ରାଶି ଅନୁଯାୟୀ ପ୍ରେମ: ଜାଣନ୍ତୁ କାହାକୁ ମିଳେ ଧୋକା, କିଏ ଏକାଧିକ ଥର ପଡ଼ନ୍ତି ପ୍ରେମରେ…

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ମନୁଷ୍ୟର ବ୍ୟବହାର ତାର ରାଶି ଅନୁଯାୟୀ ଜଣାପଡ଼ିଥାଏ। ସବୁ ରାଶିର ଗୁଣ-ଦୋଷ ଭିନ୍ନଭିନ୍ନ ଥାଏ। କିଛି ରାଶିର ବ୍ୟକ୍ତି ଅତ୍ୟନ୍ତ କ୍ରୋଧି ସ୍ବଭାବର ହୋଇଥିବା ବେଳେ କିଛି ହୃଦୟବାନ(ପ୍ରେମୀ ସ୍ବଭାବର) ହୋଇଥାନ୍ତି। ଆସନ୍ତୁ ଜାଣିବା ରାଶି ଅନୁଯାୟୀ ଆପଣ ଅଥବା ଆପଣଙ୍କ ଲଭ୍‌ ପାର୍ଟନର କିଭଳି…

ମେଷ: ଏହି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ପ୍ରେମ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ନିଜ ଭିତରେ ପ୍ରେମକୁ ନେଇ କିଛି ଖରାପ ଚିନ୍ତାଧାରା ନ ଥାଏ। ଯାହାକୁ ଏମାନେ ପ୍ରେମ କରନ୍ତି ସେମାନେ ପାର୍ଟନରଙ୍କ ସମ୍ମୁଖରେ ନିଜ କଥା ରଖି ଦିଅନ୍ତି। ଏଣୁ ଏମାନେ ଶୀଘ୍ର ପ୍ରପୋଜ କରିଦିଅନ୍ତି। ପ୍ରେମ ଗାଢ଼ ହୋଇଥିବାରୁ ଏମାନେ ବାରମ୍ବାର ପ୍ରେମ କରିବାର ଭୁଲ କରନ୍ତି ନାହିଁ।

ବୃଷ: ଏମାନେ ପ୍ରେମୀ ସ୍ବଭାବର। ଶୀଘ୍ର ପ୍ରେମରେ ପଡ଼ିଥାନ୍ତି। ହେଲେ ଗଭୀର ପ୍ରେମ ହେବାକୁ ସମୟ ଲାଗେ। ଏଣୁ ବେଳେବେଳେ ସମ୍ପର୍କ ଛିନ୍ନ ହୋଇଯାଇଥାଏ। ଜୀବନରେ ଏମାନେ ଅତିକମ୍‌ରେ ୨ ଥର ପ୍ରେମରେ ପଡ଼ିଥାନ୍ତି।

ମିଥୁନ: ଏହି ରାଶିର ବ୍ୟକ୍ତିବିଶେଷକୁ ବୁଝିବା ସାମାନ୍ୟ ମୁସ୍କିଲ ହୋଇଥାଏ। ବହୁତ ଶୀଘ୍ର ପ୍ରେମ ବ୍ୟାପାରରେ ଛନ୍ଦି ହୋଇଯାଆନ୍ତି। ଏଥିପାଇଁ ଜୀବନରେ ଅନେକଜଣଙ୍କ ସହ ସେମାନେ ସମ୍ପର୍କରେ ଆସିଥାନ୍ତି। ଏମାନେ ଅତିକମ୍‌ରେ ୪ ଥର ପ୍ରେମରେ ପଡ଼ିଥାନ୍ତି।

କର୍କଟ: ଏମାନେ ପରଫେକ୍ଟ ଲଭର। ଏମାନେ ପ୍ରେମିକ/ପ୍ରେମିକାଙ୍କଠାରୁ ବହୁତ କିଛି ଆଶା କରିଥାନ୍ତି। ଏଣୁ ପାର୍ଟନର ତାଙ୍କ କଥାରେ ନଚାଲିଲେ ସେମାନଙ୍କୁ ଦୁଃଖ ହୋଇଥାଏ। ଜୀବନରେ ଥରଟିଏ ଏମାନଙ୍କର ହୃଦୟ ଭାଙ୍ଗିଥାଏ। ଏଣୁ ସେ ପୁଣିଥରେ ପ୍ରେମରେ ପଡ଼ିବାକୁ ଡରିଥାନ୍ତି।

ସିଂହ: ଏହି ରାଶିର ଜାତକଧାରୀ ଚଞ୍ଚଳ ସ୍ବଭାବର। ଏଥିପାଇଁ ଏମାନେ କାହା ପ୍ରେମରେ ପଡ଼ିପାରନ୍ତି। ଏମାନେ ଗୋଟିଏରୁ ଅଧିକ ସମ୍ପର୍କ ରହିଥାଏ।

କନ୍ୟା: ଏହି ରାଶିର ବ୍ୟକ୍ତି ସବୁଠାରୁ ଅଧିକ ପ୍ରେମ ନିଜକୁ କରନ୍ତି। ଜୀବନକାଳରେ ସେମାନେ ଥରେ ପ୍ରେମରେ ପଡ଼ିଥାନ୍ତି।

ତୁଳା: ଏହି ରାଶିର ଲୋକ ପ୍ରେମରେ ସବୁକିଛି ତ୍ୟାଗ କରିଦିଅନ୍ତି। ଏଣୁ ଏମାନଙ୍କୁ ବାରମ୍ବାର ଧୋକା ମିଳିଥାଏ। ଜୀବନକାଳରେ ଏମାନେ ଅତିକମ୍‌ରେ ୩ ଥର ପ୍ରେମରେ ପଡ଼ିଥାନ୍ତି।

ବିଛା: ଏହି ରାଶିର ଲୋକେ ସ୍ବାର୍ଥପର ବୋଲି କୁହାଯାଏ। ହେଲେ ପ୍ରାରମ୍ଭରେ ଏମାନଙ୍କର ଦୁଇ ପ୍ରେମ ସମ୍ପର୍କ ଭାଙ୍ଗି ଯାଇଥାଏ। ହେଲେ ତୃତୀୟ ଥର ଏମାନଙ୍କୁ ଭଲ ପାର୍ଟନର ମିଳିଥାଏ।

ଧନୁ: ଧନୁ ରାଶିର ଲୋକ ଶୀଘ୍ର ପ୍ରେମରେ ପଡ଼ିଥାନ୍ତି। ଜୀବନକାଳରେ ଏମାନେ ଅତିକମ୍‌ରେ ୪ ଥର ପ୍ରେମରେ ପଡ଼ିଥାନ୍ତି। ସମ୍ପର୍କ ଭଲଥିଲେ ହେଁ ପରେ ଏମାନେ ପଛକୁ ହଟିଯାଇଥାନ୍ତି।

ମକର:ପ୍ରେମକୁ ନେଇ ଏମାନେ ବେଶ୍‌ ମହତ୍ୱାକାଂକ୍ଷୀ। ଜୀବନରେ ଯଦି ସଠିକ୍‌ ବ୍ୟକ୍ତି ମିଳିଯାଏ ତେବେ ଆପଣ ତାଙ୍କସହ ଜୀବନ ବିତାଇବାକୁ ନେଇ କିଛି ବି କରିପାରନ୍ତି।

କୁମ୍ଭ: ଏହି ରାଶିର ବ୍ୟକ୍ତି ନିଜର ସ୍ବାଧୀନତାକୁ ବେଶ ପସନ୍ଦ କରନ୍ତି। ହେଲେ ପ୍ରେମରେ ପଡ଼ିବାକୁ ଏମାନଙ୍କୁ ଭଲ ଲାଗେ। ଏମାନେ ଜୀବନରେ କାହାର ଦଖଲ ବରଦାସ୍ତ କରନ୍ତି ନାହିଁ। ଏହି କାରଣରୁ ପ୍ରେମିକାଙ୍କ ସହ ସମ୍ପର୍କ ଖରାପ ହୋଇଯାଇଥାଏ। ଜୀବନକାଳରେ ଅତିକମ୍‌ରେ ଦୁଇଥର ଏମାନେ ପ୍ରେମରେ ପଡ଼ିଥାନ୍ତି।

ମୀନ: ଏହି ରାଶିର ଲୋକ ବେଶ କଳ୍ପନାଶୀଳ। ପରୀ କାହାଣୀ ଭଳି ପ୍ରେମ ସମ୍ପର୍କ ସେମାନେ ଚାହିଁଥାନ୍ତି। ଏମାନେ ଜୀବନରେ ଥରଟିଏ ପ୍ରେମରେ ପଡ଼ିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

୩୫୧ ରନ୍ କରି ବି ହାରିଲା ଭାରତ: ୱେଷ୍ଟଇଣ୍ଡିଜ୍‌ର ରେକର୍ଡ ରନ୍ ଚେଜ୍‌, ଏକାକୀ ବିଜୟ ଛଡ଼ାଇ ନେଲେ ଶେ ହୋପ୍

ନ୍ୟୁ ଚଣ୍ଡୀଗଡ଼,୩।୧୦: ଏଠାର ପିସିଏ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ तथा ଚୂଡ଼ାନ୍ତ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଟସ୍ ଜିତି…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ଓଡ଼ିଶାରେ ପ୍ରତିଷ୍ଠା ହେବ ପାଲି ଭାଷା ଅଧ୍ୟୟନ କେନ୍ଦ୍ର

କୋରାପୁଟ,୩।୧୦(ଅମିତାଭ ବେହେରା): ଶାସ୍ତ୍ରୀୟ ଭାଷା ପାଲିର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣକୁ ଗୁରୁତ୍ୱ ଦେଇ କୋରାପୁଟର ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଅଫ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?