ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମହଙ୍ଗା ଭତ୍ତା ୧୬୪.୯%

 

ଭୁବନେଶ୍ୱର,୧।୯: ଦେଶର ଶିଳ୍ପ ଶ୍ରମିକଙ୍କ ଲାଗି ଉଦ୍ଦିଷ୍ଟ ହାରାହାରି ଖାଉଟି ମୂଲ୍ୟସୂଚୀ ଜୁନ୍‌ ମାସରେ ୩୩୨ ପଏଣ୍ଟ ଥିଲା। ଜୁଲାଇରେ ଏହା ୪ ପଏଣ୍ଟ ବଢ଼ି ୩୩୬ ପଏଣ୍ଟ ଛୁଇଁଛି। ତାଳଚେର ଏବଂ ଅନୁଗୋଳରେ ଏହା ୩୫୫ ପଏଣ୍ଟ ଥିଲା। ଏଥିରେ ୭ ପଏଣ୍ଟ ବୃଦ୍ଧି ପାଇ ୩୬୨ ପଏଣ୍ଟ ହୋଇଛି। ରାଉରକେଲାରେ ଏହା ୩୨୯ ପଏଣ୍ଟ ଥିବା ବେଳେ ଏଥିରେ ୨ ପଏଣ୍ଟ ବୃଦ୍ଧି ପାଇ ୩୩୧ ପଏଣ୍ଟ ରହିିଛି। ରାଷ୍ଟ୍ରାୟତ୍ତ ଉଦ୍ୟୋଗ କର୍ମଚାରୀମାନେ ୧୫୯.୯% ମହଙ୍ଗା ଭତ୍ତା ପାଉଛନ୍ତି। ଏଥିରେ ୫% ବୃଦ୍ଧି ପାଇ ୧୬୪.୯% ହୋଇଛି। ଏହି ଡିଏ ସେମାନେ ଚଳିତ ବର୍ଷ ଅକ୍ଟୋବର ପହିଲାରୁ ପାଇବେ। ବର୍ତ୍ତମାନ ବ୍ୟାଙ୍କ କର୍ମଚାରୀମାନେ ୭୭.୫% ମହଙ୍ଗା ଭତ୍ତା ପାଉଛନ୍ତି। ସଂଶୋଧିତ ହାରରେ ସେମାନେ ନଭେମ୍ବର ପହିଲାରୁ ୨୩.୦୩% ଭତ୍ତା ପାଇବେ। ସେହିଭଳି ବୀମା କର୍ମଚାରୀମାନେ ବର୍ତ୍ତମାନ ୭୦.୮% ମହଙ୍ଗା ଭତ୍ତା ଲାଭ କରୁଛନ୍ତି। ସେମାନଙ୍କର ମଧ୍ୟ ଡିଏରେ ୩.୨ ବୃଦ୍ଧି ଘଟି ୭୪% ହୋଇଛି। ଏହି ବର୍ଦ୍ଧିତ ଡିଏ ସେମାନେ ନଭେମ୍ବର ପହିଲାରୁ ପାଇବେ। ଅଧିକାଂଶ ସରକାରୀ କର୍ମଚାରୀମାନେ ବର୍ତ୍ତମାନ ୧୭% ମହଙ୍ଗା ଭତ୍ତା ପାଉଛନ୍ତି। ସେମାନଙ୍କର ୧୦% ଭତ୍ତା ବୃଦ୍ଧି ହୋଇ ୨୭% ହୋଇଛି। ବର୍ଦ୍ଧିତ ଡିଏ ମଧ୍ୟରୁ ୪% ପିଛିଲା ଭାବେ ଚଳିତ ବର୍ଷ ଜାନୁୟାରୀ ଏବଂ ଅବଶିଷ୍ଟ ୩% ଜୁଲାଇ ପହିଲାରୁ ଏବଂ ଆଉ ଅବଶିଷ୍ଟ ୩%, ୨୦୨୧ ଜାନୁୟାରୀ ପହିଲାରୁ କର୍ମଚାରୀମାନେ ପାଇବେ। ରିଜର୍ଭ ବ୍ୟାଙ୍କର ପ୍ରାୟ ୩ ହଜାର ଅବସରପ୍ରାପ୍ତ ଅଧିକାରୀ ଏବଂ କର୍ମଚାରୀ ବର୍ତ୍ତମାନ ପେନ୍‌ସନ ପାଉନାହାନ୍ତି। ନିକଟରେ କେନ୍ଦ୍ର ସରକାର ଏମାନଙ୍କ ପେନ୍‌ସନ ମଞ୍ଜୁର କରି ଆର୍‌ବିଆଇ ଗଭର୍ନରଙ୍କ ନିକଟକୁ ପଠାଇଛନ୍ତି। ଅବସରପ୍ରାପ୍ତ ଅଫିସର ଏବଂ କର୍ମଚାରୀମାନେ ଗଭର୍ନରଙ୍କ ନିର୍ଦ୍ଦେଶକୁ ଅପେକ୍ଷାକରି ରହିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାନୁଆରୀରେ ବଢ଼ିଲା ହୋଲସେଲ୍ ଦରଦାମ୍: ୧୦ ମାସର ସର୍ବୋଚ୍ଚ ସ୍ତରରେ…

ନୂଆଦିଲ୍ଲୀ,୧୬।୨: ଦେଶରେ ପୁଣି ଥରେ ମହଙ୍ଗା ମାଡ଼ର ଆଭାସ ମିଳିଛି। ଜାନୁଆରୀ ମାସରେ ଭାରତର ହୋଲସେଲ୍ ଦରଦାମ୍ (WPI) ୧୦ ମାସର ସର୍ବୋଚ୍ଚ ସ୍ତର ୧.୮୧% କୁ…

ଜାତୀୟ ରାଜପଥରେ ବଢ଼ିପାରେ ଟୋଲ୍ ଟ୍ୟାକ୍ସ: ବଡ଼ ଯୋଜନା କରୁଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୬।୨: ଭାରତରେ ଆଗକୁ ବଢିପାରେ ଟୋଲ୍ ଟ୍ୟାକ୍ସ। ଦେଶରେ ଏକ୍ସପ୍ରେସ-ୱେ ଏବଂ ହାଇ-ସ୍ପିଡ୍ ରୋଡ୍ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼…

ଚାଷୀଙ୍କ ପାଇଁ ଖୁସି ଖବର: କିଷାନ କ୍ରେଡିଟ କାର୍ଡ ନିୟମରେ ବଡ଼ ପରିବର୍ତ୍ତନ କରିବ RBI

ମୁମ୍ବାଇ,୧୫ା୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) କିଶାନ କ୍ରେଡିଟ୍ କାର୍ଡ (KCC) ଯୋଜନାରେ ବ୍ୟାପକ ସଂସ୍କାର ଆଣିବା ପାଇଁ ଏକ ନୂତନ ଚିଠା ମାର୍ଗଦର୍ଶିକା ଜାରି କରିଛି।…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ଏହି ୫ଟି ଦେଶରୁ ଭାରତକୁ ଆସୁଛି ବିପୁଳ ପରିମାଣରେ ସୁନା, ଜାଣନ୍ତୁ କେତେ ଟଙ୍କାର ହେଉଛି କାରବାର

ନୂଆଦିଲ୍ଲୀ,୧୪।୨:ଭାରତରେ ସୁନା ଆମଦାନୀକାରୀ: ଭାରତ ବିଶ୍ୱର ସବୁଠାରୁ ବଡ଼ ସୁନା ଆମଦାନୀକାରୀ ଦେଶମାନଙ୍କ ମଧ୍ୟରୁ ଗୋଟିଏ। ଦେଶରେ ସୁନା ଉତ୍ପାଦନ ବହୁତ କମ, ଯେତେବେଳେ ଚାହିଦା (ଅଳଙ୍କାର,…

ଯୁବପିଢିଙ୍କୁ ପ୍ରତି ମାସରେ ମିଳିବ ୧୫୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ…

କୋଲକାତା,୧୪।୨: ପଶ୍ଚିମବଙ୍ଗ ସରକାର ଘୋଷଣା କରିଛନ୍ତି ଯେ ତାଙ୍କର ନୂତନ ଯୋଜନା, “ବାଙ୍ଗଲାର ଯୁବ ସାଥୀ”, ଏପ୍ରିଲ 1 ରୁ ଆରମ୍ଭ ହେବ। ଏହି ଯୋଜନା ମୂଳତଃ…

ଘର କିଣିବା ପାଇଁ ‘ଜଏଣ୍ଟ ହୋମ୍‌ ଲୋନ୍‌’ ନେବାକୁ ଚାହୁଁଛନ୍ତି କି? ବୁଝିନିଅନ୍ତୁ ଏହାର ଲାଭ-କ୍ଷତିର ହିସାବ…

ନୂଆଦିଲ୍ଲୀ,୧୩।୨: ଘର କିଣିବା ପାଇଁ ଆଜିକାଲି ‘ଜଏଣ୍ଟ ହୋମ ଲୋନ୍‌’ (Joint Home Loan) ବା ଯୁଗ୍ମ ଗୃହ ଋଣ ଏକ ଲୋକପ୍ରିୟ ବିକଳ୍ପ ପାଲଟିଛି। ବିଶେଷ…

ଦେଶରେ ବୃଦ୍ଧି ପାଉଛି ବ୍ୟକ୍ତିଗତ ଆୟକର, ମଧ୍ୟବିତ୍ତଙ୍କ ପାଇଁ ଏପରି ପ୍ରତିକ୍ରିୟା ଦେଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧୩।୨: ଦେଶରେ ବୃଦ୍ଧି ପାଉଥିବା ବ୍ୟକ୍ତିଗତ ଆୟକର ସଂଗ୍ରହର ଉପରେ ପ୍ରତିକ୍ରିୟା ରଖିଛନ୍ତି ଅର୍ଥମନ୍ତ୍ରୀ। ”ଆୟକର ସଂଗ୍ରହ ଅର୍ଥ ଏହା ନୁହେଁ ଯେ ମଧ୍ୟବିତ୍ତ ଶ୍ରେଣୀ ଚାପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri