କ୍ୱାର୍ଟର୍ସ ପାଇଁ ଧାଉଁଛନ୍ତି ଷ୍ଟାଫ ନର୍ସ

ଖୋର୍ଦ୍ଧା ଅଫିସ,୨୮ା୫: ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଷ୍ଟାଫ ନର୍ସ କ୍ୱାର୍ଟର୍ସ ପାଇପାରୁନାହାନ୍ତି। ଏଥିଲାଗି ସେମାନଙ୍କୁ ସିଡିଏମ୍‌ଓ କାର୍ଯ୍ୟାଳୟ ଏବଂ ଜିଲାପାଳଙ୍କ କାର୍ଯ୍ୟାଳୟକୁ ବାରମ୍ବାର ଧାଇଁବାକୁ ପଡୁଛି। ଷ୍ଟାଫ ନର୍ସ ଭଗବତୀ ସିଂଙ୍କ କ୍ଷେତ୍ରରେ ଏଭଳି ଦେଖିବାକୁ ମିଳିଛି। ସେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଗୁହାରି ଜଣାଇ ନିରାଶ ହେବା ପରେ ଶେଷରେ ଗୁରୁବାର ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଜିଲାପାଳଙ୍କୁ ଲିଖିତ ଭାବେ ନିଜର ଅଭିଯୋଗ ଜଣାଇଛନ୍ତି। ପୂର୍ବରୁ ସେ ସିଡିଏମଓଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ମଧ୍ୟ ଦେଇଥିଲେ। ଏପରି କି ଜଣେ ଅଧିକାରୀ ତାଙ୍କୁ ଲାଞ୍ଚ ମାଗିଥିବା ସେ ଗଣମାଧ୍ୟମ ଆଗରେ ଅଭିଯୋଗ ଆଣିଥିଲେ, ଯାହାକୁ ନେଇ ସେତେବେଳେ ଚର୍ଚ୍ଚା ହୋଇଥିଲା। ତେବେ ସରକାରୀ ନିୟମ ଅନୁଯାୟୀ କ୍ୱାର୍ଟର୍ସ ଦିଆଯିବ କହି ସିଡିଏମ୍‌ଓ ନିଜ ମୁଣ୍ଡରୁ ଦୋଷ ଖସାଇ ଦେଇଥିଲେ।
ଅଭିଯୋଗରେ ଦର୍ଶାଯାଇଛି ଯେ, ଭଗବତୀ ଦିବ୍ୟାଙ୍ଗ ଓ ଅନୁସୂଚିତ ଜାତିର ହୋଇଥିବା ବେଳେ ସେ ୨୦୧୫ରୁ ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଅଛନ୍ତି। ସେ କୋଭିଡ୍‌ ଯୋଦ୍ଧା ଭାବେ କରୋନା ଡ୍ୟୁଟିରେ ନିୟୋଜିତ ରହିଛନ୍ତି। କ୍ୱାର୍ଟର୍ସ ପାଇବା ଲାଗି ୨୦୨୦ ଡିସେମ୍ବର ୨୦, ୨୦୨୧ ଏପ୍ରିଲ ୧୨ ଏବଂ ମେ ୧୫ରେ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରିଥିଲେ। ପୁରୁଣା ମେଡିକାଲ କଲୋନିର କ୍ୱାର୍ଟର୍ସ କେବଳ ଷ୍ଟାଫନର୍ସଙ୍କ ଲାଗି ଉଦ୍ଦିଷ୍ଟ। ଅଥଚ ଜଣେ କ୍ଲରିକାଲ ଷ୍ଟାଫଙ୍କୁ କ୍ୱାର୍ଟର୍ସ ଦିଆଯାଇଛି। ଏ ନେଇ ସିଡିଏମ୍‌ଓଙ୍କୁ ଅଭିଯୋଗ ଜଣାଇବାରୁ ଡିଏମଓଙ୍କୁ ଯୋଗାଯୋଗ କରିବାକୁ କୁହାଯାଇଥିଲା। ଡିଏମ୍‌ଓ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ପାଣିର ଗାର ପାଲଟିଛି। ଏହି ଘଟଣାର ତଦନ୍ତ କରି ତାଙ୍କୁ ନ୍ୟାୟ ଦେବାକୁ ଭଗବତୀ ଦାବି କରିଛନ୍ତି। ଅନ୍ୟପକ୍ଷରେ ଏହି ଘଟଣାରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନୀରବତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଏ ନେଇ ସେ କିଛି ଜାଣି ନ ଥିବା ଏବଂ ଅଭିଯୋଗର ତଦନ୍ତ ହେବ ବୋଲି ସିଡିଏମ୍‌ଓ ବିଶ୍ୱରଞ୍ଜନ ପତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଳ ସାଜିଲା ବଜ୍ରପାତ

ପାରଳାଖେମୁଣ୍ଡି/ହିଞ୍ଜିଳିକାଟୁ/ପୋଲିସରା,୩୦ା୬: ଗଜପତି ଓ ଗଞ୍ଜାମ ଜିଲାରେ ବୁଧବାର ବଜ୍ରପାତରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ମହିଳା ଗୁରୁତର ହୋଇଛନ୍ତି। ମୃତକ ହେଲେ ଗଜପତି...

ଅନ୍‌ଲାଇନ୍‌ କ୍ଲାସ୍‌ରେ ଅଶ୍ଳୀଳ ଫଟୋ: ପ୍ରଧାନ ଶିକ୍ଷକଙ୍କ ନାମରେ ଥାନାରେ ଅଭିଯୋଗ

କଟକ ଅଫିସ,୨।୮: ଅନ୍‌ଲାଇନ୍‌ କ୍ଲାସ୍‌ ଚାଲିଥିଲା। ପଞ୍ଚମ ଶ୍ରେଣୀର ଛାତ୍ରୀଛାତ୍ର ଅନ୍‌ଲାଇନ୍‌ରେ ପାଠ ପଢୁଥିଲେ। ହଠାତ୍‌ ମୋବାଇଲ ସ୍କ୍ରିନରେ ଅଶ୍ଳୀଳ ଫଟୋ ଦେଖାଯିବା ପରେ ଶିକ୍ଷୟିତ୍ରୀ,...

ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଯୋଡ଼ା ଶିଶୁ କନ୍ୟା ଜନ୍ମ

ଢେଙ୍କାନାଳ ଅଫିସ,୧।୭: ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ସୋମବାର ଏକ ଯୋଡା ଶିଶୁ କନ୍ୟା ଜନ୍ମ ହୋଇଛନ୍ତି। ପରଜଙ୍ଗ ଅଞ୍ଚଳର ଜଣେ ମହିଳା ଏହି ଯୋଡା...

ତୁଟୁନି ଧାନ କିଣାବିକା ସମସ୍ୟା

ବରଗଡ଼ ଅଫିସ୍‌, ୨।୧୨: ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ୧୫ଦିନ ବିତିଯାଇଛି । ଧାନ କିଣାବିକା ଚାଲିଥିଲେ ସୁଦ୍ଧା ଜିଲାର ବିଭିନ୍ନ ସ୍ଥାନରେ...

ସ୍ବାସ୍ଥ୍ୟସେବା ନ ସୁଧାରିଲେ ଆନ୍ଦୋଳନ ଚେତାବନୀ

ବାଲେଶ୍ୱର ଅଫିସ, ୨୬।୮-ବାଲେଶ୍ୱର ସରକାରୀ ମେଡିକାଲ୍‌ କଲେଜ୍‌ ହସ୍ପିଟାଲ୍‌କୁ ଆସୁଥିବା ରୋଗୀମାନେ ଆବଶ୍ୟକ ଚିକିତ୍ସା ନ ପାଇ ମୃତ୍ୟୁବରଣ କରୁଥିବା ଅଭିଯୋଗ ପରେ କ୍ରିୟାନୁଷ୍ଠାନ କମିଟି...

ମନ୍ଥର ଗତିରେ ଧାନକିଣା : ଅପେକ୍ଷାରେ ବସିଛନ୍ତି ୨୭ହଜାର ଚାଷୀ

ସୋନପୁର,୩୧।୧୨(ନି.ପ୍ର.): ସୁବର୍ଣ୍ଣପୁର ଜିଲାରେ ଧାନ କିଣା ଆରମ୍ଭ ହେବା ଇତିମଧ୍ୟରେ ୪୦ଦିନ ବିତିଲାଣି । ସରକାର ଜିଲାର ଚାଷୀଙ୍କଠାରୁ ୩ ଲକ୍ଷ ୪୦ହଜାର କୁଇଣ୍ଟାଲ ଧାନ...

ଘର ନାହିଁ, ଖୋଲା ଆକାଶ ତଳେ ବନ୍ୟା ବିପନ୍ନ

ବରୀ,୧୨ା୧୦(ଡି.ଏନ୍‌.ଏ.): ଗତ ଅଗଷ୍ଟରେ ହୋଇଥିବା ବନ୍ୟାକୁ ଇତିମଧ୍ୟରେ ଦେଢ଼ ମାସରୁ ଊର୍ଦ୍ଧ୍ୱ ସମୟ ବିତିଥିଲେ ବି ବରୀ ବ୍ଲକରେ ତ୍ରୁଟିପୂର୍ଣ୍ଣ ତାଲିକା ଯୋଗୁ ବହୁ ବିପନ୍ନ...

ବଡ଼ଦାଣ୍ଡକୁ ସଙ୍କୁଚିତ କରୁଛି ଜବରଦଖଲ

ପୁରୀ ଅଫିସ,୨୫।୭: ଜାତୀୟ ରାଜପଥ ପ୍ରାଧିକରଣ ଆଇନ ପୁରୀ ବଡ଼ଦାଣ୍ଡରେ ଲାଗୁ ହେଉନାହିଁ। ବଡ଼ଦାଣ୍ଡ ୩୧୬ ନମ୍ବର ଜାତୀୟ ରାଜପଥ ଭାବେ ମାନ୍ୟତାପ୍ରାପ୍ତ। ଜାତୀୟ ରାଜପଥ...

Advertisement
Archives

Model This Week