ଫୁଟବଲ ଖେଳରେ ଦଳାଚକଟା: ୧୨ ମୃତ, ୧୦୦ରୁ ଅଧିକ ଆହତ…

ସାନ ସାଲଭାଡୋର,୨୧।୫ : , ଏଲ ସାଲଭାଡୋରରେ ଏକ ଫୁଟବଲ ମ୍ୟାଚ ଦେଖିବା ପାଇଁ ପ୍ରବେଶ ପଥରେ ହୋଇଥିବା ଦଳାଚକଟାରେ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ୧୦୦ ରୁ ଅଧିକ ଆହତ ହୋଇଛନ୍ତି । ୫୦୦ ଲୋକଙ୍କୁ ସୁରକ୍ଷିତ ଭାବେ ସେଠାରୁ ସ୍ଥାନାନ୍ତର କରାଯାଇଛି।

ବାସ୍ତବରେ, ଏହି ଘଟଣା ଘଟିଥିଲା ଯେତେବେଳେ ଅନେକ ଲୋକ ପ୍ରବେଶ ଦ୍ୱାର ବନ୍ଦ ହେବା ପରେ ଷ୍ଟାଡିୟମରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। ଏହି ପରିପ୍ରେକ୍ଷୀରେ ଫୁଟେଜ ରିଲିଜ ହୋଇଛି ଯେଉଁଥିରେ ଅନେକ ଲୋକ ପ୍ରବେଶ ଦ୍ୱାରରୁ ବ୍ୟାରିକେଡ ହଟାଉଥିବାର ନଜର ଆସିଛନ୍ତି। ମ୍ୟାଚର ୧୬ ମିନିଟ ପରେ ଏହି ଘଟଣା ଘଟିଥିଲା, ଯାହା ପରେ ଖେଳକୁ ବନ୍ଦ କରାଯାଇଥିଲା ।

ଶନିବାର କସ୍କାଟଲାନ ଷ୍ଟାଡିୟମରେ ଆଲିଆଞ୍ଜା ଏଫସି ଏବଂ କ୍ଲବ ଡିପୋର୍ଟିଭୋ ଏଫଏସ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ମାତ୍ର ଦଳାଚକଟା ପରେ ଖେଳକୁ ସ୍ଥଗିତ ରଖାଯାଇଥିଲା। ଏହା ମଧ୍ୟ ଆମେରିକାର ସବୁଠାରୁ ବଡ ଷ୍ଟାଡିୟମ ମଧ୍ୟରୁ ଗୋଟିଏ । ଏହାର କ୍ଷମତା ୪୪ ହଜାରରୁ ଅଧିକ।

ସାଲଭାଡୋରାନ ଫୁଟବଲ ଫେଡେରେଶନ ଷ୍ଟାଡିୟମରେ ଘଟିଥିବା ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛି। ଫେଡେରେଶନ କହିଛି ସେମାନେ ଏହି ଘଟଣାର ରିପୋର୍ଟ ମାଗିଛନ୍ତି। କ୍ରୀଡା ସ୍ଥାନଗୁଡିକର ସୁରକ୍ଷା ଆୟୋଗ ସହିତ ଏକ ବୈଠକ ଡକାଯିବ। ଏଲ ସାଲଭାଡୋରର ରାଷ୍ଟ୍ରପତି ନୟିବ ବୁକେଲେ କହିଛନ୍ତି । ଷ୍ଟାଡିୟମରେ ଘଟିଥିବା ଘଟଣାର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ଜାତୀୟ ନାଗରିକ ପୋଲିସ ଏବଂ ଆଟର୍ନି ଜେନେରାଲ କାର୍ଯ୍ୟାଳୟ କରିବେ । ଟିମ, ମ୍ୟାନେଜର, ଷ୍ଟାଡିୟମ, ଲିଗ, ଫେଡେରେଶନ ପକ୍ଷରୁ ସମସ୍ତ ଅନୁସନ୍ଧାନ କରାଯିବ । ଯିଏ ଦୋଷୀ, ସେମାନେ ରକ୍ଷା ପାଇବେ ନାହିଁ ବୋଲି ଫେଡେରେଶନ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୩ରେ ୨୮.୨ କୋଟି ଦୁର୍ଭିକ୍ଷ ପ୍ରଭାବିତ

ଜାତିସଂଘ,୨୬ା୪:୨୦୨୩ରେ ୫୯ଟି ଦେଶର ପ୍ରାୟ ୨୮.୨ କୋଟି ଲୋକ ଅତ୍ୟଧିକ କ୍ଷୁଧା ମଧ୍ୟରେ ରହିଛନ୍ତି। ଯୁଦ୍ଧ କ୍ଷତିଗ୍ରସ୍ତ ଗାଜାରେ ବହୁସଂଖ୍ୟାରେ ଲୋକ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଥିବା...

ଲଣ୍ଡନ ରାସ୍ତାରେ ରାଜାଙ୍କ ଘୋଡ଼ା

ଲଣ୍ଡନ,୨୬ା୪:ବ୍ରିଟେନ୍‌ ରାଜାଙ୍କ ୪ଟି ଘୋଡ଼ା ବୁଧବାର ପୂର୍ବାହ୍ନର ଗହଳି ସମୟରେ କେନ୍ଦ୍ରୀୟ ଲଣ୍ଡନରେ ବିନା ସବାରରେ ଦୌଡ଼ୁଥିବା ଦେଖିବାକୁ ମିଳିଥିଲା। ସେଥିରୁ ୨ଟି ଘୋଡ଼ା କୌଣସି...

ମୋଦିଙ୍କୁ ନିମନ୍ତ୍ରଣ କଲେ ମେଲୋନି

ନୂଆଦିଲ୍ଲୀ, ୨୬ା୪:ଜୁନ୍‌ରେ ହେବାକୁ ଥିବା ଜି-୭ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଟାଲୀ ପ୍ରଧାନମନ୍ତ୍ରୀ ଜିୟୋର୍ଜିଆ ମେଲୋନି ଟେଲିଫୋନ ଯୋଗେ ଗୁରୁବାର ନିମନ୍ତ୍ରଣ କରିଛନ୍ତି।...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଗୁଗୁଲ ସର୍ଚ୍ଚର ସମସ୍ତ ରେକର୍ଡ ଭାଙ୍ଗିଲା ଉତ୍ତରାଧିକାର ଟ୍ୟାକ୍ସ, ସାମ ପିଟ୍ରୋଡାଙ୍କୁ ବି କରିଛନ୍ତି ଖୁବ ସର୍ଚ୍ଚ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ, ଭାରତୀୟ ବିଦେଶ କଂଗ୍ରେସ ସଭାପତି ସାମ ପିଟ୍ରୋଡାଙ୍କ ଉତ୍ତରାଧିକାର ଟ୍ୟାକ୍ସ ସମ୍ପର୍କରେ ଦେଇଥିବା ବିବୃତ୍ତି ଉପରେ ରାଜନୀତି ବନ୍ଦ ହେଉନାହିଁ। ଗୁରୁବାର (ଏପ୍ରିଲ...

ଭୂକମ୍ପ ଝଟ୍‌କାରେ ଥରିଲା ପାକିସ୍ତାନର ସବୁଠାରୁ ବଡ ସହର କରାଚି, ଲୋକେ ଭୟଭୀତ

ଇସଲାମାବାଦ,୨୫।୪: ବୁଧବାର ରାତିରେ ଭୂକମ୍ପ ଯୋଗୁଁ ପାକିସ୍ତାନର ବୃହତ୍ତମ ସହର କରାଚି ଥରି ଉଠିଛି। କରାଚିରେ ୩.୨ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟି ଲୋକଙ୍କୁ ଭୟଭୀତ...

ପରଦା ପଛରେ ଚାଇନା ସହ କଥାବାର୍ତ୍ତା କରୁଛି ତିବ୍ବତ: ଭାରତକୁ କଲା ଏମିତି ଅପିଲ୍‌

ଧର୍ମଶାଳା,୨୫।୪: ତିବ୍ଦତ ସରକାର ପରଦା ପଛରେ ଚାଇନା ସରକାରଙ୍କ ସହ କଥାବାର୍ତ୍ତା କରୁଛନ୍ତି। ଉଭୟ ପକ୍ଷ ଦୀର୍ଘ ବିଚାରାଧୀନ ଦ୍ୱିପାକ୍ଷିକ ଆଲୋଚନାକୁ ପୁଣି ଆରମ୍ଭ କରିବାକୁ...

ସ୍ତ୍ରୀଙ୍କ ବିରୋଧରେ ଆସିଲା ଦୁର୍ନୀତି ଅଭିଯୋଗ, ପଦ ଛାଡିବାର ସଙ୍କେତ ଦେଲେ ସ୍ପେନ୍‌ ପ୍ରଧାନମନ୍ତ୍ରୀ

ମାଦ୍ରିଦ୍‌,୨୫।୪: ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜଙ୍କ ସ୍ତ୍ରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଛି। ପ୍ରଧାନମନ୍ତ୍ରୀ ତାଙ୍କର ସମସ୍ତ ସରକାରୀ କାର୍ଯ୍ୟ ବନ୍ଦ କରି ଦେଇଛନ୍ତି ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri