Posted inରାଜ୍ୟ

ଜଗନ୍ନାଥଙ୍କୁ ନେଇ ରାଜ୍ୟ ସରକାର ଖେଳ ଖେଳୁଛନ୍ତି: କଂଗ୍ରେସ

ଭୁବନେଶ୍ୱର,୩୧ା୭ (ରବିନାରାୟଣ ଜେନା): ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ଆରାଧ୍ୟ ଦେବତା। ମାତ୍ର ରାଜ୍ୟ ସରକାର ଜଗନ୍ନାଥଙ୍କୁ ନେଇ ଯେଉଁ ଖେଳ ଖେଳୁଛନ୍ତି ତାହା ସମସ୍ତ ଜଗନ୍ନାଥପ୍ରେମୀଙ୍କୁ ବ୍ୟଥିତ କରୁଛି ବୋଲି ପିସିସି ମୁଖପାତ୍ର ଲଲାଟେନ୍ଦୁ ଦାସ କ୍ଷୋଭର ସହ କହିଛନ୍ତି। ବୁଧବାର ରାଜ୍ୟ କଂଗ୍ରେସ ଭବନରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି, ହିନ୍ଦୁ ଓ ହିନ୍ଦୁତ୍ୱକୁ ନେଇ ଦେଶରେ ହୀନ ରାଜନୀତି ଚାଲିଥିବାବେଳେ ଏଥିରୁ ମହାପ୍ରଭୁ ଜଗନ୍ନାଥ ବି ବାଦ୍‌ ପଡ଼ୁନାହାନ୍ତି। ୫୦୦, ୧୦୦ ଟଙ୍କାରେ ଭିଆଇପି ଦର୍ଶନ ନଁାରେ ବର୍ଷକୁ ୧୮୦୦ କୋଟି ଅର୍ଥ ବେଆଇନ ଭାବେ ଆଦାୟ କରାଯାଉଛି, ଯାହାର ତଦନ୍ତ ହେବା ଆବଶ୍ୟକ।
ଲଲାଟେନ୍ଦୁ କହିଛନ୍ତି, ଶ୍ରୀମନ୍ଦିରର ମରାମତି ଓ ତଦାରଖ ଦାୟିତ୍ୱ ଏଏସ୍‌ଆଇକୁ ଦିଆଯାଇଛି। ହେଲେ ନୋ ଫଟୋଗ୍ରାଫି ଜୋନ୍‌ରେ ଶ୍ରୀମନ୍ଦିର ଫଟୋ କିପରି ଭାଇରାଲ ହେଉଛି ଏବଂ ଏଥିପାଇଁ ଫୌଜଦାରି ମକଦ୍ଦମା ରୁଜୁ ହୋଇନାହିଁ କାହିଁକି? ସେହିପରି ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ରକୁ ବ୍ୟବହାର କରି ଡୋର୍‌ମ୍ୟାଟ୍‌(ପାପୋଛ) ଅଲ୍ଲୀ ଏକ୍ସପ୍ରେସ୍‌ ନାମକ ସଂସ୍ଥା ଅନ୍‌ଲାଇନରେ ବିକ୍ରି କରୁଛି। ଏହା ଘୋର ନିନ୍ଦନୀୟ ଘଟଣା। ଏପରି ଆଇନବିରୋଧୀ କାର୍ଯ୍ୟ ବାରମ୍ବାର ହେବାର କାରଣ ହେଉଛି ସରକାରଙ୍କ ନିଷ୍କ୍ରିୟତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହୁଛନ୍ତି ଟ୍ରମ୍ପ୍‌ଙ୍କ ଡାକରା ଛାଡ଼ି ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଚାଲିଆସିଛନ୍ତି, ହେଲେ ପୁରୀ ସାଂସଦ କହୁଛନ୍ତି ଜଗନ୍ନାଥ ମୋଦିଙ୍କ ଭକ୍ତ। ଗତବର୍ଷ ରଥଯାତ୍ରାରେ ବଡ଼ଠାକୁର ଚାରମାଳରୁ ପଡ଼ିଯିବା ଘଟଣାର ତଦନ୍ତ ରିପୋର୍ଟ ବର୍ଷେ ହେଲା କିନ୍ତୁ ପ୍ରକାଶ ପାଇଲାନାହିଁ। ଚଳିତବର୍ଷ ରଥଯାତ୍ରାରେ ଦଳାଚକଟା ଘଟଣାଠାରୁ ଆରମ୍ଭକରି ଏଆଇ କ୍ୟାମେରା ପର୍ଯ୍ୟନ୍ତ ବହୁ ଘଟଣା ଘଟିଗଲାଣି। ହେଲେ ରାଜ୍ୟ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି। ଖବରଦାତା ସମ୍ମିଳନୀରେ ମୁଖପାତ୍ର ଜୟଶ୍ରୀ ପାତ୍ର, ଡ. ଦେବାଶିଷ ଭୂୟାଁ ଓ ଅଶୋକ ସ୍ବାଇଁ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?