Posted inଜାତୀୟ

ମଇଦାନରେ ଷ୍ଟାର୍‌ ଓ୍ବାର୍‌

ନୂଆଦିଲ୍ଲୀ, ୧୮ା୩: ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଦଳଡ଼ିଆଁ ପର୍ବ ପରେ ଜୋର୍‌ଦାର ହୋଇଛି ଆକ୍ଷେପ ପ୍ରତିଆକ୍ଷେପର ରାଜନୀତି। କେଉଁ ଦଳର ହାଓ୍ବା କେତେ ଜୋର୍‌ରେ ବହୁଛି ତାହା ମତଦାତାଙ୍କୁ ଜଣାଇବା ପାଇଁ ମଇଦାନକୁ ଓହ୍ଲାଇଛନ୍ତି ଅନେକ ସିନେ କଳାକାର ତଥା ସେଲିବ୍ରିଟି। ସବୁ ଦଳ ପାଖରେ ପୁଞ୍ଜା ପୁଞ୍ଜା ତାରକା। ସେମାନଙ୍କ ଲୋକପ୍ରିୟତାକୁ ପୁଞ୍ଜି କରି ନିର୍ବାଚନ ଜିତିବାକୁ ଚାଲିଛି କସରତ। ଅନେକ ଗୁରୁତ୍ୱପୂର୍ଣ୍ଣ ଆସନରେ ମଧ୍ୟ ସେମାନଙ୍କୁ ଟିକେଟ ଦିଆଯାଇଛି। କେଉଁ ଦଳ ସେଲିବ୍ରିଟିଙ୍କୁ ନେଇ କେତେ ଫାଇଦା ପାଇବ ତାହା ମେ ୨ରେ ଜଣାପଡ଼ିବ। ତେବେ ପଲିଟିକାଲ ପ୍ଲାଟ୍‌ଫର୍ମରେ ଏମାନଙ୍କ ଉପସ୍ଥିତି ଚଳିତ ନିର୍ବାଚନ ପ୍ରଚାରକୁ ରୋଚକ ମୋଡ଼କୁ ନେଇଆସିଛି। ବିଶେଷକରି ପଶ୍ଚିମବଙ୍ଗ ଓ ତାମିଲନାଡ଼ୁରେ ତୀବ୍ର ହେବାରେ ଲାଗିଛି ଷ୍ଟାର ଓ୍ବାର।
ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଟିକେଟ ପାଇଥିବା ଅଭିନେତ୍ରୀଙ୍କ ମଧ୍ୟରେ ଅଛନ୍ତି ସାୟୋନି ଘୋଷ, ଜୁନ ମାଲିଆ, ସାୟନ୍ତିକା ବାନାର୍ଜୀ। ସେମାନେ ଯଥାକ୍ରମେ ଆସାନସୋଲ ଦକ୍ଷିଣ, ମେଦିନିପୁର ଏବଂ ବାଙ୍କୁରା ନିର୍ବାଚନମଣ୍ଡଳୀରେ ନିର୍ବାଚନ ଲଢ଼ିବେ। ଫିଲ୍ମ ନିର୍ଦ୍ଦେଶକ ରାଜ ଚକ୍ରବର୍ତ୍ତୀଙ୍କୁ ବାରାକପୁର ଟିକେଟ ଦେଇଛି ଟିଏମ୍‌ସି। ହୁଗୁଳିର ଉତ୍ତରପରା ଆସନରୁ ଲଢ଼ିବେ ଅଭିନେତା କାଞ୍ଚନ ମଲ୍ଲିକ। ନଦିଆ ଜିଲା କ୍ରିଷ୍ଣନଗର ଉତ୍ତର ପାଇଁ ଟିଏମ୍‌ସି ଟିକେଟ ପାଇଛନ୍ତି ଅଭିନେତା କୌଶନି ମୁଖାର୍ଜୀ। କ୍ରିକେଟର ମନୋଜ ତିଓ୍ବାରୀଙ୍କୁ ହାଓଡାର ଶିବପୁର ଆସନରୁ ଟିଏମ୍‌ସି ପ୍ରାର୍ଥୀ କରିଛି। ଗାୟିକା ଅଦିତି ମୁନ୍‌ସୀଙ୍କୁ ମମତା ରାଜରହାଟ-ଗୋପାଳପୁର ଟିକେଟ ଦେଇଛନ୍ତି। ଆଦିବାସୀ ଗାୟିକା ବୀରବାହା ହାଁସଦା ଝାରଗ୍ରାମ ସିଟ୍‌ରୁ ଟିଏମ୍‌ସି ପାଇଁ ଲଢ଼ିବେ। ସେହିପରି ସୋନାରପୁର ଦକ୍ଷିଣରୁ ଅଭିନେତ୍ରୀ ଲଭ୍‌ଲି ମୋଇନା, ଅଲୁବେରିୟାରୁ ପୂର୍ବତନ ଫୁଟ୍‌ବଲ ଖେଳାଳି ବିଦେଶ ବୋଷ, ଚଣ୍ଡିପୁରରୁ ଅଭିନେତା ସୋହମ ମମତାଙ୍କ ଦଳର ପ୍ରାର୍ଥୀ ହୋଇଛନ୍ତି। ୨୦୧୯ରେ ଦଳ ଟଲିଉଡ୍‌ ଷ୍ଟାର ନୁସ୍‌ରତ ଜହାଁ ଓ ମିମି ଚକ୍ରବର୍ତ୍ତୀଙ୍କ ପରି କଳାକାରଙ୍କୁ ପ୍ରାର୍ଥୀ କରାଇଥିବାବେଳେ ସେମାନେ ବିଜୟୀ ହୋଇଥିଲେ।
ନିକଟରେ ଭାଜପାରେ ସାମିଲ ହୋଇଛନ୍ତି ବଲିଉଡ୍‌ କଳାକାର ତଥା ପୂର୍ବତନ ଟିଏମ୍‌ସି ନେତା ମିଥୁନ ଚକ୍ରବର୍ତ୍ତୀ। ବିପୁଳ ପ୍ରଶଂସକ ଥିବା ଏହି ଷ୍ଟାରଙ୍କୁ କୌଣସି ଆସନରୁ ଭାଜପା ପ୍ରାର୍ଥୀ କରି ନ ଥିଲେ ହେଁ ନିର୍ବାଚନୀ ପ୍ରଚାରରେ ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି। ଏପରିକି ଭାଜପା ତାଙ୍କୁ ମୁଖ୍ୟମନ୍ତ୍ରୀ ଆସନ ପାଇଁ ବାଛିଥିବା ଅନେକେ ଆଲୋଚନା କରୁଛନ୍ତି। ପୂର୍ବତନ ଭାରତୀୟ କ୍ରିକେଟର ଅଶୋକ ଡିଣ୍ଡା, ଏମ୍‌ପି ତଥା ବଲିଉଡ୍‌ ଗାୟକ ବାବୁଲ ସୁପ୍ରିଓ ଟଲିଗଞ୍ଜରୁ, ଶ୍ୟାମପୁରରୁ ତନୁଶ୍ରୀ ଚକ୍ରବର୍ତ୍ତୀ, ଚଣ୍ଡିତଳରୁ ୟଶ ଦାସଗୁପ୍ତା, ଚୁନ୍‌ଚୁରାରୁ ଲକେଟ ଚାଟାର୍ଜୀ ପ୍ରମୁଖଙ୍କୁ ଭାଜପା ପ୍ରାର୍ଥୀ କରିଛି। ତାମିଲନାଡ଼ୁରେ ମଧ୍ୟ ଷ୍ଟାର ଓ୍ବାର ଦେଖିବାକୁ ମିଳିଛି। ଲୋକପ୍ରିୟ ଅଭିନେତ୍ରୀ ଖୁସ୍‌ବୁ ସୁନ୍ଦରଙ୍କୁ ଭାଜପା ଚେନ୍ନାଇ ଟିକେଟ ଦେଇଛି। ମକ୍କଲ ନିଧି ମୟମ (ଏମ୍‌ଏନ୍‌ଏମ୍‌) ମୁଖ୍ୟ ତଥା ପ୍ରସିଦ୍ଧ ଅଭିନେତା କମଲ ହାସନ କୋଏମ୍ବାଟୁର ଆସନରୁ ନିର୍ବାଚନ ଲଢ଼ିବେ। ଡିଏମ୍‌କେ ମୁଖ୍ୟ ଏମ୍‌. କେ. ଷ୍ଟାଲିନଙ୍କ ପୁଅ ତଥା ଅଭିନେତା ଉଦୟନିଧି ଚେପକ-ଟ୍ରିପ୍ଲିକେନରୁ ପ୍ରାର୍ଥୀ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନେ ବଢିଲେ, ଦିନେ କମୁଛି

ନୂଆଦିଲ୍ଲୀ,୨୨।୧୦: ଦେଶରେ କରୋନା ସଂକ୍ରମିତଙ୍କ ସଖ୍ୟର ଦିନେ ବଢିଲେ ଦିନେ କମୁଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ...

ସୁମନ ଯୋଜନା: ଗର୍ଭବତୀଙ୍କ ସମସ୍ତ ଖର୍ଚ୍ଚ ବହନ କରିବେ ସରକାର

ନୂଆଦିଲ୍ଲୀ,୧୨।୧୦: ଗର୍ଭବତୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ସୁମନ ଯୋଜନା ଆରମ୍ଭ କରାଯାଇଛି। ଏହି ଯୋଜନା ଅନ୍ତର୍ଗତ ଗର୍ଭବତୀଙ୍କ ସମସ୍ତ ଖର୍ଚ୍ଚ ସରକାର...

ଗୋଦାମରେ ଅଗ୍ନିକାଣ୍ଡ କୌଣସି ଦୈବୀ ଘଟଣା ନୁହେଁ, ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ, ୮।୧: ଏକ ମଦ କମ୍ପାନୀର ଗୋଦାମରେ ଅଗ୍ନିକାଣ୍ଡ ଘଟିବା ମାମଲାର ବିଚାର କରି ସୁପ୍ରିମ୍‌ କୋର୍ଟ କହିଛନ୍ତି ଯେ, ଏହା କୌଣସି ଦୈବୀ ଘଟଣା...

କରୋନା ସହ ଲଢ଼େଇ: ଭାରତ ପାଖରେ ରହିଛି ୪୪ ହଜାର ଭେଣ୍ଟିଲେଟର

ନୂଆଦିଲ୍ଲୀ,୨୩।୩: କରୋନା ସଂକ୍ରମଣ ନେଇ ଭାରତରେ ସଙ୍କଟ ଦେଖାଦେଇଛି। ଦେଶର ଜନସଂଖ୍ୟା ୧୩୦ କୋଟି ରହିଛି। ଏପରିସ୍ଥଳେ ଯଦି ଭାରତ କରୋନା ସଂକ୍ରମଣର ତୃତୀୟ ଷ୍ଟେଜ୍‌କୁ...

ଡିଫେନ୍ସ ଏକ୍ସପୋରେ ବନ୍ଧୁକ ଉଠାଇଲେ ମୋଦି

ଲକ୍ଷ୍ନୌ,୫।୨: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ବୁଧବାର ଡିଫେନ୍ସ ଏକ୍ସପୋ ଆୟୋଜିତ ହୋଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇ ଆଧୁନିକ ଅସ୍ତ୍ରଶସ୍ତ୍ରର ଅନୁଧ୍ୟାନ କରିଥିଲେ। ସେଠାରେ...

୨୪ ଘଣ୍ଟାରେ ୪୫ ଜଙ୍ଗଲରେ ନିଆଁ

ଡେରାଡୁନ୍‌,୫।୪: ଉତ୍ତରାଖଣ୍ଡରେ ଗୋଟିଏ ଦିନରେ ୪୫ଟି ଜଙ୍ଗଲରେ ନିଆଁ ଲାଗିଛି। ରବିବାର ଏଭଳି ଘଟିଥିବା ଜଣାପଡ଼ିଛି। ଏହାଯୋଗୁ ୪ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛି।...

ରାଜ୍ୟସଭା ନିର୍ବାଚନ: ୪ ରାଜ୍ୟରେ ପ୍ରାର୍ଥୀ ଘୋଷଣାା କଲା ଭାଜପା

ନୂଆଦିଲ୍ଲୀ,୧୯।୩ : ଚଳିତ ବର୍ଷ ରାଜ୍ୟସଭାରେ ହେବାକୁ ଥିବା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ଭାଜପା ଚାରି ରାଜ୍ୟରେ ନିଜର ପ୍ରାର୍ଥୀ ଘୋଷଣା କରିଛି। ଭାଜପା ରାଷ୍ଟ୍ରୀୟ...

ବୁଡିଗଲାଣି କାଜିରଙ୍ଗା ଜାତୀୟ ଉଦ୍ୟାନର ୯୦ ଭାଗ

ଗୁଆହାଟି,୧୬।୭: ଆସାମର ପ୍ରାୟ ୩୦ଟି ଜିଲାରେ ଭୟଙ୍କର ବନ୍ୟା ପରିସ୍ଥିତି ଉପୁଜିଛି। ଏଠାକାର ପାଖାପାଖି ୪ହଜାର ୧୫୭ଟି ଗାଁ ଟାପୁରେ ପରିଣତ ହୋଇଛି। ଏହି ବନ୍ୟାରେ...

Advertisement
Archives

Model This Week