କେନ୍ଦୁଝରର ଶ୍ରୀବଳଦେବଜୀଉଙ୍କ ରଥଯାତ୍ରା ପରମ୍ପରା ବହୁ ପୁରୁଣା। କୁହାଯାଏ, ତତ୍କାଳୀନ ରାଜରାଜୁଡ଼ା ଶାସନ ସମୟ ୧୬୭୧ ମସିହାରେ ପ୍ରତିଷ୍ଠିତ ଶ୍ରୀଜୀଉଙ୍କ ରଥଯାତ୍ରା ଏବେ ମଧ୍ୟ ପାଳନ ହୋଇଆସୁଛି। ଏଠାକାର ଆରାଧ୍ୟ ଦେବତା ଭଗବାନ ବଳଭଦ୍ର ରହିଥିଲେ ହେଁ ରଥର ନାମ ନନ୍ଦିଘୋଷ ରହିଛି।ଏହି ରଥର ଉଚ୍ଚତା ୭୨ ଫୁଟ, ଯାହା ନିକଟରେ ଗିନିଜ୍‌ ବୁକ୍‌ ଅଫ୍‌ ଓାଲର୍‌ଡ ରେକର୍ଡରେ ସ୍ଥାନ ପାଇଛି। ଏଣୁ ଏହାର ସ୍ବତନ୍ତ୍ରତା ବୃଦ୍ଧି ପାଇଛି। ଦୀର୍ଘ ୩୦୦ରୁ ଅଧିକ ବର୍ଷ ହେଲା କାଠରେ ନିର୍ମିତ ରଥ ପରମ୍ପରା ରହିଆସିଛି। ଏହି ରଥରେ ତିନି ଜୀଉ ବିରାଜମାନ ହୋଇ ଗୁଣ୍ଡିଚା ମନ୍ଦିର ଯାତ୍ରା କରିଥାନ୍ତି। ହଜାର ହଜାର ସଂଖ୍ୟକ ଭକ୍ତ ବଡ଼ଦାଣ୍ଡରେ ରଥକୁ ଟାଣିନେଇଥାନ୍ତି। ଚଳିତ ବର୍ଷ ବଡ଼ଦାଣ୍ଡ ଓ ଏହାର ପାରିପାର୍ଶ୍ୱିକ ସାୈନ୍ଦର୍ଯ୍ୟକରଣ କରାଯାଇଥିବାରୁ ଏହା ଦେଖିବାକୁ ଏବଂ ରଥ ଟାଣିବାକୁ ଅଧିକ ସଂଖ୍ୟାରେ ଭକ୍ତ ଆସିବେ ବୋଲି କୁହାଯାଉଛି। କେନ୍ଦୁଝର ରଥଯାତ୍ରା ନିଆରା, ଯେଉଁଠି ଦେଖିବାକୁ ମିଳେ ଆଦିବାସୀ ପରମ୍ପରାର ଝଲକ। ରାଜରାଜୁଡ଼ା ଅମଳରୁ ରଥଯାତ୍ରା ସମୟରେ ପୁରାତନ ଜନଜାତି ଜୁଆଙ୍ଗ, ଭୂୟାଁ ଓ ଅନ୍ୟ ଆଦିବାସୀମାନଙ୍କୁ ପ୍ରାଧାନ୍ୟ ଦିଆହୋଇଆସୁଛି। ଏଠାରେ ଜୁଆଙ୍ଗ ଓ ଭୂୟାଁ ସଂପ୍ରଦାୟର ଲୋକମାନେ ସ୍ବତନ୍ତ୍ର ଭାବେ ଶିଆଳି ଲଟାର ରଥ ଟାଣିବା ପାଇଁ ଦଉଡ଼ିି ପ୍ରସ୍ତୁତ କରି ଦେଇଥାନ୍ତି। ଏହି ଦଉଡ଼ିରେ ଆଗରୁ ରଥ ଟଣା ହେଉଥିଲା। ସମୟାନୁକ୍ରମେ ଏହି ଦଉଡ଼ି ସହ ଅନ୍ୟ ଦଉଡ଼ିର ବ୍ୟବହାର କରାଯାଉଛି।
ଆଦିବାସୀମାନେ ରଙ୍ଗବେରଙ୍ଗ ପାରମ୍ପରିକ ବେଶଭୂଷାରେ ସଜ୍ଜିତ ହୋଇ ପାହାଡ଼ରୁ ଓହ୍ଲାଇ ବଡ଼ଦାଣ୍ଡକୁ ରଥଯାତ୍ରା ଦେଖିବାକୁ ଆସିଥାନ୍ତି।
ଏଠାରେ ଦିନରାତି ନାଚଗୀତ କରି ଯାତ୍ରା ମନାଇଥାନ୍ତି। ଆଜିକାଲି ଆଧୁନିକତାର ଛାପ ସତ୍ତ୍ୱେ ପୁରୁଣା ପରମ୍ପରାର ଝଲକ ଏବେ ମଧ୍ୟ ଦେଖିବାକୁ ମିଳେ। ଏଣୁ ବନବାସୀମାନେ ମଧ୍ୟ ରଥଯାତ୍ରା ଦେଖିବାକୁ ଆସିବା ପାଇଁ ପ୍ରସ୍ତୁତ ହୋଇସାରିଛନ୍ତି। ଉପଜିଲାପାଳ ତଥା ଦେବୋତ୍ତର ବିଭାଗ ନିର୍ବାହୀ ଅଧିକାରୀ ରାମଚନ୍ଦ୍ର କିସ୍କୁ କହିଛନ୍ତି, ପରମ୍ପରା ଅନୁଯାୟୀ ରଥଯାତ୍ରା ଅନୁଷ୍ଠିତ ହେବ।
ତେବେ କୋଭିଡ୍‌ ପାଇଁ ଭକ୍ତ ମାନଙ୍କୁ ମାସ୍କ ବ୍ୟବହାର କରିବାକୁ ନିବେଦନ କରାଯାଉଛି। ଅଧିକ ଭକ୍ତଙ୍କ ଆଗମନ ଆଶଙ୍କା କରାଯାଇ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସେହିପରି ଭକ୍ତଙ୍କ ସୁରକ୍ଷିତ ଦର୍ଶନ ଲାଗି ବ୍ୟବସ୍ଥା ମଧ୍ୟ ହୋଇଛି। ପହଣ୍ଡିଆ ସେବାୟତ ଧୀରେନ ପଣ୍ଡା କହିଛନ୍ତି ଯେ, ପାରମ୍ପରିକ ରୀତିନୀତିରେ ଯାତ୍ରା ଅନୁଷ୍ଠିତ ହେବ। କିନ୍ତୁ ନବରୂପରେ ବଡ଼ଦାଣ୍ଡ ଓ ସାଜସଜ୍ଜା ସହିତ ବିଶ୍ୱର ସର୍ବୋଚ୍ଚ ରଥକୁ ଦେଖିବାକୁ ମିଳିବ। ୨ ବର୍ଷ ପରେ ଯାତ୍ରା ହେଉଥିବାରୁ ବେଶ୍‌ ଖୁସି ଲାଗୁଛି। ଭକ୍ତ ଦୀପକ ମହାରଣା କହିଛନ୍ତି, ଦୁଇବର୍ଷ ପରେ ରଥଯାତ୍ରା ହେବ। ଏଣୁ ସମସ୍ତେ ଖୁସି। ଏଠାର ସର୍ବୋଚ୍ଚ ରଥ ଓ ବଡ଼ଦାଣ୍ଡର ନବୀକରଣ ଦେଖିବାକୁ ବାହାରେ ରହିଥିବା ବନ୍ଧୁବାନ୍ଧବ, ପରିବାର ଲୋକେ ଚଳିତ ବର୍ଷ ଆସିବେ। ସେବାୟତ ପହଣ୍ଡିଆ ଦେବରାଜ ଆଚାର୍ଯ୍ୟ କହିଛନ୍ତି, ଦୀର୍ଘ ଦୁଇବର୍ଷ ପରେ ଶ୍ରୀଜୀଉ ପହଣ୍ଡି ହୋଇ ରଥାରୂଢ଼ ହେବେ। ଭକ୍ତ ଓ ଭଗବାନ ଏକାକାର ହୋଇଯିବେ। ବଡ଼ଦାଣ୍ଡ ଘଣ୍ଟ, ଶଙ୍ଖ, ହରିବୋଲ, ହୁଳହୁଳି ଆଦି ନାଦରେ ପ୍ରକମ୍ପିତ ହେବ। ଏହି ଅପୂର୍ବ ଦୃଶ୍ୟ ଓ ପରିବେଶ ଦେଖିବାକୁ ସମସ୍ତେ ବ୍ୟାକୁଳ ହୋଇ ଅନେଇ ରହିଛନ୍ତି। ବରିଷ୍ଠ ପୂଜକ ସୁଜିତ ଦାସ କହିଛନ୍ତି, ଦୁଇବର୍ଷ ହେଲା ମନ୍ଦିର ପରିସରରେ ପରମ୍ପରା ରକ୍ଷା କରି ରଥଯାତ୍ରା ପାଳନ ହେଉଥିଲା। ତେବେ ଚଳିତ ବର୍ଷ ଭକ୍ତମାନେ ଶ୍ରୀ ଜୀଉଙ୍କୁ ସର୍ବୋଚ୍ଚ ରଥରେ ଦର୍ଶନ କରି ସାନ୍ନିଧ୍ୟ ଲାଭ କରିବେ।
– ନରେଶ ଚନ୍ଦ୍ର ପଟ୍ଟନାୟକ, କେନ୍ଦୁଝର


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

କର୍ଲାମୁଣ୍ଡା ବ୍ଲକ ପାଇଁ ଗୌରବ: ପ୍ରଥମ ମହିଳା ଭାବେ ପିଏଚ୍‌ଡି ଡିଗ୍ରୀ ହାସଲ କଲେ ସୀମନ୍ତିନୀ ସେଠ

ରିଷିଡ଼ା, ୧୯।୯ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଗ୍ରାମର ସୀମନ୍ତିନୀ ସେଠ ସଂସ୍କୃତ ବିଷୟରେ ଗବେଷଣା କରି ପିଏଚ୍‌ଡି (PhD) ଡିଗ୍ରୀ ହାସଲ…

ବେଙ୍ଗାଲୁରୁରେ କେନ୍ଦୁଝର ଯୁବକଙ୍କ ଅକାଳ ମୃତ୍ୟୁ: MP ଅନନ୍ତ ନାୟକଙ୍କ ହସ୍ତକ୍ଷେପ ପରେ ଗାଁକୁ ଫେରିଲା ପାର୍ଥିବ ଶରୀର

ପାଟଣା,୧୯।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ବେଗନା ଗ୍ରାମର ସଞ୍ଜୀବ ସେଠୀଙ୍କ ୩୪ ବର୍ଷୀୟ ପୁଅ ଦୀପେଶ ସେଠୀଙ୍କ ବେଙ୍ଗାଲୁରୁରେ ଅକାଳ ମୃତ୍ୟୁ ଘଟିଛି।…

ପରିବେଶ ସୁରକ୍ଷାରେ ଗଞ୍ଜାମ ଗ୍ରାସିମର ବାଜିମାତ୍: ମିଳିଲା “ପ୍ରଦୂଷଣ ନିୟନ୍ତ୍ରଣ ଉତ୍କର୍ଷତା ପୁରସ୍କାର – ୨୦୨୬”

ଗଞ୍ଜାମ, ୧୯।୯ (ବିଦ୍ୟାଧର ସାହୁ): ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସପିସିବି)ର ୪୩ତମ ପ୍ରତିଷ୍ଠା ଦିବସ ଅବସରରେ ଶିଳ୍ପ ବର୍ଗରେ ଗଞ୍ଜାମ ସ୍ଥିତ ଗ୍ରାସିମ୍ କମ୍ପାନୀ…

ମଞ୍ଚସ୍ଥ ହୋଇ ଦର୍ଶକଙ୍କ ମନ ଜିଣିଲା ସାମାଜିକ ନାଟକ ‘ଅବୁଝା ଲୁହ’; ଉଦ୍‌ଘାଟନ କଲେ ଦିଗପହଣ୍ଡି ବିଧାୟକ

ଦିଗପହଣ୍ଡି,୧୯ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମର ଠାକୁରାଣୀ ଛକଠାରେ ଶ୍ରୀ ଗଣେଶ ପୂଜା ଅବସରରେ ସାମାଜିକ ନାଟକ ‘ଅବୁଝା ଲୁହ’…

‘ଏକ ପେଡ୍‌ ମା’ କେ ନାମ୍‌’: ସିମନବାଡ଼ିରେ ଛାତ୍ରଛାତ୍ରୀଙ୍କ ନିଶାମୁକ୍ତ ସଚେତନତା ପଦଯାତ୍ରା-ବୃକ୍ଷରୋପଣ

ଦାରିଙ୍ଗବାଡ଼ି,୧୯ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିସ୍ଥିତ ପାଦ୍ରୀ ପିଓ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଶନିବାର ଏକ ନିଶାମୁକ୍ତ ସଚେତନତା କାର୍ଯ୍ୟକ୍ରମ ଓ ପଦଯାତ୍ରା…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ଗଞ୍ଜାମ ଜିଲାକୁ ଅରେଞ୍ଜ ଆଲର୍ଟ: ୪ ଦିନ ଅତି ପ୍ରବଳ ବର୍ଷା, ଅଶାନ୍ତ ରହିବ…

ଛତ୍ରପୁର,୧୯ା୯(ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ): ଆଗାମୀ ୨୧ ତାରିଖରୁ ଗଞ୍ଜାମ ଜିଲା ସମେତ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?