ଶ୍ରୀକାନ୍ତଙ୍କ ପ୍ରାର୍ଥିତ୍ୱରୁ ତ୍ରିମୁଖୀ ଲଢ଼େଇ

ବାଲେଶ୍ୱର,୧୬ା୪(ମାନସ ବିଶ୍ୱାଳ):ବାଲେଶ୍ୱର ଲୋକ ସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ଶ୍ରୀକାନ୍ତ ଜେନାଙ୍କ ନାମ ଘୋଷଣା କରାଯାଇଛି। ପୂର୍ବରୁ ଭାଜପାରୁ ପ୍ରତାପ ଷଡ଼ଙ୍ଗୀ ଓ ବିଜେଡିରୁ ଡ.ଲେଖାଶ୍ରୀ ସାମନ୍ତସିଂହାର ପ୍ରାର୍ଥୀ ହୋଇଛନ୍ତି। ଶ୍ରୀକାନ୍ତଙ୍କ ପ୍ରାର୍ଥତ୍ତ୍ୱ ଘୋଷଣା ପରେ ୨୦୧୪ ଓ ୨୦୧୯ ନିର୍ବାଚନ ଭଳି ଏଥର ମଧ୍ୟ ବାଲେଶ୍ୱର ଲୋକ ସଭା ଆସନରେ ତ୍ରିମୁଖୀ ଲଢ଼େଇ ହେବ ବୋଲି ଆଲୋଚନା ଆରମ୍ଭ ହୋଇଛି ା
ନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଶ୍ରୀକାନ୍ତ ଜେନା, ବିଜେଡି ପ୍ରାର୍ଥୀ ରବୀନ୍ଦ୍ର ଜେନା ଏବଂ ଭାଜପା ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ପ୍ରତାପଙ୍କୁ ହରାଇ ରବୀନ୍ଦ୍ର ବିଜୟୀ ହୋଇଥିଲେ। ୨୦୧୯ ନିର୍ବାଚନରେ ବିଜେଡିରୁ ରବୀନ୍ଦ୍ର ଜେନା, ଭାଜପାରୁ ପ୍ରତାପ ଷଡ଼ଙ୍ଗୀ ଓ କଂଗ୍ରେସରୁ ନବଜ୍ୟୋତି ପଟ୍ଟନାୟକ ମଇଦାନକୁ ଓହ୍ଲାଇଥିଲେ। ସେଥର ରବୀନ୍ଦ୍ରଙ୍କୁ ପ୍ରତାପ ପରାସ୍ତ କରିଥିଲେ। ସେତେବେଳେ ଜିଲାରେ ୭ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୪ଟି ବିଜେଡି ଓ ୩ଟି ଭାଜପା ହାତେଇଥିଲା। ୨୦୨୪ ନିର୍ବାଚନ ଅଧିକ ରୋଚକ ହେବ ବୋଲି ଆଲୋଚନା ହେଲାଣି। କାରଣ ଭାଜପାରୁ ଆସି ବିଜେଡିର ପ୍ରାର୍ଥୀ ହୋଇଥିବା ଲେଖାଶ୍ରୀ ଓ ୧୦ ବର୍ଷ ପରେ ପୁଣି ମଇଦାନକୁ ଶ୍ରୀକାନ୍ତ ଆସିଥିବାରୁ ଏଭଳି କୁହାଯାଉଛି।
ପ୍ରତାପ ଷଡ଼ଙ୍ଗୀ ୨ଥର ଏହି ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ଥରେ ବିଜୟୀ ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ପଦରେ ମଧ୍ୟ ରହି ଆସିଛନ୍ତି। ନିରାଡ଼ମ୍ବର ଜୀବନଶୈଳୀ ପାଇଁ ସେ ପରିଚିତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ସବ୍‌ କା ସାଥ୍‌, ସବ୍‌ କା ବିକାଶ, ସବ୍‌ କା ବିଶ୍ୱାସ’ ସ୍ଲୋଗାନ ସହ ବିକାଶ ପ୍ରସଙ୍ଗ ଉଠାଇ ପୁନଶ୍ଚ ବାଲେଶ୍ୱରରେ ଦଳକୁ ବିଜୟୀ କରିବେ ବୋଲି ପ୍ରତାପ ଆଶା ରଖିଛନ୍ତି। ଅନ୍ୟପକ୍ଷରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କୁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବା ପରେ କର୍ମୀମାନେ ଉତ୍ସାହିତ ହୋଇ ପଡ଼ିଛନ୍ତି। ୨୦୦୯ ନିର୍ବାଚନରେ ଶ୍ରୀକାନ୍ତ ଏହି ଆସନରୁ ନିର୍ବାଚିତ ହୋଇ ୟୁପିଏ ସରକାରରେ ମନ୍ତ୍ରୀ ହୋଇଥିଲେ। ତାଙ୍କ ପ୍ରଚେଷ୍ଟାରେ ଜିଲାରେ ହୋଇଥିବା ଉନ୍ନତିମୂଳକ କାର୍ଯ୍ୟ ବିଷୟରେ ଜଣାଇ ସେ ଭୋଟରଙ୍କ ପାଖକୁ ଯାଉଥିବା କହିଛନ୍ତି। ତେବେ କଂଗ୍ରେସର ଅନ୍ୟତମ ଆଶାୟୀ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକଙ୍କ ବଦଳରେ ଶ୍ରୀକାନ୍ତଙ୍କୁ ପ୍ରାର୍ଥୀ କରାଯିବାରୁ ଏବେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ତାଳମେଳ ରହୁ ନ ଥିବା ଦେଖିବାକୁ ମିଳିଛି। ଏହା ଶ୍ରୀକାନ୍ତଙ୍କ ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି କରିପାରେ ବୋଲି କୁହାଯାଉଛି। ତଥାପି ସେ ଦ୍ୱିତୀୟଥର ଏହି ଆସନରୁ ବିଜୟୀ ହୋଇ ଦିଲ୍ଲୀ ଗଲେ ‘ବାଲେଶ୍ୱରବାସୀ କୌଣସି କାମ ପାଇଁ ଦିଲ୍ଲୀ ଯିବା ଦରକାର ପଡ଼ିବ ନାହଁି, ବରଂ ଦିଲ୍ଲୀ ବାଲେଶ୍ୱରକୁ ଆସିବ’ ବୋଲି କହୁଛନ୍ତି।
ଆସନରେ ବିଜେଡି ମହିଳା କାର୍ଡ ଖେଳି ଲେଖାଶ୍ରୀଙ୍କୁ ପ୍ରାର୍ଥୀ କରିଛି। ଲେଖାଶ୍ରୀ ବାଲେଶ୍ୱର ଜିଲା ନୀଳଗିରି ବ୍ଲକ କାଂଶ ପଞ୍ଚାୟତର କୃଷ୍ଣ ମହାନ୍ତିଙ୍କ ପୁତ୍ର ବିଜୟ ମହାନ୍ତିଙ୍କ ସ୍ତ୍ରୀ ହୋଇଥିଲେ ମଧ୍ୟ ସେ ଭୁବନେଶ୍ୱରରେ ସବୁବେଳେ ରହନ୍ତି। ନୀଳଗିରି ସହ ତାଙ୍କର ସେମିତି ସମ୍ପର୍କ ନାହଁି କି ଶାଶୁ ଘରକୁ ସେପରି ଆସି ନ ଥାନ୍ତି ବୋଲି ଲୋକେ କହୁଛନ୍ତି। ୨୦୧୪ ସାଧାରଣ ନିର୍ବାଚନରେ ସେ ନୀଳଗିରି ବିଧାନସଭା କ୍ଷେତ୍ରରୁ ପ୍ରାର୍ଥୀ ହେବା ଆଶାରେ ପହଞ୍ଚତ୍ ଉକ୍ତ ଅଞ୍ଚଳରେ କିଛି ସାମାଜିକ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଥିଲା। ତାଙ୍କୁ ବିଜେଡିରୁ ଟିକଟ ନ ମିଳିବାରୁ ସେ ନିର୍ବାଚନ ପରେ ଭାଜପାରେ ଯୋଗଦେଇ କାର୍ଯ୍ୟ କରିଆସୁଥିଲେ। ବାଲେଶ୍ୱର ଲୋକ ସଭା ଆସନ ପାଇଁ ବିଜେଡି ଟିକେଟ ପାଇବା ପରେ ରବିବାର ଲେଖାଶ୍ରୀ ବାଲେଶ୍ୱରରେ ପହଞ୍ଚତ୍ ରେମୁଣାସ୍ଥିତ କ୍ଷୀରଚୋରା ଗୋପୀନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ନବୀନ ପଟ୍ଟନାୟକଙ୍କ ଜନମଙ୍ଗଳ କାର୍ଯ୍ୟ, ଦଳ ଉପରେ ଲୋକଙ୍କର ଆସ୍ଥା ଓ ଭରସାକୁ ପାଥେୟ କରି ବିଜେଡି ଏହି ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛି ବୋଲି ସେ କହିଛନ୍ତି।
ଅତୀତକୁ ଦେଖିଲେ ୨୦୦୪ରେ ଭାଜପା ପ୍ରାର୍ଥୀ ଐର ଖାରବେଳ ସ୍ବାଇଁ, ୨୦୦୯ରେ କଂଗ୍ରେସ ପ୍ରାର୍ଥୀ ଶ୍ରୀକାନ୍ତ ଜେନା, ୨୦୧୪ରେ ବିଜେଡି ପ୍ରାର୍ଥୀ ରବୀନ୍ଦ୍ର ଜେନା ଏବଂ ୨୦୧୯ରେ ଭାଜପା ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ବିଜୟୀ ହୋଇଛନ୍ତି। ୨୦୨୪ କାହା ଭାଗରେ ପଡ଼ୁଛି ତାହାକୁ ଅପେକ୍ଷା ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

୧୨ ବର୍ଷ ପରେ ଜୀବିତ ମିଳିଲେ ଶକୁନ୍ତଳା! ଯାହାଙ୍କ ମୃତ୍ୟୁକୁ ନେଇ ସ୍ବାମୀ-ଶ୍ୱଶୁରଙ୍କ ନାଁରେ ହୋଇଥିଲା କେସ୍

ପାଟନା,୧୬ା୯: ବିହାରର ୧୨ ବର୍ଷ ପୁରୁଣା ଏକ ହତ୍ୟା ମାମଲାରେ ଆସିଛି ଚାଞ୍ଚଲ୍ୟକର ମୋଡ଼ । ୨୦୧୪ରେ ନିଖୋଜ ହୋଇଥିବା ଶକୁନ୍ତଳା ଦେବୀଙ୍କୁ ମୃତ ଭାବି ତାଙ୍କ…

ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲରୁ ଧମକ, ବିକ୍ରମ ପଣ୍ଡାଙ୍କ ନାଁରେ ପୁଣି ମାମଲା

ବ୍ରହ୍ମପୁର,୧୬ା୯(ସୁବାସ ଚନ୍ଦ୍ର ପାଢ଼ୀ ): ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ପୁଣି ବଢ଼ିଲା ଅଡୁଆ । ଜେଲରେ ରହିଥିବା ସମୟରେ ମୃତ ଭାଜପା ନେତା ତଥା ଆଇନଜୀବୀ…

ଆଦର୍ଶ ଆଇନଜୀବୀ ଭାବେ ପରିଚିତ ଥିଲେ ବଂଶୀଧର, ଆଜି ତାଙ୍କୁ ଝୁରୁଛି ଓକିଲ ସଂଘ

ଦିଗପହଣ୍ଡି,୧୬ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ଓକିଲ ସଂଘର ବରିଷ୍ଠ ସଦସ୍ୟ ବରିଷ୍ଠ ଆଇନଜୀବୀ ବଂଶୀଧର ପାଳଙ୍କ ଭୁବନେଶରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ…

EPFରେ ବଡ଼ ପରିବର୍ତ୍ତନ; ୫୧ ଲକ୍ଷରୁ ଅଧିକ କର୍ମଚାରୀ ହେବେ ଉପକୃତ, ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଲେ…

ନୂଆଦିଲ୍ଲୀ,୧୬ା୯: କର୍ମଚାରୀଙ୍କ ସାମାଜିକ ସୁରକ୍ଷାକୁ ଆହୁରି ବ୍ୟାପକ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । EPF ଓ EPS କଭରେଜ୍‌ ପାଇଁ ଲାଗୁଥିବା…

ସହରର ମୁଖ୍ୟ ରାସ୍ତାରେ ଗଦାହୋଇଛି ବାଲି, ଦୁର୍ଘଟଣାକୁ ଆମନ୍ତ୍ରଣ କରି…

ଗଞ୍ଜାମ,୧୬ା୯(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥଠାରୁ ଗଞ୍ଜାମ ସହରକୁ ସଂଯୋଗ ମୁଖ୍ୟ ରାସ୍ତାରେ ଅଧିକାଂଶ ସମୟରେ ଘର ନିର୍ମାଣ କାର୍ଯ୍ୟ ପାଇଁ ବାଲି ଶୁଖା ଯାଉଥିବା…

ବାଲସି ଗାଁରେ ନୂଆଖାଇ ଜୁହାର, ଏକାଠି ହୋଇ ନବାନ୍ନ ଭକ୍ଷଣ କରିବା ପରେ…

କେସିଙ୍ଗା,୧୬ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବାଲସି ଗ୍ରାମର ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ଷଣା ବଂଶ ପକ୍ଷରୁ ନୂଆଖାଇ ଓ ଜୁହାର କାର୍ଯ୍ୟକ୍ରମ…

Asian Games 2026: ଏସିଆନ୍ ଗେମ୍ସ ପୂର୍ବରୁ ଟିମ୍‌ ଇଣ୍ଡିଆରେ ବଡ଼ ପରିବର୍ତ୍ତନ; ବାଦ୍ ପଡ଼ିଲେ ବରୁଣ, ଏହି ଖେଳାଳିଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ,୧୬।୯: ଏସିଆନ୍ ଗେମ୍ସ ୨୦୨୬ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳରେ ପରିବର୍ତ୍ତନ ହୋଇଛି । ଆହତ କାରଣରୁ ମିଷ୍ଟ୍ରି ସ୍ପିନର ବରୁଣ ଚକ୍ରବର୍ତ୍ତୀ ଏସିଆନ୍ ଗେମ୍ସରୁ ବାଦ୍…

ବଜ୍ରପାତରେ ଦୁଇ ପରିବାରର ଚାଲିଗଲା ୨ ଜୀବନ

ବଞ୍ଚୋ/ଆନନ୍ଦପୁର,,୧୬ା୯(ପ୍ରଦୋଷ ବିଶ୍ୱାଳ/ ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ ବୁଧବାର ବଜ୍ରପାତ ଘଟି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଅଚାନକ ବଜ୍ରପାତରେ ଦୁଇଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?