କ୍ୱାର୍ଟର୍ସ ପାଇଁ ଧାଉଁଛନ୍ତି ଷ୍ଟାଫ ନର୍ସ

ଖୋର୍ଦ୍ଧା ଅଫିସ,୨୮ା୫: ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଷ୍ଟାଫ ନର୍ସ କ୍ୱାର୍ଟର୍ସ ପାଇପାରୁନାହାନ୍ତି। ଏଥିଲାଗି ସେମାନଙ୍କୁ ସିଡିଏମ୍‌ଓ କାର୍ଯ୍ୟାଳୟ ଏବଂ ଜିଲାପାଳଙ୍କ କାର୍ଯ୍ୟାଳୟକୁ ବାରମ୍ବାର ଧାଇଁବାକୁ ପଡୁଛି। ଷ୍ଟାଫ ନର୍ସ ଭଗବତୀ ସିଂଙ୍କ କ୍ଷେତ୍ରରେ ଏଭଳି ଦେଖିବାକୁ ମିଳିଛି। ସେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଗୁହାରି ଜଣାଇ ନିରାଶ ହେବା ପରେ ଶେଷରେ ଗୁରୁବାର ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଜିଲାପାଳଙ୍କୁ ଲିଖିତ ଭାବେ ନିଜର ଅଭିଯୋଗ ଜଣାଇଛନ୍ତି। ପୂର୍ବରୁ ସେ ସିଡିଏମଓଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ମଧ୍ୟ ଦେଇଥିଲେ। ଏପରି କି ଜଣେ ଅଧିକାରୀ ତାଙ୍କୁ ଲାଞ୍ଚ ମାଗିଥିବା ସେ ଗଣମାଧ୍ୟମ ଆଗରେ ଅଭିଯୋଗ ଆଣିଥିଲେ, ଯାହାକୁ ନେଇ ସେତେବେଳେ ଚର୍ଚ୍ଚା ହୋଇଥିଲା। ତେବେ ସରକାରୀ ନିୟମ ଅନୁଯାୟୀ କ୍ୱାର୍ଟର୍ସ ଦିଆଯିବ କହି ସିଡିଏମ୍‌ଓ ନିଜ ମୁଣ୍ଡରୁ ଦୋଷ ଖସାଇ ଦେଇଥିଲେ।
ଅଭିଯୋଗରେ ଦର୍ଶାଯାଇଛି ଯେ, ଭଗବତୀ ଦିବ୍ୟାଙ୍ଗ ଓ ଅନୁସୂଚିତ ଜାତିର ହୋଇଥିବା ବେଳେ ସେ ୨୦୧୫ରୁ ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଅଛନ୍ତି। ସେ କୋଭିଡ୍‌ ଯୋଦ୍ଧା ଭାବେ କରୋନା ଡ୍ୟୁଟିରେ ନିୟୋଜିତ ରହିଛନ୍ତି। କ୍ୱାର୍ଟର୍ସ ପାଇବା ଲାଗି ୨୦୨୦ ଡିସେମ୍ବର ୨୦, ୨୦୨୧ ଏପ୍ରିଲ ୧୨ ଏବଂ ମେ ୧୫ରେ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରିଥିଲେ। ପୁରୁଣା ମେଡିକାଲ କଲୋନିର କ୍ୱାର୍ଟର୍ସ କେବଳ ଷ୍ଟାଫନର୍ସଙ୍କ ଲାଗି ଉଦ୍ଦିଷ୍ଟ। ଅଥଚ ଜଣେ କ୍ଲରିକାଲ ଷ୍ଟାଫଙ୍କୁ କ୍ୱାର୍ଟର୍ସ ଦିଆଯାଇଛି। ଏ ନେଇ ସିଡିଏମ୍‌ଓଙ୍କୁ ଅଭିଯୋଗ ଜଣାଇବାରୁ ଡିଏମଓଙ୍କୁ ଯୋଗାଯୋଗ କରିବାକୁ କୁହାଯାଇଥିଲା। ଡିଏମ୍‌ଓ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ପାଣିର ଗାର ପାଲଟିଛି। ଏହି ଘଟଣାର ତଦନ୍ତ କରି ତାଙ୍କୁ ନ୍ୟାୟ ଦେବାକୁ ଭଗବତୀ ଦାବି କରିଛନ୍ତି। ଅନ୍ୟପକ୍ଷରେ ଏହି ଘଟଣାରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନୀରବତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଏ ନେଇ ସେ କିଛି ଜାଣି ନ ଥିବା ଏବଂ ଅଭିଯୋଗର ତଦନ୍ତ ହେବ ବୋଲି ସିଡିଏମ୍‌ଓ ବିଶ୍ୱରଞ୍ଜନ ପତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀ ଉଦୟନିଧିଙ୍କୁ ନେବାକୁ ଆସିଥିବା ପୋଲିସ ସହ ଯୁକ୍ତିତର୍କ କଲେ ସ୍ତ୍ରୀ, କହିଲେ- ସେ ବାଥରୁମ୍‌ରେ…

ନୂଆଦିଲ୍ଲୀ,୪।୮: ଡିଏମକେ ନେତା ଉଦୟନିଧି ଷ୍ଟାଲିନଙ୍କୁ ମଙ୍ଗଳବାର ପୋଲିସ ଗିରଫ କରିଛି। ପୋଲିସ ତାଙ୍କୁ ତାଙ୍କ ବାସଭବନରୁ ନେଇଥିଲା। ଉଦୟନିଧିଙ୍କୁ ନେବାକୁ ଆସିଥିବା ପୋଲିସ ସହ ତାଙ୍କ…

ପାଟ୍ରୋଲିଂ ବେଳେ ଜଗନ୍ନାଥ ପ୍ରସାଦ ପୋଲିସକୁ ସଫଳତା, ଡାଲା ଅଟୋରେ ମିଳିଲା….

ଜଗନ୍ନାଥ ପ୍ରସାଦ,୪।୮(ବିଭୁ ପ୍ରସାଦ ପଟ୍ଟନାୟକ): ଜଗନ୍ନାଥ ପ୍ରସାଦ ପୋଲିସକୁ ପାଟ୍ରୋଲିଂ ସମୟରେ ଏକ ସଫଳତା ମିଳିଛି । ବେଆଇନ ଭାବେ ଚୋରା ଚାଲାଣ ହେଉଥିବା ବିପୁଳ ପରିମାଣର…

RJD, BJP ନା କଂଗ୍ରେସ; କାହା ସହ ମେଣ୍ଟ କରିବେ ପ୍ରଶାନ୍ତ କିଶୋର? ନିଜେ କଲେ ବଡ଼ ଖୁଲାସା

ପାଟନା,୪।୮: ଜନ ସୁରାଜ ପାର୍ଟିର ସଂସ୍ଥାପକ ପ୍ରଶାନ୍ତ କିଶୋର କୌଣସି ରାଜନୈତିକ ଦଳ ସହ ମେଣ୍ଟ କରିବାର ସମ୍ଭାବନାକୁ ଖଣ୍ଡନ କରି କହିଛନ୍ତି ଯେ, ବାଙ୍କିପୁର ବିଧାନସଭା…

CMOରୁ ଫାଇଲ ଗାୟବ ଘଟଣା: ବଡ଼ ବୟାନ ଦେଲେ କ୍ରାଇମବ୍ରାଞ୍ଚ ଡିଜି, ହାଜର ହେବେ…

ଭୁବନେଶ୍ୱର,୪।୮: CMOରୁ ନାଇଡୁ କମିଶନ ଫାଇଲ ଗାୟବ ମାମଲାରେ କ୍ରାଇମବ୍ରାଞ୍ଚ ଡିଜି ମଙ୍ଗଳବାର ଗଣମାଧ୍ୟମକୁ ଏକ ବଡ଼ ବୟାନ ଦେଇଛନ୍ତି। ମାମଲାର ତଦନ୍ତ ଟେକ୍ନିକାଲ ଉପାୟରେ କରାଯାଉଛି।…

ଶ୍ରୀଲଙ୍କା ଟେଷ୍ଟ ପୂର୍ବରୁ BCCIର ବଡ଼ ଘୋଷଣା, ଟିମ ଇଣ୍ଡିଆକୁ ଆସିଲେ ଆଉ ୨ ଖେଳାଳି

ନୂଆଦିଲ୍ଲୀ,୪।୮: ଭାରତୀୟ କ୍ରିକେଟ ଦଳର ଶ୍ରୀଲଙ୍କା ଗସ୍ତ ୧୫ ଅଗଷ୍ଟରୁ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଟିମ ଇଣ୍ଡିଆରେ ଲଗାତାର ପରିବର୍ତ୍ତନ ହେଉଛି। ଜସପ୍ରୀତ ବୁମ୍‌ରାଙ୍କ…

‘ବନ୍ଦ କରିଦେବି ଜନସୁରାଜ ପାର୍ଟି…,’ କାହିଁକି ଏମିତି କହିଲେ ପ୍ରଶାନ୍ତ କିଶୋର? ଜାଣନ୍ତୁ ଏହା ପଛର କାରଣ

ପାଟନା,୪।୮: ବାଙ୍କିପୁର ଉପନିର୍ବାଚନରେ ଏକ ବଡ଼ ବିଜୟ ପରେ, ଜନ ସୁରାଜ ପ୍ରତିଷ୍ଠାତା ଏବଂ ନବନିର୍ବାଚିତ ବିଧାୟକ ପ୍ରଶାନ୍ତ କିଶୋର ଏକ ସ୍ବତନ୍ତ୍ର ଆଲୋଚନାରେ ଅନେକ ଗୁରୁତ୍ୱପୂର୍ଣ୍ଣ…

E20 ପେଟ୍ରୋଲକୁ ନେଇ ଦିଲ୍ଲୀରେ ତେଜିଲା ରାଜନୀତି! ପିଏମ ଆବାସ ଅଭିମୁଖେ ଯାଉଥିବାବେଳେ କେଜ୍‌ରିୱାଲଙ୍କୁ…

ନୂଆଦିଲ୍ଲୀ,୪।୮: ଆମ ଆଦମୀ ପାର୍ଟି (AAP)ର ସଂଯୋଜକ ଅରବିନ୍ଦ କେଜ୍‌ରିୱାଲ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଅଭିମୁଖେ ମାର୍ଚ୍ଚ ପାଇଁ ବାହାରିଛନ୍ତି। ତାଙ୍କ ସହ ଏଏପିର ନେତା ଓ କର୍ମୀମାନେ…

ହାତୀ ଦେଖିବାକୁ ଯାଇଥିଲେ ଯୁବକ; ଗୋଡ଼ାଇଲା ମାଈ ହାତୀ, ତାପରେ…

ପାଟଣା,୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜର ପାଟଣା ସେକ୍ସନ ଅନ୍ତର୍ଗତ ରାମଚନ୍ଦ୍ରପୁର ନିକଟରେ ସୋମବାର ୧୯ଟିକିଆ ବଣୁଆ ହାତୀପଲ ଡେରା ପକାଇଥିଲେ । ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri