Posted inରାଜ୍ୟ

ଜଗନ୍ନାଥଙ୍କୁ ନେଇ ରାଜ୍ୟ ସରକାର ଖେଳ ଖେଳୁଛନ୍ତି: କଂଗ୍ରେସ

ଭୁବନେଶ୍ୱର,୩୧ା୭ (ରବିନାରାୟଣ ଜେନା): ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ଆରାଧ୍ୟ ଦେବତା। ମାତ୍ର ରାଜ୍ୟ ସରକାର ଜଗନ୍ନାଥଙ୍କୁ ନେଇ ଯେଉଁ ଖେଳ ଖେଳୁଛନ୍ତି ତାହା ସମସ୍ତ ଜଗନ୍ନାଥପ୍ରେମୀଙ୍କୁ ବ୍ୟଥିତ କରୁଛି ବୋଲି ପିସିସି ମୁଖପାତ୍ର ଲଲାଟେନ୍ଦୁ ଦାସ କ୍ଷୋଭର ସହ କହିଛନ୍ତି। ବୁଧବାର ରାଜ୍ୟ କଂଗ୍ରେସ ଭବନରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି, ହିନ୍ଦୁ ଓ ହିନ୍ଦୁତ୍ୱକୁ ନେଇ ଦେଶରେ ହୀନ ରାଜନୀତି ଚାଲିଥିବାବେଳେ ଏଥିରୁ ମହାପ୍ରଭୁ ଜଗନ୍ନାଥ ବି ବାଦ୍‌ ପଡ଼ୁନାହାନ୍ତି। ୫୦୦, ୧୦୦ ଟଙ୍କାରେ ଭିଆଇପି ଦର୍ଶନ ନଁାରେ ବର୍ଷକୁ ୧୮୦୦ କୋଟି ଅର୍ଥ ବେଆଇନ ଭାବେ ଆଦାୟ କରାଯାଉଛି, ଯାହାର ତଦନ୍ତ ହେବା ଆବଶ୍ୟକ।
ଲଲାଟେନ୍ଦୁ କହିଛନ୍ତି, ଶ୍ରୀମନ୍ଦିରର ମରାମତି ଓ ତଦାରଖ ଦାୟିତ୍ୱ ଏଏସ୍‌ଆଇକୁ ଦିଆଯାଇଛି। ହେଲେ ନୋ ଫଟୋଗ୍ରାଫି ଜୋନ୍‌ରେ ଶ୍ରୀମନ୍ଦିର ଫଟୋ କିପରି ଭାଇରାଲ ହେଉଛି ଏବଂ ଏଥିପାଇଁ ଫୌଜଦାରି ମକଦ୍ଦମା ରୁଜୁ ହୋଇନାହିଁ କାହିଁକି? ସେହିପରି ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ରକୁ ବ୍ୟବହାର କରି ଡୋର୍‌ମ୍ୟାଟ୍‌(ପାପୋଛ) ଅଲ୍ଲୀ ଏକ୍ସପ୍ରେସ୍‌ ନାମକ ସଂସ୍ଥା ଅନ୍‌ଲାଇନରେ ବିକ୍ରି କରୁଛି। ଏହା ଘୋର ନିନ୍ଦନୀୟ ଘଟଣା। ଏପରି ଆଇନବିରୋଧୀ କାର୍ଯ୍ୟ ବାରମ୍ବାର ହେବାର କାରଣ ହେଉଛି ସରକାରଙ୍କ ନିଷ୍କ୍ରିୟତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହୁଛନ୍ତି ଟ୍ରମ୍ପ୍‌ଙ୍କ ଡାକରା ଛାଡ଼ି ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଚାଲିଆସିଛନ୍ତି, ହେଲେ ପୁରୀ ସାଂସଦ କହୁଛନ୍ତି ଜଗନ୍ନାଥ ମୋଦିଙ୍କ ଭକ୍ତ। ଗତବର୍ଷ ରଥଯାତ୍ରାରେ ବଡ଼ଠାକୁର ଚାରମାଳରୁ ପଡ଼ିଯିବା ଘଟଣାର ତଦନ୍ତ ରିପୋର୍ଟ ବର୍ଷେ ହେଲା କିନ୍ତୁ ପ୍ରକାଶ ପାଇଲାନାହିଁ। ଚଳିତବର୍ଷ ରଥଯାତ୍ରାରେ ଦଳାଚକଟା ଘଟଣାଠାରୁ ଆରମ୍ଭକରି ଏଆଇ କ୍ୟାମେରା ପର୍ଯ୍ୟନ୍ତ ବହୁ ଘଟଣା ଘଟିଗଲାଣି। ହେଲେ ରାଜ୍ୟ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି। ଖବରଦାତା ସମ୍ମିଳନୀରେ ମୁଖପାତ୍ର ଜୟଶ୍ରୀ ପାତ୍ର, ଡ. ଦେବାଶିଷ ଭୂୟାଁ ଓ ଅଶୋକ ସ୍ବାଇଁ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri