ଶ୍ରୀଲଙ୍କା ପରେ କାହା ପାଳି

କଲମ୍ବୋ/ନୂଆଦିଲ୍ଲୀ,୧୩ା୭: ଶ୍ରୀଲଙ୍କାରେ ନେତୃତ୍ୱ ଅନିଶ୍ଚିତତା ଦୂର ହୋଇନାହିଁ। ମେ’ ୯ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ସେଙ୍କୁ ବିତାଡ଼ିତ କରିବାର ଠିକ୍‌ ୨ ମାସ ପରେ ଶ୍ରୀଲଙ୍କାବାସୀଙ୍କ ଧୈର୍ଯ୍ୟଚ୍ୟୁତି ଘଟିଲା। ତତ୍କାଳ ପରିଣାମ ଚାହୁଁଥିବା ବିକ୍ଷୋଭକାରୀ ଜୁଲାଇ ୯ରୁ ଦୁଇ ଶତାବ୍ଦୀ ପୁରୁଣା ସୁରମ୍ୟ ରାଷ୍ଟ୍ରପତୀୟ ପ୍ରାସାଦ ଛାଡ଼ୁ ନାହାନ୍ତି। ବୁଧବାର ଇସ୍ତଫା ଦେବେ ବୋଲି ବାଚସ୍ପତିଙ୍କୁ କହିଥିବା ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେଙ୍କ ସ୍ଥାନରେ ଜୁଲାଇ ୨୦ରେ ନୂଆ ନେତା ବାଛିବ ପାର୍ଲାମେଣ୍ଟ। ତଥାପି ରାଜନୈତିକ-ଅର୍ଥନୈତିକ ସଙ୍କଟର ତତ୍କାଳ ସମାଧାନ ଆଶା ଦିଶୁନାହିଁ। କାରଣ ଏହି ଜଟିଳ ସ୍ଥିତି ଦିନକରେ ଉପୁଜି ନାହିଁ। ପଡ଼ୋଶୀ ଦ୍ୱୀପରାଷ୍ଟ୍ରର ଋଣ ବୋଝ, ଉଚ୍ଚ ମୁଦ୍ରାସ୍ଫୀତି ଏବଂ ଦୁର୍ବଳ ଆର୍ଥିକ ପରିଚାଳନାର ସାମଗ୍ରିକ ଦୁଷ୍ପରିଣାମ ଯେଉଁ ବିକଳ ସଙ୍କଟକୁ ଜନ୍ମ ଦେଇଛି, ତାହା ଏବେ ଅନୁରୂପ ଆହ୍ବାନ ସହ ଯୁଝୁଥିବା ଅନ୍ୟ ରାଷ୍ଟ୍ରଗୁଡ଼ିକ ପାଇଁ ସତର୍କଘଣ୍ଟି ସାଜିଛି। ବିକ୍ଷୋଭକାରୀ ଶାସକବର୍ଗଙ୍କୁ ଗାଦିଚ୍ୟୁତ କରି ସମଦଶା ଭୋଗୁଥିବା ଦେଶଗୁଡ଼ିକୁ କଠିନ ବିକଳ୍ପ ବାଛିବାର ସନ୍ଦେଶ ଦେଇଛନ୍ତି।
ଓ ଲେବାନନ୍‌ ପୂର୍ବରୁ ବୁଡ଼ିସାରିଥିବାବେଳେ ଉଦ୍ଧାର ପାଇଁ ଅନ୍ତର୍ଜାତୀୟ ସହାୟତା ଲୋଡ଼ୁଛନ୍ତି। ଆଫ୍ରିକୀୟ ଦେଶ ଜାମ୍ବିଆ ନିଜ ଋଣ ବୋଝ ହ୍ରାସ ନିମନ୍ତେ ପ୍ରସ୍ତାବିତ ୨ ବିଲିୟନ ଡଲାରର ଏକାଧିକ ପ୍ରକଳ୍ପକୁ ବନ୍ଦ କରିଦେଇଛି। ଲେବାନନ୍‌ରେ ମଧ୍ୟ ଖାଦ୍ୟ ଓ ତୈଳ ସଙ୍କଟ ଜନଜୀବନକୁ ଦୁର୍ବିଷହ କରିଦେଇଛି। ତିରୋଟ, ତିନିଅଙ୍କର ମୁଦ୍ରାସ୍ଫୀତି ଓ କ୍ଷୁଧା ଏକଦା ସମୃଦ୍ଧ ଏହି ପଶ୍ଚିମ ଏସୀୟ ଦେଶର ଅର୍ଥନୀତିକୁ ରସାତଳଗାମୀ କରିଛି। ଭ୍ରଷ୍ଟାଚାର, ପ୍ରିୟାପ୍ରୀତିତୋଷଣ ଏବଂ କ୍ଷମତାସୀନଙ୍କ ଅକ୍ଷମତାକୁ ଏହି ବିପର୍ଯ୍ୟୟ ପାଇଁ ଦାୟୀ କରାଯାଉଛି। ଏଠି ମଧ୍ୟ ଶ୍ରୀଲଙ୍କା ଭଳି ଗ୍ୟାସ୍‌ ପାଇଁ ଅସରନ୍ତି ଧାଡ଼ିରେ ସକାଳୁ ରାତି ଯାଏ ପାଳିକୁ ଅପେକ୍ଷା କରିଛନ୍ତି ଅନେକ ହଜାର ନାଗରିକ।
ଏପ୍ରିଲରେ କ୍ଷମତାସୀନ ପାକିସ୍ତାନର ନୂଆ ସରକାର ବର୍ଦ୍ଧିତ ତୈଳ ଦରଜନିତ ଋଣ ଖିଲାପିକୁ ନିକଟରେ କଷ୍ଟେମଷ୍ଟେ ଏଡ଼ାଇଦେଇଥିବା କହିଛି। ପାକିସ୍ତାନ ନିଜର ବିଦେଶୀ ବିନିମୟ ସଙ୍କଟ ଲୁଚାଇବା ପାଇଁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌)କୁ ୬ ବିଲିୟନ ଡଲାର ଋଣ ମାଗିଛି। ଆଇଏମ୍‌ଏଫ୍‌ ଏଥିପାଇଁ କେତେକ ସର୍ତ୍ତ ରଖିଛି। ତହିଁରୁ ଗୁରୁତ୍ୱପୂର୍ଣ୍ଣ ସର୍ତ୍ତ ହେଲା ତୈଳ ଓ ବିଦ୍ୟୁତ୍‌ ଦର ବୃଦ୍ଧି ଏବଂ ଶୂନ ଦୁର୍ନୀତି ସୁନିଶ୍ଚିତ କରିବା। ପ୍ରଥମ ସର୍ତ୍ତକୁ ତୁରନ୍ତ କାର୍ଯ୍ୟକାରୀ କରାଯାଇଥିବାବେଳେ ଦୁର୍ନୀତି ରୋକିବା ପାଇଁ ଶେହବାଜ ଶରିଫ୍‌ ସରକାରଙ୍କ ହାତ ପାଉନି। ପାକିସ୍ତାନ ରାଜନୀତିରେ ଦୁର୍ନୀତି ଏକ ଚିରସ୍ଥାୟୀ ପ୍ରସଙ୍ଗ।
ଏସୀୟ ରାଷ୍ଟ୍ର ଲାଓସ୍‌ରେ ଗତ ଜୁନ୍‌ରେ ବାର୍ଷିକ ମୁଦ୍ରାସ୍ଫୀତି ହାର ୨୪% ରହିଥିଲା। ଡଲାର ନିଅଣ୍ଟ ଏହାର ଗ୍ୟାସୋଲିନ୍‌ ଓ ଅନ୍ୟ ଅତି ଦରକାରୀ ସାମଗ୍ରୀ ଆମଦାନୀକୁ ସଙ୍କୁଚିତ କରିଦେଇଛି। ବିଶ୍ୱବ୍ୟାଙ୍କର ଆକଳନ ଅନୁସାରେ ଲାଓସ୍‌ର ଫରେନ୍‌ ଏକ୍ସଚେଞ୍ଜ ରିଜର୍ଭ ୨୦୨୧ ଶେଷରେ ୧.୩ ବିଲିୟନ୍‌ ଡଲାର ରହିଥିଲା, ଯହିଁରେ ମାତ୍ର ୨ ମାସର ଆମଦାନୀ ସମ୍ଭବ। ଲାଓସ ଉପରେ ଏବେ ୧୩.୩ ବିଲିୟନ୍‌ ଋଣ ବୋଝ ରହିଛି।
ଜର୍ମାନୀରୁ ଗ୍ରୀସ୍‌, ସ୍ପେନ୍‌ଠାରୁ ନେଇ ପର୍ତ୍ତୁଗାଲ ପର୍ଯ୍ୟନ୍ତ ଦେଶଗୁଡ଼ିକ ଟିକସ ଓ ବିଜୁଳିରେ ରିହାତି ଦେଉଛନ୍ତି। ନିକଟରେ ଆଫ୍ରିକାର ନାଇଜେରିଆ ୯.୬ ବିଲିୟନ୍‌ ଡଲାର ପେଟ୍ରୋଲ-ଡିଜେଲରେ ସବ୍‌ସିଡି ଦେଇଛି। ଜାମ୍ବିଆ ତୈଳ ରିହାତି ଜାରି ରଖିବା ପାଇଁ ୨୦୦ ନିୟୁତ ଡଲାର ଖର୍ଚ୍ଚ କରିଛି। ଇତିମଧ୍ୟରେ ଫିଲିପାଇନ୍ସ , ସିଙ୍ଗାପୁର ଓ ଇଣ୍ଡୋନେସିଆ ସମେତ କେତେକ ଏସୀୟ ରାଷ୍ଟ୍ର ସ୍ବଳ୍ପ ଆୟକାରୀ ପରିବାରଗୁଡ଼ିକୁ ପ୍ରତ୍ୟକ୍ଷ ନଗଦ ସହାୟତା ପ୍ରଦାନ କରି ସାମାଜିକ ଯୋଜନାର ଅଟକଳ ବଢ଼ାଇଛନ୍ତି। ଆର୍ଜେଣ୍ଟିନା ଓ ଭେନିଜୁଏଲା ମଧ୍ୟ ଚାଇନାର ଋଣ ଜାଲରେ ଛନ୍ଦି ହୋଇସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟାଜଳରେ ବୁଡ଼ିଲା କୁକୁଡ଼ା ଫାର୍ମ, ୩ ହଜାରରୁ ଅଧିକ କୁକୁଡ଼ା ମୃତ

ଗଞ୍ଜାମ, ୨୬/୯ (ଅନାଥ ତରାଇ/ଦିଲୀପ ସାମଲ): ଗଭୀର ଅବପାତ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଅଞ୍ଚଳରେ ଏକ କୁକୁଡ଼ା ଫାର୍ମରେ ପାଣି…

ବାଇକ୍‌-ବୋଲେରୋ ମୁହାଁମୁହିଁ ଧକ୍କା: ଯୁବକ ମୃତ

ବଲାଙ୍ଗିର, ୨୬।୯(ସୁନିଲ ମହାନ୍ତି ): ବଲାଙ୍ଗୀର-ସୋନପୁର ରାସ୍ତାର ମଳମୁଣ୍ଡା ନିକଟରେ ଶୁକ୍ରବାର ଏକ ବାଇକ୍‌ ଓ ବୋଲେରୋ ମଧ୍ୟରେ ଦୁର୍ଘଟଣା ଘଟି ଜଣେ ଯୁବ ବାଇକ୍‌ ଚାଳକଙ୍କ…

ପୂର୍ବାଞ୍ଚଳ ଜୁନିଅର ଆଥଲେଟିକ୍ସ ଚାମ୍ପିୟନଶିପ୍‌ : କଳାହାଣ୍ଡି ଝିଅ ରେଶମା ବେହେରା ଜିତିଲେ ସ୍ୱର୍ଣ୍ଣ ପଦକ

ଭବାନୀପାଟଣା, ୨୬।୯ (ଉତ୍ତମ କୁମାର ଦାଶ): ବିହାରର ପାଟନାଠାରେ ଗତ ୩ ଦିନ ଧରି ପୂର୍ବାଞ୍ଚଳ ଜୁନିଅର ଆଥଲେଟିକ୍ସ ଚାମ୍ପିୟନଶିପ୍‌ ଆୟୋଜିତ ହୋଇଥିଲା। ଏଥିରେ କଳାହାଣ୍ଡିର ଝିଅ…

ତାମ୍ପରା ହ୍ରଦର ଜଳସ୍ତର : ଆଉ ୪ ଫୁଟ ପାଣି ବଢ଼ିଲା, ଜଳନିଷ୍କାସନ ନ ହେଲେ ବଢ଼ିବ ସମସ୍ୟା

ଛତ୍ରପୁର, ୨୬।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଉପକଣ୍ଠ ତାମ୍ପରା ହ୍ରଦ କୂଳରେ ଅବସ୍ଥିତ ବ୍ୟାଙ୍କ କଲୋନୀ ଅଞ୍ଚଳରେ ଜମି ରହିଥିବା ଜଳସ୍ତର ଶନିବାର ସକାଳୁ…

ମାଡ଼ି ଆସୁଛି ସମୁଦ୍ର: ଗର୍ଭରେ ଲୀନ ହେବାକୁ ବସିଲାଣି ଆଉ ଦୁଇ ମନ୍ଦିର

ଛତ୍ରପୁର, ୨୬।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲ୍ଲା ଛତ୍ରପୁର ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ରକୂଳରେ ଦିନକୁ ଦିନ ସମୁଦ୍ର ଅତିକ୍ରମଣ କରିବା ସହ ଉଚ୍ଚ ଜୁଆର ଢେଉ…

ଘରେ ତାଲା ଭାଙ୍ଗି ଗହଣା ଲୁଟ୍‌

ଡେରାବିଶ, ୨୬।୯ (ବାର୍ତ୍ତାଦାତା ଅଜୟ ଦାସ): ନିକିରେଇ ଥାନା ଅନ୍ତର୍ଗତ ଡେରାବିଶ ବ୍ଲକ ଛୋଟୀ ପଞ୍ଚାୟତର ଛୋଟୀ ଗ୍ରାମରେ ଗୃହକର୍ତ୍ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଶୁକ୍ରବାର ବିଳମ୍ବିତ…

ଆସନ୍ତା ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ଜୋର୍‌ଦାର: ମୂର୍ତ୍ତି ନିର୍ମାଣରେ ନିମଗ୍ନ କାରିଗର

ଦାରିଙ୍ଗବାଡ଼ି,୨୬ା୯(ଅରୁଣ ସାହୁ): ଆଗକୁ ପାର୍ବଣ ଋତୁ। ଏଥିପାଇଁ ଚାରିଆଡ଼େ ଚଳଚଞ୍ଚଳ। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ଏହି ପର୍ବ ପାଳନ ପାଇଁ ମା’…

ବିବାଦ ଭିତରେ ନିର୍ବାଚନ କମିଶନରଙ୍କ ବଡ଼ ବୈଠକ: CEC ଓ ଦୁଇ କମିଶନରଙ୍କ ଉପସ୍ଥିତିରେ ନେଲେ ବଡ଼ ନିଷ୍ପତ୍ତି!

ନୂଆଦିଲ୍‌ଲୀ,୨୬।୯: ଦେଶର ମୁଖ୍ୟ ନିର୍ୱାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ଲାଗିରହିଥିବା ବିବାଦ ମଧ୍ୟରେ ନିର୍ୱାଚନ ଆୟୋଗ ଶନିବାର (୨୬ ସେପ୍ଟେମ୍ୱର, ୨୦୨୬) ଏକ ଗୁରୁତ୍ୱପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?