ଆନ୍ଦୋଳନରେ କର୍ମଚାରୀ: ଗଡୁନି ମୋ’ ବସ୍‌, ଯାତ୍ରୀ ହନ୍ତସନ୍ତ

ସମ୍ବଲପୁୂର,୨୮ା୧୦: ସମ୍ବଲପୁର ସହରରେ ସୋମବାର ସକାଳୁ ମୋ’ ବସ୍‌ ସେବା ବନ୍ଦ କରାଯାଇଛି। ମୋ’ ବସ୍‌ ର୍କମଚାରୀଙ୍କ ବିଭିନ୍ନ ଦାବିନେଇ ବନ୍ଦ ରହିଛି ମୋ’ ବସ୍‌। କର୍ମଚାରୀଙ୍କ ସାମାନ୍ୟ ଭୁଲ୍‌ ପାଇଁ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏପରିକି ମୋ’ ବସ୍‌ ଭିତରେ ଥିବା ସିଟ୍‌ରେ ଟିକେ ବସି ଦେଲେ ମୋ’ବସ୍‌ରେ କାର୍ଯ୍ୟରତ କଣ୍ଡକ୍ଟର ବା ଗାଇଡ଼ମାନଙ୍କୁ ମୋଟା ଅଙ୍କର ଜରିମାନା କରାଯାଉଛି। ଏଭଳି ସାମାନ୍ୟ ଭୁଲ୍‌ ପାଇଁ କମ୍ପାନୀ କର୍ତ୍ତୃପକ୍ଷ ୫୦୦୦ ଟଙ୍କାର ଜରିମାନା ଆଦାୟ କରୁଛନ୍ତି। ଖାଲି ସେତିକି ନୁହେଁ ସାମାନ୍ୟ କଥାରେ କର୍ମଚାରୀଙ୍କ ଦରମା ମଧ୍ୟ କାଟି ଦିଆଯାଉଛି।

ଏହାବ୍ୟତୀତ ମୋ’ ବସ୍‌ରେ ବର୍ତ୍ତମାନ ପ୍ରବଳ ଭିଡ଼ ହେଉଥିବାରୁ ବସ୍‌ ମଧ୍ୟରେ ବୁଲିବୁଲି ଟିକେଟ୍‌ କାଟିବାରେ କଣ୍ଡକ୍ଟର ଓ ଗାଇଡ୍‌ମାନେ ମଧ୍ୟ ବ୍ୟାପକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଉକ୍ତ ସମସ୍ତ ସମସ୍ୟାର ସମାଧାନ ଦାବିରେ ମୋ’ ବସ୍‌ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇ ବସ୍‌ ଚଳାଚଳ ବନ୍ଦ ରଖି ସିଆରୟୁଟି ସମ୍ବଲପୁର ଶାଖା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ମୋ’ବସ୍‌ ଗାଇଡ୍‌। ଫଳରେ ସମ୍ବଲପୁର ସହରରେ ଆଜି ସକାଳୁ ମୋ’ ବସ୍‌ ସେବା ବନ୍ଦ ରହିଛି। ତେବେ ସମସ୍ୟାର ସମାଧାନ ନ ହେବା ର୍ପଯ୍ୟନ୍ତ ମୋ’ ବସ୍‌ ସେବା ବନ୍ଦ ରହିବ ବୋଲି ଗାଇଡ୍‌ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିରାଟ-ପଡିକାଲଙ୍କ ବିସ୍ଫୋରକ ବ୍ୟାଟିଂ, ହାରିଲା ଗୁଜରାଟ

ବେଙ୍ଗାଲୁରୁ, ୨୪।୪- ଗୁଜରାଟ ଟାଇଟନ୍ସ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଶୁକ୍ରବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ନିକଟରୁ ୫ ଉଇକେଟରେ ପରାଜିତ ହୋଇଛି। ଗୁଜରାଟ ୨୦…

ଦାରିଙ୍ଗବାଡିରେ ଜାତୀୟ ପଞ୍ଚାୟତରାଜ ଦିବସ : ଅନ୍ତଦୋୟ ଗୃହ ଯୋଜନାରେ ୧୬୪ ହିତାଧିକାରୀଙ୍କୁ  କାର୍ଯ୍ୟାଦେଶ

ଦାରିଙ୍ଗବାଡ଼ି,୨୪।୪(ଅରୁଣ ସାହୁ): ଦାରିଙ୍ଗବାଡି ବ୍ଲକରେ ଜାତୀୟ ପଞ୍ଚାୟତରାଜ ଦିବସ ପାଳିତ ହୋଇଛି। ବିଡ଼ିଓ ପ୍ରୀତିରଞ୍ଜନ ରଥଙ୍କ ନେତୃତ୍ୱ ରେ ମୁଖ୍ୟ ଅତିଥିଭାବେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ,…

ସୀମାରେ ହଠାତ୍‌ ଅନ୍ଧାର: ପଞ୍ଜାବରୁ କଶ୍ମୀର ପର୍ଯ୍ୟନ୍ତ ‘ବ୍ଲାକ୍‌ଆଉଟ୍‌’ ହାଇ ଆଲର୍ଟ, ରାତି ୧୦ଟାରେ ସାବଧାନ…!

ଚଣ୍ଡିଗଡ଼/ଶ୍ରୀନଗର,୨୪।୪: ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ଶୁକ୍ରବାର ରାତିରେ ପଞ୍ଜାବ ଏବଂ ଜମ୍ମୁ-କଶ୍ମୀରର ସମସ୍ତ ଜିଲାରେ ‘ସିଭିଲ ଡିଫେନ୍ସ ଏୟାର୍‌ ରେଡ୍‌/ବ୍ଲାକଆଉଟ୍‌’ ମକ୍‌ ଡ୍ରିଲ୍‌ ଅନୁଷ୍ଠିତ…

ଯୁବତୀଙ୍କ ସହ ଗଢ଼ି ଉଠିଲା ପ୍ରେମ ସମ୍ପର୍କ, ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର; OISF ଯବାନଙ୍କୁ ବାନ୍ଧିଲା…

ସୁନ୍ଦରଗଡ,୨୪।୪(ଜୟ ନାରାୟଣ ମେଣ୍ଡୁଳି): ବିବାହର ପ୍ରତଶ୍ରୁତି ଦେଇ ଜଣେ ଯୁବତୀଙ୍କୁ ବଳତ୍କାର କରିଥିବା ଅଭିଯୋଗରେ ସଦରଥାନା ପୋଲିସ ଏମ୍‌ସିଏଲ୍‌ରେ କାର୍ଯ୍ୟରତ ଓଡିଶା ଶିଳ୍ପାଞ୍ଚଳ ସୁରକ୍ଷା ପୋଲିସ (ଓଆଇଏସ୍‌ଏଫ୍‌)…

କୁଶପଡାରେ କ୍ରିକେଟ ଟୁର୍ନାମେଣ୍ଟ:   ମହାମାୟୀ ଟିମ୍ ଚାମ୍ପିୟନ 

ଦିଗପହଣ୍ଡି,୨୪|୪(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କୁଶପଡା ଗ୍ରାମ ଖେଳପଡିଆ ଠାରେ ଚାଲିଥିବା ଶ୍ରୀ ସିଦ୍ଧି ବିନାୟକ କ୍ରିକେଟ ଟୁର୍ନାମେଣ୍ଟ ଶୁକ୍ରବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି…

ଜାତୀୟ ପଞ୍ଚାୟତିରାଜ ଦିବସରେ ଥୁଆମୂଳ ରାମପୁରରେ ବଡ଼ ଆୟୋଜନ:କାର୍ଯ୍ୟାଦେଶ ବଣ୍ଟନ ସହ ଶ୍ରେଷ୍ଠ ପଞ୍ଚାୟତ ସମ୍ମାନିତ, ହେଲେ ଶେଷ ବେଳକୁ ଖାଲି ପଡ଼ିଥିଲା ଚେୟାର

ଥୁଆମୂଳରାମପୁର, ୨୪ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ପ୍ରାଙ୍ଗଣରେ ଶୁକ୍ରବାର ସନ୍ଧ୍ୟାରେ ଜାତୀୟ ପଞ୍ଚାୟତିରାଜ ଦିବସ – ୨୦୨୬ ବ୍ଲକ ସ୍ତରୀୟ ସମାରୋହ…

ଦିଗପହଣ୍ଡିରେ ଜାତୀୟ ପଞ୍ଚାୟତରାଜ ଦିବସ: ପାଳିତ ବ୍ଲକ ପ୍ରଶାସନ ପକ୍ଷରୁ ୧୦ ସରପଞ୍ଚ ପୁରସ୍କୃତ 

ଦିଗପହଣ୍ଡି,୨୪|୪(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଅପରାହ୍ନରେ ଜାତୀୟ ପଞ୍ଚାୟତରାଜ ଦିବସ ମହାସମାରୋହରେ ପାଳନ କରାଯାଇଛି । ରାଜ୍ୟ ପଞ୍ଚାୟତରାଜ…

୨ ଯୁବକଙ୍କ ଉନ୍ମତ୍ତ କାଣ୍ଡ: ପ୍ରତିବାଦ କରିବାରୁ ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ

ଦାରିଙ୍ଗବାଡ଼ି,୨୪ା୪(ଅରୁଣ ସାହୁ): ଦାରିଙ୍ଗବାଡ଼ି ଥାନା ଅଞ୍ଚଳ ସିମନବାଡ଼ି ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ୨ ଜଣ ଯୁବକ ବାଇକରେ ଆସି ପ୍ରାୟ ୨ ଘଣ୍ଟା ଧରି ଉତ୍ପାତ ଚଳାଇଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri