ଜୁଲାଇ ୮ରେ ଖୋଲିବ ରତ୍ନ ଭଣ୍ଡାର, ଭଣ୍ଡାରରେ ରହିଛି ଏତେ ସୁନା-ରୁପା ଅଳଙ୍କାର!

ଭୁବନେଶ୍ୱର,୧୯।୬: ଖୋଲିବ କାଳିଆର ରତ୍ନ ଭଣ୍ଡାର। ଓଡ଼ିଶାରେ ନୂଆ ସରକାର ଶପଥ ନେବା ପରେ ଏବେ ଜୁଲାଇ ୮ରେ ରତ୍ନ ଭଣ୍ଡାର ଖୋଲିବା ନେଇ ନିଷ୍ପତ୍ତି ହୋଇଛି। ଅର୍ଥାତ୍‌ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ପରଦିନ ଭଣ୍ଡାର ଖୋଲିବାକୁ ଯାଉଛି। ଏନେଇ ଏଏସଆଇ ସୁପରିଟେଣ୍ଡେଣ୍ଟ ଡି.ବି. ଗଡନାୟକ ସୂଚନା ଦେଇଛନ୍ତି।

ଦ୍ୱାଦଶ ଶତାବ୍ଦୀର ବିଶ୍ୱ ପ୍ରସିଦ୍ଧ ଐତିହ୍ୟ ପୁରୀ ଶ୍ରୀମନ୍ଦିରରେ ଥିବା ରତ୍ନଭଣ୍ଡାର ଏବେ ବି ଲୋକଙ୍କ ପାଇଁ ଏକ ରହସ୍ୟ ହୋଇ ରହିଛି। ମହାପ୍ରଭୁଙ୍କର ଦୁଇଟି ରତ୍ନଭଣ୍ଡାର ଅଛି। ଗୋଟିଏ ଭିତର ଓ ଅନ୍ୟଟି ବାହାର ରତ୍ନଭଣ୍ଡାର। ପ୍ରତିବର୍ଷ ରଥଯାତ୍ରା ଓ ମହାପ୍ରଭୁଙ୍କ ଅନ୍ୟାନ୍ୟ ଯାନିଯାତ୍ରା ସମୟରେ ବାହାର ରତ୍ନଭଣ୍ଡାରରୁ ରତ୍ନ ଆଭୂଷଣ ଅଣାଯାଇ ବେଶ କରାଯାଇଥାଏ। କିନ୍ତୁ ଭିତର ରତ୍ନଭଣ୍ଡାର ବନ୍ଦ ରହିଥିବାରୁ ସେଠାରେ କେତେ ପରିମାଣର ଆଭୂଷଣ ରହିଛି ତା’ର ସବିଶେଷ ବିବରଣୀ କାହା ପାଖରେ ନାହିଁ। ଏପରି କି ଭିତର ରତ୍ନଭଣ୍ଡାରରେ ୭ଟି ଭଣ୍ଡାର ଘର ଥିବା କୁହାଯାଉଛି। ଭିତର ରତ୍ନଭଣ୍ଡାରକୁ ଖୋଲିବା ପାଇଁ ଅତୀତରେ କ୍ୱଚିତ ଉଦ୍ୟମ ହୋଇଛି।

ତଥ୍ୟ ମୁତାବକ ନୀଳମଣି ରାଉତରାୟ ୧୯୭୭ରୁ ୧୯୮୦ ପର୍ଯ୍ୟନ୍ତ ଓଡ଼ିଶାର ଦଶମ ମୁଖ୍ୟମନ୍ତ୍ରୀ ଥିଲେ। ତାଙ୍କ ଅମଳରେ ୧୯୭୮ ମେ’ ୧୩ରୁ ଜୁଲାଇ ୨୩ ମଧ୍ୟରେ ରତ୍ନଭଣ୍ଡାର ଖୋଲାଯାଇଥିଲା। ସେତେବେଳେ ଭଣ୍ଡାରରେ ଥିବା ଅଳଙ୍କାରଗୁଡ଼ିକୁ ଗଣତି କରାଯାଇଥିଲା। ଏହା ପରେ ୧୯୮୦ ମେ’ରେ ଅନୁଷ୍ଠିତ ରାଜ୍ୟ ବିଧାନସଭା ନିର୍ବାଚନରେ ନୀଳମଣିଙ୍କ ନେତୃତ୍ୱାଧୀନ ଜନତା ଦଳ ସରକାରର ପତନ ଘଟିଥିଲା। ଏହି ନିର୍ବାଚନରେ କଂଗ୍ରେସ ସରକାର ଗଠନ କରିଥିଲା। କଂଗ୍ରେସ ନେତା ଜାନକୀ ବଲ୍ଲଭ ପଟ୍ଟନାୟକ (୧୯୮୦-୧୯୮୯) ମୁଖ୍ୟମନ୍ତ୍ରୀ ହୋଇଥିଲେ। ୧୯୮୫ ଜୁଲାଇ ୧୪ ରତ୍ନଭଣ୍ଡାର ଖୋଲିବାକୁ ଉଦ୍ୟମ ହୋଇଥିଲା।

୧୯୭୮ ମସିହାରେ ଶେଷଥର ପାଇଁ ରତ୍ନଭଣ୍ଡାରର ଅଳଙ୍କାର ଗଣତି ହୋଇଥିଲା। ଯେଉଁଥିରେ ବାହାର, ଭିତର ଓ ଚଳନ୍ତି ରତ୍ନଭଣ୍ଡାରର ଅଳଙ୍କାର ମିଶାାଇ ତାଲିକା ହୋଇଥିଲା। ୧୨ହଜାର ୮୩୧ ଭରି ପଥର ସହିତ ସୁନା ଅଳଙ୍କାର ଓ ୨୨ହଜାର ୧୫୩ ଭରି ପଥର ସହିତ ରୁପା ବାସନ, ପୂଜା ସାମଗ୍ରୀ ରହିଛି। ଗୋଟିଏ ଭରିର ଓଜନ ୧୧.୬୬ ଗ୍ରାମ ବୋଲି କୁହାଯାଉଥିବାରୁ ସେତେବେଳେ ସୁମାରି ହୋଇଥିବା ମୂଲ୍ୟବାନ ପଥର ସହିତ ସୱର୍ଣ୍ଣ ସାମଗ୍ରୀର ଓଜନ ୧୪୯ କିଲୋ ୬୦୯ ଗ୍ରାମରୁ ଅଧିକ ଥିଲା । ସେହିପରି ମୂଲ୍ୟବାନ ପଥର ସହିତ ରୁପା ସାମଗ୍ରୀର ଓଜନ ୨୫୮ କିଲୋ ୩୦୩ ଗ୍ରାମରୁ ଅଧିକ ରହିଥିବା ଜଣାପଡିଥିଲା ।

ତେବେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏହି ସୁନା ଓ ରୁପାକୁ କିଲୋଗ୍ରାମ ଆକାରରେ ୨୦୨୩ରେ ହାଇକୋର୍ଟରେ ସତ୍ୟପାଠରେ ଦର୍ଶାଯାଇଛି। ତେବେ ସତ୍ୟପାଠରେ ଦର୍ଶାଯାଇଥିବା ରିପୋର୍ଟରେ ୭୫ କିଲୋଗ୍ରାମ ରୁପା କମ ରହିଛି। ୧୨,୮୩୧ ଭରି ସୁନାର ସମୁଦାୟ ଓଜନ ହେଉଛି ୧୪୯ କିଲୋଗ୍ରାମ ୬୦୯ ଗ୍ରାମ। ସେହିପରି ୨୨୧୫୩ ଭରି ରୂପାର ଓଜନ ହେଉଛି ୨୫୮ କିଲୋଗ୍ରାମ ୩୦ ଗ୍ରାମ। ୨୦୧୮ ମସିହାରେ ବିଧାନସଭାରେ ଆଇନମନ୍ତ୍ରୀ ରତ୍ନଭଣ୍ଡାର ଅଳଙ୍କାର ନେଇ ସମାନ ଉତ୍ତର ରଖିଥିଲେ। କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସତ୍ୟପାଠରେ ଦର୍ଶାଯାଇଛି ଯେ, ରତ୍ନଭଣ୍ଡାର ଭିତରେ ୧୪୯ କିଲୋ ସୁନା ଓ ୧୮୩ କିଲୋ ରୂପା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତେବାସୀଙ୍କୁ ମିଳୁଥିଲା ପୋକରା ଚାଉଳ ଭାତ: ଅଧିକାରୀଙ୍କୁ ଜଣାଇବାକୁ ୮ କି.ମି. ଚାଲିଲେ ଛାତ୍ରୀଛାତ୍ର

ଉଦଳା,୨୧।୯(ସନ୍ତୋଷ ବାଛିନୀ): ହଷ୍ଟେଲରେ ଦୁଇ ମାସରୁ ଊର୍ଦ୍ଧ୍ୱ ହେଲା ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଛାତ୍ରୀଛାତ୍ରମାନଙ୍କୁ ଆବଶ୍ୟକ ମୌଳିକ ସୁବିଧା ଯୋଗାଇ ଦିଆଯାଉ ନାହିଁ। ଯାହାକୁ ନେଇ…

ବ୍ୟାକ୍ଟେରିଆ ରୋକିବାର ସହଜ ଉପାୟ

ବ୍ୟାକ୍ଟେରିଆ ଆମ ଶରୀରରେ କାୟା ବିସ୍ତାର କଲେ ତାହା କେତେକ ରୋଗର କାରଣ ସାଜିଥାଏ। ତେବେ ଏହାକୁ ପ୍ରତିହତ କରିବାର ଏକ ସହଜ ତଥା ସରଳ ଉପାୟ…

ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରି

ଏବେ ଆମ ଦେଶରେ ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରିର ଚାହିଦା ଅଭୂତପୂର୍ବ ଭାବେ ବୃଦ୍ଧି ପାଉଛି। ଗୁରୁତର ଆର୍ଥ୍ରାଇଟିସ ଏବଂ ଜଏଣ୍ଟର ଅନ୍ତିମ ପର୍ଯ୍ୟାୟର ରୋଗରେ ପୀଡ଼ିତ ଅନେକ…

ସଲମାନଙ୍କ ସମର୍ଥନରେ ବାହାରିଲେ ରୋହିତ ଶେଟ୍ଟୀ; ଟ୍ରୋଲର୍ସଙ୍କୁ ଦେଲେ ଜବରଦସ୍ତ ଜବାବ

ମୁମ୍ବାଇ,୨୧।୯: ବଲିଉଡ୍ ଷ୍ଟାର୍ ସଲମାନ ଖାନ୍‌ ଏବେ ‘ବିଗ୍ ବସ୍ ୨୦’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ‘ୱିକେଣ୍ଡ କା ୱାର୍’ରେ ସୋସିଆଲ ମିଡିଆ ଟ୍ରୋଲର୍ସଙ୍କ…

ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଯୁବକଙ୍କୁ ଧକ୍କା ଦେଲା ବସ୍‌, ଆଉ ତା’ପରେ…

କୁଚିଣ୍ଡା,୨୧।୯(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଧୀନ ପତ୍ରାପାଲି ନିକଟରେ ଏକ ଘରୋଇ ବସ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କୁଚିଣ୍ଡା…

ବସ୍ତା ରେଳ ଷ୍ଟେଶନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେଶନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର

ଉପରେ ଯେଉଁ ଶୀର୍ଷକ ବ୍ୟବହାର କରିଛୁ, ତାହା ଫର୍ଗୁସନ୍‌ଙ୍କ ମତ। ସେ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ବ୍ୟବହାର କରିନାହାନ୍ତି। ଜଣେ ଭାରତୀୟ ମନମୋହନ ଗାଙ୍ଗୁଲି ମଧ୍ୟ…

ନିଜ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କଲା ଆମେରିକା; ମଧ୍ୟ-ପୂର୍ବରେ ପରିସ୍ଥିତି ଜଟିଳ ହେବାର ଆଶଙ୍କା

ଓ୍ବାଶିଂଟନ,୨୧।୯: ଆମେରିକା ନିଜ ନାଗରିକମାନଙ୍କ ପାଇଁ ଏକ ନୂତନ ଆଡଭାଇଜରୀ ଜାରି କରି ଇରାନ ଗସ୍ତ ନ କରିବାକୁ ଅନୁରୋଧ କରିଛି। ଏଥିରେ ଆମେରିକୀୟ ନାଗରିକମାନଙ୍କୁ ଯେକୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?