡି ଜଣାଇଥିଲେ। ଅଧିକ ଉତ୍ତେଜନା ଆଶଙ୍କାରେ ଏକ ପ୍ଲାଟୁନ ଫୋର୍ସ କାରଖାନା ନିକଟରେ ମୁତୟନ କରାଯାଇଥିଲା। ସୂଚନାଯୋଗ୍ୟ,୨୦୨୦ରେ କାରଖାନା ମେକାନିକାଲ କାମ ଠିକାସଂସ୍ଥା ଆର୍‌ପିଡି ଇନ୍‌ଫ୍ରା ପ୍ରାଇଭେଟ ଲିମିଟେଡକୁ ଦିଆଯାଇଛି। କମ୍ପାନୀରେ ମୋଟ୍‌ ୨୫୦ ଶ୍ରମିକ ଓ କର୍ମଚାରୀ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri