କାନାଡାର ଗ୍ରାମୀଣ ଅଞ୍ଚଳରେ ଦୁଇସମ୍ପ୍ରଦାୟ ମଧ୍ୟରେ ଛୁରାମାଡ: ୧୦ ମୃତ, ୧୫ ଆହତ

ଓଟାୱା,୫ ।୯: କାନାଡାର ସକ୍ସେଚେୱାନ ଅଞ୍ଚଳରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ହୋଇଥିବା ଛୁରା ମାଡରେ ୧୦ ଜଣଙ୍କ ମୃତ୍ୟୁ ହେବା ସହ ୧୫ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଅଧିକାରୀଙ୍କ ସୂଚନା ଅନୁଯାୟୀ, ପୋଲିସ ଅଭିଯୁକ୍ତଙ୍କୁ ଖୋଜୁଛି । ପୋଲିସ କହିଛି ଜେମ୍ସ ସ୍ମିଥ କ୍ରି ନେଶନ ଓ ସାସ୍କାଟୁନର ଉତ୍ତର-ପୂର୍ବରେ ୱେଲଡନ ଗାଁରେ କିଛି ସ୍ଥାନରେ ଛୁରାମାଡ ହୋଇଛି ।

ଆରସିଏମପି ସକ୍ସେଚେୱାନରେ ଆସିଷ୍ଟାଣ୍ଡ କମିଶନର ରୋଣ୍ଡା ବ୍ଲାକମୋର କହିଛନ୍ତି କେତେଜଣ ଲୋକଙ୍କ ଉପରେ ସନ୍ଦିଗ୍ଧ ବ୍ୟକ୍ତି ଆକ୍ରମଣ କରିଛନ୍ତି । ହେଲେ ଏହା ପଛର କାରଣ କ’ଣ ତାହା ଏପର୍ଯ୍ୟନ୍ତ ଜଣାପଡି ନାହିଁ । ବ୍ଲାକମୋର କହିଛନ୍ତି, ଆଜି ଆମ ପ୍ରଦେଶରେ ଯାହା ଘଟିଛି ତାହା ଆଶ୍ଚର୍ଯ୍ୟଜନକ । ୧୩ଟି ସ୍ଥାନରେ ଏଭଳି ଘଟଣା ଘଟିଥିବା ବେଳେ ସବୁ ସ୍ଥାନରେ କିଛି ଲୋକ ମୃତାହତ ହୋଇଛନ୍ତି । ପୋଲିସକୁ ଏ ସମ୍ପର୍କରେ ସକାଳୁ ସକାଳୁ ସୂଚନା ମିଳିବା ଆରମ୍ଭ ହୋଇ ଯାଇଥିଲା । ଦ୍ୱିପ୍ରହର ସୁଦ୍ଧା ଏହାକୁ ନେଇ ପୋଲିସ ଚେତାବନୀ ଜାରି କରିଛି । ଲୋକେ ସୁରକ୍ଷିତ ସ୍ଥାନରେ ରହିବା ସହ ଅଜଣା ବ୍ୟକ୍ତିଙ୍କୁ ଘରେ ପ୍ରବେଶ ଅନୁମତି ନ ଦେବାକୁ ପୋଲିସ କହିଛି ।
ଏହି ଘଟଣାରେ ଏବେ ପୋଲିସ ଦୁଇ ସନ୍ଦିଗ୍ଧଙ୍କ ଫଟୋ ଜାରି କରିଛି । ଏମାନଙ୍କ ନାମ ଡାମିଏନ ସାଣ୍ଡରସନ ଓ ମାଇଲେସ ସାଣ୍ଡରସନ । ଉଭୟ ଏକ କଳା ରଙ୍ଗର କାରରେ ବୁଲି ବୁଲି ଏମିତି ଛୁରାମାଡ କରିଛନ୍ତି । ରୟାଲ କାନାଡିଆନ ମାଉଣ୍ଟେଡ ପୋଲିସର ଆସିଷ୍ଟାଣ୍ଡ ପୋଲିସ କମିଶନର ରୌଣ୍ଡା ବ୍ଲାକମୋର କହିଛନ୍ତି ଏ ସମ୍ପର୍କରେ ସୂଚନା ତାଙ୍କୁ ସକାଳ ପ୍ରାୟ ୫ଟା ୪୦ ରେ ମିଳିଥିଲା । ସମ୍ସୋଚୱାନରେ ଅତିକମରେ ୧୩ଟି ସ୍ଥାନରେ ପୀଡ଼ିତ ମିଳିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?