ବଜରଙ୍ଗ ଦଳ ସହ ସଂଯୋଜକଙ୍କୁ ଗୁଳିମାଡ଼

କେନ୍ଦ୍ରାପଡ଼ା ଅଫିସ/ ମହାକାଳପଡ଼ା,୩୦ା୪(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାରେ ଶନିବାର ଗୁଳି ଫୁଟିଛି। ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ବଜରଙ୍ଗ ଦଳର ମହାକାଳପଡ଼ା ସହସଂଯୋଜକ ଲକ୍ଷ୍ମଣ ମଲ୍ଲିକ ଗୁରୁତର ହୋଇଛନ୍ତି। ତାଙ୍କ ଡାହାଣ ପାଦରେ ଗୁଳି ବାଜିଛି।ଗୁରୁତର ଲକ୍ଷ୍ମଣଙ୍କୁ ପ୍ରଥମେ ମହାକାଳପଡ଼ା ସିଏଚ୍‌ସିରେ ଭର୍ତ୍ତି କରାଯାଇଥିଲା। ପରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ଘଟଣାସ୍ଥଳରୁ ମହାକାଳପଡ଼ା ଥାନା ପୋଲିସ ଗୋଟିଏ ଖୋକା ଜବତ କରିଛି।
ଗୋଚାଲାଣକୁ ବଜରଙ୍ଗ ଦଳ ବିରୋଧ କରୁଥିବାରୁ ଏହି ଘଟଣା ଘଟିଛି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।
ଏ ସଂକ୍ରାନ୍ତରେ ଗୁରୁତର ବଜରଙ୍ଗ ଦଳ ସହସଂଯୋଜକ ତଥା ମାର୍ଶାଘାଇ ଥାନା ନେମ୍ବରା ଗ୍ରାମର ଲକ୍ଷ୍ମଣ କହିଛନ୍ତି, ପୂର୍ବାହ୍ନରେ ସେ ମହାକାଳପଡ଼ା ଯାଇଥିଲେ ା ସେଠାରୁ ଫେରିବା ସମୟରେ ମଧ୍ୟାହ୍ନଭୋଜନ ପାଇଁ କେନାଲବନ୍ଧ ପେଟ୍ରୋଲ ପମ୍ପ ନିକଟସ୍ଥ ଏକ ହୋଟେଲକୁ ଯାଇଥିଲେ। ଏହି ସମୟରେ ୨ ବାଇକ୍‌ରେ ୫ ଜଣ ଯୁବକ ହୋଟେଲ ନିକଟରେ ଚକ୍କର କାଟିବା ସହ ଖେଲା ହବେ ବୋଲି କହିଥିଲେ।
ଏହାକୁ ନେଇ ଲକ୍ଷ୍ମଣ ଓ ସାଥୀରେ ଥିବା କେତେଜଣ ଯୁବକ ହୋଟେଲରୁ ରାସ୍ତାକୁ ବାହାରି ଆସିବା ସମୟରେ ସେମାନେ ଦୁଇ ରାଉଣ୍ଡ ଗୁଳି ଫୁଟାଇ ଫେରାର ହୋଇଯାଇଥିଲେ ା ତେବେ ଗୋଟିଏ ଗୁଳି ତାଙ୍କ ପାଦରେ ବାଜିଛି। ଏହାର କାରଣ ସମ୍ପର୍କରେ ସେ କହିଛନ୍ତି, ଜିଲାରେ ଗୋଚାଲାଣ ଦ୍ରୁତଗତିରେ ବୃଦ୍ଧି ପାଉଥିବାରୁ ଏହାକୁ ବିରୋଧ କରାଯାଉଛି। ଦୁର୍ବୃତ୍ତମାନେ ବଙ୍ଗଳା ମିଶା ହିନ୍ଦୀରେ କଥା ହେଉଥିବା ସେ ପ୍ରକାଶ କରିଛନ୍ତି ା ଏ ସମ୍ପର୍କରେ ଥାନା ଅଧିକାରୀ ମନୋରଞ୍ଜନ ଚୌଧୁରୀ କହିଛନ୍ତି, ଲକ୍ଷ୍ମଣଙ୍କୁ ଚିକିତ୍ସା ପାଇଁ ପଠାଯାଇଛି। ଘଟଣାସ୍ଥଳରୁ ଗୋଟିଏ ଖୋକା ଜବତ କରାଯାଇଛି ା ତଦନ୍ତ ଜାରି ରହିଥିବାରୁ ଅଧିକ ତଥ୍ୟ ହସ୍ତଗତ ହୋଇ ନ ଥିବା ପ୍ରକାଶ କରିଛନ୍ତି।
ପୂର୍ବରୁ ଗୋଚାଲାଣକୁ ବିରୋଧ କରୁଥିବା ୩ ଜଣଙ୍କୁ ଆଳି ପୋଲିସ ଗିରଫ କରିଥିଲା।
ଏହି ଘଟଣାକୁ ନେଇ ଏନ୍‌ଏଚ୍‌ଆର୍‌ସି ଓ ହାଇକୋର୍ଟରେ ମାମଲା ରୁଜୁ ହୋଇଛି।
ଏପରି କି ଆଳି ପୋଲିସ ବିରୋଧରେ ବି ମାମଲା ରୁଜୁ ହୋଇଛି। ଅପରପକ୍ଷେ ଗତ ୨ ମାସ ମଧ୍ୟରେ ଏହି ଅଞ୍ଚଳରେ ୩ଟି ଗୁଳିକାଣ୍ଡ ଘଟିଛି ା ଗତ ମାର୍ଚ୍ଚ ୫ରେ ମହାକାଳପଡ଼ା ବ୍ଲକ ମାର୍ଶାଘାଇ ଥାନା ଅନ୍ତର୍ଗତ ବବକରପୁରଠାରେ ଘଟିଥିବା ଗୁଳିକାଣ୍ଡରେ ଗ୍ରାମର ଅରବିନ୍ଦ ମିଶ୍ରଙ୍କ ମୃତ୍ୟୁ ହୋଇଛି ା ସେହିପରି ଗତ ୯ ତାରିଖ ରାତିରେ ଏହି ବ୍ଲକ ଅନ୍ତର୍ଗତ ତନ୍ତିଆପାଳ ଥାନା କାକଟପୁର ଗ୍ରାମର କାର୍ତ୍ତିକ ସ୍ବାଇଁ ଘରେ ଅଳଙ୍କାର ଓ ଟଙ୍କା ଲୁଟ୍‌ ସହ ଦୁର୍ବୃତ୍ତମାନେ ଗୁଳି ଫୁଟାଇଥିଲେ।
ତେବେ କାର୍ତ୍ତିକଙ୍କ ବୋହୂଙ୍କ ଫୋନ କଲ୍‌ ଯୋଗୁ ଏକ ୧୮ ଜଣିଆ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗ୍‌ ଧରା ପଡିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri