ଶ୍ରୀଲଙ୍କା ସଙ୍କଟ

୪ ଏପ୍ରିଲ ୨୦୨୨ରେ ଶ୍ରୀଲଙ୍କା କ୍ୟାବିନେଟ ବୈଠକ ବସିଥିଲା ଓ ସେଥିରେ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ସମ୍ପୂର୍ଣ୍ଣ ମନ୍ତ୍ରିମଣ୍ଡଳ ଏକକାଳୀନ ଇସ୍ତଫା ଦେଇଛନ୍ତି। ଦ୍ୱୀପ ଦେଶ ଶ୍ରୀଲଙ୍କାରେ ରାଜନୈତିକ ଖିଆଲି ନିଷ୍ପତ୍ତି ତା’ର ଅର୍ଥନୀତିକୁ ତଳିତଳାନ୍ତ କରିଦେଇଛି। ଅର୍ଥ, ଖାଦ୍ୟ ଓ ତେଲ ସଙ୍କଟ ଯୋଗୁ ସେଠାକାର ନାଗରିକ ଦହଗଞ୍ଜ ହୋଇପଡ଼ିଲେଣି ବୋଲି ଦେଶବ୍ୟାପୀ ପ୍ରତିବାଦରୁ ବୁଝାପଡ଼ୁଛି। ଜନସାଧାରଣ ରାସ୍ତାଠାରୁ ଆରମ୍ଭକରି ରାଷ୍ଟ୍ରପତିଙ୍କ ଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବାରୁ ସରକାର ସେଠାରେ ଜରୁରିକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। କର୍ଫ୍ୟୁ ଲାଗୁ ହୋଇଥିଲେ ମଧ୍ୟ ଅନେକ ସ୍ଥାନରେ ନାଗରିକମାନେ ଏକତ୍ରିତ ହୋଇ ସରକାର ବିରୋଧୀ ସ୍ଲୋଗାନ ଦେଉଛନ୍ତି। ପର୍ଯ୍ୟଟନରୁ ମିଳୁଥିବା ଅର୍ଥ ଓ ବିଶ୍ୱକୁ ବସ୍ତ୍ର ରପ୍ତାନି କରି ବୈଦେଶିକ ମୁଦ୍ରା ଭଣ୍ଡାରକୁ ସୁଦୃଢ଼ କରି ରଖିଥିବା ଶ୍ରୀଲଙ୍କା ଅର୍ଥନୀତିରେ ଗ୍ରହଣ ଲଗେଇ ଦେଇଥିଲା ୨୦୧୯ର ଇଷ୍ଟର ସଣ୍ଡେ ବିସ୍ଫୋରଣ। ତା’ ପରେ କୋଭିଡ୍‌-୧୯ ଯୋଗୁ ଏହି କ୍ଷେତ୍ର ୨୦୨୦ରେ ଅଧିକ ପ୍ରଭାବିତ ହୋଇଥିଲା। ଫୁଟା ଡଙ୍ଗାରେ ପାଣି ପଶୁଥିବା ବେଳେ ତାହାକୁ ବୁଡ଼ାଇବାରେ ବଳ ଦେଇଛି ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ, ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ସେ ଏବଂ ଅର୍ଥମନ୍ତ୍ରୀ ବାସିଲ ରାଜପାକ୍ସେଙ୍କ ପରିବାର। ଦେଶର ସମ୍ପୂର୍ଣ୍ଣ ରାଜନୀତିକୁ ଏହି ତିନିଭାଇ ନିୟନ୍ତ୍ରଣ କରିବା ଦେଶ ପାଇଁ କାଳ ହୋଇଛି। ଏଥିସହିତ କୃଷି କ୍ଷେତ୍ରରେ ରାସାୟନିକ ସାର ପ୍ରୟୋଗକୁ ହଠାତ୍‌ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇ ଜୈବିକ କୃଷିକୁ ବାଧ୍ୟତାମୂଳକ କରି ଦିଆଯିବା ଦ୍ୱାରା ଖାଦ୍ୟ ସଙ୍କଟ ଉତ୍କଟ ରୂପ ଧାରଣ କରିଛି। ଅର୍ଥନୈତିକ ସ୍ଥିତି ଏଭଳି ସ୍ତରକୁ ଚାଲିଯାଇଛି ଯେ, ନିକଟ ଭବିଷ୍ୟତରେ ଏଥିରେ ପରିବର୍ତ୍ତନ ଆସିବା ଦେଖାଯାଉ ନାହିଁ ବୋଲି କୁହାଗଲାଣି।
ଶ୍ରୀଲଙ୍କା ଆଜି ଯେଉଁ ଘୋର ଦୁର୍ଦ୍ଦିନ ଦେଇ ଗତି କରୁଛି ତାହାର କାରଣ ଖୋଜିଲେ ପ୍ରଥମରେ ଆସୁଛି ଜୈବିକ କୃଷି ନୀତି। କୌଣସି ଏକ ବ୍ୟବସ୍ଥିତ ପର୍ଯ୍ୟାୟରୁ ନୂତନ ପର୍ଯ୍ୟାୟକୁ ଗତି କରିବା ଲାଗି ନୀତି ପ୍ରଣୟନ କରାଗଲେ ସମ୍ପୂର୍ଣ୍ଣ ଭାବେ ପୁରୁଣାକୁ ବାଦ୍‌ ଦିଆଯିବା କଥା ନୁହଁ। ଯେହେତୁ ଦୀର୍ଘବର୍ଷ ଧରି ଜନସାଧାରଣ ରାସାୟନିକ ସାର ବ୍ୟବହାର କରି ପର୍ଯ୍ୟାପ୍ତ ଖାଦ୍ୟଶସ୍ୟ ଉତ୍ପାଦନ କରିପାରୁଥିଲେ ଓ ତାହା ଦ୍ୱାରା ସେମାନଙ୍କ ଖାଦ୍ୟ ନିରାପତ୍ତା ବଜାୟ ରହୁଥିଲା, ସେହେତୁ ଜୈବିକ ପ୍ରଣାଳୀର ଚାଷ ସେହି ସ୍ଥାନ ଶୀଘ୍ର ନେଇପାରିବ ନାହିଁ ବୋଲି ନୀତି ନିର୍ଦ୍ଧାରକମାନେ ଚିନ୍ତା କରିବାର ଥିଲା। ଏମିତି ଦେଖିଲେ ଜୈବିକ କୃଷିରେ ଉତ୍ପାଦନ ରାସାୟନିକ ପଦ୍ଧତିରେ ହେଉଥିବା ଚାଷଠାରୁ କମ୍‌ ରହିଥାଏ। ଏବେ ଯେତେବେଳେ ଆବଶ୍ୟକ ଖାଦ୍ୟଶସ୍ୟ ଉତ୍ପାଦନ ହୋଇପାରୁ ନାହିଁ, ଜନସାଧାରଣ ଭୋକ ବିକଳରେ ରାସ୍ତାକୁ ଓହ୍ଲାଇଛନ୍ତି। ଦ୍ୱିତୀୟରେ ରାଜପାକ୍ସେ ଭ୍ରାତୃତ୍ରୟଙ୍କ ନୀତି ଯୋଗୁ ଚାଇନାର ଋଣ ଯନ୍ତାରେ ପଡ଼ିଛି ଶ୍ରୀଲଙ୍କା। ଚାଇନାଠାରୁ ଅଧିକ ସୁଧହାରରେ ଋଣ ଆଣି ତାହାକୁ ଶୁଝିବାରେ ତହବିଲରୁ ବିପୁଳ ଅର୍ଥ ବ୍ୟୟ ହେଉଛି। ଏଥିସହିତ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌)ରୁ ଆଣିଥିବା ଋଣ ଅର୍ଥ ପରିଶୋଧ କରିବ କ’ଣ କଲମ୍ବୋ ଏହି ଅନ୍ତର୍ଜାତୀୟ ସଂସ୍ଥାଠାରୁ ବେଲ୍‌ଆଉଟ୍‌ (ତ୍ରାଣଥାଳ) ପ୍ୟାକେଜ ଆଶା କଲାଣି। ଏଭଳି ସ୍ଥଳେ ଭାରତ ୨.୪୦ ବିଲିୟନ ଡଲାର ଆର୍ଥତ୍କ ସହାୟତା ଶ୍ରୀଲଙ୍କାକୁ ଆଶ୍ୱସ୍ତି ଆଣିଦେଇଛି।
ଏକଦା ଏକ ଉତ୍ତମ ଅର୍ଥନୈତିକ ସ୍ଥିତିରେ ଥିବା ଶ୍ରୀଲଙ୍କା ଏବେ ତଳକୁ ଖସିବା ପଛରେ ରାଜନୈତିକ ନେତୃତ୍ୱ ଦାୟୀ ବୋଲି କୁହାଯାଇପାରେ। ସର୍ବସାଧାରଣଙ୍କ ଅର୍ଥକୁ ଠିକ୍‌ ଭାବେ ପରିଚାଳନା କରିବାରେ ସରକାର ଥରେ ବିଫଳ ହେଲେ ‘ବୁଡ଼ି ଯାଉଥିବା ଗୋଡ଼ ତଳକୁ ତଳକୁ’ ଭଳି ଉପରକୁ ଉଠିବା ସହସା ସମ୍ଭବ ହୋଇ ନ ଥାଏ। ଶ୍ରୀଲଙ୍କାରେ ଆୟକର ଓ ଭାଟ୍‌ ପଞ୍ଜୀକରଣରେ ଅତ୍ୟଧିକ ସୁବିଧା ଦିଆଯାଇଥିବାରୁ ପ୍ରବଳ ରାଜସ୍ବ କ୍ଷତି ଘଟିଛି। ଉଲ୍ଲେଖଯୋଗ୍ୟ, ଏବେ ଖବର ମିଳିଛି ଭାରତର କେନ୍ଦ୍ର ସରକାରଙ୍କ କେତେକ ବରିଷ୍ଠ ଅମଲାତନ୍ତ୍ରୀ କହିଛନ୍ତି ଯେ ରାଜ୍ୟଗୁଡ଼ିକ ଲୋକପ୍ରିୟ ଯୋଜନା କରି ସରକାରୀ ସାହାଯ୍ୟ ଓ ସବ୍‌ସିଡି ଦେବା ଫଳରେ ଏଠାରେ ମଧ୍ୟ ଶ୍ରୀଲଙ୍କା ଭଳି ସ୍ଥିତି ଉପୁଜିପାରେ। ଏଠାରେ ଏହି କଥାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କୁହାଯାଇପାରିବ। କାରଣ ଏହି ସଚିବମାନେ ଦେଇଥିବା ଉକ୍ତ ଚିଠାରେ ପଞ୍ଜାବ, ଦିଲ୍ଲୀ, ପଶ୍ଚିମବଙ୍ଗ, ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶ ନାମ ଉଲ୍ଲେଖ କରିଛନ୍ତି। ଏଥିରୁ ସ୍ପଷ୍ଟ ବୁଝାପଡ଼ୁଛି ଯେ, ଅଣଭାଜପା ରାଜ୍ୟଗୁଡ଼ିକୁ ଲକ୍ଷ୍ୟରେ ରଖି ଏଭଳି ମତ ପ୍ରଦାନ କରାଯାଇଛି। ଭାରତର କେନ୍ଦ୍ର ସରକାର ଦେଇଥିବା ବିଭିନ୍ନ ଆର୍ଥିକ ଲାଞ୍ଚ ଯଥା ଉଜ୍ଜ୍ୱଳା ଓ ପିଏମ୍‌କିଷାନ ଭଳି କାର୍ଯ୍ୟକ୍ରମ ସମ୍ପର୍କରେ କୌଣସି ଉଲ୍ଲେଖ ନାହିଁ। ଏଥିରୁ ବୁଝିବାକୁ ହେବ ଯେ, ଭାରତର ଅମଲାତନ୍ତ୍ରୀ ମଧ୍ୟ ଦେଶର ହିତ ପରିବର୍ତ୍ତେ ରାଜନୈତିକ ଖେଳ ଖେଳିବାରେ ବ୍ୟସ୍ତ ରହୁଛନ୍ତି।
କୋଭିଡ୍‌-୧୯ ଶ୍ରୀଲଙ୍କାର ପର୍ଯ୍ୟଟନକୁ ନଷ୍ଟ କରିବା ସହ ଲକ୍‌ଡାଉନ୍‌ ଯୋଗୁ ଅସଂଖ୍ୟ ବସ୍ତ୍ର ଶିଳ୍ପରେ ତାଲା ପଡ଼ିଯିବାରୁ ରପ୍ତାନି ଘୋର ପ୍ରଭାବିତ ହୋଇଛି। ବର୍ତ୍ତମାନ ଖାଦ୍ୟ ସଙ୍କଟ ଅର୍ଥନୀତିକୁ ଆହୁରି ଦୁର୍ବଳ କରିଦେଉଛି। ଏହା ସ୍ବାଭାବିକ ବିଷୟ ଯେ, ଏକ ରାଷ୍ଟ୍ରରେ ଖାଦ୍ୟ ସଙ୍କଟ ଦେଖାଦେଲେ ନାଗରିକଙ୍କ ଯୋଗଦାନ ଜାତୀୟ ଆୟକୁ କ୍ଷୀଣ କରିଦେବ।
ଏହି ପରିପ୍ରେକ୍ଷୀରେ ଶ୍ରୀଲଙ୍କା ସଙ୍କଟରୁ ଭାରତ ଶିକ୍ଷା ଗ୍ରହଣ କରିବା କଥା। କେବଳ ଶ୍ରୀଲଙ୍କା ନୁହେଁ, ପାକିସ୍ତାନରେ ଅର୍ଥନୈତିକ କୁପରିଚାଳନାରୁ ଦେଖାଦେଇଥିବା ରାଜନୈତିକ ବିଶୃଙ୍ଖଳାକୁ ମଧ୍ୟ ନୂଆଦିଲ୍ଲୀ ଅନିଶା କରିବା ଦରକାର। ଶ୍ରୀଲଙ୍କାକୁ ଜୈବିକ କୃଷି ରାଷ୍ଟ୍ରରେ ପରିଣତ କରିବା ଲାଗି ରାଜପାକ୍ସେ ଭ୍ରାତାଙ୍କ ଚିନ୍ତନ ଦେଶ ପାଇଁ ଅଶୁଭ ସାବ୍ୟସ୍ତ ହେଲା ଭଳି ଭାରତରେ କୃଷି କ୍ଷେତ୍ରରେ ନିଆଯାଉଥିବା ନିଷ୍ପତ୍ତି ଭବିଷ୍ୟତରେ ଏଠାକାର ଖାଦ୍ୟ ନିରାପତ୍ତା ପ୍ରତି ବିପଦ ଆଣିଦେଇପାରେ। ଅବଶ୍ୟ ଭାରତରେ ବିବାଦୀୟ କୃଷି ଆଇନକୁ ପ୍ରତ୍ୟାହାର କରି କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତି ଭୁଲ ଥିଲା ବୋଲି ସ୍ବୀକାର କରିଛନ୍ତି। ନିକଟ ଅତୀତକୁ ଦେଖିଲେ ବିମୁଦ୍ରୀକରଣ ଏବଂ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଭଳି ଅର୍ଥନୈତିକ ପଦକ୍ଷେପ କାର୍ଯ୍ୟକାରୀ କରି କେନ୍ଦ୍ର ସରକାର ଜାତୀୟ ଅର୍ଥନୀତିକୁ ଯେଉଁ କ୍ଷତି ପହଞ୍ଚାଇଛନ୍ତି, ତାହାକୁ ଦେଶବାସୀ ଭୋଗୁଛନ୍ତି। ଏବେ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକୁ ଘରୋଇକରଣ କରିବା ଏବଂ ବଳକା ସରକାରୀ ସମ୍ପତ୍ତିକୁ ବିକ୍ରି କିମ୍ବା ଲିଜ୍‌ ସୂତ୍ରରେ ଦିଆଯାଇ ଅର୍ଥ ଆଦାୟର ଯୋଜନା କରାଯାଉଛି। ଏଭଳି ସ୍ଥିତି ଜାରି ରହିଲେ ଭାରତର ଲୋକସଂଖ୍ୟା ଓ ଆକାରକୁ ଦେଖିଲେ ଯଦି ଭବିଷ୍ୟତରେ ଅର୍ଥନୈତିକ ଦୁଃସ୍ଥିତି ଘଟେ, ତେବେ ତାହାକୁ ଏଠାକାର ନେତୃତ୍ୱ ନିୟନ୍ତ୍ରଣ ମଧ୍ୟକୁ ଆଣିବା କଷ୍ଟକର ହୋଇପଡ଼ିବା ଥୟ।

ଭାରତର ଅମଲାତନ୍ତ୍ରୀ ମଧ୍ୟ ଦେଶର ହିତ ପରିବର୍ତ୍ତେ ରାଜନୈତିକ ଖେଳ ଖେଳିବାରେ ବ୍ୟସ୍ତ ରହୁଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଆଧ୍ୟାତ୍ମିକତା ମୁଖା ତଳେ ସ୍ବାର୍ଥ

ଆଧୁନିକ ସମାଜରେ ଧର୍ମ ଏବଂ ଭକ୍ତିର ସ୍ବରୂପ ବଦଳିବାରେ ଲାଗିଛି । ସକାଳୁ ଉଠି ସୋସିଆଲ ମିଡିଆରେ ଦେବଦେବୀଙ୍କ ଫଟୋ ସହ ‘ଗୁଡ୍‌ ମର୍ନିଂ’ ମେସେଜ୍‌ ପଠାଇବା,…

କାଳୀଦାସ ବୁଦ୍ଧି

ଶୁଣାଯାଏ, ମହାକବି କାଳୀଦାସ ପ୍ରଥମ ଜୀବନରେ ଏତେ ନିର୍ବୁଦ୍ଧିଆ ଥିଲେ ଯେ ଏକଦା ସେ ଗୋଟିଏ ଗଛର ଡାଳରେ ବସି ସେହି ଡାଳକୁ ମୂଳରୁ ହାଣୁଥିଲେ। ଏବେ…

ବରାବର ଗୁମ୍ପାର ରହସ୍ୟ

ବିହାର ରାଜଗିର ନିକଟରେ ଶୋଭାପାଉଛି ବରାବର ଗୁମ୍ଫା। ଏହା ଭିତରକୁ ପ୍ରବେଶକଲେ ଯେ ଚମତ୍କାର ଅନୁଭବ ଆସେ। ଏହି ଗୁମ୍ଫାର କାନ୍ଥଗୁଡ଼ିକୁ ଏପରି ନିଖୁଣ ଭାବରେ ପଲିସ୍‌…

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri