ଶୀଘ୍ର ଆସିବ ଷ୍ଟାଣ୍ଡାର୍ଡ କୋଭିଡ ବୀମା

ନୂଆଦିଲ୍ଲୀ,୨୯।୬ : ଜୁଲାଇ ୧୦ ସୁଦ୍ଧା କୋଭିଡ ଷ୍ଟାଣ୍ଡାର୍ଡ ଚିକିତ୍ସା ବୀମା ଆଣିବାକୁ ଭାରତୀୟ ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣ (ଆଇଆର୍‌ଡିଏଆଇ) ପକ୍ଷରୁ ବୀମା କମ୍ପାନୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ଦେଶ ମଧ୍ୟରେ କୋଭିଡ ମାମଲା ବଢୁଥିବାରୁ ‘କୋଭିଡ ଚିକିତ୍ସା ବୀମା’ କିମ୍ବା ‘କୋଭିଡ ବଚତ୍‌ ବୀମା’ ଦ୍ୱାରା ଲୋକଙ୍କୁ ସୁବିଧା ଯୋଗାଣ ଉପରେ କମ୍ପାନୀଗୁଡିକ କାମ କରିବା ଆବଶ୍ୟକ ବୋଲି ନିୟାମକ ଗୁରୁତ୍ୱାରୋପ କରିଛନ୍ତି। ନିୟାମକ କହିଛନ୍ତି ଯେ, ବୀମା ପଲିସି ସାଢେ ୩ ମାସ, ସାଢେ ୬ ମାସ ଏବଂ ସାଢେ ୯ ମାସ ରଖାଯାଇପାରିବ। ବୀମା ପଲିସିର ନାମ ‘କରୋନା ବଚତ ବୀମା’ ରଖାଯାଇପାରିବ। କମ୍ପାନୀଗୁଡିକ ଏହା ସହ ନିଜ ନାମକୁ ଯୋଡି ପାରିବେ। ସାରା ଦେଶରେ ଏଥି ଲାଗି ପ୍ରିମିୟମ ଏକା ପ୍ରକାରର ହେବ। କୋଭିଡ ସହ ପୁରୁଣା ଏବଂ ନୂଆ ରୋଗର ଚିକିତ୍ସା ଖର୍ଚ୍ଚ ଏଥିରେ ସାମିଲ ହେବାର ଆବଶ୍ୟକତା ରହିଛି। ଏହା ମଧ୍ୟରେ ହସ୍ପିଟାଲରେ ଭର୍ତ୍ତି, ଘରେ ଚିକିତ୍ସା କରାଇବା, ଆୟୁଷ ଦ୍ୱାରା ଚିକିତ୍ସା ସହ ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବର ଖର୍ଚ୍ଚ ସାମିଲ କରିବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନକାରୀ ଛାତ୍ରୀଙ୍କୁ ଚାପୁଡ଼ା ମାରିଥିବା ପୋଲିସ ଅଫିସରଙ୍କ ବଦଳି

ନୂଆଦିଲ୍ଲୀ,୨୭ା୭:ଗତ ୨୦ ତାରିଖରେ ସିଜେପିର ‘ଚଲୋ ସଂସଦ’ ଅଭିଯାନ ବେଳେ ଆନ୍ଦୋଳନରତ ଜଣେ ଛାତ୍ରୀଙ୍କୁ ଚାପୁଡ଼ା ମାରିଥିବା ଦିଲ୍ଲୀର ଜଣେ ବରିଷ୍ଠ ପୋଲିସ ଅଫିସରଙ୍କୁ ଯନ୍ତରମନ୍ତର ବିକ୍ଷୋଭ…

ନଇଁଲେ ସମ୍ରାଟ ସରକାର: ଛାତ୍ରଙ୍କ ବିରୋଧରେ ହୋଇଥିବା ମାମଲା ପ୍ରତ୍ୟାହାର

ପାଟନା,୨୭।୭: NEET ପେପର୍‌ ଲିକ ନେଇ ହୋଇଥିବା ପ୍ରତିବାଦ ପରେ ବିହାର ସରକାର ସମସ୍ତ ସମ୍ପର୍କିତ ମାମଲା ପ୍ରତ୍ୟାହାର କରିବାକୁ ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ସୋମବାର…

CJP ଅଲ୍ଟିମେଟମ୍‌ରେ ସରକାର ଛାନିଆ: ନେଲେ ବଡ଼ ଆକ୍ସନ

ନୂଆଦିଲ୍ଲୀ,୨୭।୭: ନିଟ୍‌ ପ୍ରତିବାଦକାରୀଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ କକ୍ରୋଚ ଜନତା ପାର୍ଟି (CJP) ଦ୍ୱାରା ଦାଖଲ କରାଯାଇଥିବା ଅଭିଯୋଗର ସରକାର ବିଚାର କରିଛନ୍ତି। ସରକାର ସେହି…

ଅପେକ୍ଷାର ଅନ୍ତ! ୧୦-୨୦ ଟଙ୍କିଆ ପ୍ଲାଷ୍ଟିକ୍ ନୋଟ ନେଇ RBIକୁ ସରକାର କହିଲେ…

ନୂଆଦିଲ୍ଲୀ,୨୭।୭: ଖୁବଶୀଘ୍ର ମାର୍କେଟକୁ ଆସିବ ୧୦ ଏବଂ ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ୍ । କ୍ଷେତ୍ର ପରୀକ୍ଷଣ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଦ୍ୱାରା…

ସରକାରଙ୍କୁ CJPର ଚେତାବନୀ: ଛାତ୍ରଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ବନ୍ଦ କର, ନଚେତ୍ ପୁଣି…

ନୂଆଦିଲ୍ଲୀ, ୨୭।୭: ଜନ୍ତର ମନ୍ତରରେ ସିଜେପିର ଧାରଣା ଶେଷ ହୋଇଥିଲେ ମଧ୍ୟ ପୁଣିଥରେ ଆନ୍ଦୋଳନକୁ ନେଇ ସରକାରଙ୍କୁ ଚେତାବନୀ ଦେଇଛି । CJP ମୁଖପାତ୍ର ଆଶୁତୋଷ ରାଙ୍କା…

ଅଗଷ୍ଟ ୧ରୁ ବଦଳିବ ଗ୍ୟାସ ସିଲିଣ୍ଡର ଦର! ମହଙ୍ଗା ହେବ କି ଶସ୍ତା ଜାଣନ୍ତୁ

ନୂଆଦିଲ୍ଲୀ, ୨୭।୭: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଯୋଗୁଁ ସାଧାରଣ ଜନତାଙ୍କୁ ମହଙ୍ଗା ମାଡ଼ର ସମ୍ମୁଖୀନ ହେବାକୁ ପଡିଥିଲା । ତେଲ, ଗ୍ୟାସ ଏବଂ ଅନେକ…

ପୁଣି ବଡ଼ ଆନ୍ଦୋଳନ! CJP ପରେ ସଂସଦ ପଦଯାତ୍ରା ଘୋଷଣା କଲା ଏହି ଦଳ, ସରକାରଙ୍କୁ ଘାରିଲା ଭୟ

ନୂଆଦିଲ୍ଲୀ, ୨୭॥୭: ଇଥାନଲ ମିଶ୍ରିତ ପେଟ୍ରୋଲ ଅର୍ଥାତ୍‌ E20 ବିରୋଧରେ ଚାଲିଥିବା ବିରୋଧ ବର୍ତ୍ତମାନ ଏକ ନୂତନ ରାଜନୈତିକ ଏବଂ ସାମାଜିକ ଅଭିଯାନର ରୂପ ନେଉଥିବାର ଦେଖାଯାଉଛି।…

ପ୍ରତିବାଦରେ ଉପହାସ

ବିଶ୍ୱବିଖ୍ୟାତ ଔପନ୍ୟାସିକ ଚେକୋସ୍ଲୋଭାକିଆର ମିଲାନ କୁଣ୍ଡେରା ଅନେକ ବର୍ଷ ପୂର୍ବେ କହିଥିଲେ- ଯେତେବେଳେ କ୍ଷମତାରେ ଥିବା ଶକ୍ତିଶାଳୀ ଲୋକଙ୍କୁ ଦେଖି ସାଧାରଣ ନାଗରିକ ଉପହାସ କରିଥାନ୍ତି, ସେତେବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri