Posted inଖେଳ

ରାଜ୍ୟ ସ୍କୁଲ ଓପନ ଚେସ୍‌: ନମସ୍ୟା ଚାମ୍ପିୟନ

ଭୁବନେଶ୍ୱର, ୫ା୬ (ସ୍ପୋଟର୍‌ସ ବ୍ୟୁରୋ): ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ସ୍ଥାନୀୟ ଟଙ୍କପାଣି ରୋଡ୍‌ସ୍ଥିତ ସାଇ ବୀଣାପାଣି ଜ୍ଞାନ ମନ୍ଦିର ପରିସରରେ ରବିବାର ରାଜ୍ୟ ସ୍କୁଲ ଓପନ ଚେସ୍‌ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ୫ ରାଉଣ୍ଡବିଶିଷ୍ଟ ଏହି ପ୍ରତିଯୋଗିତାରେ ସେଣ୍ଟ ଜାଭିୟର ହାଇସ୍କୁଲ (କେଦାରଗୌରୀ)ର ନମସ୍ୟା ନଳିନୀ ସର୍ବାଧିକ ୪.୫ ପଏଣ୍ଟ ଅର୍ଜନ କରି ଚାମ୍ପିୟନ ହୋଇଛନ୍ତି। ଷ୍ଟିଓ୍ବାର୍ଟ ସ୍କୁଲ, ଭୁବନେଶ୍ୱରର ରିଷିଥ୍‌ ଦେବନାଥ (୪.୦) ରନରଅପ୍‌ ହୋଇଛନ୍ତି। ଯଥାକ୍ରମେ ୩ୟରୁ ୧୦ମ ସ୍ଥାନରେ ରହିଥିବା ଖେଳାଳିମାନେ ହେଲେ ଓମ୍‌ କ୍ରିଷ୍ଣା ପ୍ରଧାନ, ବିଶ୍ୱମ ବାଜୋରିଆ, ଅନୁପମ ରଣସିଂଘ, ଦୀପ୍ତୀ ରଞ୍ଜନ ସାହୁ, ଆୟାଂଶ ସାମଲ, ଶ୍ରୀୟାଂଶ ମହାପାତ୍ର, ରୁଦ୍ର ପ୍ରତାପ ମିଶ୍ର ଓ ଅଭିଜ୍ଞ ରଥ। ବାଳିକା ବିଭାଗରେ ପ୍ରଥମ ପୁରସ୍କାର ଶ୍ରଦ୍ଧାଶ୍ରୀ ଲେଙ୍କା ଓ ଦ୍ୱିତୀୟ ପୁରସ୍କାର ଅନ୍ବେଷା ମହାପାତ୍ର ପାଇଛନ୍ତି। ସେହିପରି ୧୩ ବର୍ଷରୁ କମ୍‌ ବୟସ ବର୍ଗରେ ସ୍ବାତିକା ବେହେରା ଓ ଇଶାନ ମୋଦି, ୧୧ ବର୍ଷରୁ କମ୍‌ ବିଭାଗରେ ଇଶାନ ନନ୍ଦ ଓ ସ୍ବାତିକ ରଞ୍ଜନ ସ୍ବାଇଁ, ୯ ବର୍ଷରୁ କମ୍‌ ବିଭାଗରେ ଅଭ୍ୟନ ପଣ୍ଡା ଓ ଅଭନେସ ସାମନ୍ତରାୟ ଏବଂ ୭ ବର୍ଷରୁ କମ୍‌ ବିଭାଗରେ ମୋହିତ ମନବୀର ପଣ୍ଡା ଓ ଦିବ୍ୟଦୃଷ୍ଟି ଶତପଥୀ ପ୍ରମୁଖ ପ୍ରଥମ ଓ ଦ୍ୱିତୀୟ ପୁରସ୍କାର ଲାଭ କରିଛନ୍ତି। ଉଦ୍‌ଯାପନୀ ଉତ୍ସବରେ ରାଜ୍ୟ ଗୋଇନ୍ଦା ବିଭାଗ ଇନ୍ସପେକ୍ଟର ପ୍ରିୟଦର୍ଶିନୀ ନାୟକ ଅତିଥି ଭାବେ ଯୋଗଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାଇ ବୀଣାପାଣି ଜ୍ଞାନ ମନ୍ଦିରର ସେକ୍ରେଟାରୀ ଭବାନୀ ଶଙ୍କର ମହାପାତ୍ର, ପ୍ରଧାନ ଶିକ୍ଷୟିତ୍ରୀ ମମତା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷା, କେନ୍ଦୁଝରରେ ଆଜି ସମସ୍ତ ସ୍କୁଲ ଛୁଟି

ବଞ୍ଚୋ/କେନ୍ଦୁଝର,୨୮।୭(ପ୍ରଦୋଷ ବିଶ୍ୱାଳ /ନରେଶ ପଟ୍ଟନାୟକ ): କେନ୍ଦୁଝର ଜିଲାରେ ଲଗାଣ ବର୍ଷା ଏବଂ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି ଘୋଷଣା କରାଯାଇଛି । ଜିଲାପାଳ…

ସ୍ପଷ୍ଟ ଦିବାଲୋକରେ ଯୁବକଙ୍କୁ ହାଣିବା ଘଟଣା, ୨୪ଘଣ୍ଟାରେ ଧରିଲା ପୋଲିସ

ପୁରୁଷୋତ୍ତମପୁର,୨୮।୭( ସବିତାମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର କାଳୀମନ୍ଦିର ଛକ ନିକଟରେ ସ୍ବଷ୍ଚ ଦିବାଲୋକରେ ଜଣେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ ହୋଇଥିଲା ।ନିର୍ମମଭାବରେ ହାଣି ହତ୍ଯାଉଦ୍ଯମ କରିବା…

CJP ଆଗରେ ପୁଣି ନଇଁଲେ କି ସରକାର? ସୌରଭ ଦାସଙ୍କ FIR ପ୍ରତ୍ୟାହାରକୁ ନେଇ ବଡ଼ ଦାବି

ନୂଆଦିଲ୍ଲୀ,୨୮ା୭: କୋକ୍ରୋଚ୍ ଜନତା ଦଳ ଦିଲ୍ଲୀର ଜନ୍ତରମନ୍ତରରେ କିଛି ଦିନ ଧରି ପ୍ରତିବାଦ ପ୍ରଦର୍ଶନ କରିଥିଲା। ସଂସଦ ଅଭିମୁଖେ ଯାତ୍ରା ସମୟରେ, ଦିଲ୍ଲୀ ପୋଲିସ ଭିଡ଼କୁ ନିୟନ୍ତ୍ରଣ…

ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ନିଷ୍ପତ୍ତିକୁ ସ୍ବାଗତ କଲେ କନ୍ଧମାଳ ଏମପି: କହିଲେ, ଏହା ଏକ ମାଇଲଖୁଣ୍ଟ

ଦାରିଙ୍ଗବାଡି,୨୮।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଫୁଲବାଣୀ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟକୁ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ନାମରେ ନାମିତ କରିବା ନିଷ୍ପତ୍ତିକୁ ନେଇ ଦାରିଙ୍ଗବାଡି ଅଞ୍ଚଳରେ…

ବଢୁଛି ବନ୍ୟା ଜଳ: ବିପଦପୂର୍ଣ୍ଣ ଭାବେ ଚାଲୁଛି ଡଙ୍ଗା

ମହାକାଳପଡ଼ା,୨୮ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତ ମହାନଦୀରେ ବଢୁଛି ବନ୍ୟା ଜଳ। ଏହା ଦ୍ବାରା ମହାନଦୀ – ବାହାକୁଦ – ମୂଷାଡିଆ ଫେରିଘାଟରେ…

କରୁର ଦଳାଚକଟା ଘଟଣା, ମୃତକ ପରିବାରକୁ ଚାକିରି ନିର୍ଦ୍ଦେଶ ହାଇକୋର୍ଟରେ ରଦ୍ଦ

ଚେନ୍ନାଇ,୨୮।୭: ତାମିଲନାଡୁର କରୁର ଦଳାଚକଟା ଘଟଣାରେ ମୃତକଙ୍କ ପରିବାରକୁ ସରକାରୀ ନିଯୁକ୍ତି ଦେବା ପାଇଁ ତାମିଲନାଡୁ ସରକାରଙ୍କ ଏକ ନିର୍ଦ୍ଦେଶନାମାକୁ ମାଡ୍ରାସ ହାଇକୋର୍ଟ ସୋମବାର ଖାରଜ କରିଦେଇଛନ୍ତି।…

ଏତଲା ପାଇଁ ଯିବାକୁ ପଡ଼ିବନି ଥାନା,‘ଆମ ସାଥୀ’ରେ ମିଳିବ ୧୯୦ ପ୍ରକାର ସେବା

ସାଧାରଣ ଲୋକଙ୍କୁ ଏଣିକି ଏତଲା ଦେବା ପାଇଁ ଆଉ ଥାନାକୁ ଦୌଡ଼ିବାକୁ ପଡ଼ିବ ନାହିଁ। ସେହିପରି କୌଣସି ମେଡିକାଲରେ ଡାକ୍ତରଙ୍କୁ ଦେହ ଖରାପ ପାଇଁ ଘଣ୍ଟା ଘଣ୍ଟା…

ପାକୁଆ ପାଟିରେ ମାଂସ

ନିଜର ବୟସ ବଢ଼ିଯିବା ଓ ରାଜନୀତି ଏବେ ‘ଅତ୍ୟଧିକ ପ୍ରଦୂଷିତ’ ହୋଇଯାଇଥିବା ଦର୍ଶାଇ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ୭୯ ବର୍ଷୀୟ ସିଦ୍ଦାରାମୈୟା ୨୦୨୮ ବିଧାନସଭା ନିର୍ବାଚନ ଲଢ଼ିବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri