‘ଆରମ୍ଭରୁ ସ୍ମାର୍ଟ ଫିଡ୍‌’

ପ୍ରତିବର୍ଷ ସେପ୍ଟେମ୍ବର ୧ରୁ ୭ ତାରିଖ ଜାତୀୟ ପୁଷ୍ଟି ସପ୍ତାହ ପାଳିତ ହୋଇଥାଏ। କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ସହ ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଏହି ସପ୍ତାହରେ ବିଭିନ୍ନ ସଚେତନଧର୍ମୀ ଓ ସହାୟତାଭିତ୍ତିକ କାର୍ଯ୍ୟକ୍ରମ ହାତକୁ ନେଇଥାନ୍ତି। କେନ୍ଦ୍ର ସରକାର ୧୯୮୨ରେ ପ୍ରଥମେ ଏହିଭଳି ସପ୍ତାହ ପାଳନ ଆରମ୍ଭ କରିଥିଲେ। ଚଳିତବର୍ଷର ସ୍ଲୋଗାନ୍‌ ରହିଛି : ‘ଆରମ୍ଭରୁ ସ୍ମାର୍ଟ ଫିଡ୍‌’ (ଫିଡିଂ ସ୍ମାର୍ଟ ରାଇଟ ଫ୍ରମ୍‌ ଷ୍ଟାର୍ଟ)। ବିଶେଷକରି ଅଭିଭାବକମାନେ ଏହି ପୁଷ୍ଟି ପ୍ରସଙ୍ଗକୁ ଅଣଦେଖା କରିଥାନ୍ତି। ଏକ ସୁନ୍ଦର ଶିଶୁର ସ୍ବାସ୍ଥ୍ୟ ତା’ର ପରବର୍ତ୍ତୀ ବିକଶିତ ବୟୋବୃଦ୍ଧି ପାଇଁ ଯେ ନିତାନ୍ତ ଅପରିହାର୍ଯ୍ୟ, ଏହାକୁ ସମସ୍ତେ ହୃଦୟଙ୍ଗମ କରିବା ଉଚିତ। କୁହାଯାଏ ଆଜିର ଶିଶୁଟି ଆସନ୍ତାକାଲିର ଭବିଷ୍ୟତ। ହେଲେ ଶିଶୁଟିର ସ୍ବାସ୍ଥ୍ୟାବସ୍ଥା ଯଦି ଅବହେଳାର ଶିକାର ହୁଏ ତାହାଲେ ପିଲାଟି ଅନେକ ରୋଗର ଶିକାର ହେବା ସହ କେବଳ ତା’ର ଶାରୀରିକ ନୁହେଁ, ମାନସିକ ଓ ବୌଦ୍ଧିକ ବିକାଶ ମଧ୍ୟ ବାଧାପ୍ରାପ୍ତ ହୋଇଥାଏ। ତେବେ ଉତ୍ତମ ପୁଷ୍ଟି ପାଇଁ ଜରୁରୀ କଥା ହେଉଛି ନବଜାତ ଶିଶୁ ଲାଗି ମାଆର ପ୍ରଥମ କ୍ଷୀର ବା କଷ କ୍ଷୀର ତା’ ସ୍ବାସ୍ଥ୍ୟ ପାଇଁ ଏକ ଦିବ୍ୟ ସଞ୍ଜୀବନୀ କହିଲେ ଅତ୍ୟୁକ୍ତି ହେବନାହିଁ। ଏଥିରେ ସମସ୍ତ ପ୍ରକାର ପୌଷ୍ଟିକତା ରହିବା ସହ ବିଶେଷକରି ଶିଶୁ ପାଇଁ ଏହା ଏକପ୍ରକାର ଈଶ୍ୱରପ୍ରଦ ରୋଗ ପ୍ରତିରୋଧକ ଶକ୍ତିକାରୀ ଅମୂଲ୍ୟ ଜିନିଷଟି। ନୂଆ ଜନ୍ମ ହୋଇଥିବା ପିଲାକୁ ପ୍ରଥମ ଛଅମାସ କେବଳ ମାଆ କ୍ଷୀର ନିହାତି ଜରୁରୀ। ଶିଶୁଟି ଯେତେଥର ଚାହୁଁଛି ମାଆମାନେ ପିଲାଙ୍କୁ ସ୍ତନ୍ୟପାନ କରାନ୍ତୁ। ଶିଶୁଟିର ବୟସ ଛଅମାସ ପରେ ହେଲେ ଶିଶୁ ବିଶେଷଜ୍ଞଙ୍କ ପରାମର୍ଶ ନେଇ ଘରୋଇ ପ୍ରସ୍ତୁତ ଖାଦ୍ୟ ଦିଅନ୍ତୁ। ତେବେ ଏହାସହିତ ଦୁଇବର୍ଷ ଯାଏ ପିଲାଟି ଯେପରି ମାଆ କ୍ଷୀର ପାଏ ଏ କ୍ଷେତ୍ରରେ ମାଆମାନେ ଯତ୍ନବାନ ହେବା ଜରୁରୀ। କେହି କେହି ମାଆକ୍ଷୀର ଅପେକ୍ଷା ବଜାର ପ୍ରସ୍ତୁତ ଡବା ପାଉଡର, ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ଦେବାକୁ ଚାହିଁଥାନ୍ତି କିନ୍ତୁ ମନେରଖିବା କଥା ଯେ, ମାଆ କ୍ଷୀର ପରି କୌଣସି ଖାଦ୍ୟପଦାର୍ଥ ତୁଳନୀୟ ନୁହେଁ। ବିଶେଷକରି ମାଆମାନେ ଯତ୍ନବାନ ହେବା କଥା ଯେ ଶିଶୁଟି ଯେଉଁ ଖାଦ୍ୟ ଖାଉଛି ସେଥିରେ ସବୁଜ ଶାଗ, ତଟକା ପନିପରିବା, ଫଳ, ତେଲ, ଚିନି, ଗୁଡ଼, ବାଦାମ ଓ ଆୟୋଡିନ୍‌ଯୁକ୍ତ ଲୁଣ ଯେପରି ସାମିଲ ହେବ। ଶିଶୁକୁ କ୍ଷୀର ଦେଉଥିବା ମାଆମାନେ ନିର୍ଦ୍ଦିଷ୍ଟ ସମୟରେ ବିଶ୍ରାମ ସହିତ ସେମାନେ ଯେପରି ପୁଷ୍ଟିକର ଖାଦ୍ୟ ଖାଇବେ ସେଥିପ୍ରତି ଯତ୍ନବାନ ହେବା ଜରୁରୀ। କାରଣ ମାଆଟିର ସ୍ବାସ୍ଥ୍ୟ ସୁରକ୍ଷିତ ରହିଲେ ଶିଶୁଟିର ମଧ୍ୟ ସେହିପରି ଭାବରେ ଉତ୍ତମ ଅଭିବୃଦ୍ଧି ଓ ବିକାଶ ସମ୍ଭବ ହୋଇପାରିବ।
ପିଲାମାନେ ବିଶେଷକରି ନବଜାତ ଶିଶୁମାନଙ୍କ ସ୍ବାସ୍ଥ୍ୟ ପ୍ରତି ଯତ୍ନ ନେବାବେଳେ ପାରିପାର୍ଶ୍ୱିକ କ୍ଷେତ୍ରକୁ ଦୃଷ୍ଟିଦେବା ଅତ୍ୟନ୍ତ ଅପରିହାର୍ଯ୍ୟ। କାରଣ ବିଭିନ୍ନ ରୋଗ ସଂକ୍ରମଣ ହେତୁ ଶରୀରରେ ପୁଷ୍ଟିକର ତତ୍ତ୍ୱର କ୍ଷତି ହୋଇଥାଏ, ଯାହାଦ୍ୱାରା ଶିଶୁଟି ବିଭିନ୍ନ ରୋଗର ସହଜ ଶିକାର ହୋଇଥାଏ। ସେହିପରି ବ୍ୟକ୍ତିଗତ ଓ ଭୋଜନଗତ ସ୍ବଚ୍ଛତାକୁ ଧ୍ୟାନଦେଇ ନିଜ ପରିବେଶକୁ ସ୍ବଚ୍ଛ ରଖିପାରିଲେ ରୋଗ ସଂକ୍ରମଣକୁ ରୋକାଯାଇପାରିବ। ଖାଦ୍ୟ ପ୍ରସ୍ତୁତି ସମୟରେ ଭଲ ଭାବରେ ଗରମ ହୋଇଥିବା ଖାଦ୍ୟକୁ ଶୀତଳ କରି ପିଲାମାନଙ୍କୁ ଖାଇବାକୁ ଦିଅନ୍ତୁ। ସହିପରି ପିଲାମାନଙ୍କୁ ତଟକା ଫଳ ଖୋଇବାର ଅଭ୍ୟାସ ରଖନ୍ତୁ କିମ୍ବା ନିଜେ ଘରେ ଜୁସ୍‌ ତିଆରି କରି ପିଇବାକୁ ଦିଅନ୍ତୁ।
ପିଲାବେଳୁ ଶିଶୁଟିକୁ ରକ୍ତହୀନତାର ସମସ୍ୟାରୁ ଦୂରେଇବା ପାଇଁ ଏହାର ପ୍ରତିରୋଧ ନିମନ୍ତେ ଗର୍ଭବତୀ ମହିଳାମାନେ ଓ ପ୍ରସୂତି ମାଆମାନେ ପ୍ରଚୁର ଲୌହସାରଯୁକ୍ତ ଖାଦ୍ୟ ଖାଆନ୍ତୁ ଓ ପିଲାଟିକୁ ମଧ୍ୟ ଦିଅନ୍ତୁ। ସରକାର ଲୌହସାର ଯୁକ୍ତ ବଟିକା ଓ ବିଭିନ୍ନ ପୁଷ୍ଟିକର ଅଭିବୃଦ୍ଧି ପାଇଁ ମାଗଣା ଔଷଧ ପ୍ରଦାନ କରୁଛନ୍ତି, ଏହାର ସୁଯୋଗ ନିଅନ୍ତୁ। ପିଲାଟି ଯେପରି ଆୟୋଡିନଯୁକ୍ତ ଲୁଣ ଖାଉଥାଏ ସେ ଦିଗଟିକୁ ଦେଖନ୍ତୁ। ରୁଗ୍‌ଣ ଓ ଅତିଶୟ ପୁଷ୍ଟିହୀନ ଶିଶୁ ପାଇଁ ଠିକ୍‌ ଓ ନିର୍ଦ୍ଧାରିତ ସମୟର ପୁଷ୍ଟିକର ଖାଦ୍ୟ ଓ ଅଧିକ ଯତ୍ନ ଆବଶ୍ୟକ। ପିଲାକୁ ଯେକୌଣସି ଖାଦ୍ୟ ବା ପାନୀୟ ଦେଉଥାନ୍ତୁ ଶିଶୁରୋଗ ବିଶେଷଜ୍ଞଙ୍କ ମତ ନିଅନ୍ତୁ। ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଠାରୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଜିଲାସ୍ତରୀୟ ଡାକ୍ତରଖାନାଠାରୁ ଶିଶୁଭବନ ସବୁଠି ଶିଶୁମାନଙ୍କର ଉତ୍ତମ ପୁଷ୍ଟିଜନିତ ଚିକିତ୍ସା ପାଇଁ ଅଭିଜ୍ଞ ଓ ଅନୁଭବୀ ଶିଶୁରୋଗ ବିଶେଷଜ୍ଞ ରହିଛନ୍ତି। ସେମାନଙ୍କ ପରାମର୍ଶ ନିଅନ୍ତୁ। ଚଳିତବର୍ଷର ଏହି ସପ୍ତାହ ପାଇଁ ରହିଥିବା ସ୍ଲୋଗାନଟି ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ସମାଜର ସାମଗ୍ରିକ ଆଗାମୀ ଭବିଷ୍ୟତର ବିକାଶ ପାଇଁ ଆଜିର ଶିଶୁମାନଙ୍କ ସ୍ବାସ୍ଥ୍ୟଗତ ଦିଗ ଓ ପୁଷ୍ଟି ସାଧନ କ୍ଷେତ୍ରକୁ ଗୁରୁତ୍ୱ ଦେଇ ଏହାକୁ ପାଳନ କଲେ ଏହି ଜାତୀୟ ପୁଷ୍ଟି ସପ୍ତାହର ପ୍ରାସଙ୍ଗିକତାର ଗୁରୁତ୍ୱ ବଢ଼ିପାରିବ।
ପ୍ରଫେସର ଓ ବିଭାଗୀୟ ମୁଖ୍ୟ, ଶିଶୁରୋଗ ବିଭାଗ, ଫକୀରମୋହନ
ମେଡିକାଲ କଲେଜ, ବାଲେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?