ରାକ୍ଷୀ ବାନ୍ଧିଥିବା ବ୍ୟକ୍ତିଙ୍କୁ ବିବାହ କରିଥିଲେ ଶ୍ରୀଦେବୀ, ଲଭ୍‌ଷ୍ଟୋରି ଥିଲା କିଛି ଏମିତି…

ମୁମ୍ବାଇ:ବଲିଉଡର ଭେଟେରାନ ଲେଡି ସୁପରଷ୍ଟାର ଭାବେ ଜଣାଶୁଣା ଶ୍ରୀଦେବୀଙ୍କ ପ୍ରେମ କାହାଣୀ କୌଣସି ଏକ ଫିଲ୍ମ କାହାଣୀ ଠାରୁ କମ୍‌ ନୁହେଁ। ଜୁନ୍‌ ୨ ୧୯୯୬ରେ, ସେ ବୋନି କପୁରଙ୍କୁ ବିବାହ କରିଥିଲେ। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ବିବାହ ପୂର୍ବରୁ ବୋନିଙ୍କୁ ଶ୍ରୀଦେବୀ ରାକ୍ଷୀ ବାନ୍ଧିଥିଲେ। ଏହା ବ୍ୟତୀତ ବିବାହ ପୂର୍ବରୁ ଦୁଇ ଫିଲ୍ମ ଷ୍ଟାର୍‌ଙ୍କ ସହ ତାଙ୍କର ଆଫେଆର୍‌ ଥିଲା।

ଯେତେବେଳେ ଶ୍ରୀଙ୍କ ଆଫେଆର ବିଷୟରେ ଆଲୋଚନା ହୁଏ ପ୍ରଥମେ ମିଥୁନ ଚର୍କବର୍ତ୍ତୀଙ୍କ ନାଁ ନିଆଯାଏ। ସେତେବେଳେ ଗଣମାଧ୍ୟମ ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଥିଲା ଯେ, ଉଭୟେ ମନ୍ଦିରରେ ବିବାହ କରିଥିଲେ। ସେମାନଙ୍କ ସମ୍ପର୍କର ସବୁଠାରୁ ବଡ ସମସ୍ୟା ହେଲା ମିଥୁନ ଦା ସେହି ସମୟରେ ବିବାହିତ ଥିଲେ। ବିବାହିତ ଥାଇ ମଧ୍ୟ ମିଥୁନ ଦା ଶ୍ରୀଙ୍କୁ ବିବାହ କରିବାକୁ ଚାହୁଁଥିଲେ। ଉଭୟ ଦୀର୍ଘଦିନ ଧରି ପରସ୍ପରକୁ ଡେଟିଂ କରୁଥିଲେ। ଯାହାକୁ ମିଥୁନଙ୍କ ସ୍ତ୍ରୀ ୟୋଗିତା ବାଲି ଜାଣିବାକୁ ପାଇଥିଲେ। କୁହାଯାଏ କି, କିଶୋର କୁମାରଙ୍କୁ ଛାଡପତ୍ର ଦେଇ ମିଥୁନଙ୍କୁ ବିବାହ କରିଥିବା ୟୋଗିତା ଏଥିପାଇଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ୟୋଗିତାଙ୍କ ଆତ୍ମହତ୍ୟା ଉଦ୍ୟମରେ ମିଥୁନ ଭୟଭୀତ ହୋଇପଡିଥିଲେ। ସେ ଶ୍ରୀଙ୍କ ସହ କଥାବାର୍ତ୍ତା ବନ୍ଦ କରିଦେଲେ। ପରେ ରବି କପୁର(ଜିତେନ୍ଦ୍ର)ଙ୍କ ସହ ଶ୍ରୀଙ୍କ ଆଫେଆର ଥିବା ଚର୍ଚ୍ଚା ହୋଇଥିଲା।

ଶ୍ରୀଙ୍କ ଜୀବନରେ ବୋନିଙ୍କ ଏଣ୍ଟ୍ରି କୌଣସି ଫିଲ୍ମ କାହାଣୀଠାରୁ କମ୍‌ ନୁହେଁ। ବୋନି ପୂର୍ବରୁ ବିବାହିତ ଥିଲେ। ତାଙ୍କ ପତ୍ନୀ ମୋନା ଶୌରୀ ଶ୍ରୀଙ୍କର ଜଣେ ଭଲ ବନ୍ଧୁ ଥିଲେ। ତେବେ ମିଥୁନଙ୍କ ସହ ଆଫେଆର ଥିବା ସମୟରେ ମିଥୁନଙ୍କୁ ନିଜ ପ୍ରେମରେ ବିଶ୍ୱାସ ଦେବା ପାଇଁ ଶ୍ରୀ ବୋନିଙ୍କୁ ରାକ୍ଷୀ ବାନ୍ଧି ଥିଲେ। ପରେ ଯେତେବେଳେ ମିଥୁନଙ୍କ ସହ ଶ୍ରୀଙ୍କ ସମ୍ପର୍କ ଭାଙ୍ଗିଥିଲା, ସେ ବୋନିଙ୍କ ନିକଟତର ହୋଇଥିଲେ। ଏହାପରେ ସେ ପ୍ରେଗ୍‌ନେଣ୍ଟ ଥିବା ଖବର ପ୍ରଚାର ହୋଇଗଲା। ଯେଉଁଥିପାଇଁ ବୋନି ମୋନାଙ୍କୁ ଛାଡପତ୍ର ଦେଇ ଶ୍ରୀଙ୍କୁ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୩।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri