ବିକ୍ରିହେବ କିଶୋର ବିୟାନୀଙ୍କ ବୀମା କମ୍ପାନୀ

ନୂଆଦିଲ୍ଲୀ,୧।୯: ଫ୍ଲିପ୍‌କାର୍ଟର ସହ ପ୍ରତିଷ୍ଠାତା ସଚିନ ବଂଶଲ ଫ୍ୟୁଚର ଗ୍ରୁପ୍‌ର ବୀମା କମ୍ପାନୀ ଫ୍ୟୁଚର ଜେନେରାଲି ଇଣ୍ଡିଆ ଲାଇଫ ଇନ୍‌ସ୍ୟୁରାନ୍ସ ଲିମିଟେଡ୍‌କୁ କିଣିବାକୁ ଯାଉଛନ୍ତି। ଏହି ଡିଲ୍‌କୁ ନେଇ ଫ୍ୟୁଚର ଗ୍ରୁପ୍‌ ଏବଂ ସଚିନ ବଂଶଲଙ୍କ ନେତୃତ୍ୱାଧୀନ କମ୍ପାନୀ ନାବୀ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ୍‌ ମଧ୍ୟରେ ଆଲୋଚନା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ଏକ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି। ଡିଲ୍‌ ୧୪୦୦ରୁ ୧୫୦୦ କୋଟି ଟଙ୍କାରେ ହୋଇପାରେ ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ବରିଷ୍ଠ ଅଧିକାରୀ ଏକ ଇଂରାଜୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଫ୍ୟୁଚର ଜେନେରାଲି କମ୍ପାନୀରେ ୩ କମ୍ପାନୀର ଅଂଶଧନ ରହିଛି। ଏହା ମଧ୍ୟରେ ଫ୍ୟୁଚର ଗ୍ରୁପ୍‌ର ୫୭.୬୨%, ଇଣ୍ଡଷ୍ଟ୍ରିଆଲ ଇନ୍‌ଭେଷ୍ଟମେଣ୍ଟ ଟ୍ରଷ୍ଟ ଲିମିଟେଡ୍‌ର ୧୬.୮୮% ଏବଂ ଜେନେରାଲିର ୨୫% ଅଂଶଧନ ସାମିଲ ରହିଛି। ଏହି ଡିଲ୍‌ ଉପରେ ଔପଚାରିକ ଆଲୋଚନା ଜାରି ରହିଥିବା ବେଳେ ଚୂଡାନ୍ତ ଘୋଷଣା ଶୀଘ୍ର ହେବ ବୋଲି କୁହାଯାଉଛି। ଡିଲ୍‌କୁ ନେଇ ଉଭୟ ପକ୍ଷ ବେଶ୍‌ ଆଶାବାଦୀ ରହିଛନ୍ତି। ଫ୍ୟୁଚର ଜେନେରାଲିର ଭାଲ୍ୟୁ ପ୍ରାୟ ୮୦୦ କୋଟି ଟଙ୍କା ରହିଥିବା ବେଳେ ଡିଲ୍‌ ପ୍ରାୟ ଏହାଠାରୁ ଦୁଇଗୁଣା ହେବା ନେଇ ଶୁଣାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୩୦ ଲକ୍ଷ ଟନ୍‌ ଗହମ ରପ୍ତାନି ହୋଇଛି

ନୂଆଦିଲ୍ଲୀ,୨୩ା୬: ଚଳିତ ବର୍ଷ ଜୁନ୍‌ ମଧ୍ୟରେ ଭାରତ ୩୦ ଲକ୍ଷ ଟନ୍‌ ଗହମ ରପ୍ତାନି କରିସାରିଛି। ଏହାଛଡ଼ା ଆହୁରି ମଧ୍ୟ କିଛି ଦେଶ ରପ୍ତାନି ପାଇଁ...

ମୂଲ୍ୟ ବଢ଼ାଇଲେ ୨ ଚକିଆ ଯାନ କମ୍ପାନୀ

  ନୂଆଦିଲ୍ଲୀ: ଦେଶର ୨ ଚକିଆ ଯାନ ନିର୍ମାତା କମ୍ପାନୀଗୁଡିକ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଯାନର ମୂଲ୍ୟ ୨% ପର୍ଯ୍ୟନ୍ତ ବଢ଼ାଇଛନ୍ତି। ଏହା ମଧ୍ୟରେ ହିରୋ...

ୟୁକୋ ବ୍ୟାଙ୍କର ନୂତନ ଆଞ୍ଚଳିକ ପ୍ରବନ୍ଧକ

ଭୁବନେଶ୍ୱର,୧୮-୪: ୟୁକୋ ବ୍ୟାଙ୍କ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟର ପ୍ରବନ୍ଧକ ଭାବେ ଟି.ଆର, ଚୋକଲିଙ୍ଗମ କାର୍ଯ୍ୟ ଭାର ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ଗୁଜରାଟର ଅହମ୍ମଦାବାଦ...

ଏପ୍ରିଲରୁ ମହଙ୍ଗା ହେବ ଗାଡ଼ି

ନୂଆଦିଲ୍ଲୀ,୨୮। ୩:  କରୋନା ମହାମାରୀ ଯୋଗୁ ଅଟୋମୋବାଇଲ ଶିଳ୍ପ ବ୍ୟାପକ ଭାବରେ ପ୍ରଭାବିତ ହୋଇଛନ୍ତି। ମହାମାରୀ କାରଣରୁ ଉତ୍ପାଦନ ଏବଂ ଆବଶ୍ୟକ ସାମଗ୍ରୀର ଘୋର ସଙ୍କଟ ମଧ୍ୟ...

ସରକାରୀ ଅନୁମତିକୁ ଅପେକ୍ଷା କରିଛି ଟେସ୍‌ଲା

ନୂଆଦିଲ୍ଲୀ,୨୯।୫: ବିଶ୍ୱର ପ୍ରମୁଖ ସୌଖିନ କାର୍‌ ନିର୍ମାତା କମ୍ପାନୀ ଟେସ୍‌ଲା ଭାରତରେ କାରବାର ଓ ପ୍ଲାଣ୍ଟ ନିର୍ମାଣ ପାଇଁ ଆଗ୍ରହୀ ଥିବାବେଳେ କେବଳ ସରକାରୀ ଅନୁମତିକୁ ଅପେକ୍ଷା...

ଦିଲୀପ ରଥ ଅନ୍ତର୍ଜାତୀୟ ଦୁଗ୍ଧ ଫେଡେରେଶନ ବୋର୍ଡକୁ ମନୋନୀତ

ଭୁବନେଶ୍ୱର: ଜାତୀୟ ଦୁଗ୍ଧ ବିକାଶ ବୋର୍ଡ (ଏନ୍‌ଡିଡିବି)ର ଅଧ୍ୟକ୍ଷ ଦିଲୀପ ରଥଙ୍କୁ ୨ ନଭେମ୍ବର ୨୦୨୦ରେ ଅନ୍ତର୍ଜାତୀୟ ଦୁଗ୍ଧ ଫେଡେରେଶନ ବୋର୍ଡକୁ ମନୋନୀତ କରାଯାଇଛି। ଅନ୍ତର୍ଜାତୀୟ...

‘ଇମୋଶନାଲ ଟଚ୍‌’ ବଜାୟ ରଖୁ

ରିୟଲ୍‌ ଇଷ୍ଟେଟ୍‌ ହେଉଛି ତାଙ୍କ ପାରିବାରିକ ବ୍ୟବସାୟ। ହେଲେ ଅଳଙ୍କାର କ୍ଷେତ୍ରରେ କିଛି ନୂଆ କରିବା ଲକ୍ଷ୍ୟ ରଖି ବଡ଼ଭାଇ ଓମ୍‌ପ୍ରକାଶ ମିଶ୍ରଙ୍କ ସହଯୋଗରେ ଆରମ୍ଭ...

ଚାଇନାର ପ୍ରତିରକ୍ଷା ବଜେଟରେ ୭.୧% ବୃଦ୍ଧି

ନୂଆଦିଲ୍ଲୀ, ୬।୩: ଶନିବାର ଚାଇନା ନିଜ ପ୍ରତିରକ୍ଷା ବଜେଟରେ ୭.୧% ବୃଦ୍ଧି କରିଛି। ଫଳସ୍ବରୂପ ଗତବର୍ଷ ଚାଇନାର ପ୍ରତିରକ୍ଷା ବଜେଟ ୨୦୯ ବିଲିୟନ ଡଲାର ଥିବାବେଳେ...

Advertisement
Archives

Model This Week