ରାଜ୍ୟ ନା କେନ୍ଦ୍ରର

Dillip Cherian

ତାମିଲନାଡୁ ରାଜ୍ୟପାଳ ଆର.ଏନ୍‌. ରବିଙ୍କ କାର୍ଯ୍ୟ ସରକାର ଏବଂ ଶାସକ ଦଳକୁ ଚିନ୍ତାରେ ପକାଇଛି। ଗୁରୁତ୍ୱପୂର୍ଣ୍ଣ ବିଲ୍‌ଗୁଡ଼ିକୁ ସ୍ଥଗିତ ରଖିବା ହେଉ କିମ୍ବା କେନ୍ଦ୍ର-ରାଜ୍ୟ ସମ୍ପର୍କ ଉପରେ ତାଙ୍କ ମତ ଯୋଗୁ ଏଭଳି ସ୍ଥିତି ଦେଖାଦେଇଛି। ଅଣଭାଜପା ଶାସିତ ରାଜ୍ୟ ଭାବେ ପଡ଼ୋଶୀ କେରଳରେ ସରକାର ଓ ରାଜ୍ୟପାଳଙ୍କ ମଧ୍ୟରେ ଯେଭଳି ବିବାଦ ଜାରିରହିଛି ତାମିଲନାଡୁର ସ୍ଥିତି ଠିକ୍‌ ସେହିଭଳି । ଏବେ ରାଜ୍ୟପାଳ ନେଇଥିବା ତ୍ୱରିତ ପଦକ୍ଷେପ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ଙ୍କୁ କ୍ରୋଧିତ କରିଛି ଏବଂ ତାଙ୍କ ଦଳର ସାଥୀମାନେ ରବିଙ୍କୁ ହଟାଇବା ଲାଗି ଦାବି କରୁଛନ୍ତି। ନିକଟରେ ରବି ରାଜ୍ୟର ଯୋଜନାଗୁଡ଼ିକ ତୁଳନାରେ କେନ୍ଦ୍ରୀୟ ଯୋଜନାଗୁଡ଼ିକୁ ଅଧିକ ପ୍ରାଧାନ୍ୟ ଦେବା ପାଇଁ ଆଇଏଏସ୍‌ ଓ ଆଇପିଏସ୍‌ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଏହାକୁ ନେଇ ରବିଙ୍କ କେନ୍ଦ୍ର ଆନୁଗତ୍ୟ ଉପରେ ପ୍ରଶ୍ନ ଉଠିଛି। ତେବେ ବାବୁମାନେ ରାଜ୍ୟ ନା କେନ୍ଦ୍ରର ସେବା କରିବେ? ଅଧିକାରୀମାନଙ୍କୁ ଅବସର ପର୍ଯ୍ୟନ୍ତ ରାଜ୍ୟ କ୍ୟାଡର ପ୍ରଦାନ କରାଯାଇଥିଲେ ବି ସେମାନଙ୍କୁ କେନ୍ଦ୍ରୀୟ ପ୍ରତିନିଯୁକ୍ତିରେ ନେବା ପାଇଁ କେନ୍ଦ୍ରର କ୍ଷମତା ଅଛି। ଅଧିକାରୀମାନଙ୍କୁ କେନ୍ଦ୍ରୀୟ ପ୍ରତିନିଯୁକ୍ତିରେ ନିଆଯାଉଥିବାରୁ ବହୁସମୟରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବିବାଦ ସୃଷ୍ଟି ହେଉଛି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗ ଗସ୍ତରେ ଯାଇଥିବାବେଳେ ତାଙ୍କୁ ସ୍ବାଗତ କରିବାରେ ସେତେବେଳର ମୁଖ୍ୟ ଶାସନ ସଚିବ ବିଫଳ ହୋଇଥିଲେ। ଫଳରେ ତାଙ୍କୁ କେନ୍ଦ୍ରକୁ ଯିବା ଲାଗି ଡାକରା ଆସିଥିଲା ଓ ଏହା ବିବାଦ ସୃଷ୍ଟି କରିଥିଲା। ଆଶ୍ଚର୍ଯ୍ୟର କଥା, ପଶ୍ଚିମବଙ୍ଗ, ତାମିଲନାଡୁ ଓ କେରଳ ଭଳି ଅଣଭାଜପା ଶାସିତ ରାଜ୍ୟରେ ଏଭଳି ବିବାଦ ଦେଖାଯାଉଛି। ତେବେ ଲାଗିରହିଥିବା ରାଜନୈତିକ ଲଢ଼େଇ ବହୁ ସମୟରେ ଏହିସବୁ ରାଜ୍ୟର ବାବୁମାନଙ୍କୁ ଏକ ଅପ୍ରୀତିକର ସ୍ଥିତିରେ ପକାଉଛି।
ନେତୃତ୍ୱରେ ବିଳମ୍ବ
ଭାରତୀୟ ତୈଳ ନିଗମ(ଆଇଓସିଏଲ୍‌) ଏବେ ନେତୃତ୍ୱ ସଙ୍କଟ ଦେଇ ଗତିକରୁଥିବାବେଳେ ଆଗାମୀ କିଛି ମାସ ମଧ୍ୟରେ ବହୁ ଉଚ୍ଚ ସ୍ତରର ପଦବୀ ଖାଲି ହେବାକୁ ଯାଉଛି। ଏହାସହ କୋର୍ଟ ମାମଲା ଯୋଗୁ ନିର୍ଦ୍ଦେଶକ(ଫାଇନାନ୍ସ ) ନିଯୁକ୍ତି ଏବେ ବନ୍ଦ ଅଛି। ତିନୋଟି ବୋର୍ଡ ସ୍ତରୀୟ ପଦବୀ ବି ଖାଲି ହେବାକୁ ଯାଉଛି। ଏହା ବ୍ୟତୀତ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ରାୟକୁ ଲକ୍ଷ୍ୟ କରି ପବ୍ଲିକ ଏଣ୍ଟରପ୍ରାଇଜେସ୍‌ ସିଲେକ୍‌ଶନ ବୋର୍ଡ (ପିଇଏସ୍‌ବି) ପଦବୀଗୁଡ଼ିକ ପାଇଁ ତା’ ସୁପାରସ୍‌କୁ ସ୍ଥଗିତ ରଖିଛି। ନିର୍ଦ୍ଦେଶକ(ପାଇପ୍‌ଲାଇନ୍ସ) ଡି.ଏସ୍‌. ନାନାଓ୍ବାରେ ଏବଂ ନିର୍ଦ୍ଦେଶକ (ଆର୍‌ ଆଣ୍ଡ୍‌ ବି)ଡ.ଏସ୍‌.ଏସ୍‌.ଭି. ରାମକୁମାର ଯଥାକ୍ରମେ ଆସନ୍ତା ଜୁନ୍‌ ଓ ଜୁଲାଇରେ ଅବସର ନେବେ। ଅପରପକ୍ଷେ ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀକାନ୍ତ ମାଧବ ବୈଦ୍ୟଙ୍କ କାର୍ଯ୍ୟକାଳ ମଧ୍ୟ ଅଗଷ୍ଟରେ ଶେଷ ହେଉଛି। କୌତୂହଳର ବିଷୟ, ମାନବସମ୍ବଳ ନିର୍ଦ୍ଦେଶକ ଆର୍‌.କେ. ମହାପାତ୍ରଙ୍କ କାର୍ଯ୍ୟକାଳ ଫେବୃୟାରୀରେ ଶେଷ ହୋଇଥିଲେ ବି ସେ ଏବେ କାର୍ଯ୍ୟରତ। ତେବେ ଫାଇନାନ୍ସ ନିର୍ଦ୍ଦେଶକଙ୍କ ନିଯୁୁକ୍ତିକୁ ନେଇ ଚାଲିଥିବା କୋର୍ଟ ମାମଲା ପିିଏସ୍‌ଇବି ଚୟନ ପ୍ରକ୍ରିୟାରେ ବାଧା ସୃଷ୍ଟି କରିଛି । କୋର୍ଟରେ ପିଟିଶନ ଦାଖଲ କରିଥିବା ଆଇଓସିଏଲ୍‌ର ଚିଫ୍‌ ଜେନେରାଲ ମ୍ୟାନେଜର ଶର୍ଟଲିଷ୍ଟ ପ୍ର୍ରକ୍ରିୟାରେ ଭାଗ ନେଇଛନ୍ତି ଓ ସେ ଯୋଗ୍ୟତା ମାନଦଣ୍ଡ ଅନୁଯାଇ ଯୋଗ୍ୟ ବୋଲି ଦାବି କରିଛନ୍ତି। କିନ୍ତୁ ତାହାକୁ ଅଗ୍ରାହ୍ୟ କରାଯାଇ କଷ୍ଟ୍‌ ଆକାଉଣ୍ଟାଣ୍ଟଙ୍କ ବଦଳରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କୁ ଅଗ୍ରାଧିକାର ଦିଆଯାଇଥିଲା। ତେବେ ବୈଦ୍ୟଙ୍କ ଦାବି ପଛରେ ସତ୍ୟତା ଯାହା ଥାଉନା କାହିଁକି, କୋର୍ଟ ମାମଲା ଆଇଓସିଏଲର ନେତୃତ୍ୱରେ ଆହରି ବିଳମ୍ବ ଘଟାଇଛି।
ପୁରସ୍କାର ମନା
ସରକାରଙ୍କ ବିନା ଅନୁମତିରେ ବ୍ୟକ୍ତି କିମ୍ବା ଘରୋଇ ଅନୁଷ୍ଠାନଗୁଡ଼ିକରୁ ରାଜ୍ୟର ଆଇଏଏସ୍‌ ଓ ଆଇପିଏସ୍‌ ଅଧିକାରୀମାନେ ପୁରସ୍କାର ଗ୍ରହଣ କରିପାରିବେ ନାହିଁ ବୋଲି ନିକଟରେ କେରଳ ମୁଖ୍ୟ ଶାସନ ସଚିବ ଭି.ପି.ଜୟ ନିର୍ଦ୍ଦେଶ ଜାରିକରିଛନ୍ତି। ଜଣେ ଆଇଏଏସ୍‌ ଅଧିକାରୀ ଏକ ଘରୋଇ ଅନୁଷ୍ଠାନରୁ ପୁରସ୍କାର ଗ୍ରହଣ କରିବାକୁ ନେଇ କେରଳ ପୋଲିସ କର୍ମଚାରୀଙ୍କର ଗୋଟିଏ ଗୋଷ୍ଠୀ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ସ୍ବର ଉଠାଇବା ପରେ ଜୟ ଏଭଳି ପଦକ୍ଷେପ ନେଇଛନ୍ତି। ଏକ ପ୍ରସିଦ୍ଧ ମନ୍ଦିରରେ ଶ୍ରଦ୍ଧାଳୁମାନଙ୍କୁ ସଫଳତାର ସହ ନିୟନ୍ତ୍ରଣ କରିଥିବାରୁ ତାଙ୍କୁ ଏଭଳି ପୁରସ୍କୃତ କରାଯାଇଥିଲା। ଉକ୍ତ ନିର୍ଦ୍ଦେଶ କେବଳ ସାର୍ବଜନୀନ ସେବାରେ ସ୍ବଚ୍ଛତା ଏବଂ ଉତ୍ତରଦାୟିତ୍ୱର ଆବଶ୍ୟକତାକୁ ଆଲୋକପାତ କରିନାହିଁ, ବରଂ ବ୍ୟକ୍ତିଗତ ଲାଭ କିମ୍ବା ସ୍ବୀକୃତି ବଦଳରେ ଲୋକଙ୍କ ସେବା କରିବା ଉପରେ ବାବୁମାନେ ଅଧିକ ଧ୍ୟାନ ଦେବାର ଗୁରୁତ୍ୱକୁ ସାମ୍‌ନାକୁ ଆଣିଛି। ତେବେ ପୁରସ୍କାରକୁ ନେଇ ଏବଂ ଅଧିକାରୀମାନେ ଏହା ପାଇବାକୁ ଯୋଗ୍ୟ କି ନୁହେଁ, ତା’ ଉପରେ ପ୍ରଶ୍ନ ଉଠିିଛି। ଜୟଙ୍କ ନିର୍ଦ୍ଦେଶ ସାରା ଦେଶରେ ବାବୁମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦୃଷ୍ଟାନ୍ତ ସୃଷ୍ଟି କରିଛି। ତେବେ ବଡ଼ ପ୍ରଶ୍ନ ହେଉଛି ସେ ଏଥିରେ ଦୃଢ଼ ରହିପାରିବେ ତ? ଏହି ନିର୍ଦ୍ଦେଶକୁ ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରୀ କରି ବ୍ୟକ୍ତିଗତ ଲାଭଠାରୁ ସାର୍ବଜନୀନ ସେବାକୁ ଆଗରେ ରଖିବା ପାଇଁ ମାନସିକତା ଓ ଇଚ୍ଛାଶକ୍ତିର ପରିବର୍ତ୍ତନ ଆବଶ୍ୟକ। ଯଦି ଏହିି ପ୍ରକ୍ରିୟା ସ୍ବଚ୍ଛ ଓ ନିରପେକ୍ଷ ରହେ ଏବଂ ସପକ୍ଷବାଦ ଓ ସମ୍ପର୍କବାଦରୁ ଊର୍ଦ୍ଧ୍ୱରେ ରହେ, ତେବେ ଏହା ସମସ୍ତଙ୍କ ପାଇଁ ଲାଭଦାୟକ ହେବ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri