ପଲିଟେକ୍‌ନିକ ଶିକ୍ଷାନୁଷ୍ଠାନରେ ଦିଆଯିବ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ପାଠ୍ୟକ୍ରମ ତାଲିମ

ଭୁବନେଶ୍ୱର, ୨୪।୫(ବ୍ୟୁରୋ):ଆସନ୍ତା ଜୁନ୍‌ରୁ ଓଡ଼ିଶାର ସମସ୍ତ ପଲିଟେକ୍‌ନିକ ଶିକ୍ଷାନୁଷ୍ଠାନରେ ଷ୍ଟେନଲେସ୍‌ ଷ୍ଟିଲ୍‌ ପାଠ୍ୟକ୍ରମ ତାଲିମ ପ୍ରଦାନ କରାଯିବ। ଏନେଇ ସୋମବାର ରାଜ୍ୟ ବୈଷୟିକ ଶିକ୍ଷା ଏବଂ ଧନ୍ଦାମୂଳକ ପ୍ରଶିକ୍ଷଣ ପରିଷଦ(ଏସ୍‌ସିଟିଇଭିଟି) ଏବଂ ଜିନ୍ଦଲ ଷ୍ଟେନ୍‌ ଲେସ୍‌ (ଜେଏସ୍‌ଏଲ୍‌) ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ଓ ଏହାର ବିଭିନ୍ନ ପ୍ରୟୋଗ କ୍ଷେତ୍ରରେ ବୈଷୟିକ ଶିକ୍ଷାକୁ ପ୍ରୋତ୍ସାହିତ କରିବା ହେଉଛି ଏହାର ମୁଖ୍ୟ ଲକ୍ଷ୍ୟ। ଏସ୍‌ସିଟିଇଭିଟି ଉପାଧ୍ୟକ୍ଷ ରେଘୁ ଜି ଏବଂ ଜେଏସଏଲ୍‌ ୟୁନିଟ୍‌ ମୁଖ୍ୟ ଦୀପକ ଅଗ୍ରୱାଲ କରିଥିବା ଉକ୍ତ ଚୁକ୍ତି ସ୍ବାକ୍ଷର ଅନୁସାରେ, ତାଲିମ୍‌ରେ ‘ବାଧ୍ୟତାମୂଳକ’ ଏବଂ ‘ଚୟନମୂଳକ’ ଭଳି ଦୁଇଟି ମଡ୍ୟୁଲ୍‌ ରହିବ। ପ୍ରତ୍ୟେକ ବ୍ୟାଚ୍‌ ମେଟାଲର୍ଜି ଏବଂ ମେକାନିକାଲ ଇଞ୍ଜିନିୟରିଂ ପଞ୍ଚମ ସେମିଷ୍ଟର ଛାତ୍ରୀଛାତ୍ରଙ୍କ ପାଇଁ ଜୁନ୍‌ରୁ ଷ୍ଟେନଲେସ୍‌ ଷ୍ଟିଲ୍‌ ଉପରେ ଏକ ଅତିରିକ୍ତ ବାଧ୍ୟତାମୂଳକ ମଡ୍ୟୁଲ ଆରମ୍ଭ ହେବ। ଏଥିରେ କେବଳ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ଉପରେ ୧୦ଟି ଶିକ୍ଷାଦାନ ଅଧିବେଶନ ଅନ୍ତର୍ଭୁକ୍ତ ରହିବ। ପ୍ରଶିକ୍ଷାର୍ଥୀଙ୍କ ପାଇଁ ଶିଳ୍ପ ପରିଦର୍ଶନର ବ୍ୟବସ୍ଥା ସହ ପ୍ରଶିକ୍ଷକଙ୍କ ଲାଗି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରିଚାଳନା କରିବ ଜିନ୍ଦଲ ଷ୍ଟେନ୍‌ଲେସ୍‌।
ସରକାରୀ ପଲିଟେକ୍‌ନିକ ଯାଜପୁର ଓ କେନ୍ଦ୍ରାପଡ଼ା ଏବଂ ବୋଷ୍‌ କଟକର ଷଷ୍ଠ ସେମିଷ୍ଟର ମେଟାଲର୍ଜି ଏବଂ ମେକାନିକାଲ ଇଞ୍ଜିନିୟରିଂ ପ୍ରଶିକ୍ଷାର୍ଥୀଙ୍କ ପାଇଁ ଚୟନମୂଳକ ମଡ୍ୟୁଲରେ ୪୦ ଅଧିବେଶନ ସହିତ ୩ କ୍ରେଡିଟ ପାଠ୍ୟକ୍ରମ ରହିବ। ପ୍ରଶିକ୍ଷାର୍ଥୀମାନେ ସେମାନଙ୍କ ପଞ୍ଚମ ସେମିଷ୍ଟର ପରେ ଚୟନମୂଳକ ପାଠ୍ୟକ୍ରମ ପାଇଁ ନାମ ଲେଖାଇପାରିବେ। ମନୋନୀତ ପ୍ରଶିକ୍ଷାର୍ଥୀମାନେ ଜିନ୍ଦଲ ଷ୍ଟେନଲେସ ଯାଜପୁର ପ୍ଲାଣ୍ଟରେ ୨୦ ଘଣ୍ଟା ଅବଧିର ଶିଳ୍ପ ତାଲିମ ନେବେ। ପାଠ୍ୟକ୍ରମ ସରିବା ପରେ ସମସ୍ତ ପ୍ରଶିକ୍ଷାର୍ଥୀ ଜିନ୍ଦଲ ଷ୍ଟେନଲେସ୍‌ ଏବଂ ସହଯୋଗୀ ଅନୁଷ୍ଠାନରୁ ମିଳିତ ଭାବେ ପ୍ରମାଣପତ୍ର ପାଇବେ। ପ୍ରଶିକ୍ଷାର୍ଥୀଙ୍କ କାର୍ଯ୍ୟଦକ୍ଷତା ଉପରେ ଆଧାର କରି କମ୍ପାନୀ ପ୍ରି-ପ୍ଲେସ୍‌ମେଣ୍ଟ ଅଫର ପ୍ରଦାନ କରିବ।
ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା କହିଛନ୍ତି, ଜିନ୍ଦଲ ଷ୍ଟେନଲେସ୍‌ର ଏହି ସହଯୋଗ ବୈଷୟିକ ଶିକ୍ଷାକ୍ଷେତ୍ର ପାଇଁ ଏକ ମାନଦଣ୍ଡ ହେବ ଏବଂ ଏହା ପଲିଟେକ୍‌ନିକରେ ଶିଳ୍ପ ଆଭିମୁଖୀକରଣକୁ ବ୍ୟାପକ କରିବାରେ ସହାୟକ ହେବ। କାର୍ଯ୍ୟକ୍ରମରେ ଏସ୍‌ଡିଟିଇର ଅତିରିକ୍ତ ସଚିବ ତପନ ଶତପଥୀ, ଜିନ୍ଦଲ ଷ୍ଟେନଲେସର ନିର୍ଦ୍ଦେଶକ ବିଜୟ ଶର୍ମା, ଜେଏସ୍‌ଏଲ୍‌ ରେସିଡେଣ୍ଟ ଡାଇରେକ୍ଟର ଏସ୍‌. ଏସ୍‌. ଉପାଧ୍ୟାୟ ଏବଂ ଜେଏସ୍‌ଏଲ୍‌ ବିକ୍ରୟ ଏବଂ ବଣ୍ଟନ ମହାପ୍ରବନ୍ଧକ ରନିତ ରାଣା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri