ଜିଲାରେ ବଢୁଛି ଚୋରା, ନକଲି ମଦ କାରବାର

ଜଗତ୍‌ସିଂହପୁର, ୨୭ା୮(ପ୍ରମୋଦ କୁମାର ନାୟକ)ଜଗତ୍‌ସିଂହପୁର ଜିଲାରେ ଚୋରା ମଦ କାରବାର ଦିନକୁ ଦିନ ବଢ଼ିବାରେ ଲାଗିଛି। ସହରଠାରୁ ଗାଁ ପର୍ଯ୍ୟନ୍ତ ଚାରିଆଡେ ଏହି ର଼୍ୟାକେଟ୍‌ ତାର କାୟା ବସ୍ତାର କରି ଚାଲିଛି। ଏଥିରେ ସ୍ଥାନୀୟ ଅଞ୍ଚଳର କେତେଜଣ ଚୋରା ବେପାରୀ ମାଷ୍ଟର ମାଇଣ୍ଡ ଥିବା କୁହାଯାଉଛି । ଏପରି କି କେତେକ ଠିପି ବନ୍ଦ ମଦ ଦୋକାନ ସମ୍ମୁଖରେ ଖୁଲମଖୁଲା ମଦର ଆସର ଜମୁଛି। ହେଲେ କାର୍ଯ୍ୟାନୁଷ୍ଠାନ ହେଉନାହିଁ। କେବଳ ଏତିକି ନୁହେଁ ନକଲି ମଦ କାରବାର ମଧ୍ୟ ଚିନ୍ତା ବଢ଼ାଇଲାଣି। ଏନେଇ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏବେଠାରୁ ଅବକାରୀ ବିଭାଗ ଓ ପୋଲିସ ଦାୟିତ୍ୱବାନ ନ ହେଲେ ସମ୍ଭାବ୍ୟ ପରିସ୍ଥିତିକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ଅନେକ ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି।
ଏ ସମ୍ପର୍କରେ ସ୍ଥାନୀୟ ଅଞ୍ଚଳର କେତେଜଣ ବୁଦ୍ଧିଜୀବୀ ପ୍ରତିକ୍ରିୟାରେ କହିଛନ୍ତି, ନିଶା ସେବନରୁ ଦୂରେଇ ରହିବାକୁ ସରକାରୀ ଓ ବେସରକାରୀ ଭାବେ ବହୁ ଅର୍ଥ ଖର୍ଚ୍ଚ କରାଯାଉଛି। ବର୍ଷ ବର୍ଷ ଧରି ସଚେତନତା କାର୍ଯ୍ୟକ୍ରମ ଚାଲିଛି। କିନ୍ତୁ ଏହା କେବଳ ପ୍ରହସନ ପାଲଟିଛି। ଅସାଧୁ କର୍ମଚାରୀମାନେ ମାସିକିଆ ଚାନ୍ଦା ନେଇ ଚୁପ୍‌ ରହୁଥିବାରୁ ମଦ ଦୋକାନୀମାନେ ଚୋରା କାରବାରକାରୀଙ୍କୁ ପେଟି ପେଟି ବିଦେଶୀ ଓ ଦେଶୀ ମଦ ବିକି ମୋଟା ଅଙ୍କର ଅର୍ଥ ରୋଜଗାର କରୁଛନ୍ତି। ଗାଁଗୁଡିକରେ ଅବାଧରେ ଏହି କାରବାର ଅବାଧରେ ଚାଲିଛି। ଏଥିଯୋଗୁ ହିଂସା ବଢ଼ୁଛି । ଯୁବଗୋଷ୍ଠି ପଥହରା ହେଉଛନ୍ତି । ଜଗତ୍‌ସିଂହପୁର ସହର କଥା ଦେଖିଲେ ଜଣାଯାଏ ଠିପିବନ୍ଦ ଏକ ନିର୍ଦ୍ଦିଷ୍ଟ ମଦ ଦୋକାନ ସମ୍ମୁଖରେ ସନ୍ଧ୍ୟା ହେଲେ ଆସର ଜମୁଛି। କାରବାରକୁ ଦେଖି ଏହା ପାର୍ଶ୍ୱରେ ଏକାଧିକ ଫାଷ୍ଟ ଫୁଡ୍‌ ଦୋକାନ ଖୋଲିଯାଇଛି। ମଦ୍ୟପାନ ପରେ ଏହି ସ୍ଥାନରେ ଅନେକ ପ୍ଲାଷ୍ଟିକ ଗ୍ଲାସ, ପ୍ଲେଟ୍‌ ଓ ମଦ ବୋତଲ ଫୋପାଡି ଦେଉଛନ୍ତି। ଏହାଦ୍ୱାରା ମଦ ଦୋକାନ ସମ୍ମୁଖ ରାସ୍ତା ଓ ଏହା ପାର୍ଶ୍ୱ କେନାଲରେ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ସନ୍ଧ୍ୟାରେ ଏହି ରାସ୍ତାଦେଇ ମହିଳା ଯିବା ତ ଦୂରର କଥା ସାଧାରଣ ଲୋକଟିଏ ଯିବାକୁ ଡରୁଛି । ରାତି ଓ ପ୍ରାତଃ ସମୟରେ ଉକ୍ତ ମଦ ଦୋକାନରୁ କାର, ଅଟୋ, ଚାରିଚକିଆ ଯାନ, ବାଇକ୍‌ ଓ ସ୍କୁଟର ଯୋଗେ ବହୁ ପରିମାଣର ମଦ ଜିଲା ଓ ବାହାରକୁ ଚୋରା ଚାଲାଣ ହେଉଛି। ଛୋଟ ଚୋରା କାରବାରକାରୀମାନେ ସ୍କୁଟର ଉପରେ ନିର୍ଭର କରୁଛନ୍ତି। ଅନ୍ୟପଟେ ଉକ୍ତ ମଦ ଦୋକାନରେ ଅନେକ ସମୟରେ ଚଢ଼ା ଦରରେ ମଦ ବିକ୍ରି ହେଉଛି । କିନ୍ତୁ ବିଲ୍‌ ଦିଆଯାଉନାହିଁ। ଗତବର୍ଷ ଖରାଦିନେ ଏହି ଦୋକାନରେ ଥିବା ସେଲ୍ସମ୍ୟାନ ସରକାରୀ ଧାର୍ଯ୍ୟ ମୂଲ୍ୟଠାରୁ ଅଧିକ ଦରରେ ବିୟର ବିକ୍ରି କରୁଥିଲେ। ଏନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ଏପରି କି ଅବକାରୀ ସୁପରିଣ୍ଟେଣ୍ଡେଣ୍ଟଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏହିଭଳି ଅନେକ ଅଭିଯୋଗ ସତ୍ତ୍ବେ କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଏହାବାଦ୍‌ ଗାଁ ଗୁଡିକରେ ମଦ ଚୋରା ଚାଲାଣକାରୀମାନେ ନକଲିକୁ ଅସଲି କହି ସହଜରେ ବିକି ମୋଟା ଅଙ୍କର ଅର୍ଥ ରୋଜଗାର କରି ଚାଲିଛନ୍ତି । ଏହାକୁ ପିଇ ଅନେକ ଅସୁସ୍ଥ ହେବା ସହ ବିପଦଗାମୀ ହେଉଥିବା ଅଭିଯୋଗ ହେଉଛି। ଏହା ଉପରେ ଜଗତ୍‌ସିଂହପୁର ଥାନା ଆଇଆଇସି ଗୋକୁଳ ରଞ୍ଜନ ଦାସଙ୍କୁ ପଚାରିବାରୁ ସାନ ବଜାରସ୍ଥିତ ଏକ ମଦ ଦୋକାନ ଆଗରେ ମଦ୍ୟପଙ୍କ ଆସର ଚାଲିବା କଥା ସ୍ବୀକାର କରିଛନ୍ତି। ସେ କହିଛନ୍ତି,ଏହା ଭିତରେ ସେ ୨/୩ ଥର ଚଢ଼ାଇ କରିସାରିଲେଣି । ଆଗକୁ ସିସି କ୍ୟାମେରା ଲଗାଯିବା ପାଇଁ ଚିନ୍ତା କରାଯାଉଛି । ଏହି ମାସ ଭିତରେ ୬ଟି ଅବକାରୀ ମାମଲା ରୁଜୁ ହୋଇଛି। ସେଥିମଧ୍ୟରୁ ଚୋରା ମଦ କାରବାର ସଂକ୍ରାନ୍ତୀୟ ୩ଟି ରହିଛି। ବାଇକ୍‌ରେ ମଦ ଚୋରା ଚାଲାଣ ବେଳେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ ସହ ମଦ ଜବତ କରିଛି। ଆଗକୁ ଚଢ଼ାଉ ଜୋର୍‌ଦାର କରାଯିବ ବୋଲି ସେ କହିଛନ୍ତି । ଅବକାରୀ ସୁପରିଣ୍ଟେଣ୍ଡେଣ୍ଟ ବୈଜୟନ୍ତୀ ପଣ୍ଡା ମଧ୍ୟ କାର୍ଯ୍ୟାନୁଷ୍ଠାନ କ୍ରିୟାଶୀଳ କରାଯିବ ବୋଲି କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri