ସ୍ବର୍ଣ୍ଣାଦ୍ରି ବିଜେ କଲେ ଶ୍ରୀଲିଙ୍ଗରାଜ

ପୁରୁଣା ଭୁବନେଶ୍ୱର,୧୬ା୪(ଡିଏନ୍‌.ଏ.): ପ୍ରଭୁ ଶ୍ରୀଲିଙ୍ଗରାଜ ଶୁକ୍ରବାର ସ୍ବର୍ଣ୍ଣାଦ୍ରି ବିଜେ କରିଛନ୍ତି। ଗୁରୁବାର ଶ୍ରୀଜୀଉମାନେ ରଥଖଳାରେ ରଥରେ ରହିଥିଲେ। ପାଞ୍ଚ ଦିନିଆ ରୁକୁଣା ରଥଯାତ୍ରାରେ ଶ୍ରୀଲିଙ୍ଗରାଜ ଭଉଣୀ ରୁକୁଣା ଦେବୀ ଓ ପ୍ରଭୁ ଦୋଳଗଗୋବିନ୍ଦଙ୍କୁ ସାଙ୍ଗରେ ଧରି ରାମେଶ୍ୱର ମନ୍ଦିର ଯାତ୍ରା କରିଥିଲେ। ଗୁରୁବାର ରଥଖଳାରେ ଫେରନ୍ତା ରୁକୁଣା ରଥ ଆସି ପହଞ୍ଚିଥିଲା। ୬ଦିନ ପଡୁଥିବାରୁ ଠାକୁର ସ୍ବମନ୍ଦିର ଯାତ୍ରା କରିପାରି ନ ଥିଲେ। ତେଣୁ ବିଧିମୁତାବକ ଶୁକ୍ରବାର ପ୍ରାତଃରୁ ମନ୍ଦିରରେ ଆଳତି, ଅବକାଶ କରାଯାଇଥିଲା। ଏହା ପରେ ଚାହାଣୀ ମଣ୍ଡପରେ ଥିବା ମା’ପାର୍ବତୀ ଓ ରଥରେ ଥିବା ଶ୍ରୀଜୀଉଙ୍କ ନିକଟରେ ଦୁଇ ଜଣ ପୂଜାପଣ୍ଡା ଏକସଙ୍ଗେ ମଙ୍ଗଳ ଆଳତି କରିଥିଲେ। ରୋଷହୋମ କରାଯାଇ ଅନ୍ୟାନ୍ୟ ନୀତି ହୋଇଥିଲା। ଭୋଗ ମଣ୍ଡପ ସରିବା ପରେ ମା’ପାର୍ବତୀ ଓ ରଥ ଉପରେ ପୁନଃ ଏକାସଙ୍ଗେ ସକାଳଧୂପ, ଦ୍ୱିପ୍ରହର ଧୂପ ନୀତି କରାଯାଇଥିଲା। ଦ୍ରିପ୍ରହର ଧୂପରେ ରଥ ଉପରେ ୨ଟି ହାଣ୍ଡିରେ ଅଧରପଣା ଭୋଗ କରାଯାଇଥିଲା। ତେବେ ପୂଜା ସରିବା ପରେ ଗୋଟିଏ ହାଣ୍ଡି ପଣାକୁ ରଥ ଉପରେ ଭାଙ୍ଗିଦିଆଯାଇଥିଲା। ପରେ ଶ୍ରୀଜୀଉମାନେ ପହଣ୍ଡିରେ ବାହାରିଥିଲେ। ରଥ ଉପରେ ଦୁଇ ଜଣ ପୂଜାପଣ୍ଡା ଓ ଚାହାଣୀ ମଣ୍ଡପରେ ଜଣେ ପୂଜାପଣ୍ଡାଙ୍କ ଦ୍ୱାରା ବିଭୀଷଣ ଆଳତି କରାଯାଇଥିଲା। ବାଜା, ବାଣ, ଆତସବାଜି, ଘଣ୍ଟଘଣ୍ଟା, କାହାଳି, ମସାଲ ଛତା, ବନାଟୀ ଶୋଭାଯାତ୍ରରେ ସ୍ବମନ୍ଦିର ପ୍ରବେଶ କରିଥିଲେ। ଦକ୍ଷିଣ ଘର ଠାରେ ଶ୍ରୀଲିଙ୍ଗରାଜ ପହଞ୍ଚିବା ପରେ ମା’ପାର୍ବତୀ ଭିତର ପଟୁ କବାଟ ବନ୍ଦ କରିଦେଇଥିଲେ। ପରେ ଦୁଇ ଜଣ ପୂଜାପଣ୍ଡାଙ୍କ ଦ୍ୱାରା ବଚନିକା ମାଧ୍ୟମରେ ପ୍ରଭୁ ଲିଙ୍ଗରାଜ ମା’ପାର୍ବତୀଙ୍କୁ କହିଥିଲେ, ରଥରେ ସିନା ନେଇ ନ ଥିବାରୁ ଅଭିମାନ କରିଛ। ଆଗାମୀ ୨୨ଦିନିଆ ଚନ୍ଦନ ଯାତ୍ରାରେ ତୁମକୁ ସଙ୍ଗରେ ନେଇ ବିନ୍ଦୁ ସାଗରରେ ଚାପକ୍ରୀଡ଼ା କରିବି। ଏହା ପରେ ମା’ପାର୍ବତୀଙ୍କ ମାନଭଞ୍ଜନ ହୋଇଥିଲା। ମା’ପାର୍ବତୀ କବାଟ ଖୋଲିବା ପରେ ଶ୍ରୀଜୀଉଙ୍କ ନିକଟରେ ଭେଟ ଆଳତି କରାଯାଇ ଅନ୍ୟାନ୍ୟ ନୀତି ହୋଇଥିଲା। ଏହା ପରେ ଠାକୁର ସ୍ବର୍ଣ୍ଣାଦ୍ରି ବିଜେ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଟଣା କଲେଜ ନିର୍ବାଚନ: ସରିଲା ପ୍ରଚାର, ବିରିୟାନି-ଗୁପ୍‌ଚୁପ୍‌ରେ କମ୍ପିଲା କଲେଜ କ୍ୟାମ୍ପସ୍…

ପାଟଣା, ୧୩।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନୀ ପ୍ରଚାରର ଶେଷ ଦିନରେ କଲେଜ ପରିସର ଚଳଚଞ୍ଚଳ…

କୋଲ୍‌କାତାରେ ହେବ ବାର୍ସେଲୋନା, ରିୟଲ ମାଡ୍ରିଡ୍‌ ଲିଜେଣ୍ଡ୍ସ ମ୍ୟାଚ୍‌

କୋଲ୍‌କାତା,୧୩ା୧୦: ବିଶ୍ୱ ଫୁଟ୍‌ବଲର ଅନ୍ୟତମ ସଫଳ କ୍ଲବ ବାର୍ସେଲୋନା ଓ ରିୟଲ ମାଡ୍ରିଡ୍‌ର ଲିଜେଣ୍ଡ୍ସ ଦଳ ଆସନ୍ତା ନଭେମ୍ବର ୨୫ରେ କୋଲ୍‌କାତାରେ ଏକ ପ୍ରଦର୍ଶନୀ ମ୍ୟାଚ୍‌ ଖେଳିବେ।…

ଗଞ୍ଜେଇ ସହ ବାଇକ ଜବତ: ଅଭିଯୁକ୍ତ ଗଲେ ଜେଲ             

ଦିଗପହଣ୍ଡି,୧୩|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ୧୭ ନଂ.ରାଜ୍ୟ ରାଜପଥ କଡ଼ରେ ଥିବା ପଥପାର୍ଶ୍ଵ ସୁବିଧାକେନ୍ଦ୍ର ନିକଟରୁ ମଙ୍ଗଳବାର ପୂର୍ବାହ୍ନ ସାଢେ ୬…

ତେଜିଲା ଆନ୍ଦୋଳନ, ବିଦ୍ୟାଳୟ ଫାଟକରେ ତାଲା ପକାଇଲେ ଗ୍ରାମବାସୀ

ବୈଶିଙ୍ଗା,୧୩।୧୦(ରତନ ଦାଶ): ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ତଥା ବୈଶିଙ୍ଗା ଥାନା ଅନ୍ତର୍ଗତ ବଣଦାମଦରପୁର ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀଙ୍କ ବଦଳି ନିର୍ଦ୍ଦେଶକୁ ଗ୍ରାମବାସୀ ବିରୋଧ କରିଛନ୍ତି।…

ଆସନ୍ତାକାଲି ଅସ୍ତ ହେବେ ଶୁକ୍ର! ୪ ରାଶିଙ୍କ ଉପରେ ଘୋର ଆର୍ଥିକ ସଙ୍କଟ! ଅଯଥାରେ ବଢିଯିବ ଖର୍ଚ୍ଚ…

ଧନ, ସମୃଦ୍ଧି ଏବଂ ଖୁସିର ଗ୍ରହ ଶୁକ୍ର ଆସନ୍ତା ୧୪ ଅକ୍ଟୋବରରେ ତୁଳା ରାଶିରେ ଅସ୍ତ ହେଉଛନ୍ତି । ନବରାତ୍ରିର ପବିତ୍ର ଦିନଗୁଡ଼ିକରେ ଶୁକ୍ରଙ୍କ ଅସ୍ତଗମନ କିଛି…

ମୋଦିଙ୍କ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ଏଲ୍‌. ମୁରୁଗନ୍‌, ଭବିଷ୍ୟତ ଯୋଜନା ସମ୍ପର୍କରେ ସୂଚନା ଦେଇ କହିଲେ….

ନୂଆଦିଲ୍ଲୀ,୧୩।୧୦: ଭାଜପାର ବରିଷ୍ଠ ନେତା ତଥା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଏଲ୍‌. ମୁରୁଗନ୍‌ ମଙ୍ଗଳବାର ମୋଦି କ୍ୟାବିନେଟ୍‌ରୁ ଇସ୍ତଫା ଦେଇଛନ୍ତି। ଏପରିକି ଏଲ୍‌. ମୁରୁଗନ୍‌…

ନିର୍ବାଚନ ବାତିଲକୁ ନେଇ କେସିଙ୍ଗା କଲେଜରେ ରାଜନୈତିକ ଝଡ଼

କେସିଙ୍ଗା, ୧୩।୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ ହେବାକୁ ନେଇ ରାଜନୈତିକ ଉତ୍ତେଜନା ଦେଖାଦେଇଛି। ଏହାର ପ୍ରତିବାଦରେ ବିଜେଡି…

ହୃଦ୍‌ଘାତରେ ଚାଲିଗଲା ଡାକ୍ତରଙ୍କ ଜୀବନ

ଖଡିଆଳ,୧୩ା୧୦ (ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଚଲାନପଡ଼ା ଗ୍ରାମର ଆୟୁଷ ଡାକ୍ତର ଚିତ୍ତରଞ୍ଜନ ରାଉତ (୫୫)ଙ୍କ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ବୋଡ଼େନ ବ୍ଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?