ଶ୍ରୀଲଙ୍କା ପରେ କାହା ପାଳି

କଲମ୍ବୋ/ନୂଆଦିଲ୍ଲୀ,୧୩ା୭: ଶ୍ରୀଲଙ୍କାରେ ନେତୃତ୍ୱ ଅନିଶ୍ଚିତତା ଦୂର ହୋଇନାହିଁ। ମେ’ ୯ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ସେଙ୍କୁ ବିତାଡ଼ିତ କରିବାର ଠିକ୍‌ ୨ ମାସ ପରେ ଶ୍ରୀଲଙ୍କାବାସୀଙ୍କ ଧୈର୍ଯ୍ୟଚ୍ୟୁତି ଘଟିଲା। ତତ୍କାଳ ପରିଣାମ ଚାହୁଁଥିବା ବିକ୍ଷୋଭକାରୀ ଜୁଲାଇ ୯ରୁ ଦୁଇ ଶତାବ୍ଦୀ ପୁରୁଣା ସୁରମ୍ୟ ରାଷ୍ଟ୍ରପତୀୟ ପ୍ରାସାଦ ଛାଡ଼ୁ ନାହାନ୍ତି। ବୁଧବାର ଇସ୍ତଫା ଦେବେ ବୋଲି ବାଚସ୍ପତିଙ୍କୁ କହିଥିବା ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେଙ୍କ ସ୍ଥାନରେ ଜୁଲାଇ ୨୦ରେ ନୂଆ ନେତା ବାଛିବ ପାର୍ଲାମେଣ୍ଟ। ତଥାପି ରାଜନୈତିକ-ଅର୍ଥନୈତିକ ସଙ୍କଟର ତତ୍କାଳ ସମାଧାନ ଆଶା ଦିଶୁନାହିଁ। କାରଣ ଏହି ଜଟିଳ ସ୍ଥିତି ଦିନକରେ ଉପୁଜି ନାହିଁ। ପଡ଼ୋଶୀ ଦ୍ୱୀପରାଷ୍ଟ୍ରର ଋଣ ବୋଝ, ଉଚ୍ଚ ମୁଦ୍ରାସ୍ଫୀତି ଏବଂ ଦୁର୍ବଳ ଆର୍ଥିକ ପରିଚାଳନାର ସାମଗ୍ରିକ ଦୁଷ୍ପରିଣାମ ଯେଉଁ ବିକଳ ସଙ୍କଟକୁ ଜନ୍ମ ଦେଇଛି, ତାହା ଏବେ ଅନୁରୂପ ଆହ୍ବାନ ସହ ଯୁଝୁଥିବା ଅନ୍ୟ ରାଷ୍ଟ୍ରଗୁଡ଼ିକ ପାଇଁ ସତର୍କଘଣ୍ଟି ସାଜିଛି। ବିକ୍ଷୋଭକାରୀ ଶାସକବର୍ଗଙ୍କୁ ଗାଦିଚ୍ୟୁତ କରି ସମଦଶା ଭୋଗୁଥିବା ଦେଶଗୁଡ଼ିକୁ କଠିନ ବିକଳ୍ପ ବାଛିବାର ସନ୍ଦେଶ ଦେଇଛନ୍ତି।
ଓ ଲେବାନନ୍‌ ପୂର୍ବରୁ ବୁଡ଼ିସାରିଥିବାବେଳେ ଉଦ୍ଧାର ପାଇଁ ଅନ୍ତର୍ଜାତୀୟ ସହାୟତା ଲୋଡ଼ୁଛନ୍ତି। ଆଫ୍ରିକୀୟ ଦେଶ ଜାମ୍ବିଆ ନିଜ ଋଣ ବୋଝ ହ୍ରାସ ନିମନ୍ତେ ପ୍ରସ୍ତାବିତ ୨ ବିଲିୟନ ଡଲାରର ଏକାଧିକ ପ୍ରକଳ୍ପକୁ ବନ୍ଦ କରିଦେଇଛି। ଲେବାନନ୍‌ରେ ମଧ୍ୟ ଖାଦ୍ୟ ଓ ତୈଳ ସଙ୍କଟ ଜନଜୀବନକୁ ଦୁର୍ବିଷହ କରିଦେଇଛି। ତିରୋଟ, ତିନିଅଙ୍କର ମୁଦ୍ରାସ୍ଫୀତି ଓ କ୍ଷୁଧା ଏକଦା ସମୃଦ୍ଧ ଏହି ପଶ୍ଚିମ ଏସୀୟ ଦେଶର ଅର୍ଥନୀତିକୁ ରସାତଳଗାମୀ କରିଛି। ଭ୍ରଷ୍ଟାଚାର, ପ୍ରିୟାପ୍ରୀତିତୋଷଣ ଏବଂ କ୍ଷମତାସୀନଙ୍କ ଅକ୍ଷମତାକୁ ଏହି ବିପର୍ଯ୍ୟୟ ପାଇଁ ଦାୟୀ କରାଯାଉଛି। ଏଠି ମଧ୍ୟ ଶ୍ରୀଲଙ୍କା ଭଳି ଗ୍ୟାସ୍‌ ପାଇଁ ଅସରନ୍ତି ଧାଡ଼ିରେ ସକାଳୁ ରାତି ଯାଏ ପାଳିକୁ ଅପେକ୍ଷା କରିଛନ୍ତି ଅନେକ ହଜାର ନାଗରିକ।
ଏପ୍ରିଲରେ କ୍ଷମତାସୀନ ପାକିସ୍ତାନର ନୂଆ ସରକାର ବର୍ଦ୍ଧିତ ତୈଳ ଦରଜନିତ ଋଣ ଖିଲାପିକୁ ନିକଟରେ କଷ୍ଟେମଷ୍ଟେ ଏଡ଼ାଇଦେଇଥିବା କହିଛି। ପାକିସ୍ତାନ ନିଜର ବିଦେଶୀ ବିନିମୟ ସଙ୍କଟ ଲୁଚାଇବା ପାଇଁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌)କୁ ୬ ବିଲିୟନ ଡଲାର ଋଣ ମାଗିଛି। ଆଇଏମ୍‌ଏଫ୍‌ ଏଥିପାଇଁ କେତେକ ସର୍ତ୍ତ ରଖିଛି। ତହିଁରୁ ଗୁରୁତ୍ୱପୂର୍ଣ୍ଣ ସର୍ତ୍ତ ହେଲା ତୈଳ ଓ ବିଦ୍ୟୁତ୍‌ ଦର ବୃଦ୍ଧି ଏବଂ ଶୂନ ଦୁର୍ନୀତି ସୁନିଶ୍ଚିତ କରିବା। ପ୍ରଥମ ସର୍ତ୍ତକୁ ତୁରନ୍ତ କାର୍ଯ୍ୟକାରୀ କରାଯାଇଥିବାବେଳେ ଦୁର୍ନୀତି ରୋକିବା ପାଇଁ ଶେହବାଜ ଶରିଫ୍‌ ସରକାରଙ୍କ ହାତ ପାଉନି। ପାକିସ୍ତାନ ରାଜନୀତିରେ ଦୁର୍ନୀତି ଏକ ଚିରସ୍ଥାୟୀ ପ୍ରସଙ୍ଗ।
ଏସୀୟ ରାଷ୍ଟ୍ର ଲାଓସ୍‌ରେ ଗତ ଜୁନ୍‌ରେ ବାର୍ଷିକ ମୁଦ୍ରାସ୍ଫୀତି ହାର ୨୪% ରହିଥିଲା। ଡଲାର ନିଅଣ୍ଟ ଏହାର ଗ୍ୟାସୋଲିନ୍‌ ଓ ଅନ୍ୟ ଅତି ଦରକାରୀ ସାମଗ୍ରୀ ଆମଦାନୀକୁ ସଙ୍କୁଚିତ କରିଦେଇଛି। ବିଶ୍ୱବ୍ୟାଙ୍କର ଆକଳନ ଅନୁସାରେ ଲାଓସ୍‌ର ଫରେନ୍‌ ଏକ୍ସଚେଞ୍ଜ ରିଜର୍ଭ ୨୦୨୧ ଶେଷରେ ୧.୩ ବିଲିୟନ୍‌ ଡଲାର ରହିଥିଲା, ଯହିଁରେ ମାତ୍ର ୨ ମାସର ଆମଦାନୀ ସମ୍ଭବ। ଲାଓସ ଉପରେ ଏବେ ୧୩.୩ ବିଲିୟନ୍‌ ଋଣ ବୋଝ ରହିଛି।
ଜର୍ମାନୀରୁ ଗ୍ରୀସ୍‌, ସ୍ପେନ୍‌ଠାରୁ ନେଇ ପର୍ତ୍ତୁଗାଲ ପର୍ଯ୍ୟନ୍ତ ଦେଶଗୁଡ଼ିକ ଟିକସ ଓ ବିଜୁଳିରେ ରିହାତି ଦେଉଛନ୍ତି। ନିକଟରେ ଆଫ୍ରିକାର ନାଇଜେରିଆ ୯.୬ ବିଲିୟନ୍‌ ଡଲାର ପେଟ୍ରୋଲ-ଡିଜେଲରେ ସବ୍‌ସିଡି ଦେଇଛି। ଜାମ୍ବିଆ ତୈଳ ରିହାତି ଜାରି ରଖିବା ପାଇଁ ୨୦୦ ନିୟୁତ ଡଲାର ଖର୍ଚ୍ଚ କରିଛି। ଇତିମଧ୍ୟରେ ଫିଲିପାଇନ୍ସ , ସିଙ୍ଗାପୁର ଓ ଇଣ୍ଡୋନେସିଆ ସମେତ କେତେକ ଏସୀୟ ରାଷ୍ଟ୍ର ସ୍ବଳ୍ପ ଆୟକାରୀ ପରିବାରଗୁଡ଼ିକୁ ପ୍ରତ୍ୟକ୍ଷ ନଗଦ ସହାୟତା ପ୍ରଦାନ କରି ସାମାଜିକ ଯୋଜନାର ଅଟକଳ ବଢ଼ାଇଛନ୍ତି। ଆର୍ଜେଣ୍ଟିନା ଓ ଭେନିଜୁଏଲା ମଧ୍ୟ ଚାଇନାର ଋଣ ଜାଲରେ ଛନ୍ଦି ହୋଇସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri