ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମହଙ୍ଗା ଭତ୍ତା ୧୬୪.୯%

 

ଭୁବନେଶ୍ୱର,୧।୯: ଦେଶର ଶିଳ୍ପ ଶ୍ରମିକଙ୍କ ଲାଗି ଉଦ୍ଦିଷ୍ଟ ହାରାହାରି ଖାଉଟି ମୂଲ୍ୟସୂଚୀ ଜୁନ୍‌ ମାସରେ ୩୩୨ ପଏଣ୍ଟ ଥିଲା। ଜୁଲାଇରେ ଏହା ୪ ପଏଣ୍ଟ ବଢ଼ି ୩୩୬ ପଏଣ୍ଟ ଛୁଇଁଛି। ତାଳଚେର ଏବଂ ଅନୁଗୋଳରେ ଏହା ୩୫୫ ପଏଣ୍ଟ ଥିଲା। ଏଥିରେ ୭ ପଏଣ୍ଟ ବୃଦ୍ଧି ପାଇ ୩୬୨ ପଏଣ୍ଟ ହୋଇଛି। ରାଉରକେଲାରେ ଏହା ୩୨୯ ପଏଣ୍ଟ ଥିବା ବେଳେ ଏଥିରେ ୨ ପଏଣ୍ଟ ବୃଦ୍ଧି ପାଇ ୩୩୧ ପଏଣ୍ଟ ରହିିଛି। ରାଷ୍ଟ୍ରାୟତ୍ତ ଉଦ୍ୟୋଗ କର୍ମଚାରୀମାନେ ୧୫୯.୯% ମହଙ୍ଗା ଭତ୍ତା ପାଉଛନ୍ତି। ଏଥିରେ ୫% ବୃଦ୍ଧି ପାଇ ୧୬୪.୯% ହୋଇଛି। ଏହି ଡିଏ ସେମାନେ ଚଳିତ ବର୍ଷ ଅକ୍ଟୋବର ପହିଲାରୁ ପାଇବେ। ବର୍ତ୍ତମାନ ବ୍ୟାଙ୍କ କର୍ମଚାରୀମାନେ ୭୭.୫% ମହଙ୍ଗା ଭତ୍ତା ପାଉଛନ୍ତି। ସଂଶୋଧିତ ହାରରେ ସେମାନେ ନଭେମ୍ବର ପହିଲାରୁ ୨୩.୦୩% ଭତ୍ତା ପାଇବେ। ସେହିଭଳି ବୀମା କର୍ମଚାରୀମାନେ ବର୍ତ୍ତମାନ ୭୦.୮% ମହଙ୍ଗା ଭତ୍ତା ଲାଭ କରୁଛନ୍ତି। ସେମାନଙ୍କର ମଧ୍ୟ ଡିଏରେ ୩.୨ ବୃଦ୍ଧି ଘଟି ୭୪% ହୋଇଛି। ଏହି ବର୍ଦ୍ଧିତ ଡିଏ ସେମାନେ ନଭେମ୍ବର ପହିଲାରୁ ପାଇବେ। ଅଧିକାଂଶ ସରକାରୀ କର୍ମଚାରୀମାନେ ବର୍ତ୍ତମାନ ୧୭% ମହଙ୍ଗା ଭତ୍ତା ପାଉଛନ୍ତି। ସେମାନଙ୍କର ୧୦% ଭତ୍ତା ବୃଦ୍ଧି ହୋଇ ୨୭% ହୋଇଛି। ବର୍ଦ୍ଧିତ ଡିଏ ମଧ୍ୟରୁ ୪% ପିଛିଲା ଭାବେ ଚଳିତ ବର୍ଷ ଜାନୁୟାରୀ ଏବଂ ଅବଶିଷ୍ଟ ୩% ଜୁଲାଇ ପହିଲାରୁ ଏବଂ ଆଉ ଅବଶିଷ୍ଟ ୩%, ୨୦୨୧ ଜାନୁୟାରୀ ପହିଲାରୁ କର୍ମଚାରୀମାନେ ପାଇବେ। ରିଜର୍ଭ ବ୍ୟାଙ୍କର ପ୍ରାୟ ୩ ହଜାର ଅବସରପ୍ରାପ୍ତ ଅଧିକାରୀ ଏବଂ କର୍ମଚାରୀ ବର୍ତ୍ତମାନ ପେନ୍‌ସନ ପାଉନାହାନ୍ତି। ନିକଟରେ କେନ୍ଦ୍ର ସରକାର ଏମାନଙ୍କ ପେନ୍‌ସନ ମଞ୍ଜୁର କରି ଆର୍‌ବିଆଇ ଗଭର୍ନରଙ୍କ ନିକଟକୁ ପଠାଇଛନ୍ତି। ଅବସରପ୍ରାପ୍ତ ଅଫିସର ଏବଂ କର୍ମଚାରୀମାନେ ଗଭର୍ନରଙ୍କ ନିର୍ଦ୍ଦେଶକୁ ଅପେକ୍ଷାକରି ରହିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରୁ ବର୍ତ୍ତିଲା ସ୍ପାଇସଜେଟ ବିମାନ

ମୁମ୍ବାଇ: ସ୍ପାଇସଜେଟର ଏକ ବୋଇଙ୍ଗ ଜେଟ ଲାଇନର ବିମାନ ଦୁର୍ଘଟଣାରୁ ବର୍ତ୍ତିଯାଇଛି। ବାଙ୍ଗାଲୋରରୁ ଗୁଆହାଟି ଯାଉଥିବା ଏହି ବିମାନ ଲ୍ୟାଣ୍ଡିଂ କରିବା ସମୟରେ ହାର୍ଡ ଲ୍ୟାଣ୍ଡିଂ...

ବେଦାନ୍ତ ପକ୍ଷରୁ ବ୍ୟାପକ ସହାୟତା

ଭୁବନେଶ୍ୱର ,୫।୬: ବେଦାନ୍ତ ଆଲୁମିନିୟମର ସହଯୋଗୀ କମ୍ପାନୀ ବେଦାନ୍ତ ଫେକର ପକ୍ଷରୁ ବାହାନଗା ରେଳ ଦୁର୍ଘଟଣା ସ୍ଥଳରେ ବ୍ୟାପକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଉଲ୍ଲେଖଯୋଗ୍ୟ ଶୁକ୍ରବାର...

ଆସିପାରେ ଆଉ ଏକ ପ୍ୟାକେଜ

ନୂଆଦିଲ୍ଲୀ,୮।୯ : କରୋନା ଯୋଗୁ ଲୋକମାନେ ବର୍ତ୍ତମାନ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି। ଏଭଳି ସ୍ଥିତିରେ ସରକାର ଆଉ ଏକ ପ୍ୟାଜେକ ଲୋକଙ୍କ ଲାଗି...

ରେପୋ ହ୍ରାସ କରିପାରେ ଆର୍‌ବିଆଇ

ନୂଆଦିଲ୍ଲୀ,୨୭।୭: କରୋନା ଭାଇରସ ଦ୍ୱାରା ଦେଶର ଅର୍ଥ ବ୍ୟବସ୍ଥା କ୍ଷତିଗ୍ରସ୍ତ ସ୍ଥିତିରେ ରହିଛି। ବର୍ତ୍ତମାନ ଲକ୍‌ଡାଉନ କଟକଣା ଧୀରେ ଧୀରେ କୋହଳ ହେଉଥିବା ବେଳେ ସବୁ...

୦.୨୫% କମିପାରେ ରେପୋ ରେଟ୍‌

ନୂଆଦିଲ୍ଲୀ,୫-୮: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ବୁଧବାର ଚଳିତ ଆର୍ଥିକ ବର୍ଷର ତୃତୀୟ ଦ୍ୱିମାସିକ ମୁଦ୍ରାନୀତି ଘୋଷଣା କରିବ। କ୍ରମାଗତ ଚତୁର୍ଥ ଥର ପାଇଁ ଏହା ରେପୋ...

ଆର୍‌ବିଆଇର ନ୍ୟୁ ଗ୍ରୀନ୍‌ ଫିଲ୍ଡ ଡାଟା ସେଣ୍ଟର

ଭୁବନେଶ୍ୱର,୨୩।୩: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ଗଭର୍ନର ଶକ୍ତିକାନ୍ତ ଦାସ ବୁଧବାର ଭୁବନେଶ୍ୱରଠାରେ ନ୍ୟୁ ଗ୍ରୀନ୍‌ ଫିଲ୍ଡ ଡାଟା ସେଣ୍ଟର ଏବଂ ଏଣ୍ଟରପ୍ରାଇଜ୍‌ କମ୍ପ୍ୟୁଟିଂ ଆଣ୍ଡ ସାଇବର...

ଏଲ୍‌ଆଇସିର ‘ଅଚଳ ପଲିସିର ପୁନରାରମ୍ଭ’ ଅଭିଯାନ

ମୁମ୍ବାଇ,୧୯ା୮:ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି) ପକ୍ଷରୁ ଏକ ସ୍ବତନ୍ତ୍ର ଅଭିଯାନ ‘ଅଚଳ ପଲିସିର ପୁନରାରମ୍ଭ’ ସମ୍ପର୍କରେ ଘୋଷଣା କରାଯାଇଛି। ଏଲ୍‌ଆଇସିର ବୀମା ହିତାଧିକାରୀମାନେ ଉକ୍ତ...

ପୋଖରୀପୁଟରେ ଏଚ୍‌ଡିଏଫ୍‌ସିର ନୂତନ ଶାଖା

ଭୁବନେଶ୍ୱର,୧୭।୨:ଏଚ୍‌ଡିଏଫ୍‌ସି ବ୍ୟାଙ୍କର ଆଉ ଏକ ନୂତନ ଶାଖା ଆନୁଷ୍ଠାନିକ ଭାବେ ଗୁରୁବାର ସ୍ଥାନୀୟ ପୋଖରୀପୁଟ ଅଞ୍ଚଳରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍‌...

Advertisement
Archives

Model This Week